Jump to content

ହୋଲି

ଉଇକିପିଡ଼ିଆ‌ରୁ
(Holiରୁ ଲେଉଟି ଆସିଛି)
ହୋଲି
ରାଧା ଓ ଗୋପୀଙ୍କ ସହ ରଙ୍ଗ ଖେଳୁଥିବା କୃଷ୍ଣ
ପାଳନକାରୀହିନ୍ଦୁ ଧର୍ମାମ୍ବଲମ୍ବୀ
ପ୍ରକାରଧାର୍ମିକ,
ତାରିଖଫାଲଗୁନ ପୂର୍ଣ୍ଣିମା
୨୦୨୩ ତାରିଖ୦୮ ମାର୍ଚ୍ଚ (ବୁଧବାର)
୨୦୨୪ ତାରିଖ୨୬ ମାର୍ଚ୍ଚ (ମଙ୍ଗଳବାର)

ହୋଲି (ଆହୁରି ମଧ୍ୟ: ଦୋଳ ପୁନେଇଁ, ଦୋଳଯାତ) ଏକ ହିନ୍ଦୁ ପର୍ବ ଯାହା ବସନ୍ତ ଋତୁରେ ଫଗୁଣ (ଫାଲଗୁନ) ମାସରେ ପୂର୍ଣ୍ଣମୀ ତିଥିରେ ପାଳନ କରାଯାଇଥାଏ ।

ପୌରାଣିକ ଭିତ୍ତିଭୂମି

[ସମ୍ପାଦନା]

ଦୋଳ‌ଯାତ (ବା ଦୋଳ‌ଯାତ୍ରା) ‌‌ଶ୍ରୀକୃଷ୍ଣଙ୍କ ଗୋପଲୀଳାର ନିଦର୍ଶନ । ଏଥିରେ ରାଧା ଦାମୋଦରଙ୍କର ଗୋପ ଗୋପୀମାନଙ୍କ ସହିତ ରଙ୍ଗ ପିଚକାରୀ ଖେଳ ଶ୍ରୀମଦ ଭାଗବତ ବର୍ଣ୍ଣିତ ରାସଲୀଳାର ସ୍ମୃତି ବହନ କରିଥାଏ ।

ସଂକ୍ଷେପରେ

[ସମ୍ପାଦନା]

ଏହା ସାରା ଭାରତର ଅତି ଲୋକପ୍ରିୟ ପର୍ବ ଭିତରୁ ଅନ୍ୟତମ । ବସନ୍ତ ଋତୁର ଏଇ ଖେଳକୁ ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ଉପଭୋଗ କରିଥାନ୍ତି । ଏଇ ପର୍ବରେ ଲୋକମାନେ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲିଥାନ୍ତି । ଫଗୁ ପୁନେଇଁଦିନ ସବୁ ବିମାନଙ୍କୁ ଦୋଳ ମଣ୍ଡପରେ ବସାଇ ପାଞ୍ଚଦିନ ବ୍ୟାପି ପୂଜାର୍ଚନା କରାଯାଏ । ଏଇ ପାଞ୍ଚଦିନ କାଳ ନାନାଦି ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ଯଥା ବାଦିପାଲା, ଯାତ୍ରା ଆଦି ଲାଗିରହେ । ପୁନେଇଦିନ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନମାନଙ୍କର ମନୋରମ ଶୋଭାଯାତ୍ରାକୁ ମେଲଣ କୁହାଯାଏ । ଏହାର ପରଦିନ ରଙ୍ଗଖେଳ ହୋଇଥାଏ । ଏଇ ଖେଳ ଏତେ ଲୋକପ୍ରିୟ ଯେ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ମଧ୍ୟ ଏହାର ଆନନ୍ଦ ନେଇଥାନ୍ତି ।

ଆହୁରି ଦେଖନ୍ତୁ

[ସମ୍ପାଦନା]

ଗ୍ୟାଲେରି

[ସମ୍ପାଦନା]
  1. "Holidays in India, Month of March 2014". Government of India. Archived from the original on 28 October 2013. Retrieved 8 January 2014.

ଅଧିକ ତଥ୍ୟ

[ସମ୍ପାଦନା]