ପାଇକ ବିଦ୍ରୋହ

ଉଇକିପିଡ଼ିଆ ରୁ
Jump to navigation Jump to search
ପାଇକ ବିଦ୍ରୋହ ଅଧକ୍ଷ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି

୧୮୧୭ ମସିହାରେ ଇଂରେଜ ସରକାର ବିରୁଦ୍ଧରେ ଓଡ଼ିଶାରେ ପ୍ରଥମ ବିଦ୍ରୋହ ହୋଇଥିଲା , ଯାହାର ନାମ ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହ । ଏହାକୁ ପାଇକ ବିଦ୍ରୋହ କୁହାଯାଉଥିଲେହେଁ ପ୍ରକୃତରେ ଏହା ଥିଲା ଭାରତର ପହିଲି ସ୍ୱାଧୀନତା ଲଢ଼େଇ । ଏହାର ନେତୃତ୍ୱ ନେଇଥିଲେ ସଂଗ୍ରାମ ବୀର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ । ନିଜର ଯୋଗ୍ୟତା ବଳରେ ସେ ଖୋର୍ଦ୍ଧା ରାଜାଙ୍କର ସେନାପତି ହୋଇପାରିଥିଲେ । ପାଇକ ସର୍ଦାରମାନଙ୍କର ସମ୍ମିଳିତ ସହଯୋଗରେ ୧୮୧୭ ମସିହାରେ ସେ ପାଇକ ବିଦ୍ରୋହର ନେତୃତ୍ୱ ନେଇଥିଲେ । ଇଂରେଜମାନଙ୍କର କଠୋର ଦମନ ନୀତି ସତ୍ତ୍ୱେ ବକ୍ସିଙ୍କ ବୀରତ୍ୱ ଓ ପାଇକମାନଙ୍କର ମିଳିତ ସଂଘର୍ଷ ଯୋଗୁଁ ବିଦ୍ରୋହ ଦମନ କରିବା ସହଜ ହୋଇନଥିଲା । ଦୀର୍ଘଦିନ ଧରି ସଂଗ୍ରାମ ଚାଲୁ ରଖିବାପରେ ଅନେକ ପାଇକ ସର୍ଦାର ଧରାପଡ଼ି ଦ୍ୱୀପାନ୍ତର ଦଣ୍ଡ ଭୋଗିଥିଲେ । ବହୁଦିନ ଜଙ୍ଗଲରେ ଲୁଚି ସଂର୍ଘଷ କରିବା ପରେ ବକ୍ସି ନିଜେ ଆତ୍ମ ସମର୍ପଣ କରିଥିଲେ ।

ସିପାହୀ ବିଦ୍ରୋହର ପ୍ରାୟ ୪୦ ବର୍ଷ ପୂର୍ବରୁ ୧୮୧୭ ମସିହାରେ ଓଡ଼ିଶାରେ ପାଇକ ବିଦ୍ରୋହ ସଂଗଠିତ ହୋଇଥିଲା ।[୧] ବୀର ଓଡ଼ିଆ ପାଇକମାନେ ସେମାନଙ୍କର ବୀରତ୍ୱର ପରାକାଷ୍ଠା ପ୍ରଦର୍ଶନ କରି ଓଡ଼ିଶା ମାଟିରୁ ଗୋରା ଫିରିଙ୍ଗି ଶାସକମାନଙ୍କୁ ହଟାଇବା ନିମନ୍ତେ ତରବାରୀ ଧରିବା ପାଇଁ ପଶ୍ଚାତପଦ ହୋଇନଥିଲେ । ଯାହାଫଳରେ ଫରିିଙ୍ଗି ଶାସନର ମେରୁଦଣ୍ଡ ଭାଙ୍ଗି ଯାଇଥିଲା । କିନ୍ତୁ ପାଇକମାନେ ନିରାଶ ହୋଇଥିଲେ । କାରଣ ଏହି ବିଦ୍ରୋହର ମୁଖ୍ୟ ଗୋପର କରୁଣାକର ସର୍ଦ୍ଦାରଙ୍କୁ ବନ୍ଦୀ କରାଗଲା, କୁଜଙ୍ଗର ନାରାୟଣ ପରମଗୁରୁକନିକାର ବାମଦେବ ପାଟ୍ଟଯୋଷୀ ଦ୍ୱୀପାନ୍ତର ଦଣ୍ଡ ଭୋଗ କଲେ ଏବଂ ଜୟୀ ରାଜଗୁରୁ ଫାଶି ପାଇଲେ । ବିପ୍ଳବୀ ବକ୍ସି ଜଗବନ୍ଧୁ ବିଶ୍ୱାସଘାତକତାର ଶିକାର ହୋଇ ମୃତ୍ୟୁବରଣ କଲେ । ପରିଶେଷରେ ମୁକୁନ୍ଦ ଦେବ ବନ୍ଦୀ ହେଲେ । ପାଇକ ବିଦ୍ରୋହର ତେଜୀୟାନ ଅଗ୍ନିଶିଖା ଲିଭିଗଲା ।

ଇଂରେଜମାନଙ୍କ ଆଧୁନିକ ଅସ୍ତ୍ରଶସ୍ତ୍ର ପାଖରେ ଓଡ଼ିଆ ପାଇକମାନଙ୍କର ପୁରୂଣାକାଳିଆ ହାତ ହତିଆର ଟେକି ପାରିଲା ନାହିଁ । ବିଦ୍ରୋହ ବିଫଳ ହେଲା । ବକ୍ସି ଧରା ପଡ଼ିଲେ । ୧୮୨୫ରୁ ୧୮୨୯ ଯାଏ ନ‌ଜରବନ୍ଦୀ ଭାବରେ ରହି ଶେଷନିଃଶ୍ୱାସ ତ୍ୟାଗ କଲେ । ସେତେବେଳେ ସେ କଟକରେ ଯେଉଁ ଅଞ୍ଚଳରେ ରହୁଥିଲେ, ଏବେ ତାକୁ ବକ୍‌ସିବଜାର କୁହାଯାଉଛି।

ଇଂରେଜମାନେ ଏଇ ବିଦ୍ରୋହକୁ ପୁରାପୁରି ଦମନ କରିବା ପାଇଁ ୠବର୍ଟ କେର୍ ଆଉ ତାଙ୍କ ପରେ ଉଇଲକିନ୍‌ସନ୍ ସାହେବଙ୍କୁ ଖୋରଧାର ମାଜିଷ୍ଟ୍ରେଟ କରି ପଠାଇଲେ । ୧୮୧୯ରେ ଇଂରେଜ କମ୍ପାନୀ ଘୋଷଣା କଲା ଯେ ଯେଉଁ ପାଇକ, ଦଳବେହେରା, ଦଳେଇ, ସରଦାର, ସରବରାକାରମାନେ ପାଇକ ବିଦ୍ରୋହରେ ନେତା ସାଜିଥିଲେ ସେମାନେ ଆସି ନିଜର ଭୁଲ ମାନିଲେ କ୍ଷମା ଦିଆଯିବ । ନଚେତ୍ ସେମାନଙ୍କୁ କଠୋର ଶାସ୍ତି ଦିଆଯିବ।

ଆଧାର[ସମ୍ପାଦନା]

  1. Kalia, Ravi (1994). Bhubaneswar: From a Temple Town to a Capital City. Southern Illinois University Press. p. 31. ISBN 9780809318766.

ଅଧିକ ତଥ୍ୟ[ସମ୍ପାଦନା]