ପରୀ ବେୱା

ଉଇକିପିଡ଼ିଆ‌ରୁ
(ପରି ବେୱାରୁ ଲେଉଟି ଆସିଛି)
ପରୀ ବେୱା
Born
ପରୀ ବେୱା

Died୨୮ ସେପ୍ଟେମ୍ବର ୧୯୪୨
ଇରମ
Nationalityଭାରତୀୟ
Known forଭାରତ ଛାଡ଼ ଆନ୍ଦୋଳନରେ ସହିଦ ହୋଇଥିବା ସଂଗ୍ରାମୀ

ପରୀ ବେୱା ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଇରମରେ ଜନ୍ମିତ[୧] ସ୍ୱାଧୀନତା ସଂଗ୍ରାମରେ ସହିଦ ହୋଇଥିବା ଓଡ଼ିଆ ସଂଗ୍ରାମୀମାନଙ୍କ ଭିତରୁ ସେ ଏକମାତ୍ର ମହିଳା ସଂଗ୍ରାମୀ ।

ସେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନରେ ଭାଗନେଇ[୨] "ମେଳା ଆମ୍ବ ଗଛ" ମୂଳରେ ହେଉଥିବା ସଭାରେ ପୁଲିସ ଗୁଳିରେ ବାଲେଶ୍ୱରର (ଏବେର ଭଦ୍ରକ) ଇରମରଠାରେ ବାକି ୨୮ ଜଣଙ୍କ ସମେତ ନିହତ ହୋଇଥିଲେ ।[୩][୪][୫][୬]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ବେୱା ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଓ ଏବେର ଭଦ୍ରକସ୍ଥିତ ଇରମଠାରେ ଜନ୍ମଗ୍ରହଣ କରିଥିଲେ ।[୭] ସେ କୌଣସି ବିଧିବଦ୍ଧ ଶିକ୍ଷାଲାଭ କରିନଥିଲେ ।[୮] ସେ ନାରାୟଣ ସାହୁଙ୍କୁ ବିବାହ କରିଥିଲେ ।[୯]

ଭାରତଛାଡ଼ ଆନ୍ଦୋଳନ[ସମ୍ପାଦନା]

ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନକୁ ସମର୍ଥନ ଜଣାଇ ଅନେକ ସଂଗ୍ରାମୀ ୧୯୪୨ ମସିହାରେ ସେପ୍ଟେମ୍ବର ୨୮ ତାରିଖ ଦିନ ଇରମଠାରେ ଥିବା "ମେଳା ଆମ୍ବ ଗଛ" ମୂଳେ ଏକାଠି ହୋଇଥିଲେ । ସେମାନେ ଏଠାରେ ସମ୍ପୁର୍ଣ୍ଣ ଅହିଂସ ଭାବରେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରୁଥିଲେ । ଏହି ସଂଗ୍ରାମୀମାନେ ପୁଲିସକୁ ତାର କାମ କରାଇ ଦେଉନଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଇଂରେଜ ପୁଲିସ ବାସୁଦେବପୁର ଥାନାର ଇଂରେଜ ପୁଲିସ ଡି.ଏସ.ପି. କୁଞ୍ଜବିହାରୀ ମହାନ୍ତିଙ୍କ ନେତୃତ୍ୱରେ ହଠାତ ସେଠାରେ ପହଞ୍ଚି ସନ୍ଧ୍ୟା ସାଢ଼େ ଛଅ ଘଟିକା ସମୟରେ ସେମାନଙ୍କ ଉପରେ ଅତର୍କିତ ଭାବରେ ଗୁଳିଚାଳନା କରିଥିଲା । ଚାରିଦିଗରୁ ଘେରା ହୋଇଥିବାରୁ ଏକାଠି ହୋଇଥିବା ଲୋକେ କେଉଁ ଆଡେ ଯାଇପାରିଲେ ନାହିଁ । ଘଟଣାସ୍ଥଳରେ ବେୱାଙ୍କ[୨] ସମେତ ୨୮ ଜଣ ସ୍ୱାଧୀନତା ସଂଗ୍ରାମୀ ପ୍ରାଣ ହରାଇଥିଲେ[୩] ଓ ୫୬ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ଇଂରେଜ ପୁଲିସର କାର୍ଯ୍ୟାଳୟ "ପାଢ଼ୀ ଆବାସ"ର ଛାତ ଉପରୁ ପୁଲିସ ଗୁଳି ଚାଳନା କରିଥିବା ସେହି କୋଠାଟି ଏବେ ମଧ୍ୟ ସେଠାରେ ରହିଛି ।

ଆଧାର[ସମ୍ପାଦନା]

  1. Orissa Review. Home Department, Government of Orissa. August 1998.
  2. ୨.୦ ୨.୧ Mahatma Gandhi (1964). The Role of Women. Bharatiya Vidya Bhavan.
  3. ୩.୦ ୩.୧ Anup Taneja (2005). Gandhi, Women, and the National Movement, 1920-47. Har-Anand Publications. pp. 203–. ISBN 978-81-241-1076-8.
  4. Sasmita Tripathy Sarangi (1998). Role of Women in the History of Modern Orissa, 1900-1947. Jagannath Ratha Publishers & Book-sellers.
  5. Jagannātha Paṭṭanāẏaka; Amiya Kumar Pattanayak (1 January 2008). History with a difference: reflections on the works of Jagannath Patnaik. Indian Publishers' Distributors. ISBN 978-81-7341-451-0.
  6. Reflections on the National Movement in Orissa. Orissa State Archives. 1997.
  7. Bijay Chandra Rath (1994). Quit India movement in Orissa. Arya Prakashan. ISBN 978-81-7412-032-8.
  8. Snehalata Panda (1992). Women and Social Change in India. Ashish Publishing House. ISBN 978-81-7024-423-3.
  9. ପଟ୍ଟନାୟକ, ଡକ୍ଟର ଜଗନ୍ନାଥ. ରକ୍ତ‌ତୀର୍ଥ ଇରମ. ନାଲନ୍ଦା. Retrieved 13 August 2018.