ପାଣି ଧଣ୍ଡ

ଉଇକିପିଡ଼ିଆ‌ରୁ

ପାଣି ଧଣ୍ଡ (ଧଣ୍ଡ ସାପ)
ଆସାମରେ ଉଠାଯାଇଥିବା ପାଣି ଧଣ୍ଡର ଏକ ଫଟୋ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଶ୍ରେଣୀ: ରେପ୍ଟିଲିଆ
Order: Squamata
Suborder: Serpentes
Family: Colubridae
Genus: Xenochrophis
ଜାତି: X. piscator
ବାଇନୋମିଆଲ ନାମ
Xenochrophis piscator
(Schneider, 1799)

ପାଣି ଧଣ୍ଡ ସାପ ବା (ଈଂରାଜୀରେ Checkered Keelback ବା Asiatic water snake, ପ୍ରାଣୀବିଜ୍ଞାନ ନାମ Xenochrophis piscator) ଏସିଆ ମହାଦେଶରେ ପରିଲକ୍ଷିତ ଏକ ସାପ ପ୍ରଜାତି । ଏହି ପ୍ରଜାତିର ସାପ ସାଧାରଣତଃ ବିଷହୀନ ।

ପାଣିରେ ପହଁରୁଥିବା ଧଣ୍ଡ ସାପ (ଫଟୋଟି କେରଳରେ ଉଠାଯାଇଛି)

ବିବରଣୀ[ସମ୍ପାଦନା]

ପାଣି ଧଣ୍ଡ ସାପର ଆଖିଗୁଡ଼ିକ ଛୋଟ ଏବଂ ଏହାର ଦୁଇ ନାକପୁଡ଼ା ମଧ୍ୟରେ ଥିବା ବ୍ୟବଧାନଠାରୁ ମଧ୍ୟ କ୍ଷୁଦ୍ରତର । ନାକରୁ ପାଟି ପର୍ଯ୍ୟନ୍ତ ରହିଥିବା କାତି (Rostral Scale) ଉପର ପଟରୁ ଦେଖିହେବ । ଦୁଇ ନାକପୁଡ଼ା ମଧ୍ୟବର୍ତ୍ତୀ କାତି (Internasal Scale) ନାକ ପଟକୁ କ୍ରମଶଃ ସଂକୀର୍ଣ୍ଣ ହୋଇ ତ୍ରିଭୂଜାକାର ରୂପ ଧାରଣ କରିଥାଏ । ଦୁଇ ଆଖି ମଝି ସ୍ଥାନର କାତିର (Frontal Scale) ଦୈର୍ଘ୍ୟ ଏହାର ପ୍ରସ୍ଥର ପ୍ରାୟ ଦୁଇ ଗୁଣ । ନାକ ଓ ଆଖି ମଧ୍ୟବର୍ତ୍ତୀ କାତି (Loreal Scale) ଲମ୍ବା ଓ ଟିକେ ଖାଲୁଆ । ଆଖିର ଆଗ ପଟକୁ (Preocular) ଗୋଟିଏ ଓ ପଛ ପଟକୁ (Post-ocular) ୩ଟି (କ୍ୱଚିତ୍ ୪ଟି) କାତି ରହିଥାଏ । କର୍ଣ୍ଣମୂଳ କାତି (Temporal Scale) ସାଧାରଣତଃ ୨+୨ ବା ୨+୩ ସଂଖ୍ୟାରେ ଦେଖାଯାନ୍ତି । ଉପର ପାଟିରେ (Upper Labial Scale) ୯ଟି କାତି ଥାଏ ଯାହାର ଚତୁର୍ଥ ବା ପଞ୍ଚମ କାତି ଉପରକୁ ଆଖି ରହିଥାଏ । ତଳ ପାଟିରେ ପ୍ରାୟ ୫ଟି କାତି ରହିଥାଏ । ଧଣ୍ଡ ସାପ ଦେହରେ କାତିଗୁଡ଼ିକ ୧୯ଟି ପଂକ୍ତିରେ ସଜ୍ଜିତ ହୋଇ ରହିଥାନ୍ତି । ଉପର ପଟର କାତି ତଳ ପଟର କାତିଠାରୁ ଅଧିକ ଚିକ୍କଣିଆ ହୋଇଥାନ୍ତି । ପାଣି ଧଣ୍ଡ ସାପର ରଙ୍ଗ ବିଭିନ୍ନ ପ୍ରକାରର ହୋଇପାରେ ଯଥା – ପଟାଯୁକ୍ତ, ଛାପିଛାପିକା ବା ଗୋଟିଏ ରଙ୍ଗର । ଶରୀରର ତଳ ପଟଟି ପ୍ରାୟ ଧଳା । ଆଖି ତଳେ ଓ ଆଖି ପଛ ପଟକୁ ଗୋଟିଏ ଲେଖାଏଁ ଛୋଟ କଳା ଗାର ରହିଥାଏ ।[୧]

ଭିଏତ୍‍ନାମରେ ପାଣି ଧଣ୍ଡ ସାପମାନେ ଝିଟିପିଟି ପରି ନିଜର ଲାଙ୍ଗୁଡ଼ ସ୍ୱ-ଛେଦନ କରୁଥିବାର ଜଣାପଡ଼ିଥିଲା । ଏହା କିନ୍ତୁ ଏକ ଅତି ବିରଳ ଦୃଷ୍ଟାନ୍ତ ଥିଲା ।[୨]

ପରିବାସ[ସମ୍ପାଦନା]

ମଧୁର ଜଳବିଶିଷ୍ଟ ନଦୀ ଓ ହ୍ରଦ ନିକଟରେ ପାଣି ଧଣ୍ଡ ସାପମାନେ ଦେଖିବାକୁ ମିଳନ୍ତି । ଛୋଟ ମାଛ ଓ ପାଣି ବେଙ୍ଗ ଏମାନଙ୍କର ପ୍ରମୁଖ ଆହାର ।

ଭୌଗୋଳିକ ବିତରଣ[ସମ୍ପାଦନା]

ଏହି ସାପ ପ୍ରଜାତି ମୁଖ୍ୟତଃ ଆଫଗାନିସ୍ତାନ, ବଙ୍ଗଳାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ଭାରତ, ବ୍ରହ୍ମଦେଶ, ନେପାଳ, ଥାଇଲ୍ୟାଣ୍ଡ, ଲାଓସ୍, କ୍ୟାମ୍ବୋଡ଼ିଆ, ଭିଏତ୍‍ନାମ, ପଶ୍ଚିମ ମାଲେସିଆ, ଚୀନ (ଝେଜିଆଂଗ୍, ଜିଆଂଗ୍‍ଜି, ଫୁଜିଆନ୍, ଗ୍ୱାଂଗ୍‍ଡୋଂଗ୍, ହାଇନାନ୍, ଗ୍ୱାଂଗ୍‍ଜି, ୟୁନ୍ନାନ୍), ତାଇୱାନ୍ ଏବଂ ଇଣ୍ଡୋନେସିଆର ସୁମାତ୍ରା, ଜାଭା, ବୋର୍ଣ୍ଣିଓ, ସୁଲାୱେସି ଆଦି ଦ୍ୱୀପରେ ଦୃଷ୍ଟିଗୋଚର ହୋଇଥାନ୍ତି ।

ପୂର୍ବ ଭାରତୀୟ ଦ୍ୱୀପପୁଞ୍ଜ ଅଞ୍ଚଳ ଏମାନଙ୍କ ଇଲାକା ।

ଉପ-ପ୍ରଜାତି[ସମ୍ପାଦନା]

  • X. p. melanzostus: ଇଣ୍ଡୋନେସିଆ (ବୋର୍ଣ୍ଣିଓ, ଜାଭା, ସୁଲାୱେଶି, ସୁମାତ୍ରା) ଓ ଭାରତର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଏହି ଉପ-ପ୍ରଜାତି ଦେଖାଯାନ୍ତି ।
  • X. p. piscator (ଶ୍ନାଇଡର୍, ୧୭୯୯): ବଙ୍ଗଳାଦେଶ, ଭୁଟାନ, ଭାରତ, ବ୍ରହ୍ମଦେଶ, ପାକିସ୍ତାନ, ଚୀନ, ଶ୍ରୀଲଙ୍କା, ତାଇୱାନ, ଥାଇଲ୍ୟାଣ୍ଡରେ ଏହି ଉପ-ପ୍ରଜାତି ବିଚରଣ କରନ୍ତି ।

ସ୍ଥାନୀୟ ନାମ[ସମ୍ପାଦନା]

ଚିହ୍ନଟ କରିବା ପାଇଁ ସହାୟକ କିଛି ଚିତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Boulenger, G.A. (1890) Fauna of British India. Reptilia and Batrachia.
  2. N. B. Ananjeva and N. L. Orlov 1994. "Caudal Autotomy in Colubrid Snake Xenochrophis piscator From Vietnam" Russian Journal of Herpetology 1(2)

ଅନ୍ୟ ଆଧାର[ସମ୍ପାଦନା]

  • Dutt, Kalma 1970 Chromosome Variation in Two Populations of Xenochrophis piscator Schn. from North and South India (Serpentes, Colubridae). Cytologia 35: pp. 455–464
  • Schneider, J. G., 1799 Historiae Amphibiorum narturalis et literariae. Fasciculus primus, continens Ranas. Calamitas, Bufones, Salamandras et Hydros. Jena, 266 S.