୧୩ଶ ଲୋକ ସଭା
ଦେଖଣା
(13th Lok Sabhaରୁ ଲେଉଟି ଆସିଛି)
ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୩ଶ ଲୋକ ସଭାକୁ ୧୯୯୯ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭାର ସମୟସୀମା ଥିଲା ୧୦ ଅକ୍ଟୋବର ୧୯୯୯ରୁ ୬ ଫେବୃଆରୀ ୨୦୦୪ । ୧୯୯୯ ମସିହାର ସାଧାରଣ ନିର୍ବାଚନ ସେପ୍ଟେମ୍ବର-ଅକ୍ଟୋବର ୧୯୯୯ରେ ଅନୁଷ୍ଠିତ ହୋଇଥିଲା ।[୧]
ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ନେତୃତ୍ୱରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ ସର୍ବାଧିକ ୨୭୦ଟି ଆସନ ପାଇଥିଲା, ଯାହାକି ପୂର୍ବ ଲୋକ ସଭା ଅଥବା ୧୨ଶ ଲୋକ ସଭାଠାରୁ ୧୬ଟି ଆସନ ଅଧିକ ଥିଲା । ଭାରତୀୟ ଜନତା ଦଳର ନେତା ଅଟଳ ବିହାରୀ ବାଜପେୟୀ ଏହି ଲୋକ ସଭାର ନେତୃତ୍ୱ ନେଇ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ୨୦୦୪ର ସାଧାରଣ ନିର୍ବାଚନ ପରେ ୧୪ଶ ଲୋକ ସଭା ଗଠନ ହେବା ପର୍ଯ୍ୟନ୍ତ କାର୍ଯ୍ୟ ନିଭାଇଥିଲେ । ଏହି ଲୋକ ସଭା ପାଇଁ ସାଧାରଣ ନିର୍ବାଚନ ପରେ ସଂସଦର ରାଜ୍ୟ ସଭାରେ ଥିବା ୪ ଜଣ ସାଂସଦ ଲୋସଭାକୁ ନିର୍ବାଚିତ ହୋଇଥିଲେ ।[୨]
ଗୁରୁତ୍ୱପୂର୍ଣ୍ଣ ସଦସ୍ୟ
[ସମ୍ପାଦନା]- ବାଚସ୍ପତି:
- ଜି. ଏମ୍. ସି. ବାଳଯୋଗୀ (୨୨ ଅକ୍ଟୋବର ୧୯୯୯ରୁ ୩ ମାର୍ଚ୍ଚ ୨୦୦୨)
- ମନୋହର ଯୋଶୀ (୧୦ ମଇ ୨୦୦୨ରୁ ୨ ଜୁନ ୨୦୦୪)
- ଉପ-ବାଚସ୍ପତି:
- ପି ଏମ୍ ସୟୀଦ (୨୭ ଅକ୍ଟୋବର ୧୯୯୯ରୁ ୨ ଜୁନ ୨୦୦୪)
- ମହା ସଚିବ:
- ଜି ସି ମାଲହୋତ୍ରା (୧୪ ଜୁଲାଇ ୧୯୯୯ରୁ ୨୮ ଜୁଲାଇ ୨୦୦୫)[୩]
- ପ୍ରଧାନମନ୍ତ୍ରୀ
- ଅଟଳ ବିହାରୀ ବାଜପେୟୀ (୧୩ ଅକ୍ଟୋବର ୧୯୯୯ରୁ ୬ ଫେବୃଆରୀ ୨୦୦୪)
- ବିରୋଧୀ ଦଳ ନେତା
- ସୋନିଆ ଗାନ୍ଧୀ (୧୩ ଅକ୍ଟୋବର ୧୯୯୯ରୁ ୬ ଫେବୃଆରୀ ୨୦୦୪)
- ସଂସଦୀୟ ବ୍ୟାପାର ମନ୍ତ୍ରୀ
- ପ୍ରମୋଦ ମହାଜନ (୧୩ ଅକ୍ଟୋବର ୧୯୯୯ରୁ ୨୯ ଜାନୁଆରୀ ୨୦୦୩)
- ସୁଷମା ସ୍ୱରାଜ (୨୯ ଜାନୁଆରୀ ୨୦୦୩ରୁ ୨୨ ମଇ ୨୦୦୪)[୪]
ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ
[ସମ୍ପାଦନା]| S.No. | Party Name | Party flag | Number of MPs |
|---|---|---|---|
| ୧ | ଭାରତୀୟ ଜନତା ପାର୍ଟି | ୧୮୦ | |
| ୨ | ଭାରତୀୟ ଜାତୀୟ କଂଗ୍ରେସ | ୧୧୪ | |
| ୩ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) | ୩୩ | |
| ୪ | ତେଲୁଗୁ ଦେଶମ ପାର୍ଟି | ୨୯ | |
| ୫ | ସମାଜବାଦୀ ପାର୍ଟି | ୨୬ | |
| ୬ | ଜନତା ଦଳ (ସଂଯୁକ୍ତ) | ୨୧ | |
| ୭ | ଶିବ ସେନା | ୧୫ | |
| ୮ | ବହୁଜନ ସମାଜ ପାର୍ଟି | ୧୪ | |
| ୯ | ଡି.ଏମ୍.କେ | ୧୨ | |
| ୧୦ | ଏ.ଆଇ.ଏ ଡି.ଏମ୍.କେ | ୧୦ | |
| ୧୧ | ବିଜୁ ଜନତା ଦଳ | ୧୦ | |
| ୧୨ | ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ | ୮ | |
| ୧୩ | ନେସ୍ନାଲିଷ୍ଟ କଂଗ୍ରେସ ପାର୍ଟି | ୮ | |
| ୧୪ | ପି.ଏମ୍.କେ. | ୮ | |
| ୧୫ | ରାଷ୍ଟ୍ରିୟ ଜନତା ଦଳ | ୭ | |
| ୧୬ | ସ୍ୱାଧୀନ | ୬ | |
| ୧୭ | ଇଣ୍ଡିଆନ ନେସ୍ନାଲ୍ ଲୋକଦଳ | ୫ | |
| ୧୮ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି | ୪ | |
| ୧୯ | ଜାମ୍ମୁ ଆଣ୍ଡ କାଶ୍ମୀର ନେସ୍ନାଲ କନ୍ଫରେନ୍ସ | ୪ | |
| ୨୦ | ଏମ୍.ଡି.ଏମ୍.କେ. | ୪ | |
| ୨୧ | ଆର୍.ଏସ୍.ପି | ୩ | |
| ୨୨ | ଅଖିଳ ଭାରତୀୟ ଲୋକତାନ୍ତ୍ରିକ କଂଗ୍ରେସ | ୨ | |
| ୨୩ | ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଳକ | ୨ | |
| ୨୪ | ଇଣ୍ଡିଆନ ଇଉନିଅନ ମୁସ୍ଲିମ୍ ଲିଗ୍ | ୨ | |
| ୨୫ | ରାଷ୍ଟ୍ରିୟ ଲୋକଦଳ | ୨ | |
| ୨୬ | ଶିରୋମଣି ଅକାଳୀ ଦଳ | ୨ | |
| ୨୭ | ଏଆଇଏମ୍ଆଇଏମ୍ | ୧ | |
| ୨୮ | ଭାରିପା ବହୁଜନ ମହାସଙ୍ଘ | ୧ | |
| ୨୯ | ଲିବରେସନ କମୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ | ୧ | |
| ୩୦ | ହରିୟାଣା ବିକାଶ ଦଳ | ୧ | |
| ୩୧ | ଜନତା ଦଳ (ଏସ୍) | ୧ | |
| ୩୨ | କେରଳ କଂଗ୍ରେସ (ଏମ୍) | ୧ | |
| ୩୩ | ଏମ୍.ଏ.ଡି.ଏମ୍.କେ. | ୧ | |
| ୩୪ | ମଣିପୁର ଷ୍ଟେଟ୍ କଂଗ୍ରେସ ପାର୍ଟି | ୧ | |
| ୩୫ | ଭାରତୀୟ କୃଷକ ଓ କର୍ମଚାରୀ ଦଳ | ୧ | |
| ୩୬ | ଶୀରୋମଣି ଅକାଳୀ ଦଳ | ୧ | |
| ୩୭ | ସିକ୍କିମ ଡେମୋକ୍ରେଟିକ୍ ଫ୍ରଣ୍ଟ | ୧ | |
| ୩୮ | ସମାଜବାଦୀ ଜନତା ପାର୍ଟି (ରାଷ୍ଟ୍ରିୟ) | ୧ |
ଆଧାର
[ସମ୍ପାଦନା]- ↑ "Statistical Report on General Elections, 1999 to the 13th Lok Sabha" (PDF). Election Commission of India. Archived from the original (PDF) on 18 July 2014. Retrieved 14 July 2014.
- ↑ "RAJYA SABHA STATISTICAL INFORMATION (1952-2013)" (PDF). Rajya Sabha Secretariat, New Delhi. 2014. p. 12. Retrieved 29 August 2017.
- ↑ "Thirteenth Sabha". Lok Sabha Secretariat, New Delhi. Archived from the original on 26 ଅକ୍ଟୋବର 2014.
- ↑ "Lok Sabha". Legislativebodiesinindia.nic.in. Archived from the original on 21 ମଇ 2014. Retrieved 26 ସେପ୍ଟେମ୍ବର 2015.
ବାହାର ଆଧାର
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୧୩ଶ ଲୋକ ସଭାର ସଦସ୍ୟ
ବାବଦରେ ମାଧ୍ୟମ ରହିଛି ।




