ବାଞ୍ଛାନିଧି ମହାନ୍ତି
ଜାତୀୟ କବି ବାଞ୍ଛାନିଧି ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବାଞ୍ଛାନିଧି ମହାନ୍ତି ଅପ୍ରେଲ ୨୦, ୧୮୯୭ ଇରମ, ବାସୁଦେବପୁର, ଭଦ୍ରକ, ଓଡ଼ିଶା |
ମୃତ୍ୟୁ | ୧୯ ଅପ୍ରେଲ ୧୯୩୮ (୪୦ ବର୍ଷ) |
ଜାତୀୟତା | ![]() |
ଆଞ୍ଚଳିକତା | ଓଡ଼ିଆ |
ହିନ୍ଦୁ |
କବି ବାଞ୍ଛାନିଧିଙ୍କର ଜୀବନର ଦୁଇଟି ଲକ୍ଷ୍ୟଥିଲା। ପ୍ରଥମଟି ହେଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଦ୍ୱିତୀୟଟି ହେଲା ସାମ୍ରାଜ୍ୟବାଦୀ ଫିରିଙ୍ଗି ଶାସନର ଅବସାନ। ଅନେକ ଦେଶାତ୍ମବୋଧକ ରଚନାରେ କବିଙ୍କର ଲେଖନୀ ସମୃଦ୍ଧ।
ସେ ଏକାଧାରରେ ଜଣେ ସୁଗାୟକ ଓ ସୁକବି ଥିଲେ। ଅସହଯୋଗ ଆନ୍ଦୋଳନ ସମୟରେ ତାଙ୍କର ସଙ୍ଗୀତ କଂଗ୍ରେସ ଭାବ ପ୍ରଚାର କରିବାରେ ବହୁତ ସାହାଯ୍ୟ କରିଥିଲା। ତାଙ୍କ ରଚିତ ଦୁଃଖିନୀ କନିକା ଗୀତଟି ଜନାଦୃତ।
ବିଷୟସୂଚୀ
ସଂକ୍ଷୀପ୍ତ ଜୀବନ[ସମ୍ପାଦନା]
ବାଲ୍ୟକାଳ[ସମ୍ପାଦନା]
ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ[ସମ୍ପାଦନା]
ସେ ଲବଣ ସତ୍ୟାଗ୍ରହରେ ଯୋଗଦାନ କରି କାରାବରଣ କରିଥିଲେ। [୧].
କତିପୟ ରଚନା[ସମ୍ପାଦନା]
ଗାଅ ସ୍ୱାଧୀନ ଭାରତ, ସ୍ୱାଧୀନ ଭାରତ
ସ୍ୱାଧୀନ ସ୍ୱାଧୀନ ସ୍ୱାଧୀନରେ
ଗାଏ ସାଗର ଭୂଜର ଅମ୍ବର ଚୁମ୍ବିତ
ଭାଲ ହିମାଚଳ ଗିରିବର କମ୍ପିତ
ସ୍ୱାଧୀନ ସ୍ୱାଧୀନ ସ୍ୱାଧୀନରେ
ଧନ୍ୟ ଧନ୍ୟ ତୁହି ତିନି ରଙ୍ଗିଆରେ,
ଧରିଛୁ ଅଙ୍ଗରେ ମୁଖ ସାଙ୍ଗିଆରେ ଚରଖା
ଦରିଦ୍ର-ସେବା ଅବତାର ବକ୍ଷରେ ସେ ଚିହ୍ନ ନମୁଛି ମୁହିଁରେ
୧୯୩୬ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହେଲେ ମଧ୍ୟ ବିହାର, ବଙ୍ଗଳା, ମଧ୍ୟପ୍ରଦେଶ ଓ ମାଡ୍ରାସ ପ୍ରେସିଡେନ୍ସିରୁ ଅନେକ ଅଞ୍ଚଳ ବିଚ୍ଛିନ୍ନ ହୋଇ ରହିଗଲା। ବ୍ୟଥିତ ହୃଦୟରେ ସେ ରଚନା କରିଥିଲେ :
କି ହେବ ମୁଣ୍ଡକଟା ବେଶକୁ ଘେନି
ମୁଣ୍ଡକଟା ଗୋଡ଼କଟା ପଙ୍ଗୁକୁ ଘେନି
ମୋ ଜନନୀ କି ସୁନ୍ଦର ସିଂହଭୂମି ତା’ର ଶିର
ମେଦିନିପୁର ମଂଜୁଷା ପୟର ବେନି
ଟିକାଲି ତା ଅଙ୍ଗଟେକା ସମ୍ବର ଚାରୁ ଛିଟିକା
ଫୁଲଝର ଫୁଲଝରା ସୁଷମା ବେଣୀ
୧୯୨୮ର କଲିକତା କଂଗ୍ରେସ ଅଧିବେଶନରେ ଯୋଗଦେଇ ସେ ଗାଇଥିଲେ:
କହ କହ କେଉଁ ଜାତି ପାଇଛି ମୁକତି
କରି ହୁରି ହାରି ଗୁହାରି
କହ ପାଇଛି କେ ସୁଖ ଲିଭାଇଛି
ଦୁଃଖ ମାଗି ମାଗି ପଥ ଭିକାରୀ
ଖଟିଖିଆ ସାଧାରଣ ଜନତାଙ୍କର ଦୁରବସ୍ଥାକୁ ଦେଖି ସେ ଗାଇଥିଲେ:
କି ହେବ ଏ ସ୍ୱରାଜ୍ୟ ଘେନି ଯେବେ ମୋର ନ ପୂରେ ପେଟ
ଖଟି ଖଟି ମଲେଣି ମୂଲିଆ ଚାଷ ଜମି ଦାନା କନା ନିଅଣ୍ଟ
ଅଧମାଣ ଜମି ଜଣକା, କୋରଖରେ ସେ ପୁଣି ବିକା
ଗାଁରେ ସଭିଏଁ କରଜ କରନ୍ତି, ଜଣେ ଦୁଇ ଜଣ ବମ୍ବେଇ ସେଠ
ଆଧାର[ସମ୍ପାଦନା]
ବାହାର ଆଧାର[ସମ୍ପାଦନା]
ଉତ୍କଳ ପ୍ରସଂଗ, ଅଗଷ୍ଟ ୨୦୦୭