ଗମେଇ ନଦୀ

ଉଇକିପିଡ଼ିଆ ରୁ
Jump to navigation Jump to search
ଗମେଇ ନଦୀ (ଗଭେଇନାଳ)
River
ଗମେଇ ନ‌ଦୀ
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲା ଭଦ୍ରକ
Landmark ଚୂଡ଼ାମଣି
Source
 - coordinates 21°09′39″N 86°47′23″E / 21.160721°N 86.789818°E / 21.160721; 86.789818
Mouth ବଙ୍ଗୋପସାଗର

ଗମେଇ ନଦୀ, ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଥିବା ଏକ ନ‌ଦୀ । ଏହି ନ‌ଦୀଟି ବାସୁଦେବପୁର ବ୍ଲକର ଇରମକୁ ଲାଗି ରହିଛି । ଏହି ନ‌ଦୀ ଦେଇ ଚୂଡ଼ାମଣି ତ‌ଥା ଆଖପାଖ ଅଞ୍ଚଳରୁ ମାଛ ଧରିବାକୁ ଡଙ୍ଗା ସାହାଯ୍ୟରେ ସମୁଦ୍ର ମଧ୍ୟକୁ ଯାଇଥାନ୍ତି ।[୧] ଏହି ନ‌ଦୀଟି ଗଭେଇନାଳ ବା ଶାଶୁ-ବୋହୁ ନଦୀ ଭାବରେ ମଧ୍ୟ ଜଣା ।[୨] ଇରମକୁ ଯିବାକୁ ହେଲେ ଏହି ନ‌ଦୀ ପାର ହୋଇ ଯିବାକୁ ପଡ଼େ ।[୩]

ଅବସ୍ଥିତି ଏବଂ ବ୍ୟବ‌ହାର[ସମ୍ପାଦନା]

ଚୂଡ଼ାମଣି ଘାଟରେ ସମୁଦ୍ରକୁ ମାଛ ଧରିବାକୁ ଯିବାକୁ ଥିବା ମଟରଚାଳିତ ଡଙ୍ଗା

ଏହି ନ‌ଦୀଟି ବାସୁଦେବପୁରରୁ ଇରମ ଯିବାବେଳେ ଚୂଡ଼ାମଣିଠାରେ ରହିଛି । ଭଦ୍ରକ ଜିଲ୍ଲାଠାରୁ ପାଖାପାଖି ୪୫ କିଲୋମିଟର ଦୂରରେ ଏହି ନ‌ଦୀଟି ଅବସ୍ଥିତ ।[୪] ନ‌ଦୀଟି ଗ‌ହିରିଆ ଏବଂ ଓସାରିଆ ମଧ୍ୟ ହୋଇଛି । ଫଳରେ ବର୍ଷାଦିନରେ ଏହାର ଆକାର ବଡ଼ ହୋଇଯାଏ । ପ୍ରାୟ ବର୍ଷସାରା ଏହି ନ‌ଦୀଟିରେ ପାଣି ରହୁଥିବାରୁ, ଏହାକୁ ସମୁଦ୍ରକୁ (ବଙ୍ଗୋପସାଗର) ସଂଯୋଗ ପାଇଁ ବ୍ୟବ‌ହାର କରାଯାଏ । ଚୂଡ଼ାମଣି ଘାଟରୁ ମାଛ ଧରିବାକୁ ଯାଉଥିବା ଧୀବରମାନେ ମୁଖ୍ୟତଃ ମଟର ଚାଳିତ ଡଙ୍ଗା ବା ଟ୍ରଲର ସାହାଯ୍ୟରେ ସମୁଦ୍ର ମଧ୍ୟକୁ ଯାଇଥାନ୍ତି । ସମୁଦ୍ର ଚୂଡ଼ାମଣିର ଗମେଇ ସେତୁ ଠାରୁ ପ୍ରାୟ ୪ରୁ ୫ କିଲୋମିଟର ଦୂରରେ ଅବସ୍ଥିତ । ଏହି ନ‌ଦୀର ଦୁଇ ପାଖରେ ଘେରି କରି ଲୋକମାନେ ଚିଙ୍ଗୁଡ଼ି ଚାଷ କରନ୍ତି ।[୫] ଚୂଡ଼ାମଣିଠାରେ ନିର୍ମିତ ଏହି ଗମେଇ ସେତୁକୁ ମଧ୍ୟ ଶାଶୂ-ବୋହୁ ଘାଟ ବୋଲି କୁହାଯାଏ ।[୩] ଏହା ପାଖରେ ଶାଶୁ-ବୋହୂ ମନ୍ଦିର ମଧ୍ୟ ରହିଛି ।[୩] ୧୯୫୫ ମସିହାରେ ଶ୍ରୀଯୁକ୍ତ ଡାଭେ କଲେକ୍ଟର ଥିବାବେଳେ ଏହି ନ‌ଦୀ ଉପରେ ଇରମ ଦେଇ କାଂଶବାଂଶ ନ‌ଦୀର ବାଲିଛନ୍ଦା ଘାଟଯାଏଁ ଏକ ରାସ୍ତାଟିଏ ନିର୍ମାଣ କରିଥିଲେ । ଏହି ରାସ୍ତାଟି ତାଙ୍କର ନାମ ଅନୁସାରେ ଡାଭେ ରୋଡ୍ ଭାବରେ ନାମିତ କରାଯାଇଥିଲା ।[୩]

ଇତିହାସ[ସମ୍ପାଦନା]

୧୯୪୨ ମସିହାରେ ଯେତେବେଳେ ଅଗଷ୍ଟ ବିପ୍ଳବ ଚାଲିଥିଲା, ସେତେବେଳେ ଇରମଠାରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର କାର୍ଯ୍ୟ ବଢ଼ିଚାଲିଥିଲା ଏବଂ ବିଭିନ୍ନ ସରକାରୀ ଅଫିସ ତ‌ଥା ଜମିଦାରଙ୍କ ଘରୁ ଲୁଟ୍ ହେଉଥିଲା । ତେଣୁ ଜଣେ ଜମିଦାରକଙ୍କ ଅଭିଯୋଗକ୍ରମେ ସେପ୍ଟେମ୍ବର ୨୮ ଦିନ ପୋଲିସ ହତିଆର ଧରି ଆକ୍ରମଣ କରିବାକୁ ଗମେଇ ନ‌ଦୀ କୂଳରେ ପ‌ହ‌ଞ୍ଚିଥିଲା ।[୬]

ସେତେବେଳେ ବର୍ଷାଦିନ ଥିବାରୁ ନ‌ଦୀ ପାର ହେବାକୁ ଡଙ୍ଗା ପଡ଼ିଥିଲା ଏବଂ ସେଠାରେ ଜଗିଥିବା ନାଉରିଆକୁ ହତ୍ୟା ଧମକ ଦେଇ ବ୍ରିଟିଶ ପୋଲିସ ଇରମଠାରେ ପ‌ହଞ୍ଚିଥିଲେ । ସେହି ସମୟରେ ସେଠାରେ ହଜାର ହଜାର ଲୋକଙ୍କର ମେଳି ଲାଗିଥିଲା । ପୋଲିଶର ଦମନଲୀଳାକୁ ପ୍ରତ୍ୟାଖାନ କରିବାରୁ ସେଦିନ ପୋଲିସର ଗୁଳିରେ ସେହି ସ୍ଥାନରେ ୨୮ ଜଣଙ୍କର ମୃତ୍ୟ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଆଉ ଜଣ ମୃତ୍ୟ ବରଣ କରିଥିଲେ ।[୨]

ଆଧାର[ସମ୍ପାଦନା]

  1. "Bhadrak: Villagers of Chudamani Nandapur in Bhadrak district were terrified when some locals netted a crocodile while fishing in a village river today. | OTV". ଓ ଟିଭି. 30 May 2017. Retrieved 5 August 2018.
  2. ୨.୦ ୨.୧ ମହାନ୍ତି, ଡକ୍ଟର ଜଗନ୍ନାଥ. ଆମରି ମାଟିର ଅମର ଶହୀଦ. କଟକ ପବଲିଶିଂ ହାଉସ୍.
  3. ୩.୦ ୩.୧ ୩.୨ ୩.୩ ପଟ୍ଟନାୟକ, ଡକ୍ଟର ଜଗନ୍ନାଥ. ରକ୍ତ‌ତୀର୍ଥ ଇରମ. ନାଲନ୍ଦା. Retrieved 13 August 2018.
  4. Paṭṭanāẏaka, Jagannātha; Pattanayak, Amiya Kumar (2008). History with a difference: reflections on the works of Jagannath Patnaik (in ଇଂରାଜୀ). Indian Publishers' Distributors. ISBN 9788173414510.
  5. "Illegal prawn gherries hold paddy farming - Orissa POST". www.orissapost.com. Retrieved 5 August 2018.
  6. ଆଚାର୍ଯ୍ୟ, ପ୍ରୀତିଶ. ଓଡ଼ିଶା ଇତିହାସ. ଆମ ଓଡ଼ିଶା.

ବାହାର ଆଧାର[ସମ୍ପାଦନା]