ବ୍ୟବହାରକାରୀଙ୍କ ଆଲୋଚନା:Sailenroutray

Page contents not supported in other languages.
ଉଇକିପିଡ଼ିଆ‌ରୁ
କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର Sailenroutray,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୬:୨୬, ୫ ଫେବୃଆରୀ ୨୦୧୫ (UTC)

A barnstar for you![ସମ୍ପାଦନା]

The Original Barnstar
ଭାଇ, ତମେ ଓଡ଼ିଆ ଉଇକିପିଡିଆର ଜଣେ ପୁରୁଣା ସଭ୍ୟ ବୋଧେ,ଏଇ କେତେ ଦିନରେ ତମ ଆଗ୍ରହ ଦେଖି ଖୁସି ଲାଗୁଛି । ଓଡ଼ିଆ ଉଇକିପିଡିଆରେ ତମ ଅବଦାନ ମହତ୍ବପୂର୍ଣ୍ଣ । ଆଗକୁ ମଧ୍ୟ ଏମିତି ଅବଦାନ ଜାରି ରଖିବେ ବୋଲି ଆଶା , ମୋ ତରଫର ଏ ଛୋଟିଆ ଉପହାର :) ଆଦିତ୍ୟ ମହାର (ଆଲୋଚନା) ୦୫:୦୦, ୮ ଫେବୃଆରୀ ୨୦୧୫ (UTC)

A barnstar for you![ସମ୍ପାଦନା]

The Tireless Contributor Barnstar
ଶୈଳେନ ଭାଇ,

ଓଡ଼ିଆ ଉଇକିକୁ 'ସମାଜ ବିଜ୍ଞାନ' ବାବଦରେ, ଆପଣଙ୍କ ଅତୁଳନୀୟ ଅବଦାନ ପାଇଁ ଏହି ଛୋଟିଆ ଭେଟି ।-- ଶିତିକଣ୍ଠ (ଆଲୋଚନା) ୨୧:୧୯, ୧୬ ଫେବୃଆରୀ ୨୦୧୫ (UTC)

ଅଲଗା ଅଲଗା ଲେଖା ବାବଦରେ ଦ୍ଵନ୍ଦ[ସମ୍ପାଦନା]

ଭାଇ ଆପଣଙ୍କ ଅବଦାନ ପାଇଁ ପୁନଃ ଧନ୍ୟବାଦ ଜଣାଇବା ସହ ନିମ୍ନରେ କିଛି ଦ୍ଵନ୍ଦ ବାବଦରେ ଲେଖୁଛି । କିଛି ଲେଖା (article) ଜଣେ ବ୍ୟକ୍ତିଙ୍କ ବାବଦରେ ଏକାଧିକ ଥର ଅଛି । ଏହା ଭିତରୁ ଭଲ ଲେଖାଟି ବାଛି ଅନ୍ୟ ଲେଖା ଗୁଡ଼ିକୁ ଖାଲି କରିଦିଅନ୍ତୁ । ଆବଶ୍ୟକ ସ୍ଥଳେ ଅନ୍ୟ ଲେଖା ଗୁଡ଼ିକରୁ ତଥ୍ୟ ସଂଗ୍ରହ କରିବା ପରେ ଲେଖାଟିକୁ ଖାଲି କରିପାରିବେ । ନିମ୍ନରେ ଏକ ଛୋଟ ତାଲିକାଟିଏ ରଖିଲି -

କିଛି ଦ୍ଵନ୍ଦ ଥିଲେ ମୋ ଆଲୋଚନାରେ ଜଣାନ୍ତୁ ।--ଶିତିକଣ୍ଠ (ଆଲୋଚନା) ୨୧:୪୧, ୧୬ ଫେବୃଆରୀ ୨୦୧୫ (UTC)

A barnstar for you![ସମ୍ପାଦନା]

The Special Barnstar
ଭାଇ , ଓଡିଆ ଉଇକିରେ ଆପଣଙ୍କ ଅବଦାନ ପାଇଁ ବହୁତ ଧନ୍ୟବାଦ । Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୧:୨୫, ୧୮ ଫେବୃଆରୀ ୨୦୧୫ (UTC)

ନବକଳେବର ଏଇ ମାତ୍ର ସରିଛି ଆଉ ସବୁରି ମନରୁ ସେ ଅଗୁରୁ-ଚୁଆର ମହକ ଏ ଯାଏ ଅଛି । ଆମେ ସେ ମହକକୁ ଆଉ ସଭିଙ୍କ ପାଖେ ପହଞ୍ଚାଇବା ପାଇଁ ଏକ ମାସକାଳୀନ ଗଣସମ୍ପାଦନା ଆରମ୍ଭ କରିଛୁ । ଆପଣ ଏଥିରେ ଭାଗ ନେଇପାରିବେ, ଜଗନ୍ନାଥ ଚଳଣି ସମ୍ବନ୍ଧରେ ଅନେକ ପ୍ରସଙ୍ଗରେ ଭାଗ ନେଇ ଲେଖିପାରିବେ ଓ ସମ୍ପାଦନା କରିପାରିବେ ।
ଭାଗ ନିଅନ୍ତୁ! ପ୍ରସଙ୍ଗ ତାଲିକା କିପରି ଲେଖିବେ ଶିଖିବାକୁ ଚାହାନ୍ତି?

--ସୁଭାସିସ ପାଣିଗାହି (ଆଳାପ) ୧୮:୧୭, ୧୭ ଅଗଷ୍ଟ ୨୦୧୫ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ[ସମ୍ପାଦନା]

--ଆଦିତ୍ୟ ମହାର (ଆଲୋଚନା) ୦୫:୦୮, ୨୧ ଅକ୍ଟୋବର ୨୦୧୫ (UTC)

ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣ[ସମ୍ପାଦନା]

ରଥଯାତ୍ରା ଗଣସମ୍ପାଦନା ୨୦୧୬

ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"।

ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! --ନିଷ୍ଠାରଞ୍ଜନଦାଶtalk

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। --ଶୈଳେଶ (ପଚାରିବେ କିଛି?)

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮
ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮ ଯାଏଁ ସପ୍ତାହେ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବା ସଙ୍ଗେ ସଙ୍ଗେ ଆଗରୁ ଥିବା ପୁରୁଣା ପ୍ରସଙ୍ଗର ମାନ ମଧ୍ୟ ଉନ୍ନତ କରାଯିବ । । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ । --ଗପୁ (ମୋ ଆଲୋଚନା) ୧୧:୧୫, ୧୪ ଅଗଷ୍ଟ ୨୦୧୮ (IST)[reply]

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ରେ ଭାଗ ନେବାକୁ ନିମନ୍ତ୍ରଣ[ସମ୍ପାଦନା]

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯
ନମସ୍କାର,
ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ ଆସନ୍ତା ଫେବୃଆରୀ ମାସ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଗଣ-ସମ୍ପାଦନାରେ ଆମେ ଓଡ଼ିଆ ଭାଷା ଏବଂ ତଦ୍‌ସମ୍ବନ୍ଧୀୟ ପ୍ରସଙ୍ଗମାନ ଉନ୍ନତ କରିବା ତଥା ଅତ୍ୟାବଶ୍ୟକୀୟ ପ୍ରସଙ୍ଗ ତିଆରି କରିବା । ଆଗରୁ ବହୁତ ପ୍ରସଙ୍ଗ ରହିଛି, ଯାହାକି ସେତେ ଉନ୍ନତମାନର ନାହିଁ, ତେଣୁ ତାକୁ ଉନ୍ନତ କରିବାକୁ ଏହି ଗଣ-ସମ୍ପାଦନାର ଆୟୋଜନ କରାଯାଇଛି । ଏହି ଗଣ-ସମ୍ପାଦନା ୨୮ ଫେବୃଆରୀ ୨୦୧୯ ଯାଏଁ ଚାଲିବ ।

ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ଆଲୋଚନା ପୃଷ୍ଠାରେ ଲେଖିପାରିବେ ।

ପରମ ବୀର ଚକ୍ର ଗଣ-ସମ୍ପାଦନାରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

ପରମ ବୀର ଚକ୍ର ଗଣସମ୍ପାଦନାରେ ଯୋଗ ଦେବାକୁ ଅନୁରୋଧ
୨୦୨୩ ସେପ୍ଟେମ୍ବର ୧୫ - ୨୦

ଆସନ୍ତା ସେପ୍ଟେମ୍ବର ୧୫ରୁ ଆରମ୍ଭ ହେଉଛି ପରମ ବୀର ଚକ୍ର ଗଣସମ୍ପାଦନା । ଆସନ୍ତୁ ମିଶି ଲେଖିବା ଭାରତୀୟ ସେନାର ସର୍ବୋଚ୍ଚ ସମ୍ମାନ ପରମ ବୀର ଚକ୍ରରେ ସମ୍ମାନିତ ୨୧ ଜଣ ସୈନିକଙ୍କ ଉପରେ ପ୍ରସଙ୍ଗ ।

ଅପେକ୍ଷାରେ,
ସଂଗ୍ରାମ କେଶରୀ ସେନାପତି (ଗପୁ)