Jump to content

ଇରମ

ଉଇକିପିଡ଼ିଆ‌ରୁ
ଇରମ
ଇରମ
Hill station
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଭଦ୍ରକ
ଭାଷା
Time zoneUTC+୫.୩୦ (ଆଇ.ଏସ୍.ଟି)

ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ ଇରମର ଏକ ଗୁରୁତ୍ୱପୂର୍ଣ ସ୍ଥାନ ରହିଛି।[] ଏହା ରକ୍ତ ତୀର୍ଥ ଇରମ ଏବଂ ଭାରତର ଦ୍ୱିତୀୟ ଜାଲିଆନାୱାଲାବାଗ ନାମରେ ମଧ୍ୟ ପରିଚିତ ।

ଅବସ୍ଥିତି

[ସମ୍ପାଦନା]

ଇରମ, ଓଡ଼ିଶାର ଭଦ୍ରକ ଜିଲ୍ଲାର ବାସୁଦେବପୁରଠାରୁ ମାତ୍ର ୧୬ କି.ମି. ଦୂରତ୍ୱରେ ଅବସ୍ଥିତ । ସ୍ଥାନଟି ଚାରି ଦିଗରୁ ବଙ୍ଗୋପସାଗର ତଥା କଂସବାଳଗମେଇ ନଦୀଦ୍ୱାରା ଘେରା ହୋଇରହିଛି ।

ସ୍ୱାଧୀନତା ସଂଗ୍ରାମରେ ଅବଦାନ

[ସମ୍ପାଦନା]
ବାଞ୍ଛାନିଧି ମହାନ୍ତିଙ୍କ ପ୍ରତିମୂର୍ତ୍ତୀ

ପ୍ରାକୃତିକ ଗୋପନୀୟତା ଦୃଷ୍ଟିରୁ ଏହି ସ୍ଥାନଟିକୁ ପୁଲିସ ଓ ପ୍ରଶାସନର ପ୍ରବେଶ କଷ୍ଟ ଥିଲା ଏବଂ ଏହି ସ୍ଥାନଟି ସ୍ୱାଧୀନତା ସଂଗ୍ରାମୀମାନଙ୍କର ଚରାଭୂଇଁ ସାଜିଥିଲା । ୧୯୨୦ ମସିହାରୁ ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ ଆଦି ବହୁ ନେତାମାନେ ଏଠାକୁ ଆସି ଲୋକମାନଙ୍କୁ ମହାତ୍ମା ଗାନ୍ଧୀଙ୍କ ବାର୍ତା ଦେଉଥିଲେ ଓ ସ୍ୱାଧୀନତା ସଂଗ୍ରାମକୁ ତ୍ୱରାନ୍ୱୀତ କରାଉଥିଲେ । ଏଠାରେ ସ୍ୱାଧୀନତା-ଭିତ୍ତିକ କାନ୍ୟ ରଚନା କରିଥିବା କବି ବାଞ୍ଛାନିଧି ମହାନ୍ତି ଜନ୍ମଗ୍ରହଣ କରିଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ବ୍ରିଟିସ ଶାସନର ଅବସାନ କରିବା ଦିଗରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଅସହଯୋଗ ଆନ୍ଦୋଳନ ସମୟରେ ତାଙ୍କ ରଚିତ ସଙ୍ଗୀତ କଂଗ୍ରେସ ଭାବ ପ୍ରଚାର କରିବାରେ ବହୁତ ସାହାଯ୍ୟ କରିଥିଲେ ।[]

ବଳିଦାନ ଦିବସ

[ସମ୍ପାଦନା]
ଇରମ ସ‌ହୀଦ ସ୍ମୃତି ସ୍ତମ୍ଭ

ମହାତ୍ମା ଗାନ୍ଧୀଙ୍କର ଭାରତ ଛାଡ଼ ଆନ୍ଦୋଳନକୁ ସମର୍ଥନ ଜଣାଇ ସ୍ୱାଧୀନତା ସଂଗ୍ରାମୀମାନେ ୧୯୪୨ ମସିହାରେ ସେପ୍ଟେମ୍ବର ୨୮ ତାରିଖ ଦିନ ଇରମଠାରେ ଥିବା 'ମେଳା ଆମ୍ବ ଗଛ' ମୂଳେ ଏକାଠି ହୋଇଥିଲେ । ସମ୍ପୁର୍ଣ ଅହିଂସ ଭାବରେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଧାରଣ କରୁଥିଲେ । ଏହି ସମୟରେ ଅଚାନକ ଭାବରେ ବାସୁଦେବପୁର ଥାନାର ଇଂରେଜ ପୁଲିସ ଡି.ଏସ.ପି. କୁଞ୍ଜବିହାରୀ ମହାନ୍ତିଙ୍କ ନେତୃତ୍ୱରେ ସେଠାରେ ପହଞ୍ଚି ସେମାନଙ୍କ ଉପରେ ଅତର୍କିତ ଭାବରେ ଗୁଳିଚାଳନା କରିଥିଲା । ଏହି ଘଟଣାଟି ସନ୍ଧ୍ୟା ସାଢ଼େ ଛଅ ଘଟିକା ସମୟରେ ଘଟିଥିଲା । ଚାରିଦିଗରୁ ଘେରା ହୋଇଥିବାରୁ ଏକତ୍ର ହୋଇଥିବା ଲୋକେ କେଉଁ ଆଡେ ଯାଇପାରିଲେ ନାହିଁ । ଘଟଣାସ୍ଥଳରେ ୨୮ ଜଣ ସ୍ୱାଧୀନତା ସଂଗ୍ରାମୀ ପ୍ରାଣ ହରାଇଥିଲେ ଓ ୫୬ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ଆହତମାନଙ୍କ ମଧ୍ୟରୁ ଜଣେ ପରବର୍ତ୍ତୀ ସମୟରେ ପ୍ରାଣ ହରାଇଥିଲେ । ସମୁଦାୟ ମୃତ୍ୟୁ ସଂଖ୍ୟା ୨୯ ହୋଇଥିଲା । ଇଂରେଜ ପୁଲିସର କାର୍ଯ୍ୟାଳୟ ପାଢ଼ୀ ଆବାସର ଛାତ ଉପରୁ ବ୍ରିଟିଶ ପୁଲିସ ଗୁଳି ଚାଳନା କରିଥିଲା । ସେହି ପାଢ଼ୀ ଆବାସ ଏବେ ମଧ୍ୟ ସେଠାରେ ରହିଛି । [] ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପରି ବେୱା ନାମରେ ଜଣେ ମହିଳା ଥିଲେ ଏବଂ ସେ ଓଡ଼ିଶାର ଏକମାତ୍ର ମହିଳା ସହିଦ ସ୍ୱାଧୀନତା ସଂଗ୍ରାମୀ ।[]

ଶହୀଦମାନଙ୍କ ତାଲିକା

[ସମ୍ପାଦନା]
  • ପରି ବେୱା, ଇରମ, ବାସୁଦେବପୁର
  • ଗୋପାଳ ଚନ୍ଦ୍ର ଦାସ, ପଢୁଆଁ
  • ବିଶ୍ୱନାଥ ଦାସ, ପଢୁଆଁ
  • ବିଜୁଳି ଦାସ, ପଢୁଆଁ
  • ହୃଷିକେଷ ବେହେରା, ପଢୁଆଁ
  • ମଦନ ପଲାଇ, ପଢୁଆଁ
  • ବଲ୍ଲଭ ବେହେରା, ପଢୁଆଁ
  • ମାଘ ମାହାଳିକ, ପଢୁଆଁ
  • ଭୁଆ ମାଝି, ପଢୁଆଁ
  • କାଳୀ ମାଝି, ପଢୁଆଁ-କୁମାରପୁର
  • ରାଧୁ ମାହାଳିକ, ପଢୁଆଁ- ମୂଳଡିହୀ
  • ଧ୍ରୁବ ଚରଣ ଦେ, ପଢୁଆଁ
  • ବାସୁଦେବ ସାହୁ, ପଢୁଆଁ
  • ହରି ବେହେରା, ପଢୁଆଁ
  • ଦିବାକର ପାଣିଗ୍ରାହୀ, ଗୁଡ, କେଶଗଡିଆ
  • କୃଷ୍ଣଚନ୍ଦ୍ର ସ୍ୱାଇଁ, ପଢୁଆଁ-କୁମାରପୁର
  • ଭବନ ରାଉତ, ପଢୁଆଁ- ନନ୍ଦପୁର
  • ନିଧି ମାହାଳିକ, ପଢୁଆଁ
  • ବୃନ୍ଦାବନ ପଣ୍ଡା, ପଢୁଆଁ
  • ଉପ ମଲ୍ଲିକ, ନୂଆ ଗାଁ
  • କୃପାସିନ୍ଧୁ ବେହେରା, ଶଂଖାରୁ
  • ରାମ ମାଝି, ପଢୁଆଁ-କୁମାରପୁର
  • ମଣି ବେହେରା, ପଢୁଆଁ
  • କତି ସାହୁ, ଈଶ୍ୱରପୁର
  • ରତ୍ନାକର ପାଣି, ସୁଦର୍ଶନପୁର
  • ମଣି ପ୍ରଧାନ, ସୁଆଣ-ସୁଦର୍ଶନପୁର
  • ପରି ଦାସ, ସୁଆଣ
  • ଶଙ୍କର ମଲ୍ଲିକ, ଅଧୁଆଁ
  • ଗୋବିନ୍ଦ ରାଉତ, ଆର୍ତୁଗାଁ[]

ସେହି ଶହୀଦମାନଙ୍କ ସ୍ମୃତିପୀଠ ଭାବରେ, ଇରମରେ ଏକ ସ୍ମୃତିସ୍ତମ୍ଭ ତିଆରି କରାଯାଇଛି ଓ ଆଜି ଏହା ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଗଣିତ ହୋଇଛି ।

  1. ୧.୦ ୧.୧ Subas Pani; Harish Chandra Das; Indu Bhusan Kar (1988). Glimpses of history and culture of Balasore. Orissa State Museum. pp. 83, 84. Retrieved 14 August 2012.
  2. Sadananda Choudhury (1 June 1979). Economic history of colonialism: a study of British salt policy in Orissa. Inter-India Publications.
  3. "ରକ୍ତ‌ତୀର୍ଥ ଇରମର ଅକୁହା କାହାଣୀ". ସମାଜ. 18 October 2017. Retrieved 18 October 2017.[permanent dead link]
  4. http://bhadrak.nic.in/eram.htm

ବାହାର ଆଧାର

[ସମ୍ପାଦନା]