ଦେବ୍ରୀଗଡ଼ ଅଭୟାରଣ୍ୟ
ଦେବ୍ରୀଗଡ ଅଭୟାରଣ୍ୟ | |
---|---|
ଅବସ୍ଥାନ | ଓଡ଼ିଶା, ଭାରତ |
ପାଖ ସହର | ବରଗଡ଼ |
ଦିଗବାରେଣି | 21°55′N 83°58′E / 21.917°N 83.967°E |
କ୍ଷେତ୍ରଫଳ | ୩୪୭ ବର୍ଗ କି.ମି. |
ପରିଚାଳନା | ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ, ଭାରତ ସରକାର |
Official website |
ଦେବ୍ରୀଗଡ଼ ସଂରକ୍ଷିତ ଅଭୟାରଣ୍ୟ ଓଡ଼ିଶାର ବରଗଡ଼ ଜିଲ୍ଲାରେ ଅବସ୍ଥିତ । ଏହାର କ୍ଷେତ୍ରଫଳ ୩୫୪ ବର୍ଗ କିଲୋମିଟର ଅଟେ । [୧]
ଅବସ୍ଥିତି ଓ ବିଶେଷତା
[ସମ୍ପାଦନା]ହୀରାକୁଦ ଜଳ ଭଣ୍ଡାର ଏହାର ପୂର୍ବ ସୀମା ଅଟେ । ପ୍ରକୃତି ପ୍ରେମୀମାନଙ୍କ ପାଇଁ ଏହା ଏକ ମନୋରମ ପର୍ଯ୍ୟଟନ ସ୍ଥଳୀ ଅଟେ । ଯଦିବା ଏହା ବରଗଡ଼ ଜିଲ୍ଲାରେ ଅବସ୍ଥିତ, ସମ୍ବଲପୁର ଏବଂ ବୁର୍ଲା ଏହାର ନିକଟତମ ସହରମାନ ଅଟନ୍ତି (ଯଥାକ୍ରମେ ୪୦ତଥା ୧୫ କିଲୋମିଟର ଦୂରତା) । ହୀରାକୁଦ ଜଳଭଣ୍ଡାରର ଡାହାଣ ପଟ ଡାଇକ୍ର ଜିରୋ ପଏଣ୍ଟଠାରୁ ଏହି ଅରଣ୍ୟ ଆରମ୍ଭ ହୁଏ । [୨]
ଜୀବଜନ୍ତୁ
[ସମ୍ପାଦନା]ଚୌଶିଂଗା ହରିଣ, ଭାରତୀୟ ଗୟଳ , ସମ୍ବର, କଲରା ପତ୍ରିଆ ବାଘ, ନୀଳ ଗାଈ ଆଦି ଅନେକ ପ୍ରଜାତିର ପଶୁ ତଥା ଅନେକ ସୁନ୍ଦର ପକ୍ଷୀ ଏଠାରେ ଦେଖାଯାଆନ୍ତି । ଏହା ନିକଟରେ ଥିବା ହିରାକୁଦ ଜଳରେ ବହୁତ ପ୍ରକାରର ବତକ, ହଂସ ଆସନ୍ତି । ଉଷାକୋଠୀ ଜଳପ୍ରପାତ ଏହି ଅଭୟରାଣ୍ୟରେ ଅଛି । ଜଙ୍ଗଲ ଭ୍ରମଣ କରିବାକୁ ଏହି ଅରଣ୍ୟ ମଧ୍ୟରେ ଛଟି ରାସ୍ତା ଅଛି ।[୩]
ପର୍ଯ୍ୟଟନ
[ସମ୍ପାଦନା]ଓଡ଼ିଶା ରାଜ୍ୟ ବନ ନିଗମ ତରଫରୁ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଏହି ଅଭୟରାଣ୍ୟ ମଧ୍ୟରେ ବିଭିନ୍ନ ପ୍ରକାରର ଆବାସ ସ୍ଥଳୀ ସ୍ଥାପନା କରାଯାଇଅଛି । ସେଗୁଡିକ ହେଲା ଜଙ୍ଗଲ ବିଶ୍ରାମ ଗୃହ -ଦେଚୁଆଁ, ଜଂଗଲ ବିଶ୍ରାମ କୁଟୀର- ଧୋଡ୍ରୋକୁସୁମ , ପରିବେଶ ପର୍ଯ୍ୟଟନ କୁଟୀର ତଥା ହଷ୍ଟେଲ - ବାରଖଣ୍ଡିଆ । ଏହି ବାରଖଣ୍ଡିଆରେ ଥିବା ଆବାସ ସ୍ଥଳୀରେ ଭୋଜନ ଯୋଗାଇ ଦିଆଯାଇଥାଏ, ଅନ୍ୟ ସ୍ଥାନ ଗୁଡିକରେ ପର୍ଯ୍ୟଟକମାନଙ୍କୁ ନିଜେ ରୋଷେଇ କରିବା ସୁବିଧା ଅଛି । ଏ ସବୁରେ ରହିବା ନିମନ୍ତେ ଡିଏଫ୍ଓ (DFO) ସମ୍ବଲପୁରଙ୍କଠାରୁ ଅନୁମତି ନେବାକୁ ହୋଇଥାଏ ।
ଆଧାର
[ସମ୍ପାଦନା]- ↑ "ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ୱେବସାଇଟ". ଓଡ଼ିଶା ସରକାର. Archived from the original on 2014-08-12. Retrieved ୨୨ ଡିସେମ୍ବର ୨୦୧୪.
{{cite web}}
: Check date values in:|accessdate=
(help) - ↑ "ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ୱେବସାଇଟ". Odisha Turism. Retrieved ୨୨ ଡିସେମ୍ବର ୨୦୧୪.
{{cite web}}
: Check date values in:|accessdate=
(help) - ↑ "ଓଡ଼ିଶା ଟୁରିଜିମ". ଓଡ଼ିଶା ସରକାର. Archived from the original on 2014-08-12. Retrieved ୨୨ ଡିସେମ୍ବର ୨୦୧୪.
{{cite web}}
: Check date values in:|accessdate=
(help)
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |