Jump to content

ଗମେଇ ନଦୀ

ଉଇକିପିଡ଼ିଆ‌ରୁ
ଗମେଇ ନଦୀ (ଗଭେଇନାଳ)
River
ଗମେଇ ନ‌ଦୀ
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲା ଭଦ୍ରକ
Landmark ଚୂଡ଼ାମଣି
Source
 - coordinates 21°09′39″N 86°47′23″E / 21.160721°N 86.789818°E / 21.160721; 86.789818
Mouth ବଙ୍ଗୋପସାଗର

ଗମେଇ ନଦୀ, ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଥିବା ଏକ ନ‌ଦୀ । ଏହି ନ‌ଦୀଟି ବାସୁଦେବପୁର ବ୍ଲକର ଇରମକୁ ଲାଗି ରହିଛି । ଏହି ନ‌ଦୀ ଦେଇ ଚୂଡ଼ାମଣି ତ‌ଥା ଆଖପାଖ ଅଞ୍ଚଳରୁ ମାଛ ଧରିବାକୁ ଡଙ୍ଗା ସାହାଯ୍ୟରେ ସମୁଦ୍ର ମଧ୍ୟକୁ ଯାଇଥାନ୍ତି ।[] ଏହି ନ‌ଦୀଟି ଗଭେଇନାଳ ବା ଶାଶୁ-ବୋହୁ ନଦୀ ଭାବରେ ମଧ୍ୟ ଜଣା ।[] ଇରମକୁ ଯିବାକୁ ହେଲେ ଏହି ନ‌ଦୀ ପାର ହୋଇ ଯିବାକୁ ପଡ଼େ ।[]

ଅବସ୍ଥିତି ଏବଂ ବ୍ୟବ‌ହାର

[ସମ୍ପାଦନା]
ଚୂଡ଼ାମଣି ଘାଟରେ ସମୁଦ୍ରକୁ ମାଛ ଧରିବାକୁ ଯିବାକୁ ଥିବା ମଟରଚାଳିତ ଡଙ୍ଗା

ଏହି ନ‌ଦୀଟି ବାସୁଦେବପୁରରୁ ଇରମ ଯିବାବେଳେ ଚୂଡ଼ାମଣିଠାରେ ରହିଛି । ଭଦ୍ରକ ଜିଲ୍ଲାଠାରୁ ପାଖାପାଖି ୪୫ କିଲୋମିଟର ଦୂରରେ ଏହି ନ‌ଦୀଟି ଅବସ୍ଥିତ ।[] ନ‌ଦୀଟି ଗ‌ହିରିଆ ଏବଂ ଓସାରିଆ ମଧ୍ୟ ହୋଇଛି । ଫଳରେ ବର୍ଷାଦିନରେ ଏହାର ଆକାର ବଡ଼ ହୋଇଯାଏ । ପ୍ରାୟ ବର୍ଷସାରା ଏହି ନ‌ଦୀଟିରେ ପାଣି ରହୁଥିବାରୁ, ଏହାକୁ ସମୁଦ୍ରକୁ (ବଙ୍ଗୋପସାଗର) ସଂଯୋଗ ପାଇଁ ବ୍ୟବ‌ହାର କରାଯାଏ । ଚୂଡ଼ାମଣି ଘାଟରୁ ମାଛ ଧରିବାକୁ ଯାଉଥିବା ଧୀବରମାନେ ମୁଖ୍ୟତଃ ମଟର ଚାଳିତ ଡଙ୍ଗା ବା ଟ୍ରଲର ସାହାଯ୍ୟରେ ସମୁଦ୍ର ମଧ୍ୟକୁ ଯାଇଥାନ୍ତି । ସମୁଦ୍ର ଚୂଡ଼ାମଣିର ଗମେଇ ସେତୁଠାରୁ ପ୍ରାୟ ୪ରୁ ୫ କିଲୋମିଟର ଦୂରରେ ଅବସ୍ଥିତ । ଏହି ନ‌ଦୀର ଦୁଇ ପାଖରେ ଘେରି କରି ଲୋକମାନେ ଚିଙ୍ଗୁଡ଼ି ଚାଷ କରନ୍ତି ।[] ଚୂଡ଼ାମଣିଠାରେ ନିର୍ମିତ ଏହି ଗମେଇ ସେତୁକୁ ମଧ୍ୟ ଶାଶୂ-ବୋହୁ ଘାଟ ବୋଲି କୁହାଯାଏ ।[] ଏହା ପାଖରେ ଶାଶୁ-ବୋହୂ ମନ୍ଦିର ମଧ୍ୟ ରହିଛି ।[] ୧୯୫୫ ମସିହାରେ ଶ୍ରୀଯୁକ୍ତ ଡାଭେ କଲେକ୍ଟର ଥିବାବେଳେ ଏହି ନ‌ଦୀ ଉପରେ ଇରମ ଦେଇ କାଂଶବାଂଶ ନ‌ଦୀର ବାଲିଛନ୍ଦା ଘାଟଯାଏଁ ଏକ ରାସ୍ତାଟିଏ ନିର୍ମାଣ କରିଥିଲେ । ଏହି ରାସ୍ତାଟି ତାଙ୍କର ନାମ ଅନୁସାରେ ଡାଭେ ରୋଡ୍ ଭାବରେ ନାମିତ କରାଯାଇଥିଲା ।[]

ଇତିହାସ

[ସମ୍ପାଦନା]

୧୯୪୨ ମସିହାରେ ଯେତେବେଳେ ଅଗଷ୍ଟ ବିପ୍ଳବ ଚାଲିଥିଲା, ସେତେବେଳେ ଇରମଠାରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର କାର୍ଯ୍ୟ ବଢ଼ିଚାଲିଥିଲା ଏବଂ ବିଭିନ୍ନ ସରକାରୀ ଅଫିସ ତ‌ଥା ଜମିଦାରଙ୍କ ଘରୁ ଲୁଟ୍ ହେଉଥିଲା । ତେଣୁ ଜଣେ ଜମିଦାରକଙ୍କ ଅଭିଯୋଗକ୍ରମେ ସେପ୍ଟେମ୍ବର ୨୮ ଦିନ ପୋଲିସ ହତିଆର ଧରି ଆକ୍ରମଣ କରିବାକୁ ଗମେଇ ନ‌ଦୀ କୂଳରେ ପ‌ହ‌ଞ୍ଚିଥିଲା ।[]

ସେତେବେଳେ ବର୍ଷାଦିନ ଥିବାରୁ ନ‌ଦୀ ପାର ହେବାକୁ ଡଙ୍ଗା ପଡ଼ିଥିଲା ଏବଂ ସେଠାରେ ଜଗିଥିବା ନାଉରିଆକୁ ହତ୍ୟା ଧମକ ଦେଇ ବ୍ରିଟିଶ ପୋଲିସ ଇରମଠାରେ ପ‌ହଞ୍ଚିଥିଲେ । ସେହି ସମୟରେ ସେଠାରେ ହଜାର ହଜାର ଲୋକଙ୍କର ମେଳି ଲାଗିଥିଲା । ପୋଲିଶର ଦମନଲୀଳାକୁ ପ୍ରତ୍ୟାଖାନ କରିବାରୁ ସେଦିନ ପୋଲିସର ଗୁଳିରେ ସେହି ସ୍ଥାନରେ ୨୮ ଜଣଙ୍କର ମୃତ୍ୟ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଆଉ ଜଣ ମୃତ୍ୟ ବରଣ କରିଥିଲେ ।[]

  1. "Bhadrak: Villagers of Chudamani Nandapur in Bhadrak district were terrified when some locals netted a crocodile while fishing in a village river today. | OTV". ଓ ଟିଭି. 30 May 2017. Retrieved 5 August 2018.
  2. 1 2 ମହାନ୍ତି, ଡକ୍ଟର ଜଗନ୍ନାଥ. ଆମରି ମାଟିର ଅମର ଶହୀଦ. କଟକ ପବଲିଶିଂ ହାଉସ୍.
  3. 1 2 3 4 ପଟ୍ଟନାୟକ, ଡକ୍ଟର ଜଗନ୍ନାଥ. ରକ୍ତ‌ତୀର୍ଥ ଇରମ. ନାଲନ୍ଦା. Retrieved 13 August 2018.
  4. Paṭṭanāẏaka, Jagannātha; Pattanayak, Amiya Kumar (2008). History with a difference: reflections on the works of Jagannath Patnaik (in ଇଂରାଜୀ). Indian Publishers' Distributors. ISBN 9788173414510.
  5. "Illegal prawn gherries hold paddy farming - Orissa POST". www.orissapost.com. Retrieved 5 August 2018.
  6. ଆଚାର୍ଯ୍ୟ, ପ୍ରୀତିଶ. ଓଡ଼ିଶା ଇତିହାସ. ଆମ ଓଡ଼ିଶା.

ବାହାର ଆଧାର

[ସମ୍ପାଦନା]