ହୋଲି
ହୋଲି | |
---|---|
ପାଳନକାରୀ | ହିନ୍ଦୁ ଧର୍ମାମ୍ବଲମ୍ବୀ |
ପ୍ରକାର | ଧାର୍ମିକ, |
ତାରିଖ | ଫାଲଗୁନ ପୂର୍ଣ୍ଣିମା |
୨୦୨୩ ତାରିଖ | ୦୮ ମାର୍ଚ୍ଚ (ବୁଧବାର) |
୨୦୨୪ ତାରିଖ | ୨୬ ମାର୍ଚ୍ଚ (ମଙ୍ଗଳବାର) |
ହୋଲି (ଆହୁରି ମଧ୍ୟ: ଦୋଳ ପୁନେଇଁ, ଦୋଳଯାତ) ଏକ ହିନ୍ଦୁ ପର୍ବ ଯାହା ବସନ୍ତ ଋତୁରେ ଫଗୁଣ (ଫାଲଗୁନ) ମାସରେ ପୂର୍ଣ୍ଣମୀ ତିଥିରେ ପାଳନ କରାଯାଇଥାଏ ।
ପୌରାଣିକ ଭିତ୍ତିଭୂମି
[ସମ୍ପାଦନା]ଦୋଳଯାତ (ବା ଦୋଳଯାତ୍ରା) ଶ୍ରୀକୃଷ୍ଣଙ୍କ ଗୋପଲୀଳାର ନିଦର୍ଶନ । ଏଥିରେ ରାଧା ଦାମୋଦରଙ୍କର ଗୋପ ଗୋପୀମାନଙ୍କ ସହିତ ରଙ୍ଗ ପିଚକାରୀ ଖେଳ ଶ୍ରୀମଦ ଭାଗବତ ବର୍ଣ୍ଣିତ ରାସଲୀଳାର ସ୍ମୃତି ବହନ କରିଥାଏ ।
ସଂକ୍ଷେପରେ
[ସମ୍ପାଦନା]ଏହା ସାରା ଭାରତର ଅତି ଲୋକପ୍ରିୟ ପର୍ବ ଭିତରୁ ଅନ୍ୟତମ । ବସନ୍ତ ଋତୁର ଏଇ ଖେଳକୁ ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ଉପଭୋଗ କରିଥାନ୍ତି । ଏଇ ପର୍ବରେ ଲୋକମାନେ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲିଥାନ୍ତି । ଫଗୁ ପୁନେଇଁଦିନ ସବୁ ବିମାନଙ୍କୁ ଦୋଳ ମଣ୍ଡପରେ ବସାଇ ପାଞ୍ଚଦିନ ବ୍ୟାପି ପୂଜାର୍ଚନା କରାଯାଏ । ଏଇ ପାଞ୍ଚଦିନ କାଳ ନାନାଦି ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ଯଥା ବାଦିପାଲା, ଯାତ୍ରା ଆଦି ଲାଗିରହେ । ପୁନେଇଦିନ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନମାନଙ୍କର ମନୋରମ ଶୋଭାଯାତ୍ରାକୁ ମେଲଣ କୁହାଯାଏ । ଏହାର ପରଦିନ ରଙ୍ଗଖେଳ ହୋଇଥାଏ । ଏଇ ଖେଳ ଏତେ ଲୋକପ୍ରିୟ ଯେ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ମଧ୍ୟ ଏହାର ଆନନ୍ଦ ନେଇଥାନ୍ତି ।
ଆହୁରି ଦେଖନ୍ତୁ
[ସମ୍ପାଦନା]ଗ୍ୟାଲେରି
[ସମ୍ପାଦନା]-
ଭୁବନେଶ୍ୱରରେ ହୋଲି
ଆଧାର
[ସମ୍ପାଦନା]- ↑ "Holidays in India, Month of March 2014". Government of India. Archived from the original on 28 October 2013. Retrieved 8 January 2014.
ଅଧିକ ତଥ୍ୟ
[ସମ୍ପାଦନା]- ହୋଲି at Curlie
- The Spiritual Significance of Holi
- Holi in pictures from B.B.C.
- 27 Big and Colorful Photos of Holi
- [୧] Archived 2016-02-01 at the Wayback Machine.
- [୨]
- Best Holi Quotes Archived 2020-04-12 at the Wayback Machine.
- Dublin Parent Amita Roy Shah Battles Stereotypes by Writing "It's Time for Holi!"
- Color in Motion 5k color run