ରଣା ସାପ

ଉଇକିପିଡ଼ିଆ ରୁ
Jump to navigation Jump to search
{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/ଛାଞ୍ଚ:Taxonomy/Elapidae|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}} |machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}} |machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}
ରଣା ସାପ
AB 054 Banded Krait.JPG
Conservation status
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
Unrecognized taxon (fix): Elapidae
Genus: Bungarus
ଜାତି: B. fasciatus
ବାଇନୋମିଆଲ ନାମ
Bungarus fasciatus
ୟୋହାନ୍ ଗୋଟଲୋବ୍ ଶ୍ନାଇଡର୍ (୧୮୦୧)
Synonyms
  • ସ୍ୟୁଡୋବୋଆ ଫାଶିଆଟା - ୟୋହାନ୍ ଗୋଟଲୋବ୍ ଶ୍ନାଇଡର୍, ୧୮୦୧
  • ବୋଆ ଫାଶିଆଟା – ଜର୍ଜ୍ ଶ, ୧୮୦୨
  • ବଙ୍ଗାରସ୍ ଏନ୍ୟୁଲାରିସ୍ – ଫ୍ରାଂକୋଏ ମେରି ଡୌଡିନ୍, ୧୮୦୩

ରଣା ସାପ ବା ରଣା (ଇଂରାଜୀରେ Banded Krait, ଜୀବବିଜ୍ଞାନ ନାମ Bungarus fasciatus) ଏଲାପିଡ୍ ପ୍ରଜାତିର ଏକ ସାପ ଯାହା ପ୍ରଧାନତଃ ଭାରତୀୟ ଉପମହାଦେଶ ଓ ଦକ୍ଷିଣ-ପୂର୍ବ ଏସିଆର ଦେଶମାନଙ୍କରେ ପରିଲକ୍ଷିତ ହୋଇଥାଏ ।[୨] ଇଂରାଜୀରେ କ୍ରେଟ୍ (Krait) ବୋଲାଉଥିବା ସାପଙ୍କୁ ଓଡ଼ିଆ ଭାଷାରେ ଚିତି ସାପ ବା ଚିଟି ସାପ କୁହନ୍ତି । ଉଭୟ ରଣା ଓ ଚିତି ସାପ ଏଲାପିଡାଏ ପ୍ରଜାତିର ସାପ । ରଣା ସାପ ଏହି ପ୍ରଜାତିର ସାପମାନଙ୍କ ମଧ୍ୟରେ ଦୀର୍ଘତମ ଓ ଏମାନଙ୍କ ଦୈର୍ଘ୍ୟ ପ୍ରାୟ ୨.୧ ମିଟର ପର୍ଯ୍ୟନ୍ତ ହୋଇଥାଏ ।[୩]

ବର୍ଣ୍ଣନା[ସମ୍ପାଦନା]

କଳା ଓ ହଳଦିଆ ରଙ୍ଗର ପଟିଯୁକ୍ତ ଶରୀରରୁ ରଣା ସାପକୁ ଅତି ସହଜରେ ଚିହ୍ନି ହେବ । ଅଧିକାଂଶ ସାପଙ୍କ ଦେହ ନଳ ପରି ହୋଇଥିବା ବେଳେ ରଣାର ଦେହର ମୋଟେଇ ତ୍ରିଭୂଜାକୃତି । ଏହାର ପିଠି ବା ଦେହର ସବୁଠାରୁ ଉପର ଅଂଶରେ ଏକ ଶିଖର (vertebral ridge) ଥାଏ । ରଣାର ମୁଣ୍ଡଟି ଓସାରିଆ ଓ ଚେପଟା । ଏହାର ଆଖିଗୁଡ଼ିକ ଓ ମୁଣ୍ଡ କଳା ରଙ୍ଗର । ରଣାର କଳା ମୁଣ୍ଡରେ ତୀରର ମୁନ ପରି ଏକ ହଳଦିଆ ଚିହ୍ନ ରହିଥାଏ । ଏହାର ଓଠ, ଥୋଡ଼ି, ବେକ ଏବଂ ଆଖି ଓ ନାକପୁଡ଼ା ମଧ୍ୟସ୍ଥ ଭାଗ ହଳଦିଆ ରଙ୍ଗର ।[୪]

ଅଦ୍ୟାବଧି ଲିପିବଦ୍ଧ କରାଯାଇଥିବା ଦୀର୍ଘତମ ରଣା ସାପର ଦୈର୍ଘ୍ୟ ପ୍ରାୟ ୨.୨୫ ମିଟର । ସାଧାରଣ ଭାବେ ଦୃଶ୍ୟମାନ ରଣା ସାପର ହାରାହାରି ଦୈର୍ଘ୍ୟ ପ୍ରାୟ ୧.୮ ମିଟର ହୋଇଥାଏ ।[୩]

ରଣା ସାପର ଲାଞ୍ଜ ତଳ କାତିରେ ଗୋଟିଏ ସବ୍‍କଡ଼ାଲ୍ (subcaudals) ରହିଥାଏ । ଏହି ସାପର ଲାଞ୍ଜଟି ଛୋଟ ଓ ସମୁଦାୟ ଶରୀରର ପ୍ରାୟ ୧୦% ।[୫]

ଏହି ସାପର ଜୀବବିଜ୍ଞାନ ନାମରେ ବ୍ୟବହୃତ ବଙ୍ଗାରସ୍ (Bungarus) ତେଲୁଗୁ ଭାଷାରେ ସୁନାକୁ ବୁଝାଉଥିବା ଶବ୍ଦ ବାଙ୍ଗାରମ୍‍ରୁ ଗୃହୀତ । ରଣା ଦେହର ହଳଦିଆ ପଟି ଦାଗ ଏପରି ଶବ୍ଦ ଚୟନର କାରଣ ।[୪]

ଭୌଗୋଳିକ ବିତରଣ ଓ ଅଧିବାସ[ସମ୍ପାଦନା]

ଭାରତଚୀନର ଅଧିକାଂଶ ଅଞ୍ଚଳ, ମାଳୟ ଉପଦ୍ୱୀପ, ଇଣ୍ଡୋନେସୀୟ ଦ୍ୱୀପପୁଞ୍ଜ ଏବଂ ଦକ୍ଷିଣ ଚୀନରେ ରଣା ସାପ ପରିଲକ୍ଷିତ ହୋଇଥାନ୍ତି ।[୩] ଭାରତରେ ମିଜୋରାମ, ଆସାମ, ତ୍ରିପୁରା ଆଦି ରାଜ୍ୟରେ, ନେପାଳବଙ୍ଗଳାଦେଶ ରାଜ୍ୟରେ ରଣା ସାପ ଏକ ସାମାନ୍ୟ ସର୍ପ ପ୍ରଜାତି । କିନ୍ତୁ ଭାରତର ପଶ୍ଚିମ ପଟକୁ ଗଲେ ଏମାନଙ୍କ ସଂଖ୍ୟା ଅପେକ୍ଷାକୃତ କମ୍ ।[୪]

ଭାରତର ପୂର୍ବ ପଟକୁ ବଙ୍ଗଳାଦେଶ, ବ୍ରହ୍ମଦେଶ, ଥାଇଲାଣ୍ଡ, ଲାଓସ୍, ଭିଏତନାମ, ହଂକଂ, ଫିଲିପାଇନ୍‍ସ୍ ଓ ମାଲେସିଆ ପର୍ଯ୍ୟନ୍ତ ରଣା ସାପ ଦେଖିବାକୁ ମିଳନ୍ତି । ଇଣ୍ଡୋନେସିଆର ବୋର୍ଣ୍ଣିଓ, ଜାଭାସୁମାତ୍ରା ଏବଂ ସିଙ୍ଗାପୁରରେ ମଧ୍ୟ ରଣା ପରିଲକ୍ଷିତ ହୋଇଥାନ୍ତି ।

ଭାରତରେ ଆନ୍ଧ୍ର ପ୍ରଦେଶ,[୬] ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର,[୭] ଉତ୍ତର-ପଶ୍ଚିମ ରାଜ୍ୟସମୂହ, ଓଡ଼ିଶା, ତାମିଲନାଡ଼ୁପଶ୍ଚିମ ବଙ୍ଗରେ[୩] ରଣା ସାପଙ୍କ ଉପସ୍ଥିତି ବିଷୟରେ ଲିପିବଦ୍ଧ ତଥ୍ୟ ରହିଛି । କର୍ଣ୍ଣାଟକର ହାସାନ ଜିଲ୍ଲାରୁ ଓ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରୁ ମଧ୍ୟ ରଣା ସାପ ଦେଖାଯାଇଛନ୍ତି ।[୮]

ବଣ ଜଙ୍ଗଲରୁ ନେଇ ଚାଷ ଜମି ଅଞ୍ଚଳ ପର୍ଯ୍ୟନ୍ତ ବିବିଧ ଅଧିବାସରେ ରଣା ସାପ ଦେଖାଯାନ୍ତି । ଊଈ ହୁଙ୍କା, ଜଳ ନିକଟବର୍ତ୍ତୀ ମୂଷା ଗାତ ଏପରିକି ଜନବସତି ନିକଟରେ (ବିଶେଷ କରି ଗ୍ରାମାଞ୍ଚଳରେ) ରଣା ସାପ ରହୁଥିବାର ଦେଖାଯାଏ । ଖାଦ୍ୟ ଓ ଜଳରୁ ନିକଟତା ଯୋଗୁଁ ଏପରି ସ୍ଥାନରେ ଏହି ସାପମାନେ ନିଜ ଆବାସ ଖୋଜନ୍ତି । ପଡ଼ିଆ ଜମିରେ ମଧ୍ୟ ରଣା ସାପ ରହିବା ଦେଖାଯାଏ । ବ୍ରହ୍ମଦେଶରେ ଏହି ସାପ ସମୁଦ୍ର ପତନରୁ ୫୦୦୦ ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ଅଞ୍ଚଳରେ ବିଚରଣ ଓ ବାସ କରିବା ଦେଖାଯାଇଛି ।[୩]

ଭାରତର ପଶ୍ଚିମ ବଙ୍ଗର ବିନ୍ନଗୁଡ଼ିରେ ଏକ ରଣା ସାପ ଧରାଯିବା ବେଳର ଫଟୋ
କ୍ୟାଟ୍ ଟିଏନ୍ ଜାତୀୟ ଉଦ୍ୟାନର ଏକ ରଣା ସାପ
ରଣା ସାପର ମୁଣ୍ଡ

ବ୍ୟବହାର[ସମ୍ପାଦନା]

ରଣା ସାପ ଲାଜୁଳା ପ୍ରବୃତ୍ତିର ଓ ଅତି ସହଜରେ ଦେଖାଯାଏ ନାହିଁ । ଏମାନେ ମୁଖ୍ୟତଃ ରାତ୍ରିଚର ସାପ । ଏମାନଙ୍କୁ କେହି ଅବରୋଧ ବା ହଇରାଣ କଲେ କୁଣ୍ଡଳୀରେ ଗୁଡ଼େଇ ହୋଇ ମୁଣ୍ଡଟିକୁ ନିଜ କୁଣ୍ଡଳୀ ଭିତରେ ଲୁଚାଇ ରଖନ୍ତି ଓ କାମୁଡ଼ିବାକୁ ବା ଆକ୍ରମଣ କରିବାକୁ ଚେଷ୍ଟା କରନ୍ତି ନାହିଁ ।[୨] କିନ୍ତୁ ରାତି ବେଳେ ରଣା ସାପ ଖୁବ୍ ସକ୍ରିୟ ଥାଏ ଓ ସେ ସମୟରେ ସାପ ନିଜ ପ୍ରତି ବିପଦ ଅନୁଭବ କଲେ କାମୁଡ଼ିବାର ସମ୍ଭାବନା ଅଧିକ ।

ଦିନ ବେଳା ରଣା ଘାସ, ଗାତ ବା ନାଳ ଇତ୍ୟାଦି ନିକଟରେ ଶୋଇ ରହିଥିବା ଦେଖାଯାଏ । ଏହି ସାପ ଅଳସୁଆ ସ୍ୱଭାବର ଏବଂ ତାହାକୁ ହଇରାଣ କଲେ ମଧ୍ୟ ସେ ତୁରନ୍ତ କୌଣସି ପ୍ରତିକ୍ରିୟା ଦେଖାଏ ନାହିଁ । ବର୍ଷା ସମୟରେ ଅଧିକ ରଣା ସାପ ଦେଖାଯାନ୍ତି ।[୪]

ଆହାର[ସମ୍ପାଦନା]

ରଣା ଅନ୍ୟ ଛୋଟ ସାପ, ମାଛ, ବେଙ୍ଗ, ଅନ୍ୟ ସାପର ଅଣ୍ଡା ଓ ଚମ୍ପେଇ ନେଉଳ ଆଦି ଜୀବଙ୍କୁ ଭକ୍ଷଣ କରିଥାନ୍ତି । ରଣା ଅନ୍ୟ ଯେଉଁ ସାପମାନଙ୍କୁ ଭକ୍ଷଣ କରେ, ସେମାନେ ହେଲେ :[୪] -

  • ସନ୍‍ବିମ୍ ସାପ (Xenopeltis unicolor)
  • ଇନ୍ଦ୍ରଧନୁ ପାଣି ସାପ (Enhydris enhydris)[୯]
  • ନାଲିଲାଞ୍ଜ ସାଧାରଣ ନଳି ସାପ (Cylindrophis ruffus)[୯]
  • ଧଣ୍ଡ ସାପ (Fowlea piscator)
  • ମାଟିବିରାଡ଼ି ସାପ (Amphiesma stolatum)
  • ଢାମଣା ସାପ (Ptyas mucosus)
  • ଇଣ୍ଡୋ-ଚୀନୀ ଢାମଣା ସାପ (Ptyas korros)
  • ବିରାଡ଼ି ସାପ (Cat snake ବା Boiga trigonata)
  • ଚନ୍ଦନ ବୋଡ଼ା ସାପ (Russell's viper ବା Daboia russelii)

ରଣା ତା’ର ଶିକାରକୁ ନିଜ ବିଷଦ୍ୱାରା ଅଚେତ ବା ନିଷ୍କ୍ରିୟ କରିଦେବା ପରେ ମୁଣ୍ଡ ପଟୁ ଗିଳିବା ଆରମ୍ଭ କରେ ।[୪]

ପ୍ରଜନନ[ସମ୍ପାଦନା]

ଏହି ସାପର ପ୍ରଜନନ ସମ୍ପର୍କୀୟ ବ୍ୟବହାର ସମ୍ପର୍କରେ ବେଶୀ କିଛି ଜଣାନାହିଁ । ବ୍ରହ୍ମଦେଶରେ ଏକ ମାଈ ରଣାର ବସା ଖୋଳି ୮ଟି ଅଣ୍ଡା ଉଦ୍ଧାର କରାଯାଇଥିଲା । ଏଥିରୁ ୪ଟି ମଇ ମାସରେ ଫୁଟି ସାରିଥିଲେ । ଅଣ୍ଡାରୁ ବାହାରିବା ପରେ ଶିଶ ସାପଙ୍କ ଦୈର୍ଘ୍ୟ ୨୯୮ରୁ ୩୧୧ ମିଲିମିଟର ପର୍ଯ୍ୟନ୍ତ ହୋଇଥାନ୍ତି । ଜୀବନର ତୃତୀୟ ବର୍ଷରେ ରଣା ପ୍ରଜନନକ୍ଷମ ଓ ପରିପକ୍ୱ ହୋଇଯାଇଥାଏ । ଏହି ସମୟରେ ତାହାର ଦୈର୍ଘ୍ୟ ହାରାହାରି ୯୧୪ ମିଲିମିଟର ରହିଥାଏ ।[୧୦]

ରଣାର ବିଷ[ସମ୍ପାଦନା]

ରଣା ସାପର ବିଷରେ ସ୍ନାୟୁ ତନ୍ତ୍ରିକା କ୍ଷୟକାରୀ ତତ୍ତ୍ୱ (neurotoxin) ରହିଥାଏ, ଯାହାର LD୫୦ ମାନ ୨.୪ ମି.ଗ୍ରା./କି.ଗ୍ରା.[୧୧]—୩.୬ ମି.ଗ୍ରା./କି.ଗ୍ରା.[୧୨][୧୩] SC, ୧.୨୮୯ ମି.ଗ୍ରା./କି.ଗ୍ରା. IV ଓ ୧.୫୫ ମି.ଗ୍ରା./କି.ଗ୍ରା. IP ।[୧୨][୧୩] ଗୋଟିଏ କାମୁଡ଼ାରେ ରଣା ସାପଠାରୁ ହାରାହାରି ୨୦-୧୧୪ ମିଲିଗ୍ରାମ୍ ବିଷ କ୍ଷରିତ ହୋଇଥାଏ ।[୧୨] ଏଙ୍ଗେଲ୍‍ମାନ୍ ଓ ଓବ୍‍ଷ୍ଟ୍ (୧୯୮୧) ଏହି ବିଷର ପରିମାଣ ୧୧୪ ମିଲିଗ୍ରାମ୍ ବୋଲି ନିରୂପିତ କରିଛନ୍ତି ।[୧୪] ରଣା ସାପ କାମୁଡ଼ିଲେ ଏହାର ବିଷ ପ୍ରଭାବରୁ ବାନ୍ତି, ପେଟ କାଟିବା, ତରଳ ଝାଡ଼ା ଓ ମୁଣ୍ଡ ବୁଲାଇବା ପରି ଲକ୍ଷଣ ଦେଖାଯାଏ । ରଣାର ବିଷର ପ୍ରଭାବରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥାଏ ।[୧୫]

ଗବେଷଣାରୁ ଜଣାଯାଇଛି ଯେ ରଣା କାମୁଡ଼ାରେ ମନୁଷ୍ୟ ମୃତ୍ୟୁ ହାର ପ୍ରାୟ ୧-୧୦% ହୋଇଥାଏ । ଏହାର ଗୋଟିଏ କାରଣ ହେଲା ମନୁଷ୍ୟ ଓ ସାପଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ପ୍ରାୟତଃ କମ୍ ଏବଂ ନିଜ ପ୍ରତିରକ୍ଷାରେ ସାପ କାମୁଡ଼ିବା ବେଳେ କମ୍ ବିଷ କ୍ଷରିତ ହୋଇଥାଏ ।[୨] ବର୍ତ୍ତମାନ ସମୟରେ ରଣା ସାପ ବିଷର ଔଷଧ (antivenom) ଭାରତ, ଇଣ୍ଡୋନେସିଆ ପ୍ରଭୃତି ଦେଶରେ ଉପଲବ୍ଧ ।

ରଣାର ସ୍ଥାନୀୟ ନାମ[ସମ୍ପାଦନା]

ରଣା ସାପର ଶରୀର ନଳ ପରି ସିଲିଣ୍ଡରାକୃତି ନୁହେଁ ବରଂ ତ୍ରିଭୂଜାକାର
ଥାଇଲାଣ୍ଡର ପ୍ରଚନ୍ତଖାମ ଜିଲ୍ଲାର ଏକ ରଣା ସାପ
  • ମିଜୋ ଭାଷା : ଚଂଗଲେଇ, ଟିଆଂଗସିର
  • କାର୍ବି ଭାଷା : ମାଇପମ, ରୁଇ-ଟେରୋନ୍
  • ଅହମିଆ ଭାଷା : ଜୋଖା (শখা), ଜୋଂଗଖୋସୁର (শংখচোৰ), ଗୋୱାଲା, ବନ୍ଦଫୋରା
  • ବଙ୍ଗଳା ଭାଷା : শাঁখামুটি, শঙ্খিনী ଶଙ୍କନି ବା ଶଙ୍ଖମୁଟି ସାଁପ[୪] ଓ ବୀରଭୂମ ଜିଲ୍ଲାରେ ରାଜସାପ
  • ବ୍ରହ୍ମଦେଶୀୟ ଭାଷା : ଙ୍ଗାନ୍ ତ କ୍ୟା ငန်းတော်ကြား
  • ହିନ୍ଦୀ ଭାଷା : ଅହିରାଜ ସାଁପ[୫]
  • ଇଣ୍ଡୋନେସୀୟ ଭାଷାରେ : ୱେଲାଂଗ
  • ତ୍ରିପୁରୀ ବା କୋକବୋରେକ ଭାଷାରେ : ବାଲିଂଖୁଂଗ୍
  • ମାଲୟାଲମ ଭାଷା - ମଞ୍ଜୱରାୟନ୍ (മഞ്ഞവരയൻ)
  • ମରାଠୀ ଭାଷା - ପାଟ୍ଟେରି ମନ୍ୟାର, ଅଗ୍ୟା ମନ୍ୟାର, ସତରଞ୍ଜ୍ୟ
  • ଓଡ଼ିଆ ଭାଷା - ରଣା[୪]
  • ତାମିଲ ଭାଷା - କଟ୍ଟୁ ୱିରିୟନ୍ (கட்டுவிரியன்), ୟେନ୍ନାଇ ୱିରିୟନ୍, ୟେଟ୍ଟାଡି ୱିରିୟନ୍
  • ତେଲୁଗୁ ଭାଷା - କାଟଲା ପାମୁ (కట్ల పాము) ବା ବାଙ୍ଗାରୁ ପାମୁ (బంగారు పాము) ଅର୍ଥାତ୍ ସୁନେଲି ସାପ[୪]
  • ତୁଳୁ ଭାଷା : କଡ଼ମ୍ବାଲେ
  • ଥାଇ ଭାଷା : ଙ୍ଗୁ ସାମ୍ ଲିଆମ୍, งูสามเหลี่ยม, ଅର୍ଥାତ୍ ତ୍ରିଭୂଜାକୃତି ସାପ[୩]
  • ଭିଏତନାମୀ ଭାଷା : ରାନ୍ କାପ୍ ନୋଂଗ୍
  • ନେପାଳୀ ଭାଷା : ଗନଗଲି गनगलि, ଗନ ଗ୍ୱଲୀ गनग्वली ଓ ରାଜା ସାପ୍ राजा साप


ଆଧାର[ସମ୍ପାଦନା]

  1. Stuart, B.; Nguyen, T.Q.; Thy, N.; Vogel, G.; Wogan, G.; Srinivasulu, C.; Srinivasulu, B.; Das, A.; Thakur, S. & Mohapatra, P (2013). "Bungarus fasciatus". 2013: e.T192063A2034956. doi:10.2305/IUCN.UK.2013-1.RLTS.T192063A2034956.en.
  2. ୨.୦ ୨.୧ ୨.୨ "Clinical Toxinology-Bungarus fasciatus".
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Smith, Malcolm A. Fauna of British India...Vol III - Serpentes, pages 411 to 413
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ ୪.୮ Daniels, J.C. (2002), Book of Indian Reptiles and Amphibians pages 134-135.
  5. ୫.୦ ୫.୧ Boulenger, George A., (1890), The Fauna of British India including Ceylon and Burma, Reptilia and Batrachia. page 388.
  6. Srinivasulu, C; D. Venkateshwarlu; M. Seetharamaraju (26 June 2009). "Rediscovery of the Banded Krait Bungarus fasciatus (Schneider 1801) (Serpentes: Elapidae) from Warangal District, Andhra Pradesh, India". Journal of Threatened Taxa. 1 (6): 353–354. doi:10.11609/jott.o1986.353-4. Archived from the original on 2011-07-28. Retrieved 2009-07-19. Unknown parameter |url-status= ignored (help)
  7. Khaire, NeelimKumar (2008) [2006]. Snakes of Maharashtra, Goa and Karnataka. Pune: Indian Herpetological Society. p. 40.
  8. http://www.deccanherald.com/content/240673/slithering-wonder-black-yellow.html
  9. ୯.୦ ୯.୧ Knierim, Tyler., Barnes, Curt H., Hodges, Cameron., (2017), Natural History Note: Banded Krait (Bungarus fasciatus) diet. Herpetological Review 48(1):204 · March 2017
  10. Evans, G.H. (1906):Breeding of the banded krait (Bungarus fasciatus) in Burma. J. Bombay nat. Hist. Soc. 16:519-520 as mentioned in Daniels, J.C. (2002), Book of Indian Reptiles and Amphibians References, ser no 28, pg 219.
  11. Venom and toxin research group. Snake of medical importance: Banded krait. Singapore. ISBN 9971-62-217-3.
  12. ୧୨.୦ ୧୨.୧ ୧୨.୨ "LD50". Archived from the original on 2012-02-01. Unknown parameter |url-status= ignored (help)
  13. ୧୩.୦ ୧୩.୧ "LD50 menu".
  14. Engelmann, Wolf-Eberhard (1981). Snakes: Biology, Behavior, and Relationship to Man. Leipzig; English version NY, USA: Leipzig Publishing; English version published by Exeter Books (1982). pp. 51. ISBN 0-89673-110-3.
  15. Davidson, Terence. "IMMEDIATE FIRST AID for bites by Kraits". Snakebites First Aid. University of California, San Diego. Archived from the original on 2 April 2012. Retrieved 25 December 2011. Unknown parameter |url-status= ignored (help)
  • Boulenger, George A., (1890), The Fauna of British India including Ceylon and Burma, Reptilia and Batrachia. Taylor and Francis, London.
  • Daniels, J.C. (2002), Book of Indian Reptiles and Amphibians. BNHS. Oxford University Press. Mumbai.
  • Knierim, Tyler., Barnes, Curt H., Hodges, Cameron., (2017), Natural History Note: Banded Krait (Bungarus fasciatus) diet. Herpetological Review 48(1):204 · March 2017
  • Smith, Malcolm A. (1943), The Fauna of British India, Ceylon and Burma including the whole of the Indo-Chinese Sub-region, Reptilia and Amphibia. Vol I - Loricata and Testudines, Vol II-Sauria, Vol III-Serpentes. Taylor and Francis, London.
  • Whitaker, Romulus. (2002), Common Indian Snakes: A Field Guide. Macmillan India Limited, ISBN 0-333-90198-3.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]

  1. SPOAR.ORG.IN [୧][permanent dead link]