ଆୟେଶା ଟକିଆ

ଉଇକିପିଡ଼ିଆ‌ରୁ
ଆୟେଶା ଟକିଆ
୨୦୧୩ରେ ମୁମ୍ବାଇ ବିମାନବନ୍ଦରରେ ଆୟେଶା ।
Born
ଆୟେଶା ଟକିଆ

(1986-04-10) ୧୦ ଅପ୍ରେଲ ୧୯୮୬ (ବୟସ ୩୭)[୧]
Occupation(s)ଅଭିନେତ୍ରୀ, ମଡେଲ
Years active୨୦୦୪ – ୨୦୧୩
Spouseଫରହାନ ଆଜ୍‌ମି (୨୦୦୯- ଏବେଯାଏଁ)
Childrenମିକାଇଲ ଆଜ୍‌ମି
Parent(s)ଫରିଦା ଟକିଆ, ନିଶିତ ଟକିଆ

ଆୟେଶା ଟକିଆ‌ (ଜନ୍ମ: ୧୦ ଏପ୍ରିଲ ୧୯୮୬) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ଆୟେଶା ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରିଛନ୍ତି । ୨୦୦୪ରେ ଆୟେଶା ହିନ୍ଦୀ କଥାଚିତ୍ର ‌ଟାର୍ଜନ୍- ଦ ୱାଣ୍ଡର କାର‌ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠନବାଗତା ପୁରସ୍କାର ମିଳିଥିଲା । ଏହାପରେ ୨୦୦୬ରେ ଆୟେଶାଙ୍କ ଅଭିନୀତ ସଫଳତମ ଚଳଚ୍ଚିତ୍ର ଥିଲା ‌ଦୋର୍‌ ଏବଂ ୨୦୦୯ରେ ସଲମାନ ଖାଁଙ୍କ ସ‌ହ ୱାଣ୍ଟେଡ୍ ।[୨]

ପ୍ରାରମ୍ଭିକ ଜୀବନ ଏବଂ ମଡେଲିଂ[ସମ୍ପାଦନା]

ଆୟେଶା ୧୦ ଏପ୍ରିଲ ୧୯୮୬ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତା ଥିଲେ ଫରିଦା ଟକିଆ ଏବଂ ନିଶିଥ ଟକିଆ । ଆୟେଶା ୧୫ ବର୍ଷ ବୟସରେ ମଡେଲିଂରେ ଯୋଗ ଦେଇଥିଲେ । ସେ ‌କମ୍ଲାନ୍‌‌ର ଏକ ବିଜ୍ଞାପନରେ ପ୍ରଥମେ ସୁଯୋଗ ପାଇଥିଲେ ।[୩] ଏହାପରେ ସେ ଫାଲଗୁନି ପାଠକଙ୍କ ମେରି ଚୁନର୍ ଉଡ଼୍ ଉଡ଼୍ ଯାଏ ଗୀତରେ ଅଭିନୟ କରିଥିଲେ ।[୪] ପରେ ଅଭିନେତା କେଇଥ୍ ସେକ୍ୟୁଇରାଙ୍କ ସ‌ହ ଏକ ଗୀତ ଶକେ ଇଟ୍ ଡ୍ୟାଡି‌ରେ ଅଭିନୟ କରିଥିଲେ । ଏହି ଗୀତରେ ଆୟେଶାଙ୍କର ଅଭିନୟ ତାଙ୍କୁ ହିନ୍ଦୀ କଥାଚିତ୍ରରେ କାମ ଦେବାରେ ସାହାଯ୍ୟ କରିଥିଲା । ସେତେବେଳେ ଆୟେଶାଙ୍କୁ ‌ସୋଚା ନା ଥା‌ ଏବଂ ପରେ ‌ଟାର୍ଜନ୍- ଦ ୱାଣ୍ଡର କାର‌ରେ ସୁଯୋ ମିଳିଥିଲା । ମାତ୍ର ‌ଟାର୍ଜନ- ଦ ୱାଣ୍ଡର କାର‌ ପ୍ରଥମେ ମୁକ୍ତିଲାଭ କରିଥିଲା, ଯାହାକି ଆୟେଶାଙ୍କର ପ୍ରଥମ ଅଭିନୀତ ଚଳଚ୍ଚିତ୍ର ଥିଲା ।[୫]

ଅଭିନୟ ଜୀବନ[ସମ୍ପାଦନା]

ଆୟେଶାଙ୍କର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଟାର୍ଜନ- ଦ ୱାଣ୍ଡର କାର୍‌ରେ ୨୦୦୪ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳ ହୋଇଥିଲା । ଏହି ଚଳଚ୍ଚିତ୍ର ପାଇଁ ଆୟେଶାଙ୍କୁ ୫୦ତମ ଫିଲ୍ମ‌ଫେୟାର ଆୱାର୍ଡ଼ ଏବଂ ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା ।

ଏହପରେ ଆୟେଶ କିଛି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ମାତ୍ର ସେସବୁ ସଫଳ ହୋଇପାରିନଥିଲା । ଏହାପରେ ୨୦୦୬ରେ ଆୟେଶାଙ୍କ ଅଭିନୀତ କଥାଚିତ୍ର ‌ଦୋର୍‌ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ସ୍ୱଳ୍ପ ବ୍ୟୟରେ ନିର୍ମିତ ହୋଇଥିଲା ଏବଂ ଅନେକ ସଫଳତା ପାଇଥିଲା । ଏହି ଚଳଚ୍ଚିତ୍ରରେ ଆୟେଶା ଜଣେ ଯୁବା ବିଧବା ରାଜସ୍ତାନୀ ମହିଳା ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ସେ ଜୀ ସିନେ ଆୱାର୍ଡ଼‌ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।

ହିନ୍ଦୀ କଥାଚିତ୍ର ବ୍ୟତୀତ ଆୟେଶା ୨୦୦୫ରେ ତେଲୁଗୁ ଚଲଚ୍ଚିତ୍ର ‌ସୁପର‌ରେ ଅଭିନେତା ଅକ୍କିନେନି ନାଗାର୍ଜୁନ, ସୋନୁ ଶୁଦ୍ ଏବଂ ଅନୁଷ୍କା ସେଟ୍ଟିଙ୍କ ସ‌ହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ଆୟେଶାଙ୍କୁ ଦକ୍ଷିଣ ଭାରତୀୟ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ କରାଯାଇଥିଲା । ଏହାପରେ ୨୦୦୯ରେ ଆୟେଶା ଅଭିନେତା ସଲାମାନ ଖାଁଙ୍କ ସ‌ହ ମହେଶ ବାବୁଙ୍କ ତେଲୁଗୁ ଚଳଚ୍ଚିତ୍ର ‌ପୋକିରୀ‌ର ପୁନଃନିର୍ମାଣରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳ ହୋଇଥିଲା ଏବଂ ସେହିବର୍ଷର ଆୟରେ ୩ୟ ଚଳଚ୍ଚିତ୍ର ଥିଲା । ଏହି ଚଳଚ୍ଚିତ୍ରରେ ଆୟେଶାଙ୍କର ଅଭିନୟ ପାଇଁ ତାଙ୍କୁ ସମୀକ୍ଷକମାନେ ସାକାରାତ୍ମକ ମନ୍ତବ୍ୟ ଦେଇଥିଲେ ।

୨୦୧୧ରେ ଆୟେଶାଙ୍କ ଅଭିନୀତ ହିନ୍ଦୀ କଥାଚିତ୍ର ‌ମୋଡ଼୍‌‌ ଚଳଚ୍ଚିତ୍ର ଉତ୍ତମ ବ୍ୟବସାୟ କରିଥିବା ବେଳେ ସଫଳ ହୋଇଥିଲା ।[୬] ୨୦୧୨ରେ ଆୟେଶା ଏକ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ‌ସୁର-କ୍ଷେତ୍ର‌ରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।

ବୈବାହିକ ଜୀବନ ଏବଂ ସମାଜସେବା[ସମ୍ପାଦନା]

ଆୟେଶା ୨୦୦୯ରେ ଫରହାନ ଆଜ୍‌ମିଙ୍କୁ ବିବାହ କରିଥିଲେ । ସେ ସାମାଜିକ ଗଣମାଧ୍ୟମ ଟୁଇଟରେ ସର୍ବଦା ସକ୍ରିୟ ଥାନ୍ତି ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି ।[୭][୮] ଆୟେଶାଙ୍କର ଗୋଟିଏ ପୁଅ ଅଛି ।[୯][୧୦] ବଳାତ୍କାରୀକୁ ଫାଶୀଦଣ୍ଡ ଦାବି କରି ୨୦୧୪ ଏପ୍ରିଲରେ ଆୟେଶା ତାଙ୍କର ଶ୍ୱଶୁର ସମାଜବାଦୀ ପାର୍ଟିର ନେତା ଆବୁ ଆଜ୍‌ମିଙ୍କର ନିନ୍ଦା କରିଥିଲେ ।[୧୧]

ଆୟେଶା ବନ୍ୟଜନ୍ତୁଙ୍କର ସୁରକ୍ଷା ପାଇଁ ଏକ ବିଜ୍ଞାପନର ସୁଟିଂ ବେଳେ ନିଜକୁ ଶାକାହାରୀ ବୋଲି ଦର୍ଶାଇଥିଲେ ।[୧୨]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୦୪: ଟାର୍ଜନ- ଦ ୱାଣ୍ଡର କାର
  • ୨୦୦୪: ଦିଲ୍ ମାଙ୍ଗେ ମୋର୍
  • ୨୦୦୪: ସୋଚା ନା ଥା
  • ୨୦୦୫: ଶାଦି ନଂ ୧
  • ୨୦୦୫: ସୁପର୍ (ତେଲୁଗୁ)
  • ୨୦୦୫: ହୋମ ଡେଲିଭରି
  • ୨୦୦୬: ଶାଦି ସେ ପେହେଲେ
  • ୨୦୦୬: ୟୁଁ ହୋତା ତୋ କ୍ୟା ହୋତା
  • ୨୦୦୬: ଡୋର୍
  • ୨୦୦୭: ସଲାମ୍-ଏ-ଇସ୍କ
  • ୨୦୦୭: କ୍ୟା ଲଭ୍ ଷ୍ଟୋରୀ ହୈ
  • ୨୦୦୭: ଫୁଲ୍ ଆଣ୍ଡ ଫାଇନାଲ୍
  • ୨୦୦୭: କ୍ୟାସ୍
  • ୨୦୦୭: ବ୍ଲଡ୍ ବ୍ରଦର୍ସ
  • ୨୦୦୭: ନୋ ସ୍ମୋକିଙ୍ଗ୍
  • ୨୦୦୮: ସଣ୍ଡେ
  • ୨୦୦୮: ଦେ ତାଲି
  • ୨୦୦୯: ୱାଣ୍ଟେଡ୍
  • ୨୦୧୦: ପାଠଶାଳା
  • ୨୦୧୧: ମୋଡ଼୍
  • ୨୦୧୩: ଆପ୍ କେଲିଏ ହମ୍

ଆଧାର[ସମ୍ପାଦନା]

  1. Taarzan Girl Ayesha Takia Celebrates Her Birthday Today! Retrieved 2 May 2017
  2. Wanted Creates History On Eid. Box Office India. 22 September 2009
  3. "Taarzan Girl Ayesha Takia Celebrates Her Birthday Today". businessofcinema.com. BusinessofCinema News Network. Retrieved 2 May 2017.
  4. FalguniPathakVEVO. "Falguni Pathak – Meri Chunar Udd Udd Jaye". youtube.com. Universal Music India Pvt. Ltd. Retrieved 2 May 2017.
  5. Krishnan, Aishwarya. "Top 5 Ayesha Takia movies on her 28th birthday". india.com. india.com. Retrieved 2 May 2017.
  6. Krishnan, Aishwarya. "Top 5 Ayesha Takia movies on her 28th birthday". india.com. india.com. Retrieved 2 May 2017.
  7. "Ayesha Takia's new look invites a swarm of Twitter trolls. Here are some mean tweets". www.hindustantimes.com/ (in ଇଂରାଜୀ). 2017-02-25. Retrieved 2017-05-2. {{cite news}}: Check date values in: |access-date= (help)
  8. Mishra, Rashmi (2017-04-10). "Ayesha Takia is the Queen of Snapchat filters! Hot Actress' pictures will make you forget about redundant lip & breast surgery talks!". India.com (in ଇଂରାଜୀ). Retrieved 2017-05-2. {{cite news}}: Check date values in: |access-date= (help)
  9. "Ayesha Takia delivers a baby boy". hindustantimes.com. Bollywood Hungama News Network. Archived from the original on 12 October 2020. Retrieved 2 May 2017.
  10. Press, Alive Caravan, Delhi. "Ayesha Takia's son is the cutest thing you'll see today - Alive Caravan, News Magazine | Political News | Latest News | Current News | Top News | National Stories". www.caravanalive.com. Archived from the original on 14 April 2017. Retrieved 2 May 2017.{{cite web}}: CS1 maint: multiple names: authors list (link)
  11. Ayesha Takia reacts to father-in-law Abu Azmi's remark on rape, says she is 'ashamed'. Timesofindia.indiatimes.com (2014-04-12). Retrieved on 2017-05-2.
  12. "Ayesha Takia Poses with CHick for PETA Ahead of Vegan Day". India Today. Retrieved 2 May 2017.

ଅଧିକ ତ‌ଥ୍ୟ[ସମ୍ପାଦନା]