ଢମଣା ସାପ

ଉଇକିପିଡ଼ିଆ ରୁ
Jump to navigation Jump to search
{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/ଛାଞ୍ଚ:Taxonomy/ଢମଣା|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}} |machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}} |machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}
ଢମଣା
ଢାମଣା
Indian Rat Snake (Grey and Yellow).jpg
ଢମଣା ସାପ (ହଳଦିଆ ଓ ପାଉଁଶିଆ ପଟା ଦାଗ)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
Unrecognized taxon (fix): ଢମଣା
ଜାତି: ଢ. ସାପ
ବାଇନୋମିଆଲ ନାମ
ଢମଣା ସାପ
(କାର୍ଲ୍ ଲିନାୟସ୍, ୧୭୫୮)[୧]
ଢମଣା ସାପର କାତି
ଦକ୍ଷିଣ ଭାରତର ଏକ ଢମଣା ସାପ

ଢମଣା ସାପ ବା ଢାମଣା ସାପକୁ ଇଂରାଜୀରେ oriental ratsnake[୧] (ପ୍ରାଚ୍ୟ ଦେଶର ମୂଷାଖିଆ ସାପ), Indian rat snake[୨] (ଭାରତୀୟ ମୂଷାଖିଆ ସାପ), 'ଡାରାଶ୍' ବା ଢାମନ୍,[୧] ବୋଲି କୁହାଯାଏ । ଏହି ସାପ କୋଲୁବ୍ରିଡ୍ ପ୍ରଜାତିର ଏବଂ ଦକ୍ଷିଣ ତଥା ଦକ୍ଷିଣ-ପୂର୍ବ ଏସିଆରେ ଅଧିକାଂଶରେ ଦେଖାଯାନ୍ତି । ଢ଼ମଣା ସାପ ଆକାରରେ ବଡ଼ ଏବଂ ପ୍ରାୟ ୨ ମିଟର୍ (୬.୬ ଫୁଟ୍) ପର୍ଯ୍ୟନ୍ତ ବଢ଼ନ୍ତି (କିଛି ଢମଣା ସାପ ପ୍ରାୟ ୩ ମିଟର୍ ବା ୯.୮ ଫୁଟ୍ ପର୍ଯ୍ୟନ୍ତ ବଢ଼ିବା ଦେଖାଯାଇଛି) । ସ୍ଥାନାନୁଯାୟୀ ସେମାନଙ୍କ ରଙ୍ଗରେ ପାର୍ଥକ୍ୟ ଦେଖାଯାଏ । ଶୁଷ୍କ ଅଞ୍ଚଳର ଢମଣା ସାପମାନେ ଫିକା ମାଟିଆ ରଙ୍ଗର ହୋଇଥିବା ବେଳେ ଆର୍ଦ୍ର ଅଞ୍ଚଳର ଢମଣା ସାପମାନେ ଗାଢ଼ ଓ ପ୍ରାୟ କଳା ରଙ୍ଗର ହୋଇଥାନ୍ତି । ଢମଣା ସାପ ମୁଖ୍ୟତଃ ଦିବାଚର ଏବଂ ବିଷହୀନ ହୋଇଥାନ୍ତି । ଏମାନେ କିଛି ମାତ୍ରାରେ ବୃକ୍ଷ ଇତ୍ୟାଦିରେ ଚଢ଼ିବା ସହିତ ଦ୍ରୁତ ବେଗରେ ଗତି ମଧ୍ୟ କରିପାରନ୍ତି । ବହୁ କ୍ଷୁଦ୍ରାକାର ପ୍ରାଣୀଙ୍କୁ ଢମଣା ସାପ ଆହରଣ କରିଥାଏ, ତେବେ ପ୍ରାୟତଃ ଏହି ସାପ ଜନବସତି ଆଖାପାଖି ଅଞ୍ଚଳରେ ଦେଖାଯାନ୍ତି, ଯେଉଁଠାରେ ମୂଷା ଏମାନଙ୍କ ଖାଦ୍ୟର ମୁଖ୍ୟ ଉପାଦାନ ଥାଏ ।

ଢମଣା ସାପର ବିଭିନ୍ନ ସାଧାରଣ ନାମ[ସମ୍ପାଦନା]

ଢମଣା ସାପର ବିଭିନ୍ନ ସାଧାରଣ ନାମ:
କ୍ରମାଙ୍କ ନାମ ଉଚ୍ଚାରଣ ଭାଷା
বাইৰখ ବୈରୋଖ ଅହମିଆ
দাড়াশ;

ধারাজ

ଡରାଶ୍;

ଢରାଜ

ବଙ୍ଗଳା
ಜೇರೋತನ ଜେରୋଥାନା କନ୍ନଡ଼
ചേര

മഞ്ഞ ചേര

ଚେରା

ମଞ୍ଜା ଚେରା

ମାଲାୟଲାମ
धामण ଧାମଣ ମରାଠୀ
ଢମଣା ସାପ ଢମଣା ସାପ ଓଡ଼ିଆ
ගැරඩියා ଗେରାଦିୟା ସିଂହଳୀ
சாரை பாம்பு ସାରଇ ପମ୍ଵୁ ତାମିଲ
జెర్రిపోతు

జెర్రి గొడ్డు

ଜେରିପୋଠୁ

ଜେରି ଗୋଡ଼ୁ

ତେଲୁଗୁ
୧୦ งูสิงหางลาย ଙ୍ଗୁ ସିଂ ହାଂ ଲାଇ ଥାଇ
୧୧ दिवड or दिवोड ଦିୱୋଡ୍ କୋଙ୍କଣୀ

ଭୌଗୋଳିକ ବ୍ୟାପ୍ତି[ସମ୍ପାଦନା]

ଆଫଗାନିସ୍ତାନ, ବଙ୍ଗଳାଦେଶ, ବ୍ରହ୍ମଦେଶ (ବା ମ୍ୟାଁମାର୍), କାମ୍ଵୋଡ଼ିଆ, ଚୀନ (ଝେଜିଆଂ, ହୁବେଇ, ଜିଆଂଜି, ଫୁଜିଆନ୍, ଗ୍ଵାଂଗଡୋଂ, ହାଇନାନ୍, ଗୁଆଂଜି, ୟୁନାନ୍, ତିବ୍ବତ, ହଂକଂ), ଭାରତ, ଶ୍ରୀଲଙ୍କା, ଇଣ୍ଡୋନେସିଆ (ସୁମାତ୍ରା, ଜାଭା, ବାଲି), ଇରାନ, ଲାଓସ୍, ପଶ୍ଚିମ ମାଲେସିଆ, ନେପାଳ, ପାକିସ୍ତାନ (ସିନ୍ଧ ଅଞ୍ଚଳ), ତାଇୱାନ୍, ଥାଇଲ୍ୟାଣ୍ଡ୍, ତୁର୍କମେନିସ୍ତାନ, ଭିଏତ୍‍ନାମ

"Ptyas mucosa" ପ୍ରଜାତିର ଢମଣା ସାପ ଭାରତରେ ଦେଖାଯାନ୍ତି ।

ଶତ୍ରୁ[ସମ୍ପାଦନା]

ବଡ଼ ଓ ସ୍ଵାବଲମ୍ଵୀ ଢମଣା ସାପଙ୍କୁ ଅନେକ ଶତ୍ରୁର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏମାନଙ୍କ ପରିବାସରେ ରହୁଥିବା ଆଉ ଏକ ସାପ ଅହିରାଜ ଏମାନଙ୍କୁ ଶିକାର କରି ଖାଇଥାନ୍ତି । ସାନ ଆକାରର ଢମଣା ସାପ ବିଭିନ୍ନ ଶିକାରୀ ପକ୍ଷୀ (ଯଥା - ଚିଲ, ଛଞ୍ଚାଣ, ବାଜ), ବଡ଼ ସରୀସୃପ, ମଧ୍ୟମ ଆକାରର ସ୍ତନ୍ୟପାୟୀ ଜୀବ (ଯଥା - ନେଉଳ) ଇତ୍ୟାଦିଙ୍କ ଯୋଗୁଁ ମୃତ୍ୟୁମୁଖରେ ପଡ଼ିଥାନ୍ତି ।[୩]

ଢମଣା ଓ ତାଙ୍କ ପ୍ରଜାତିର ସାପମାନଙ୍କୁ ମନୁଷ୍ୟମାନେ ମଧ୍ୟ ବହୁ ସମୟରେ କାତି ବା ମାଂସ ପାଇଁ ମାରି ପକାଇଥାନ୍ତି । ଚୀନ ଓ ଇଣ୍ଡୋନେସିଆ ପରି ଦେଶରେ ଢମଣା ପାଳନ ଓ ବ୍ୟବସାୟ ସମ୍ପର୍କିତ ନିୟମାବଳୀ ରହିଥିଲେ ହେଁ ବହୁ ସମୟରେ ଲୋକେ ଏହାର ଅବମାନନା କରିଥାନ୍ତି ।[୪]

ବିବରଣୀ[ସମ୍ପାଦନା]

ନିଜ ପୁସ୍ତକ Fauna of British India: Reptilia and Batrachiaର ୧୮୯୦ରେ ପ୍ରକାଶିତ ସଂସ୍କରଣରେ ଜର୍ଜ୍ ଆଲବର୍ଟ୍ ବୌଲେଙ୍ଗର୍ ଢମଣା ସାପର ବିବରଣୀ ଦେଇ କହିଛନ୍ତି ଯେ:

ଟିକେ ଆଗକୁ ବାହାରି ଆସିଥିବା ସ୍ଥୂଳ ଥୋମଣି;
ବଡ଼ ବଡ଼ ଆଖି, ଦୁଇ ଆଖି ମଧ୍ୟଭାଗ ପ୍ରଶସ୍ତ;

[୫]

ଅଜଗର ପରେ ଶ୍ରୀଲଙ୍କା ଦେଶରେ ଢମଣା ହେଉଛି ଦ୍ଵିତୀୟ ବୃହତ୍ତମ ସାପ ।

ଢମଣା ସାପ
Indian Rat Snake
ମୂଷାଖିଆ ଢମଣା ସାପ

ବ୍ୟବହାର[ସମ୍ପାଦନା]

ଢମଣା ସାପର ବେଗ ଖୁବ୍ ତୀବ୍ର, ସହଜରେ ଉତ୍ତେଜନଶୀଳ କିନ୍ତୁ ମନୁଷ୍ୟଙ୍କୁ କୌଣସି କ୍ଷତି ପହଞ୍ଚାନ୍ତି ନାହିଁ । ଯନ୍ତା ବା ସର୍ପଗୃହରେ ପାଳିତ ଢମଣା ନିଜ ନିଜ କ୍ଷେତ୍ର ବାଛିନେଇଥାନ୍ତି । କେହି ତାଙ୍କ କ୍ଷେତ୍ରକୁ ଆସିଲେ ଆକ୍ରଣାତ୍ମକ ହୋଇଉଠନ୍ତି । ଢମଣା ସାପ ମୁଖ୍ୟତଃ ଦିବାଚର ଓ କେବେ କେବେ ଗଛ ଚଢ଼ିବା ଦେଖାଯାଏ । ଏମାନେ ମୁଖ୍ୟତଃ ଜଙ୍ଗଲ, ଆର୍ଦ୍ରଭୂମି, ଧାନବିଲ, ଚାଷଜମି, ଗ୍ରାମ ଓ ସହରମାନଙ୍କରେ ଦେଖାଯାନ୍ତି ଏବଂ କ୍ଷୁଦ୍ରାକାର ସରୀସୃପ, ସ୍ତନ୍ୟପାୟୀ, ପକ୍ଷୀ ତଥା ବେଙ୍ଗଜାତୀୟ ପ୍ରାଣୀଙ୍କୁ ଆହାର ଭାବେ ଗ୍ରହଣ କରିଥାନ୍ତି । କୋଲୁବ୍ରିଡ୍ ପ୍ରଜାତିର ଅନ୍ୟ ସାପମାନେ ଶିକାର ଦେହରେ ଗୁଡ଼େଇତୁଡ଼େଇ ହୋଇ ତାକୁ ଶ୍ଵାସରୁଦ୍ଧ କରି ମାରୁଥିବା ବେଳେ, ଢମଣା ଶିକାର ଉପରେ ବସି ନିଜ ଓଜନ ଭାରରେ ଶିକାରକୁ ବଳହୀନ କରିବାକୁ ଚେଷ୍ଟା କରେ ।[୩][୬]

ବସନ୍ତର ଶେଷ ଓ ଗ୍ରୀଷ୍ମର ଆରମ୍ଭ ସମୟ ହେଉଛି ଢମଣାମାନଙ୍କ ମିଳନ ସମୟ । କ୍ରାନ୍ତୀୟ ଅଞ୍ଚଳର ଢମଣାମାନେ ବର୍ଷତମାମ ପ୍ରଜନନ କରିବା ଦେଖାଯାଇଛି । ଦୁଇଟି ଅଣ୍ଡିରା ଢମଣା ସାପ ପରସ୍ପର ଦେହରେ ଗୁଡ଼େଇ ହୋଇ ବା ପରସ୍ପର ଉପରକୁ ଚଢ଼ିବାକୁ ଚେଷ୍ଟା କରନ୍ତି ଓ ନିଜ ପ୍ରତିଦ୍ଵନ୍ଦୀକୁ ଦବାଇବାକୁ ଚେଷ୍ଟା କରନ୍ତି । ଲୋକେ ଏପ୍ରକାର ବ୍ୟବହାରକୁ ଅଣ୍ଡିରା ଓ ମାଈ ଢମଣାର “ମିଳନ ନୃତ୍ୟ” ବା “ରତିକ୍ରୀଡ଼ା” ବୋଲି ମଧ୍ୟ କୁହନ୍ତି ଯାହା ଏକ ଭ୍ରାନ୍ତ ଧାରଣା ।[୬] ମିଳନର ଅନେକ ସପ୍ତାହ ପରେ ମାଈ ଢମଣା ସାପର ଗର୍ଭାଶ୍ରୟର ପ୍ରତି ମୁଣିରେ ୬ଟିରୁ ୧୫ଟି ଲେଖାଏଁ ଅଣ୍ଡା ଉତ୍ପନ୍ନ ହୁଏ ।[୩][୬]

ଢମଣା ସାପ ଉତ୍ତେଜିତ ହେଲେ ସୁ-ସୁ କରି ଗର୍ଜନ କରେ ଓ ନିଜର ବେକକୁ ଫୁଲାଇ ଦେଇଥାଏ । ଏପରି ବ୍ୟବହାର ନାଗ ସାପ ବା ଅହିରାଜଙ୍କଠାରେ ମଧ୍ୟ ଦେଖାଯାଇଥାଏ ।[୭] କିନ୍ତୁ ଏହି ବ୍ୟବହାର ଯୋଗୁଁ ମନୁଷ୍ୟମାନେ ଢମଣା ପରି ବିଷହୀନ ସାପକୁ ଭୟଙ୍କର ବୋଲି ମନେ କରି ବହୁ ସମୟରେ ହତ୍ୟା କରନ୍ତି ।[୩][୬]

ନାମକରଣ[ସମ୍ପାଦନା]

ଜୀବଙ୍କ ନାମକରଣର ଅନ୍ତର୍ଜାତୀୟ କୋଡ଼୍ (International Code of Zoological Nomenclature) ଅନୁସାରେ ନିଜ ମୂଳ ଜାତିରୁ ହିଁ ପ୍ରାଣୀର ନାମ ରଖାଯାଇଥାଏ ।

ଲୋକକଥା ଓ ସଂସ୍କୃତିରେ ଢମଣା[ସମ୍ପାଦନା]

ଜେ. ଇ. କ୍ୟାରିଂଟନ୍ ଟର୍ଣ୍ଣର୍‍ଙ୍କ ପୁସ୍ତକ Maneaters & Memories (ମ୍ୟାନ୍‍ଇଟର୍‍ସ୍ ଏଣ୍ଡ୍ ମେମୋରିସ୍, ଅର୍ଥାତ୍ – ନରଭକ୍ଷକ ଓ ସ୍ମୃତି ସମୂହ) ପୁସ୍ତକରେ ଦୁଇଟି ଦୁଗ୍ଧପ୍ରିୟ ଢମଣା ସାପଙ୍କ ଉଲ୍ଲେଖ ରହିଛି ।[୮]

  • ଲେଖକ ନିଜର ଜଣେ ଆରକ୍ଷୀ ଅଧୀକ୍ଷକ ବନ୍ଧୁଙ୍କ ଘର ବଗିଚାରେ ଗୋଟିଏ ମାଟିଆ ରଙ୍ଗର ଢମଣା ସାପ ବୁଲୁଥିବାର ଦେଖିଥିଲେ । ତାହାକୁ ବନ୍ଧୁ ନିଜ ପୋଷା ଢମଣା ବୋଲି କହିଥିଲେ ଓ କେବେ ସନ୍ଧ୍ୟା ସମୟରେ ଆସି ତାଙ୍କ ଦାବି ସତ ନା ମିଛ ପରଖିନେବାକୁ କହିଥିଲେ । ପରଦିନ ସନ୍ଧ୍ୟାରେ ଲେଖକ ଦେଖିଲେ ଯେ ଢମଣା ସାପଟି ଆସି ସେମାନେ ବସିଥିବା ସ୍ଥାନ ନିକଟକୁ ବିନା ଦ୍ଵିଧାରେ ଆସି ବଗିଚାରେ ଥିବା ଏକ ଗିନାରୁ ସବୁତକ କ୍ଷୀର ପିଇବା ପରେ ଚାଲିଯାଇଥିଲା । ସାପଟି ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟରେ ଆସି କ୍ଷୀର ପିଇ ଚାଲିଯାଉଥିଲା ବୋଲି ଏହି କାହାଣୀରେ ଲେଖା ଅଛି ।[୮]
  • ଅନ୍ୟ ଏକ କାହାଣୀରେ ଲେଖକ କହିଛନ୍ତି ଯେ ସେ ଅଲମୋରାରେ ଥିବା ସମୟରେ ଏକ ଗାଈ କିଣିଥିଲେ । ଗାଈଟି କିଛି ଦିନ ଭଲ ପରିମାଣର କ୍ଷୀର ଦେଇଥିଲା କିନ୍ତୁ କିଛି ମାସ ପରେ ଆଉ ସେତେ ପରିମାଣର କ୍ଷୀର ଦେଲାନାହିଁ । ସୁସ୍ଥ ସବଳ ଗାଈଟି ଏତେ ଯତ୍ନ ସତ୍ତ୍ଵେ ଭଲ କ୍ଷୀର କାହିଁକି ଦେଉନାହିଁ ବୋଲି ଚିନ୍ତାରେ ଥିବାବେଳେ ଲେଖକଙ୍କ ଗୋପାଳକ ସନ୍ଦେହ ପ୍ରକାଶ କରିଥିଲା ଯେ ରାତିରେ କେହି ଜଣେ ଆସି ଗାଈର ପଛ ଗୋଡ଼ ଦୁଇଟିକୁ ବାନ୍ଧି କ୍ଷୀର ଚୋରି କରିନେଉଛି । ରାତିରେ ଜଗିବା ପରେ ଲେଖକ ଜାଣିବାକୁ ପାଇଥିଲେ ଯେ ସବୁଦିନ ଢମଣା ସାପଟିଏ ଆସି ଗାଈର ପଛ ଗୋଡ଼ ଦୁଇଟିରେ ଗୁଡ଼େଇ ହୋଇଯାଉଥିଲା ଏବଂ ପରେ ଗାଈର ପହ୍ନାରେ ମୁହଁ ଲଗାଇ ସେଥିରୁ କ୍ଷୀର ପିଇ ଚାଲିଯାଉଥିଲା ।[୮]

ଏକ ଓଡ଼ିଆ ପ୍ରବାଦ ଆରେ ଢମଣା, ବୁଲି ବୁଲି ପୁଣି ସେଇ ଅଗଣାରେ ଏହି ସାପର ଉଲ୍ଲେଖ ରହିଛି । ଏକ ସମୟରେ ଗୋଟିଏ ମତାମତ ବା ବିଷୟକୁ ବିରୋଧ କରି ପରେ ପୁଣି ମତ ବଦଳାଇ ସେହି ବିଷୟର ସମର୍ଥକ ହୋଇଗଲେ ଏପରି କୁହାଯାଇଥାଏ । ଇଂରାଜୀରେ ଏହାର ଅର୍ଥକୁ “The force of destiny is universally admitted.” ବୋଲି ମଧ୍ୟ କୁହାଯାଇପାରିବ । [୯]

ଚିତ୍ର ଗ୍ୟାଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ The Reptile Database. www.reptile-database.org.
  2. Das, I. 2002. A Photographic Guide to Snakes and Other Reptiles of India. Ralph Curtis Books. Sanibel Island, Florida. 144 pp. ISBN 0-88359-056-5. (Ptyas mucosa, p. 43.)
  3. ୩.୦ ୩.୧ ୩.୨ ୩.୩ http://www.snakesoftaiwan.com/Ptyas%20mucosa/species_ptyas_mucosa.htm
  4. https://docs.google.com/viewer?url=http%3A%2F%2Fwww.traffic.org%2Fspecies-reports%2Ftraffic_species_reptiles25.pdf
  5. Boulenger, G.A. (1890), "Reptilia and batrachia", The Fauna of British India including Ceylon and Burma, London: Secretary of State for India in Council, 1 (Google eBook), retrieved 2012-03-13
  6. ୬.୦ ୬.୧ ୬.୨ ୬.୩ http://www.siam-info.com/english/snakes_ptyas.html
  7. Young, B.A., Solomon, J., Abishahin, G. 1999 How many ways can a snake growl? The morphology of sound production in Ptyas mucosus and its potential mimicry of Ophiophagus. Herpetological Journal 9 (3):89-94
  8. ୮.୦ ୮.୧ ୮.୨ J.E. Carrington Turner (1959). Maneaters & Memories. Dehra Dun: Natraj Publishers.
  9. https://github.com/coldbreeze16/Granthakeeta/blob/master/Dictionary%20of%20Proverbs/proverbs.dsl

ଆହୁରି ପଢ଼ନ୍ତୁ[ସମ୍ପାଦନା]

  • David, P., and I. Das. 2004. On the grammar of the gender of Ptyas Fitzinger, 1843 (Serpentes: Colubridae). Hamaddryad 28 (1 & 2): 113-116.
  • Günther, A. 1898. Notes on Indian Snakes in Captivity. Ann. Mag. Nat. Hist., Series 7, 1: 30-31. (Zamenis mucosus, p. 30.)
  • Jan, G., & F. Sordelli. 1867. Iconographie générale des Ophidiens: Vingt-quatrième livraison. Baillière. Paris. Index + Plates I.- VI. ("Coryphodon Blumenbachi, Merr.", Plate III., Figures 2-4.)
  • Lazell, J.D. 1998. Morphology and the status of the snake genus Ptyas. Herpetological Review 29 (3): 134.
  • Linnaeus, C. 1858. Systema naturæ per regna tria naturæ, secundum classes, ordines, genera, species, cum characteribus, diferentiis, synonymis, locis. Tomus I. Editio Decima, Reformata. L. Salvius. Stockholm. 824 pp. (Coluber mucosus, p. 226.)
  • Morris, P.A. 1948. Boy's Book of Snakes: How to Recognize and Understand Them. A volume of the Humanizing Science Series, edited by Jacques Cattell. Ronald Press. New York. viii + 185 pp. ("The Indian Rat Snake", pp. 136–137, 181.)
  • Nixon, A.M.A., and S. Bhupathy. 2001. Notes on the occurrence of Dhaman (Ptyas mucosus) in the higher altitudes of Nilgiris, Western Ghats. Cobra (44): 30-31.