Jump to content

ଅଳକା ମହାନ୍ତି

ଉଇକିପିଡ଼ିଆ‌ରୁ
ଅଳକା ମହାନ୍ତି
ବିଧାୟିକା: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୩ ଜୁନ ୨୦୨୨ – ଏବେଯାଏଁ
ପୂର୍ବ ଅଧିକାରୀକିଶୋର କୁମାର ମହାନ୍ତି
ନିର୍ବାଚନ ମଣ୍ଡଳୀବ୍ରଜରାଜନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1967-05-05) ୫ ମଇ ୧୯୬୭ (ବୟସ ୫୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀକିଶୋର କୁମାର ମହାନ୍ତି
ବାପା/ବୋଉନବୀନ ଚନ୍ଦ୍ର ପଟ୍ଟନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ଅଳକା ମହାନ୍ତି (ଜନ୍ମ: ୫ ମଇ ୧୯୬୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୨ ମସିହାରେ ବ୍ରଜରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ଅଳକା ୧୯୬୭ ମସିହାର ମଇ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନବୀନ ଚନ୍ଦ୍ର ପଟ୍ଟନାୟକ ।[୩] ତାଙ୍କ ପତି କିଶୋର କୁମାର ମହାନ୍ତି ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ ଏବଂ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୪]

ରାଜନୈତିକ ଜୀବନ

[ସମ୍ପାଦନା]

ଅଳକା ବିଜୁ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ସେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ[୫] ୨୦୨୨ ମସିହାରେ ବ୍ରଜରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ବିଜେଡିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୬][୭][୮] ଏହି ନିର୍ବାଚନରେ ସେ ସମୁଦାୟ ୯୩,୯୫୩ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୬୬,୧୨୨ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୯][୧୦]

  1. ↑ Dharitri; Bhadra, Tejashree (13 June 2022). "ଆଜି ବିଧାୟିକା ଭାବେ ଶପଥ ନେବେ ଅଳକା ମହାନ୍ତି - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Archived from the original on 26 August 2023. Retrieved 26 August 2023.
  2. ↑ Das, Haraprasad (2022-06-03). "BJD candidate Alaka Mohanty wins Brajarajnagar bypoll by a huge margin". Pragativadi (in ଆମେରିକୀୟ ଇଂରାଜୀ). Retrieved 2023-08-26.
  3. ↑ "Smt. Alaka Mohanty". odishaassembly.nic.in. Odisha Assembly. Retrieved 26 August 2023.
  4. ↑ "Odisha: BJD candidate Alaka Mohanty records landslide victory in Brajrajnagar bypoll". India Today (in ଇଂରାଜୀ). Retrieved 2023-08-26.
  5. ↑ "Brajrajnagar Assembly bypoll: BJD's Alaka Mohanty takes early lead over BJP, Congress candidates". The Indian Express (in ଇଂରାଜୀ). 2022-06-03. Retrieved 2023-08-26.
  6. ↑ "BJD Candidate Alaka Mohanty Takes Early Lead In Brajrajnagar Assembly By-Poll". Outlook (in English). 3 June 2022. Retrieved 26 August 2023.{{cite news}}: CS1 maint: unrecognized language (link)
  7. ↑ "ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ". ସମାଜ. ଭୁବନେଶ୍ୱର. 9 May 2022. Archived from the original on 26 August 2023. Retrieved 26 August 2023.
  8. ↑ Sharma, Vikash. "BJD fields Alaka Mohanty as its candidate for Brajrajnagar bypoll". BJD fields Alaka Mohanty as its candidate for Brajrajnagar bypoll (in ଇଂରାଜୀ). Retrieved 2023-08-26.
  9. ↑ "ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ରଜରାଜନଗର ବିଧାୟିକା ଅଳକା". Argus News (in ଇଂରାଜୀ). 5 June 2022. Archived from the original on 26 August 2023. Retrieved 26 August 2023.
  10. ↑ "Brajarajnagar bypoll result: BJD's Alaka Mohanty defeats Kishore Patel of Congress by 65,000 votes". The Times of India. 2022-06-03. ISSN 0971-8257. Retrieved 2023-08-26.