ଅର୍ପିତା ମୁଖାର୍ଜୀ
ଅର୍ପିତା ମୁଖାର୍ଜୀ | |
---|---|
ଜନ୍ମ | ଅର୍ପିତା ମୁଖାର୍ଜୀ |
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ଅର୍ପିତା ମୁଖାର୍ଜୀ ଜଣେ ଓଡ଼ିଆ, ବଙ୍ଗଳା ଏବଂ ଦକ୍ଷିଣ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ଅର୍ପିତା ପଶ୍ଚିମ ବଙ୍ଗରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଆ କଥାଚିତ୍ର ବନ୍ଦେ ଉତ୍କଳ ଜନନୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧] ଓଡ଼ିଆ କଥାଚିତ୍ର ସହ ଅର୍ପିତା ବଙ୍ଗଳା ଏବଂ ତାମିଲ କଥାଚିତ୍ରରେ ଅଭିନୟ କରିଥିଲେ ।[୨]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଅର୍ପିତା ମୁଖାର୍ଜୀ ପଶ୍ଚିମ ବଙ୍ଗରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୦୮ରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]୨୦୦୮ ମସିହାରେ ଅର୍ପିତା ଓଡ଼ିଆ କଥାଚିତ୍ର ବନ୍ଦେ ଉତ୍କଳ ଜନନୀ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଶୁଭେନ୍ଦୁ ସ୍ୱାଇଁଙ୍କ ନିର୍ଦ୍ଦେଶିତ ଶେଷ ଓଡ଼ିଆ କଥାଚିତ୍ର ଥିଲା ବନ୍ଦେ ଉତ୍କଳ ଜନନୀ । ଏହି କଥାଚିତ୍ରଟିରେ ଅର୍ପିତାଙ୍କ ସହ ସବ୍ୟସାଚୀ ମିଶ୍ର, ସିଦ୍ଧାନ୍ତ ମହାପାତ୍ର, ହର ରଥ, ମୀନକେତନ ଆଦି କଳାକାରମାନେ ଅଭିନୟ କରିଥିଲେ । ଏହି ବର୍ଷ ଅର୍ପିତା ବଙ୍ଗଳା କଥାଚିତ୍ର ପାର୍ଟନରରେ ଅଭିନୟ କରିଥିଲେ ।[୨]
ଏହାପରେ ୨୦୦୯ରେ ସେ ପ୍ରେମରୋଗୀ ଚଳଚ୍ଚିତ୍ରରେ ଖଳନାୟିକା ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନାୟକ ଥିଲେ ବୁଦ୍ଧାଦିତ୍ୟ ମହାନ୍ତି ଏବଂ ନାୟିକା ଭୂମିକାରେ ବର୍ଷା ପ୍ରିୟଦର୍ଶିନୀ ଅଭିନୟ କରିଥିଲେ । ବବି ମିଶ୍ର, ସିଦ୍ଧାନ୍ତ ମହାପାତ୍ର, ସବ୍ୟସାଚୀ ମିଶ୍ର, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
୨୦୧୦ରେ ସେ ଅନୁଭବ ମହାନ୍ତିଙ୍କ ସହ ମୁଁ କଣ ଏତେ ଖରାପରେ ନାୟିକା ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ମିହିର ଦାସ, ବିଜୟ ମହାନ୍ତି, ସ୍ମିତା ମହାନ୍ତି, ହରିହର ମହାପାତ୍ର ଆଦି କଳାକାରମାନେ ଅଭିନୟ କରିଥିଲେ ।
ଏହାପରେ ଅର୍ପିତା ସବ୍ୟସାଚୀଙ୍କ ସହ ତୋର ମୋର ଯୋଡ଼ି ସୁନ୍ଦର, କେମିତି ଏ ବନ୍ଧନ ଏବଂ ଆକାଶ ଦାସନାୟକଙ୍କ ସହ ରାଜୁ ଆୱାରା କଥାଚିତ୍ରରେ ଅଭିନୟ କରିଥିଲେ । ଏଥିସହ ସେ ଜୋର ଯାର୍ ମୁଲକ୍ ତାର୍, ମାମା ଭାଗନେ ଆଦି ବଙ୍ଗଳା କଥାଚିତ୍ରରେ ଅଭିନୟ କରିଥିଲେ । ଅର୍ପିତା ତାମିଲ କଥାଚିତ୍ର ଚିନ୍ନାମା ଲଭ୍ରେ ଅଭିନୟ କରିଥିଲେ ।[୨]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ଭାଷା | ମନ୍ତବ୍ୟ |
---|---|---|---|
୨୦୦୮ | ବନ୍ଦେ ଉତ୍କଳ ଜନନୀ | ଓଡ଼ିଆ | ପ୍ରଥମ ଓଡ଼ିଆ କଥାଚିତ୍ର |
୨୦୦୮ | ପାର୍ଟନର୍ | ବଙ୍ଗଳା | |
୨୦୦୯ | ପ୍ରେମ ରୋଗୀ | ଓଡ଼ିଆ | ଖଳନାୟିକା |
୨୦୧୦ | ମୁଁ କଣ ଏତେ ଖରାପ | ଓଡ଼ିଆ | |
୨୦୧୦ | ତୋର ମୋର ଯୋଡ଼ି ସୁନ୍ଦର | ଓଡ଼ିଆ | |
୨୦୧୧ | କେମିତି ଏ ବନ୍ଧନ | ଓଡ଼ିଆ | |
୨୦୧୨ | ରାଜୁ ଆୱାରା | ଓଡ଼ିଆ |
ଆଧାର
[ସମ୍ପାଦନା]- ↑ "ଏବେ ଦକ୍ଷିଣୀ ସିନେମାରେ ଏହି ଓଲିଉଡ ନାୟିକା". sambad.in. 22 May 2018. Retrieved 6 June 2018.
- ↑ ୨.୦ ୨.୧ ୨.୨ "କାହିଁକି ଓଲିଉଡ୍ରେ ନଜର ଆସୁ ନାହାନ୍ତି ଏହି ବଙ୍ଗଳା ବିଉଟି ?". sambad.in. 16 December 2017. Retrieved 17 December 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅର୍ପିତା ମୁଖାର୍ଜୀ