ସାପ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
Snakes
ଜୀବାଶ୍ମ କାଳ: Early CretaceousRecent,
112–0 Ma

Coast Garter Snake.jpg
Coast garter snake,
Thamnophis elegans terrestris
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
Kingdom: Animalia
Phylum: Chordata
Class: Reptilia
Order: Squamata
Superfamily: Varanoidea
(unranked): Pythonomorpha
Suborder: Serpentes
Linnaeus, 1758
Subgroups
World distribution of snakes.svg
Approximate world distribution of snakes, all species

ସାପ ଏକ ସରୀସୃପ ଜାତୀୟ ଜୀବ । ସାପ ବିଷଧର ଓ ବିଷହିନ ମଧ୍ୟ ହୋଇ ପାରନ୍ତି । ବିଶ୍ୱର ସବୁ ସ୍ଥାନରେ ସାପ ଦେଖିବାକୁ ମିଳନ୍ତି ନାହିଁ । କେବଳ କ୍ରାନ୍ତୀୟ ଜଳବାୟୁରେ ବିଶେଷ ପରିମାଣରେ ସାପ ଦେଖିବାକୁ ମିଳିଥାଆନ୍ତି । ସେହିପରି କ୍ରାନ୍ତୀୟ ଅଞ୍ଚଳର ଉଷ୍ମତା ରକ୍ଷା କରୁଥିବା ସ୍ଥାନମାନଙ୍କରେ ବିଶେଷ ପରିମାଣରେ ସର୍ପ ଦେଖିବାକୁ ମିଳିଥା’ନ୍ତି । ଅତ୍ୟନ୍ତ ଥଣ୍ଡା ସ୍ଥାନମାନଙ୍କରେ ବିଶ୍ୱରେ ସାପ ଦେଖିବାକୁ ମିଳନ୍ତି ନାହିଁ । ପୃଥିବୀର ସୁମେରୁ ଅଞ୍ଚଳ ଅର୍ଥାତ୍‍ ଉତ୍ତର ମେରୁ ଅଞ୍ଚଳ, ନ୍ୟୁଜଲାଣ୍ଡ ଓ ଏୟାରଲ୍ୟାଣ୍ଡ ପ୍ରଭୃତି ଅଞ୍ଚଳରେ ସାପ ଦେଖିବାକୁ ମିଳନ୍ତି ନାହିଁ ।

ସାପ ଏକ ‘କୋଲ୍ ବ୍ଳଡେଡ୍‍’ ଆନିମଲ ବା ଥଣ୍ଡାକୁ ଭୟ କରୁଥିବା ପ୍ରାଣୀ । ବିଶ୍ୱରେ ଛୋଟରୁ ବଡ଼ ପର୍ଯ୍ୟନ୍ତ ୨୫୦୦ ପ୍ରକାରର ସର୍ପ ଦେଖିବାକୁ ମିଳିଥା’ନ୍ତି । ବିଶେଷକରି ଗ୍ରୀଷ୍ମମଣ୍ଡଳୀୟ ଆର୍ଦ୍ରତାପୂର୍ଣ୍ଣ ଅଞ୍ଚଳରେ ସବୁ ଶ୍ରେଣୀର ଓ ପ୍ରକାରର ସାପ ଦେଖିବାକୁ ମିଳିଥା’ନ୍ତି । ଜମି ଉପରେ ଘୁଷୁରୀ ଘୁଷୁରୀ ଗତି କରୁଥିବା ପ୍ରାଣୀମାନଙ୍କୁ ‘ଓଫିଡିଆନ’ ବୋଲି କୁହାଯାଇଥାଏ । ସେ ସବୁ ମଧ୍ୟରେ ଆସୁଛନ୍ତି ବିଶ୍ୱର ସବୁ ପ୍ରକାର ସାପ; କିନ୍ତୁ ‘ଟୁଆଟାରା’ ପରି ଏକ ସରୀସୃପ, ଯାହାର ତୃତୀୟ ନେତ୍ର ରହିଛି, ଯାହା କେବଳ ବିଶ୍ୱରେ ନ୍ୟୁଜଲାଣ୍ଡ ପରି ରାଷ୍ଟ୍ରରେ ଦେଖିବାକୁ ମିଳନ୍ତି । ସେମାନଙ୍କୁ ‘ରିଙ୍କୋସେଫାଲିଆ’ ଗ୍ରୁପ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଥାଏ । ଏହା ବ୍ୟତୀତ ଅନ୍ୟ ଏକ ପ୍ରକାରର ଉଡ଼ନ୍ତା ସାପ ଅଛନ୍ତି । ପ୍ରକୃତରେ ସେମାନେ ଉଡ଼ନ୍ତା ପକ୍ଷୀମାନଙ୍କ ପରି ଉଡ଼ିପାରନ୍ତି ନାହିଁ । ଏମାନେ ପାଣି ଏବଂ ସ୍ଥଳଭାଗରେ ଉଭୟ ସ୍ଥାନରେ ବସବାସ କରନ୍ତି । ଏମାନେ ମଧ୍ୟ ବୃକ୍ଷ ଉପରେ ଦେଖିବାକୁ ମିଳନ୍ତି । ଯେଉଁମାନଙ୍କୁ ‘ଜେକାଭୋଲାନ୍ସ’ କୁହାଯାଇଥାଏ । କିଛି ବର୍ଷ ପୂର୍ବେ ଏହି ପ୍ରକାରର ଏକ ପ୍ରାଣୀ ମୟୂରଭଞ୍ଜ ଜିଲାର ଠାକୁରମୁଣ୍ଡା ଅରଣ୍ୟ ଯାହାକି ଶିମିଳିପାଳ ଅରଣ୍ୟର ଏକ ଅଂଶବିଶେଷ । ସେଠାରେ ଦେଖିବାକୁ ମିଳିଥିଲା । ଏହି ଅଞ୍ଚଳ ମଧ୍ୟ କେନ୍ଦୁଝର ଜିଲାର ଆନନ୍ଦପୁର ଅଞ୍ଚଳକୁ ସଂଲଗ୍ନ କରୁଅଛି ।

ଭାରତ ବର୍ଷରେ ୨୧୬ ପ୍ରକାରର ସାପ ଦେଖିବାକୁ ମିଳନ୍ତି; କିନ୍ତୁ ସେଥିମଧ୍ୟରୁ ୫୨ ପ୍ରକାରର ସାପ ଅଛନ୍ତି, ଯେଉଁମାନଙ୍କ ବିଷ ମଣିଷ ଏବଂ ପଶୁମାନଙ୍କ ପାଇଁ ଘାତକ ହୋଇଥାଏ । ୧୯୭୨ରେ ‘ୱାଇଡ୍‍ ଲାଇଫ୍‍ ପ୍ରୋଟେକସନ ଆକ୍ଟ’ ଆମ୍ଭ ଦେଶରେ ପ୍ରଚଳିତ ହେଲା ଏବଂ ଏହି ଆଇନ ବଳରେ ପ୍ରଦେଶମାନେ ବନ୍ୟପ୍ରାଣୀ ସୁରକ୍ଷା ରୁଲ୍‍ ମଧ୍ୟ ପ୍ରଚଳନ କରିବାରେ ଲାଗିଲେ । ଦକ୍ଷିଣ ଭାରତରେ ସାପ ଧରାଳି ପରିବାରକୁ ‘ଇଲୁରା’ ବୋଲି କୁହାଯାଏ । ପଶ୍ଚିମଘାଟ ପର୍ବତମାଳା, ନୀଳଗିରି ହିଲ୍ସ ଏବଂ କାବେରୀ ନଦୀ ସହିତ ଅନ୍ୟ ନଦୀମାନଙ୍କର ସମଷ୍ଟିଗତ ଉପତ୍ୟକା ବିଭିନ୍ନ ଜାତିର ସରୀସୃପ ପାଇଁ ପ୍ରସିଦ୍ଧ । ଏଣୁ ତାମିଲନାଡୁ ସରକାର ବିଶ୍ୱରେ ପ୍ରଥମକରି ୧୯୭୮ ଇଲୁରା ଆଦିବାସୀମାନଙ୍କ ପାଇଁ ଏକ ସମିତି ଗଠନ କରିଥିଲେ । ଯେଉଁଥିରେ ୫୨ଟି ପରିବାର ଏଥିରେ ସ୍ଥାନ ପାଇଥିଲେ । ଏହି ପରିବାରର ଲୋକମାନଙ୍କୁ ପ୍ରଥମ କରି ସାପ ଧରିବା ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଥିଲା । ଏହି ଲୋକମାନେ ସାପମାନଙ୍କୁ ଧରି ସମିତି ଗୃହକୁ ଆଣିବେ ଏବଂ ସେହି ସାପମାନଙ୍କଠାରୁ ଗରଳ ସଂଗ୍ରହ କରାଯାଇଥାଏ । ସେହି ଲୋକମାନେ ବିଭିନ୍ନ କିସମର ସାପମାନଙ୍କଠାରୁ ଗରଳ ସଂଗ୍ରହ କରିବାର ପ୍ରଶିକ୍ଷଣ ପ୍ରାପ୍ତ ହୋଇଥା’ନ୍ତି । ସାପମାନଙ୍କର ଗରଳ ଏକ ମୂଲ୍ୟବାନ ପଦାର୍ଥ । ଯାହା ସର୍ପାଘାତ ରୋଗୀର ବିଷକୁ ନଷ୍ଟ କରିବାକୁ ସାହାଯ୍ୟ କରେ ଏବଂ ଅନ୍ୟ ଔଷଧୀୟ କାର୍ଯ୍ୟରେ ଲାଗିଥାଏ । ୧୦ଟି ଗୋଖର ସାପରୁ ୧ଗ୍ରାମ ବିଷ ଆମଦାନି ହୋଇଥାଏ । ଯାହାର ମୂଲ୍ୟ କେତେ ହଜାର ଟଙ୍କା । ସେହିପରି ସମୁଦ୍ର ମଧ୍ୟରୁ ଧରା ଯାଇଥିବା ସାପମାନଙ୍କର ଗରଳ ଅତ୍ୟନ୍ତ ମୂଲ୍ୟବାନ, ଯାହା ଗୋଖର ସାପର ଗରଳଠାରୁ ବହୁ ମୂଲ୍ୟବାନ ପଦାର୍ଥ । ସାପମାନଙ୍କଠାରୁ ସଂଗୃହୀତ ଗରଳ ସାପ ଦନ୍ତାଘାତ ରୋଗୀର ବିଷ ହରଣ ନିମନ୍ତେ ଔଷଧ ରୂପେ କାର୍ଯ୍ୟ କରିଥାଏ ।

ଶ୍ରେଣୀ ବିଭାଗ[ସମ୍ପାଦନା]

ଦୁଇ ପ୍ରକାର ସାପ ଦେଖାଯାଆନ୍ତି: ବିଷଯୁକ୍ତ ଓ ବିଷହୀନ । ସାପ ବିଷକୁ ଇଂରାଜୀରେ ବିଷ (poison) ନ କହି ଭେନମ (Venom) କୁହାଯାଏ । ବିଷଯୁକ୍ତ ସାପ ଦୁଇ ପ୍ରକାର: କଲୁବ୍ରିଡି (colubrididae) ଓ ଭାଇପରିଡି (viperidae) । କଲୁବ୍ରିଡି ସାପ ଦୁଇ ପ୍ରକାର ଅଛନ୍ତି: ଏଲାପିଡି (elapidae) ବା ସ୍ଥଳ ସାପ ଓ ହାଇଡ୍ରୋଫିନି (hydrophinae) ବା ସାମୁଦ୍ରିକ ସାପ । ସାମୁଦ୍ରିକ ସାପ ଅଧିକ ବିଷାକ୍ତ । ଏଲାପିଡି ଗୃପରେ ଗୋଖର (cobra), ଚିତି (krait), (banded krait), (viper) ଇତ୍ୟାଦି ସାପଙ୍କୁ ଅନ୍ତର୍ଭୁକ୍ତ କରାଯାଏ । ସାପ ବିଷକୁ ତାହାର ପ୍ରଭାବ ଅନୁସାରେ ସାଧାରଣତଃ ଦୁଇ ପ୍ରକାର ବିଭକ୍ତ କରାଯାଏ: ହେମୋଲାଇଟିକ୍ (hemolytic) ବା ରକ୍ତ ନଷ୍ଟକାରୀ ତଥା ଜୀବକୋଷ ନଷ୍ଟକାରୀ ଓ ନିଉରୋଟକ୍ସିକ (neurotoxic) ବା ସ୍ନାୟୁ ବିଷ ।

  • ଗୋଖର ବା ନାଗ: ଫଣାରେ ଗୋରୁଖୁରା ଚିହ୍ନ ଥିବା ସାପ (Cobra)
  • ବୋଡ଼ା (viper):
    • ଅଜଗର
    • ଚିତି: ବୋଡ଼ା ଜାତୀୟ ସାପ
    • ଚନ୍ଦନ ବୋଡ଼ା ବା ଚନ୍ଦ୍ର ବୋଡ଼ା
    • ରଣା (Bungarus Fasciatus)
  • ତମ୍ପ (cobra-de-capello)
  • ଅହିରାଜ (python)


ପୁରାଣରେ ସାପ[ସମ୍ପାଦନା]

  • ପୌରାଣିକ ମତେ ଦକ୍ଷ ପ୍ରଜାପତିଙ୍କ କନ୍ୟା ଓ କଶ୍ୟପମୁନିଙ୍କ ଏକତମା ପତ୍ନୀ କଦ୍ରୁଙ୍କ ଗର୍ଭରୁ ଏମାନେ ଜାତ ହୋଇଥିଲେ ।
  • ସାପମାନେ ପାତାଳସ୍ଥ ନାଗଲୋକରେ ବାସ କରନ୍ତି ।
  • ହିନ୍ଦୁ ପୁରାଣ ମତେ ସହସ୍ର ଫଣାଧାରୀ ବାସୁକି ଏ ପୃଥିବୀକୁ ଟେକି ଧରି ଅଛନ୍ତି ।
  • ସାପ ମହାଦେବଙ୍କ ଭୁଷଣ ।
  • ଶ୍ରୀକୃଷ୍ଣ କାଳୀୟ ନାମକ ଏକ ବିଷଧର ସାପକୁ ଦଳନ କରିଥିଲେ ।
  • ବାଇବେଲ ମତରେ ସଇତାନ ସାପ ରୂପ ଧାରଣ କରି ପୃଥିବୀର ଆଦିମ ଦମ୍ପତିଙ୍କୁ ଭୁଲାଇ ପାପଗ୍ରସ୍ତ କରିଥିଲା ।

ଆଉରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]