ମାଧୁରୀ ଦୀକ୍ଷିତ
ମାଧୁରୀ ଦୀକ୍ଷିତ | |
---|---|
![]() Dixit at an event for Olay in 2013 | |
ଜନ୍ମ | ମୁମ୍ବାଇ, ମହାରାଷ୍ଟ୍ର, ଭାରତ | ୧୫ ମଇ ୧୯୬୭
ଜାତୀୟତା | ଭାରତୀୟn |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୮୪-ବର୍ତ୍ତମାନ |
ଜୀବନସାଥୀ | ଶ୍ରୀରାମ ମାଧବ ନେନେ[୧] |
ସନ୍ତାନ | 2 |
ପୁରସ୍କାର(ଗୁଡ଼ିକ) | ପଦ୍ମଶ୍ରୀ |
ୱେବସାଇଟ | www |
ମାଧୁରୀ ଦୀକ୍ଷିତ୍ (ଜନ୍ମ ୧୫ ମଇ ୧୯୬୭) ହିନ୍ଦୀ ଚ୍ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀ ଓ ନୃତ୍ୟଶିଳ୍ପୀ ଅଟନ୍ତି । ମାଧୁରୀ ଦୀକ୍ଷିତ୍ ହିନ୍ଦୀ ଚ୍ଚଳଚ୍ଚିତ୍ରକୁ ଏପରି ଏକ ମୋଡ ଦେଇଛନ୍ତି ଯେ, ଯେଉଁଥି ପାଇଁ ଆଜିର ଅଭିନେତ୍ରୀମାନେ ତାଙ୍କୁ ନିଜ ଆଦର୍ଶ ବୋଲି ଭାବନ୍ତି । ଅଶି ନବେ ଦଶନ୍ଧି ବେଳକୁ ଏହି ଅଭିନେତ୍ରୀ ଜଣକ ନିଜକୁ ହିନ୍ଦୀ ଚ୍ଚଳଚ୍ଚିତ୍ର ଜଗତର ଜଣେ ପ୍ରମୁଖ ଅଭିନେତ୍ରୀ ଓ ସୁପ୍ରସିଦ୍ଧ ନୃତ୍ୟଶିଳ୍ପୀ ରୂପେ ସ୍ଥାପିତ କରିଥିଲେ। ତାଙ୍କ ନୃତ୍ୟର ଯାଦୁ ଏପରି ଥିଲାକି ସାରା ଭାରତର ସେ ପ୍ରିୟ ହୋଇଯାଇଥିଲେ ।
ଜୀବନ[ସମ୍ପାଦନା]
୧୫ ମଇ ୧୯୬୭ ମସିହାରେ ମୁମ୍ବାଇରେ ମାଧୁରୀଙ୍କ ଏକ ମରାଠୀ ପରିବାରରେ ଜନ୍ମ ହୋଇଥିଲା। ପିତା ଶଙ୍କର ଦୀକ୍ଷିତ୍ ଓ ମାତା ସ୍ନେହଲତା ଦୀକ୍ଷିତ୍ଙ୍କ ଗେହ୍ଲି ମାଧୁରୀଙ୍କ ପିଲାବେଳୁ ଚିକିତ୍ସକ ହେବାର ଇଚ୍ଛା ଥିଲା, ବୋଧ ହୁଏ ଏହି କାରଣ ଯୋଗୁଁ ସେ ତାଙ୍କ ଜୀବନ ସାଥୀ ଶ୍ରୀରାମ ନେନେଙ୍କୁ ବାଛି ଥିଲେ ଯିଏକି ପେଶାରେ ଜଣେ ଚିକିତ୍ସକ। ଇବାଇନ୍ ଛାଇଲ୍ଡ ହାଇ ସ୍କୁଲ୍ରେ ପଢ଼ିବା ପରେ ମାଧୁରୀ ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ସ୍ନାତକ ଶିକ୍ଷା ପୂର୍ଣ୍ଣ କରିଥିଲେ। ପିଲାବେଳୁ ମାଧୁରୀଙ୍କ ନୃତ୍ୟରେ ରୁଚି ଥିଲା। ୨୦୦୮ ମସିହାରେ ସେ ଭାରତ ସରକାରଙ୍କ ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ "ପଦ୍ମଶ୍ରୀ"ରେ ସମ୍ମାନିତ ହୋଇଥିଲେ।[୨]
ମୁଖ୍ୟ ଚଳଚ୍ଚିତ୍ର[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ ନେନେ, ଶ୍ରୀରାମ. "Madhuri Dixit". Retrieved 9 March 2017.
- ↑ ସମ୍ମାନିତ ହୋଇଥିଲେ, ୨୦୦୮ ମସିହାରେ. "माधुरी दीक्षित". Retrieved 9 March 2017.