କିଶୋର କୁମାର ମହାନ୍ତି

ଉଇକିପିଡ଼ିଆ‌ରୁ
କିଶୋର କୁମାର ମହାନ୍ତି
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ୩୦ ଡିସେମ୍ବର ୨୦୨୧
ପୂର୍ବ ଅଧିକାରୀରାଧାରାଣୀ ପଣ୍ଡା
ପର ଅଧିକାରୀଅଳକା ମହାନ୍ତି
ନିର୍ବାଚନ ମଣ୍ଡଳୀବ୍ରଜରାଜନଗର
ବିଧାୟକ: ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୯
ପୂର୍ବ ଅଧିକାରୀବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେ
ପର ଅଧିକାରୀନବ କିଶୋର ଦାସ
ନିର୍ବାଚନ ମଣ୍ଡଳୀଝାରସୁଗୁଡ଼ା
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେ
ପର ଅଧିକାରୀବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେ
ନିର୍ବାଚନ ମଣ୍ଡଳୀଝାରସୁଗୁଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1958-12-04)୪ ଡିସେମ୍ବର ୧୯୫୮
ମୃତ୍ୟୁ୩୦ ଡିସେମ୍ବର ୨୦୨୧(2021-12-30) (ବୟସ ୬୩)
ଝାରସୁଗୁଡ଼ା
ମୃତ୍ୟୁର କାରଣହୃଦ୍‌ଘାତ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀଅଳକା ମହାନ୍ତି
ସନ୍ତାନପୁରୁଷୋତ୍ତମ ମହାନ୍ତି
ପ୍ରିୟମ୍ବଦା ମହାନ୍ତି
ବାପା/ବୋଉଗୋଲକ ଚନ୍ଦ୍ର ମହାନ୍ତି (ବାପା)
ବୃତ୍ତିରାଜନୀତିଜ୍ଞ

କିଶୋର କୁମାର ମହାନ୍ତି (୪ ଡିସେମ୍ବର ୧୯୫୮ - ୩୦ ଡିସେମ୍ବର ୨୦୨୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର ଏବଂ ବଚସ୍ପତି ଭାବରେ ୧ ବର୍ଷ କାର୍ଯ୍ୟ କରିଥିଲେ । ୧୯୯୦, ୨୦୦୦, ୨୦୦୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଝାରସୁଗୁଡ଼ାବ୍ରଜରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୨ଶ, ୧୩ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

କିଶୋର କୁମାର ମହାନ୍ତି ୧୯୫୮ ମସିହାର ଡିସେମ୍ବର ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋଲକ ଚନ୍ଦ୍ର ମହାନ୍ତି ।[୧] ତାଙ୍କ ପତ୍ନୀ ଅଳକା ମହାନ୍ତି ତାଙ୍କ ମୃତ୍ୟୁ ପରେ ରାଜନୀତିରେ ଯୋଗ ଦେଇଥିଲେ ଏବଂ ବିଧାୟିକା ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

କିଶୋର କୁମାର ମହାନ୍ତି ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ଦଳରେ ଏବଂ ପରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରି ଥର କାର୍ଯ୍ୟ କରିଥିଲେ । ୨୦୦୪ ମସିହାରୁ୨୦୦୮ ପର୍ଯ୍ୟନ୍ତ ସେ ଶାସକ ଦଳର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ ଏବଂ ୨୦୦୮ ମସିହାରୁ ୨୦୦୯ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ଓ ଲୋକ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ଝାରସୁଗୁଡ଼ା ଜନତା ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ଝାରସୁଗୁଡ଼ା ବିଜୁ ଜନତା ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ଝାରସୁଗୁଡ଼ା ବିଜୁ ଜନତା ଦଳ
୨୦୧୯ ୩୦ ଡିସେମ୍ବର ୨୦୨୧ ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ବ୍ରଜରାଜନଗର ବିଜୁ ଜନତା ଦଳ

ମୃତ୍ୟୁ[ସମ୍ପାଦନା]

କିଶୋର କୁମାର ମହାନ୍ତି ୨୦୨୧ ମସିହାର ଡିସେମ୍ବର ୩୦ ତାରିଖରେ ଝାରସୁଗୁଡ଼ା ଏକ ଘରୋଇ ଡାକ୍ତରଖାନାରେ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିଲେ ।[୩] ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Kishore Kumar Mohanty". odishaassembly.nic.in. Odisha Assembly. Retrieved 6 August 2021.
  2. "Odisha: BJD candidate Alaka Mohanty records landslide victory in Brajrajnagar bypoll". India Today (in ଇଂରାଜୀ). Retrieved 2023-08-26.
  3. "ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ: ଶୋକ ପ୍ରକାଶ କଲେ ଓଡ଼ିଶା-ଆନ୍ଧ୍ର ରାଜ୍ୟପାଳ ଓ ବିଭିନ୍ନ ଦଳର ନେତା | Sambad". ସମ୍ବାଦ. ଝାରସୁଗୁଡ଼ା: sambad.in. 30 December 2021. Archived from the original on 30 December 2021. Retrieved 30 December 2021.
  4. "ପରଲୋକରେ ବ୍ରଜରାଜନଗର ବିଜେଡି ବିଧାୟକ କିଶୋର ମହାନ୍ତି". Prameyanews7. ଝାରସୁଗୁଡ଼ା. 30 December 2021. Archived from the original on 30 December 2021. Retrieved 30 December 2021.

ବାହାର ଆଧାର[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Kishore Kumar Mohanty-ସମ୍ପର୍କିତ ମିଡ଼ିଆ