ସ୍ନିଗ୍ଧା ମହାନ୍ତି
ସ୍ନିଗ୍ଧା ମହାନ୍ତି | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ସିନେମା ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୮୦-ଏବେଯାଏଁ |
ପ୍ରସିଦ୍ଧି | ଓଡ଼ିଆ ସିନେମା ଅଭିନେତ୍ରୀ |
ବୈବାହିକ-ସାଥୀ | ଜୟପ୍ରକାଶ ମହାନ୍ତି |
ସନ୍ତାନ | ସମ୍ଭାବନା ମହାନ୍ତି |
ସ୍ନିଗ୍ଧା ମହାନ୍ତି ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଅନେକ ଓଡ଼ିଆ ଓ ବଙ୍ଗଳା ସିନେମାରେ କାମ କରିଛନ୍ତି । ୧୯୮୮ ଜାନୁଆରୀରେ ମୁକ୍ତିଲାଭ କରିଥିଲା ଚଳଚ୍ଚିତ୍ର ଲାଲ୍ପାନ ବିବି ନବାଗତା ଅଭିନେତ୍ରୀଭାବେ ମହାନ୍ତି ଅଭିନୟ ଆରମ୍ଭ କରିଥିଲେ । ସେ ନାୟିକା, ସହ-ନାୟିକା, ନକାରାତ୍ମକ ଭୂମିକାରେ ଏବଂ ଟେଲିଭିଜନ ଧାରାବାହିକମାନଙ୍କରେ ପ୍ରମୁଖ ଭୂମିକାରେ ମଧ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିଛନ୍ତି । ସେ ପଚାଶରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । ତରଙ୍ଗ ଟିଭିରେ ପ୍ରସାରିତ "ସ୍ୱାଭିମାନ" ଓ "ଅମ୍ବିକାଖୁଡ଼ୀଙ୍କ ହାଣ୍ଡିଶାଳ" ତାଙ୍କ ଅଭିନୀତ ଦୁଇଟି ଲୋକପ୍ରିୟ ଧାରାବାହିକ କାର୍ଯ୍ୟକ୍ରମ । ସେ ଭାରତୀୟ ଡାକ ବିଭାଗରେ କାର୍ଯ୍ୟ କରନ୍ତି । [୧]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସ୍ନିଗ୍ଧା ମହାନ୍ତି ଓଡ଼ିଶାର ଭୁବନେଶ୍ୱରଠାରେ ଜନ୍ମ ଗ୍ରହଣ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ ପରେ ସେ ଅଭିନୟକୁ ପେଶା ଭାବେ ଆରମ୍ଭ କରିଥିଲେ ।
କଥାଚିତ୍ର ଜୀବନ
[ସମ୍ପାଦନା]୧୯୮୦ ମସିହାରେ ଅଗ୍ନି ପରିକ୍ଷା ଚଳଚ୍ଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ସ୍ନିଗ୍ଧା , ବର୍ତ୍ତମାନ ସୁଦ୍ଧା ୩୦ରୁ ଅଧିକ ଓଡ଼ିଆ, ବଙ୍ଗଳା, ସିନେମାରେ ଅଭିନୟ କରିସାରିଛନ୍ତି । ମହୁଆ ଚଳଚ୍ଚିତ୍ରରେ ସ୍ନିଗ୍ଧା ନାୟକ ଶ୍ରୀରାମ ପଣ୍ଡାଙ୍କ ସହ ଅଭିନୟ କରିଥିଲେ ।[୨]
ପରିବାର
[ସମ୍ପାଦନା]ସ୍ନିଗ୍ଧା ମହାନ୍ତିଙ୍କର ପତି ଜୟପ୍ରକାଶ ମହାନ୍ତି ଜଣେ ଜଣାଶୁଣା ଆଲବମ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ । ତାଙ୍କ ଝିଅ ସମ୍ଭାବନା ମଧ୍ୟ ଜଣେ ଅଭିନେତ୍ରୀ ଓ ଗାୟିକା । [୩]
ଅଭିନୀତ ଓଡ଼ିଆ କଥାଚିତ୍ର
[ସମ୍ପାଦନା]- ପ୍ରେମ ଏଟିଏମ୍, ୨୦୨୨
- ପାରିବେନି କେହି ଅଲଗା କରି, ୨୦୧୩
- ଲଭ ଡଟ କମ, ୨୦୦୯
- ସୁନା ଚଢ଼େଇ ମୋ ରୁପା ଚଢ଼େଇ, ୨୦୦୯
- ଆରେ ସାଥୀ ଆ, ୨୦୦୯
- ପାଗଳ କରିଛି ପାଉଁଜି ତୋର, ୨୦୦୯
- ନନ୍ଦିନୀ ଆଇ ଲଭ ୟୁ, ୨୦୦୮
- କାଳିଶଙ୍କର, ୨୦୦୭
- ଚକା ଚକା ଭଉଁରୀ, ୨୦୦୭
- ମୋ ସୁନା ପୁଅ, ୨୦୦୭
- ରାଖି ବାନ୍ଧିଲି ମୋ ରଖିବ ମାନ, ୨୦୦୬
- ଶାଶୁଘର ଚାଲିଯିବି, ୨୦୦୬
- ତତେ ମୋ ରାଣ, ୨୦୦୫
- ମାତୃଶକ୍ତି, ୨୦୦୩
- ପବିତ୍ର ବନ୍ଧନ, ୧୯୯୯
- ଶାଶୁ ହାତକଡି ଭାଉଜ ବେଡି, ୧୯୯୯
- ଅନ୍ୟାୟ କେତେଦିନ, ୧୯୯୮
- ସନ୍ତାନ, ୧୯୯୮
- ସିଂହବାହିନୀ, ୧୯୯୮
- ଲକ୍ଷେ ଶିବ ପୂଜି ପାଇଛି ପୁଅ, ୧୯୯୭
- ମହୁଆ, ୧୯୯୪
- ମୁକ୍ତି ମଶାଲ, ୧୯୯୪
- ପାଚେରୀ ଉଠିଲା ମଝି ଦୁଆରୁ, ୧୯୯୪
- ସୁନା ଭାଉଜ, ୧୯୯୪
- ଆଶା, ୧୯୯୩
- ଦାଦାଗିରି, ୧୯୯୩
- ଅଣ୍ଟି ଛୁରି ତଣ୍ଟି କାଟେ, ୧୯୯୨
- କାଳିଆ ଭରସା, ୧୯୯୦
- ଶାସ୍ତି, ୧୯୮୯
- ବାଜେ ବଇଁଶୀ ନାଚେ ଘୁଙ୍ଗୁର, ୧୯୮୨
- ଅଗ୍ନି ପରିକ୍ଷା, ୧୯୮୦
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ: ଶୋ ଟାଇମ ପୁରସ୍କାର, ୨୦୧୨[୪]
ଆଧାର
[ସମ୍ପାଦନା]- ↑ ଖିଲାର, ଅମିତାଭ (March 2015). ଆଳାପ : ସଫଳ ସ୍ନିଗ୍ଧା. କାଦମ୍ବିନୀ.
- ↑ "ଉତ୍ତମଙ୍କ ବଦଳରେ ଶ୍ରୀରାମ ସ୍ଥାନ ପାଇଥିଲେ ଏହି ସିନେମାରେ!". sambad.in. 25 March 2018. Retrieved 2 April 2018.
- ↑ http://www.dailypioneer.com/state-editions/bhubaneswar/sambhavna-mohanty-to-debut-in-upcoming-mun-raja-tu-rani.html
- ↑ "Show Time 2012 Award | Oriya Film & Television Awards Ceremony at Puri". incredibleorissa.com. Retrieved 16 January 2013.
Best Character Role (Female) – Snigdha Mohanty
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସ୍ନିଗ୍ଧା ମହାନ୍ତି