ବିଦ୍ୟା ବଲାନ
ବିଦ୍ୟା ବଲାନ | |
---|---|
ଜନ୍ମ | |
ଶିକ୍ଷାନୁଷ୍ଠାନ | ମୁମ୍ବାଇ ବିଶ୍ୱବିଦ୍ୟାଳୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୯୫, ୨୦୦୩-ଏବେଯାଏଁ |
ବୈବାହିକ-ସାଥୀ | ସିଦ୍ଧାର୍ଥ ରାୟ କପୁର (୨୦୧୨–ଏବେଯାଏଁ) |
ବିଦ୍ୟା ବଲାନ (ଜନ୍ମ: ୧ ଜାନୁଆରୀ ୧୯୭୯) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ବିଦ୍ୟା ହିନ୍ଦୀ କଥାଚିତ୍ରରେ ମୁଖ୍ୟତଃ ଅଭିନୟ କରନ୍ତି । ବିଦ୍ୟା ତାଙ୍କର ଅଭିନୟ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହ ୫ଟି ଫିଲ୍ମଫେୟାର ଏବଂ ୫ଟି ସ୍କ୍ରିନ୍ ଆୱାର୍ଡ଼ ପାଇଛନ୍ତି । ୨୦୧୪ରେ ବିଦ୍ୟାଙ୍କୁ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା ।
୨୦୦୭ରେ ବିଦ୍ୟାଙ୍କ ଅଭିନୀତ ଚଳଚ୍ଚିତ୍ର ହେ ବେବି ତାଙ୍କ ଜୀବନରେ ଏକ ବଡ଼ ସଫଳତା ଆଣିଥିଲା । ଏହା ପରେ ୨୦୦୮ରେ କିସ୍ମତ୍ କେନେକ୍ସନ୍ରେ ବିଦ୍ୟାଙ୍କର ଅଭିନୟ ପାଇଁ ତାଙ୍କୁ କିଛି ନାକାରତ୍ମକ ମତ ମିଳିଥିଲେ ମଧ୍ୟ ତାଙ୍କୁ ସଫଳ କରିବାରେ ସାହାଯ୍ୟ କରିଥିଲା । ବିଦ୍ୟାଙ୍କ ଅଭିନୀତ ସଫଳ ଚଳଚ୍ଚିତ୍ରଗୁଡ଼ିକ ୨୦୦୯ରେ ପା, ୨୦୧୦ରେ ବ୍ଲାକ୍ ମନି, ଇସ୍କିୟା, ୨୦୧୧ରେ ନୋ ୱାନ୍ କିଲ୍ଲ୍ଡ୍ ଜେସିକା, ଦ ଡାର୍ଟି ପିକ୍ଚରସ୍ ଏବଂ ୨୦୧୨ର କାହାଣୀ । ୨୦୧୬ରେ କାହାଣୀ ଚଳଚ୍ଚିତ୍ର ଦ୍ୱିତୀୟ ଭାଗ ମଧ୍ୟ କାହାଣୀ-୨ ମୁକ୍ତିଲାଭ କରିଥିଲା ।
ବିଦ୍ୟା ଚଳଚ୍ଚିତ୍ରରେ ଅଭିନୟ କରିବା ସହ ମହିଳ ସଶକ୍ତିକରଣ ଏବଂ ମାନବାଧିକାର ଉପରେ ଗୁରୁତ୍ୱ ଦିଅନ୍ତି ଏବଂ ସେ ଏହିଭଳି ବିଭିନ୍ନ ବିଜ୍ଞାପନରେ ମଧ୍ୟ ଅଭିନୟ କରିଛନ୍ତି । ବିଦ୍ୟା ସ୍ୱଚ୍ଛ ଭାରତର ଏବଂ ପରିବେଶ ସୁରକ୍ଷା ଉପରେ ବିଭିନ୍ନ ବିଜ୍ଞାପନରେ କାର୍ଯ୍ୟ କରିଛନ୍ତି । ବିଦ୍ୟା ତାଙ୍କର ଅଧିକ ଓଜନ ପାଇଁ ପ୍ରଥମରୁ ବିଭିନ୍ନ କଟାକ୍ଷର ଶିକାର ହୋଇଥିଲେ ମାତ୍ର ପରେ ସେ କାହାକୁ ଖାତିର ନ କରି ସେହିଭଳି ରହିବାରୁ ଅନେକ ପ୍ରଶଂସା ମଧ୍ୟ ସାଉଁଟିଥିଲେ ।[୧] ଚଳଚ୍ଚିତ୍ର ନିର୍ମାତା ସିଦ୍ଧାର୍ଥ ରାୟ କପୁରଙ୍କୁ ବିଦ୍ୟା ୨୦୧୨ରେ ବିବାହ କରିଥିଲେ ।[୨]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ମୁମ୍ବାଇର ଚେମ୍ବୁରଠାରେ ବିଦ୍ୟା ୧ ଜାନୁଆରୀ ୧୯୭୯ରେ ଏକ ତାମିଲ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୩][୪] ବିଦ୍ୟାଙ୍କର ପିତା ପି. ଆର୍. ବଲାନ ଡିଜିକେବୁଲ୍ର ଉପ-ସଭାପତି[୫] ଏବଂ ମାଆ ସରସ୍ୱତୀ ବଲାନ ଜଣେ ଗୃହିଣୀ ।[୬][୭] ବିଦ୍ୟା ତାଙ୍କ ଘରେ ଉଭୟ ତାମିଲ ଏବଂ ମାଲାୟଲମ୍ ଭାଷାରେ କଥା ହୁଅନ୍ତି .[୮] ବିଦ୍ୟାଙ୍କର ବଡ଼ ଭଉଣୀ ପ୍ରିୟା ବଲାନ ବିଜ୍ଞାପନରେ କାମ କରନ୍ତି ।[୬] ଦକ୍ଷିଣ ଭାରତୀୟ ଅଭିନେତ୍ରୀ ପ୍ରିୟାମଣି ତାଙ୍କର ଜଣେ ସମ୍ପର୍କୀୟା ଭଉଣୀ ।[୯][୧୦]
ଅଭିନୟ ଜୀବନ
[ସମ୍ପାଦନା]ବିଦ୍ୟା ତାଙ୍କର ସ୍ନାତକୋତ୍ତର ହାସଲ କରିବା ପରେ ଅଭିନେତା ମୋହନଲାଲଙ୍କ ସହ ଏକ ଚଳଚ୍ଚିତ୍ର ଚକ୍ରମ୍ରେ ଅଭିନୟ କରିବା ପାଇଁ ସୁଯୋଗ ପାଇଥିଲେ ଏବଂ ଏଥି ସହିତ ସେ ୧୨ଟି ମାଲାୟଲମ୍ ଚଳଚ୍ଚିତ୍ରରେ କାମ ପାଇଥିଲେ ।[୧୧] ମାତ୍ର ଏହି ସମୟରେ ବିଦ୍ୟା ପାଇଥିବା କୌଣସି ଚଳଚ୍ଚିତ୍ରର କାମ ଆରମ୍ଭ ହୋଇପାରିନଥିଲା । ତେଣୁ ପ୍ରଯୋଜକମାନେ ବିଦ୍ୟାଙ୍କୁ ଅଲକ୍ଷଣୀ ବୋଲି କଟାକ୍ଷ କରିଥିଲା ।[୧୧]
ତେଣୁ ବିଦ୍ୟା ମାଲାୟଲମ୍ ଚଳଚ୍ଚିତ୍ରକୁ ଛାଡ଼ି ତାମିଲ ତଳଚ୍ଚିତ୍ରରେ ଗୁରୁତ୍ୱ ଦେଇଥିଲେ । ୨୦୦୧ରେ ସେ ଏକ ତାମିଲ ଚଳଚ୍ଚିତ୍ର ରନ୍ରେ ସୁଯୋଗ ପାଇଥିଲେ, ମାତ୍ର କିଛିଦିନର ସୁଟିଂ କରିବା ପରେ ସେହି ଚଳଚ୍ଚିତ୍ରରେ ବିଦ୍ୟାଙ୍କ ଜାଗାରେ ମୀରା ଜସ୍ମିନଙ୍କୁ ନିଆଯାଇଥିଲା ।[୧୨] ଏହାପରେ ବିଦ୍ୟା କିଛି ତାମିଲ ଚଳଚ୍ଚିତ୍ରରେ ସୁଯୋଗ ପାଇଥିଲେ ମଧ୍ୟ ପରେ ତାଙ୍କୁ ସେହି ଚଳଚ୍ଚିତ୍ରରୁ ବାହାରିଯିବାକୁ ପଡ଼ିଥିଲା ।[୧୩] ଏହାପରେ ୨୦୦୩ରେ ଅନ୍ୟ ଏକ ମାଲାୟମ୍ ଚଳଚ୍ଚିତ୍ର କଲାରୀ ବିକ୍ରମନ୍ରେ ବିଦ୍ୟାଙ୍କୁ ସୁଯୋଗ ମିଳିଥିଲା ଏବଂ ସୁଟିଂ ଶେଷ ହେବାପରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିପାରିନଥିଲା ।[୧୪]
ଚଳଚ୍ଚିତ୍ରରେ କାମ କରିବାରେ ବିଫଳ ହେବା ପରେ ବିଦ୍ୟା ପାଖାପାଖି ୬୦ଟି ବିଜ୍ଞାପନ ଏବଂ କଛି ଆଲବମ୍ ଗୀତରେ ଅଭିନୟ କରିଥିଲେ ।[୧୫][୧୬] ୨୦୦୩ରେ ବିଦ୍ୟାଙ୍କର ପ୍ରଥମ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା, ଯାହାକି ଏକ ବଙ୍ଗଳା ଚଳଚ୍ଚିତ୍ର ଥିଲା । ଭାଲୋ ଥେକୋ ନାମକ ଚଳଚ୍ଚିତ୍ରରେ ପ୍ରଥମକରି ବିଦ୍ୟା ଅଭିନୟ ଜଗତରେ ପ୍ରବେଶ କଲେ ।[୧୭][୧୮]
ବିଦ୍ୟା ୨୦୦୫ରେ ହିନ୍ଦୀ ଚଳଚ୍ଚିତ୍ର ପରିଣୀତା ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧୯][୨୦] ଏହା ପରେ ବିଦ୍ୟା ଲଗେ ରହୋ ମୁନ୍ନା ଭାଇ, ଗୁରୁ, ହେ ବେବି, ଭୁଲ୍ ଭେଲେୟା ଭଳି ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ । ବିଦ୍ୟାଙ୍କ ଅଭିନୀତ ସଫଳ ଚଳଚ୍ଚିତ୍ରଗୁଡ଼ିକ ହେଲା: ପା, ଇସ୍କିୟା, ଦ ଡାର୍ଟି ପିକ୍ଚର୍ସ, କାହାଣୀ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]- ୨୦୦୩: ଭାଲୋ ଥେକୋ (ବଙ୍ଗଳା)
- ୨୦୦୩: କଲାରୀ ବିକ୍ରମନ୍ (ମାଲାୟମ୍)
- ୨୦୦୫: ପରିଣୀତା (ହିନ୍ଦୀ)
- ୨୦୦୬: ଲଗେ ରହୋ ମୁନ୍ନା ଭାଇ
- ୨୦୦୭: ଗୁରୁ
- ୨୦୦୭: ସଲାମ ଇସ୍କ୍
- ୨୦୦୭: ଏକଲବ୍ୟ
- ୨୦୦୭: ହେ ବେବି
- ୨୦୦୭: ଭୁଲ ଭୁଲେୟା
- ୨୦୦୭: ଓମ୍ ଶାନ୍ତି ଓମ୍
- ୨୦୦୮: ହାଲ୍ଲା ବୋଲ୍
- ୨୦୦୮: କିସ୍ମତ୍ କନେକ୍ସନ୍
- ୨୦୦୯: ପା
- ୨୦୧୦: ଇସ୍କିୟା
- ୨୦୧୧: ନୋ ୱାନ୍ କିଲ୍ଲ୍ଡ୍ ଜେସିକା
- ୨୦୧୧: ଉର୍ମି
- ୨୦୧୧: ଥ୍ୟାଙ୍କ୍ ୟୁ
- ୨୦୧୧: ଦମ୍ ମାରୋ ଦମ୍
- ୨୦୧୧: ଦ ଡାର୍ଟି ପିକ୍ଚର୍ସ
- ୨୦୧୨: କାହାଣୀ
- ୨୦୧୨: ଫରାରୀ କି ସବାରୀ
- ୨୦୧୩: ବମ୍ବେ ଟକିଜ୍
- ୨୦୧୩: ଘନ୍ ଚକର୍
- ୨୦୧୩: ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ ଦୋବାରା
- ୨୦୧୩: ମହାଭାରତ
- ୨୦୧୪: ସାଦି କେ ସାଇଡ୍ ଇଫେକ୍ଟସ୍
- ୨୦୧୪: ବବି ଜାସୁସ୍
- ୨୦୧୫: ହମାରି ଅଧୁରୀ କାହାଣୀ
- ୨୦୧୬: ତିନ୍
- ୨୦୧୬: ଏକ୍ ଆଲ୍ବେଲା
- ୨୦୧୬: କାହାଣୀ-୨
- ୨୦୧୭: ବେଗମ୍ ଜାନ୍
- ୨୦୧୭: ତୁମ୍ହାରୀ ସୁଲୁ
ଆଧାର
[ସମ୍ପାଦନା]- ↑ Mehta, S., Jahagirdar-Saxena, S., Modak, N. & Sah, M. (June 2012). "Young power women". Verve. 20 (6). Retrieved 21 April 2017.
{{cite journal}}
: CS1 maint: multiple names: authors list (link) - ↑ Prashar, Chandni (14 December 2012). "Vidya Balan is now Mrs. Siddharth Roy Kapur". NDTV. Retrieved 21 April 2017.
- ↑ "This Is Real Age Of Vidya Balan And Not What Wikipedia Is Saying". Yahoo Lifestyle. 6 December 2016. Retrieved 21 April 2017.
- ↑ "Temple wedding for Vidya Balan and Siddharth Roy Kapur". NDTV. 11 December 2012. Retrieved 21 April 2017.
- ↑ "Management team, Digicable". Digicable. Retrieved 21 April 2017.
- ↑ ୬.୦ ୬.୧ "There's something about Vidya". Hindustan Times – via HighBeam Research (subscription required) . 25 November 2006. Archived from the original on 11 October 2013. Retrieved 21 April 2017.
- ↑ Bansal, Robin (22 September 2012). "Over the years: Vidya Balan from geek to haute!". Hindustan Times. Retrieved 21 April 2017.
- ↑ Siddiqui, Rana (16 February 2007). "`It's a dream come true'". The Hindu. Retrieved 21 April 2017.
- ↑ "Filmi Family Tree: Know Priyamani's famous relative?". Rediff.com. 8 October 2013. p. 2. Retrieved 21 April 2017.
- ↑ Prakash, B. V. S. (11 May 2012). "Not going to ask Vidya Balan for advice: Priyamani". Deccan Chronicle. Archived from the original on 12 May 2012. Retrieved 21 April 2017.
- ↑ ୧୧.୦ ୧୧.୧ Sanghvi, Vir (17 December 2011). "Why Vidya Balan rules". Hindustan Times. Retrieved 21 April 2017.
- ↑ "The Vidya magic!". Sify. 7 July 2005. Retrieved 21 April 2017.
- ↑ "When Vidya Balan was kicked out". The Times of India. 7 July 2005. Archived from the original on 10 December 2012. Retrieved 21 April 2017.
- ↑ "Kalari Vikraman from Jail". Vellinakshatram. 5 January 2003.
- ↑ Bamzai, Kaveree (4 February 2010). "Return of the native". India Today. Archived from the original on 23 October 2012. Retrieved 23 September 2012.
- ↑ "Stand-out act four not-so-new newcomers have found critical acclaim in breakthrough roles this year. Now all they need is stardom". India Today – via HighBeam Research (subscription required) . 18 July 2005. Archived from the original on 5 November 2013. Retrieved 21 April 2017.
- ↑ "Love for Bengal: A mystery in Vidya Balan's life". The Indian Express. 18 July 2011. Retrieved 21 April 2017.
- ↑ "I feel I was Bengali in my last life: Vidya Balan". Hindustan Times. 1 February 2008. Retrieved 21 April 2017.
- ↑ Kulkarni, Ronjita. "Meet the new girl in Saif's life". Rediff. Retrieved 23 October 2007.
- ↑ "Small people with big egos, not for me!". Bollywood Hungama. 1 January 2009. Retrieved 21 April 2017.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବିଦ୍ୟା ବଲାନ