ତୁଳସୀ ଦାସ

ଉଇକିପିଡ଼ିଆ ରୁ
ଗୋସ୍ଵାମୀ ତୁଳସୀ ଦାସ
गोस्वामी तुलसीदास
Stamp on Tulsidas
ଚିତ୍ରକୂଟ ଜିଲ୍ଲାର ତୁଳସୀ ପୀଠରେ ତୁଳସୀ ଦାସଙ୍କ ପ୍ରତ୍ତିମୂର୍ତ୍ତି
ଜନ୍ମ Rambola
1497 or 1532[୧]
ରାଜାପୁର (ବର୍ତ୍ତମାନର ଚିତ୍ରକୂଟ ଜିଲ୍ଲା)
ମୃତ୍ୟୁ ୧୬୨୩
ଆସି ଘାଟ, ବାରଣାସୀ (ବର୍ତ୍ତମାନରଉତ୍ତର ପ୍ରଦେଶ, ଭାରତ)
ଉପାଧି/ ସମ୍ମାନ ଗୋସ୍ଵାମୀī, ଅଭିନବବାଲ୍ମିକୀ, ଭକ୍ତଶିରୋମଣୀi ଇତ୍ୟାଦି
ଗୁରୁ ନରହରି ଦାସ
ଦର୍ଶନ ବୈଷ୍ଣବ
ସାହିତ୍ୟ କୃତି ରାମଚରିତମାନସ, ବିନୟପତ୍ରିକା, ଦୋହାବଳୀ, କବିତାବଳୀ, ହନୁମାନ ଚାଳିସା, ବୈରାଗ୍ୟ ସନ୍ଦିପଣି, ଜାନକୀ ମଙ୍ଗଳ, ପାର୍ବତୀ ମଙ୍ଗଳ ଇତ୍ୟାଦି
ବାଣୀ I bow down to the whole world by folding both hands, considering it to be born out of Sita and Rama.[୨]

ଉତ୍ତର ପ୍ରଦେଶର ଯମୁନା ନଦୀକୂଳସ୍ଥିତ ରାଜାପୁରଠାରେ[୩] ୧୫୩୨ ଖ୍ରୀଷ୍ଟାବ୍ଦରେ ତୁଳସୀ ଦାସ ଜନ୍ମଲାଭ କରିଥିଲେ। ସେ ହିନ୍ଦୀ ରାମାୟଣର ରଚୟିତା।

ପରିବାର[ସମ୍ପାଦନା]

ତୁଳସୀ ଦାସଙ୍କ ପିତାଙ୍କ ନାମ ଆତ୍ମାରାମ ଦ୍ୱିବେଦୀ ଓ ମାତାଙ୍କ ନାମ ହୁଳସୀ ଦେବୀ। ଉଭୟ ପିତାମାତା ପ୍ରଭୁ ରାମଚନ୍ଦ୍ରଙ୍କର ପରମ ଉପାସକ ଥିଲେ । ସେମାନଙ୍କର ବହୁଦିନ ପର୍ଯ୍ୟନ୍ତ କୌଣସି ସନ୍ତାନସନ୍ତତି ହୋଇନଥିଲା। ସେଥିପାଇଁ ଉଭୟ ଦମ୍ପତି ପ୍ରଭୁ ଶ୍ରୀରାମଙ୍କୁ ସର୍ବଦା ପ୍ରାର୍ଥନା କରୁଥିଲେ। ପରିଶେଷରେ ଏକ ଶିଶୁପୁତ୍ର ଜନ୍ମଲାଭ କଲା। କିନ୍ତୁ ପିଲାଟି ଜନ୍ମରୁ ୩୨ଟି ଦାନ୍ତ ନେଇ ଆସିଥିଲା। ଜନ୍ମ ସମୟରେ ଅନ୍ୟ ନବଜାତ ଶିଶୁଙ୍କ ପରି ଆଦୌ କ୍ରନ୍ଦନ କରିନଥିଲା। ତେଣୁ ଅନେକ ଏହାକୁ ଏକ ଅଶୁଭ ସୂଚନା ବୋଲି ମନେକଲେ। [୪] ପିତା ଆତ୍ମାରାମ ମଧ୍ୟ ଭଗବାନ ବାର୍ଦ୍ଧକ୍ୟ ଅବସ୍ଥାରେ ଏପରି ଏକ ସନ୍ତାନ ତାଙ୍କୁ ଦେଇଥିବାରୁ ଅତ୍ୟନ୍ତ ଚିନ୍ତିତ ହୋଇ ପଡ଼ିଲେ । ଶେଷରେ ଆତ୍ମାରାମ କୁଳଗୁରୁ ନୃସିଂହ ଦାସ ଯିଏ ଜଣେ ଜ୍ୟୋତିର୍ବିଦ ତାଙ୍କ ସହିତ ପରାମର୍ଶ କଲେ। ସେ ଗଣନା କରି ଦେଖିଲେ ଯେ ଶିଶୁଟି ଅଶୁଭ ମୂଳା ନକ୍ଷତ୍ରରେ ଜାତ ହୋଇଛି ଏବଂ ପିତୃହନ୍ତା ହେବ। ତେଣୁ ପିତାମାତା ଉପାୟଶୂନ୍ୟ ହୋଇ ଶିଶୁପୁତ୍ରକୁ ତାଙ୍କ କୁଳଗୁରୁଙ୍କୁ ଅର୍ପଣ କଲେ। ଗୁରୁ ଶିଶୁଟିକୁ ନେଇ ତାଙ୍କ ଘରେ ଲାଳନପାଳନ କଲେ ଓ ନାଁ ରଖିଲେ ତୁଳସୀ

ପିତାଙ୍କ ଦେହାନ୍ତ ପରେ ଯୁବକ ତୁଳସୀ ଘରକୁ ଫେରି ମାତା ହୁଳସୀଙ୍କ ପାଖରେ ରହିଲେ ଏବଂ ପିତା କରୁଥିବା ଯଜମାନ କର୍ମ କରି ଜୀବନ ବିତାଇଲେ। ସଂସାରରେ ଧର୍ମାଚରଣ ପାଇଁ ସହଧର୍ମିଣୀର ଆବଶ୍ୟକତା ରହିଛି। କାରଣ ସ୍ତ୍ରୀ, ଧର୍ମ କାର୍ଯ୍ୟରେ ସ୍ୱାମୀଙ୍କୁ ସହାୟତା ପ୍ରଦାନ କରେ ବୋଲି ମୁନିଋଷିମାନେ ସ୍ତ୍ରୀକୁ ସହଧର୍ମିଣୀ ରୂପେ ନାମିତ କରିଛନ୍ତି। ୤ତୁଳସୀ ରତ୍ନାବଳୀ ନାମକ ଏକ ଅତ୍ୟନ୍ତ ସୁନ୍ଦର ଝିଅକୁ ବିବାହ କଲେ। ତୁଳସୀ ସୌନ୍ଦର୍ଯ୍ୟର ଉପାସକ ହୋଇଥିବାରୁ ପତ୍ନୀ ରତ୍ନାବଳୀ ପାଖରେ ସର୍ବଦା ରହୁଥିଲେ ଏବଂ ତାଙ୍କୁ ନିମିଷେ ମାତ୍ର ଛାଡ଼ି ରହିପାରୁନଥିଲେ। ତୁଳସୀ ଯଜମାନ କାର୍ଯ୍ୟ ବ୍ୟତୀତ ଅବଶିଷ୍ଟ ସମୟରେ ସ୍ତ୍ରୀଙ୍କ ପାଖରେ ସମୟ କଟାଉଥିଲେ। ବିବାହ ପରେ ରତ୍ନାବଳୀ ବାପଘରକୁ କେବେ ଯାଇନଥିଲେ। ଦିନେ ତୁଳସୀଙ୍କ ଅବର୍ତ୍ତମାନ କାଳରେ ପିତାଙ୍କ ଅସୁସ୍ଥତା ଖବର ଶୁଣି ରତ୍ନାବଳୀ ପିତ୍ରାଳୟକୁ ଅସୁସ୍ଥ ପିତାଙ୍କୁ ଦେଖିବାକୁ ଚାଲିଗଲେ। ତୁଳସୀ ଘରକୁ ଫେରି ଦେଖିଲେ ଯେ ରତ୍ନାବଳୀ ଘରେ ନାହିଁ । ପତ୍ନୀଙ୍କୁ ଘରେ ନ ଦେଖି ସେ ଅତ୍ୟନ୍ତ ଭାଙ୍ଗି ପଡ଼ିଲେ। ମାଆଙ୍କ ପାଖରୁ ସୂଚନା ପାଇଲେ ଯେ ସେ ଅସୁସ୍ଥ ପିତାଙ୍କୁ ଦେଖିବାକୁ ତାର ବାପଘରକୁ ଯାଇଛି। ତେଣୁ ସେ କିଛି ଖିଆପିଆ ନକରି ମେଘ ଅନ୍ଧାର ରାତିରେ ମାଆକୁ କହି ଶ୍ୱଶୁରାଳୟକୁ ଗଲେ। ତାଙ୍କର ଏକମାତ୍ର ଚିନ୍ତା କିପରି ଶିଘ୍ର ଯାଇ ରତ୍ନାବଳୀଙ୍କ ନିକଟରେ ପହଞ୍ଚିବେ । ତେଣୁ ବାଟରେ ବିଭିନ୍ନ ବାଧାବିଘ୍ନକୁ ଖାତିର ନକରି ଅର୍ଦ୍ଧରାତ୍ରିରେ ବର୍ଷାରେ ସମ୍ପୂର୍ଣ୍ଣ ଓଦା ହୋଇ ଆସି ରତ୍ନାବଳୀଙ୍କ ପାଖରେ ପହଞ୍ଚିଲେ। ତୁଳସୀଙ୍କ ଏପରି ଅବସ୍ଥା ଦେଖି ରତ୍ନାବଳୀ ବାକ୍ ଶୂନ୍ୟ ହୋଇଗଲେ ଏବଂ କହିଲେ ‘ସ୍ତ୍ରୀ ପ୍ରତି ଅତ୍ୟଧିକ ଆସକ୍ତ ଠିକ୍ ନୁହେଁ। ସ୍ତ୍ରୀର ଯୌବନର ସୌନ୍ଦର୍ଯ୍ୟ ଇନ୍ଦ୍ରଧନୁ ପରି ଶୋଭାପାଏ, ମାତ୍ର ତାହା କ୍ଷଣସ୍ଥାୟୀ। ତେଣୁ ସ୍ତ୍ରୀ ମୋହ ପରିହାର କରି ପ୍ରଭୁ ଶ୍ରୀରାମଙ୍କ ପାଦ ପଦ୍ମରେ ଏହି ପ୍ରେମ ବ୍ୟାକୁଳତାକୁ ଅର୍ପଣ କଲେ ତାଙ୍କ ଆଶୀର୍ବାଦରୁ ପରମ ଶାନ୍ତି ଲାଭ କରିବା ସହିତ ସଂସାର ବନ୍ଧନରୁ ମୁକ୍ତି ମିଳିବ । ତେଣୁ ରତ୍ନାବଳୀଙ୍କର ଏହି ମର୍ମଭେଦୀ କଥାରେ ତୁଳସୀଙ୍କ ଜ୍ଞାନୋଦୟ ହେଲା ଏବଂ ସେ ପାର୍ଥିବ ପ୍ରେମକୁ ପରିତ୍ୟାଗ କରି ସ୍ୱର୍ଗୀୟ ଆନନ୍ଦ ପାଇବାକୁ ପ୍ରଭୁ ଶ୍ରୀରାମଙ୍କ ଠାରେ ନିଜକୁ ସମର୍ପିତ କଲେ। ତୁଳସୀ ଚଉଦବର୍ଷ ଭାରତର ବିଭିନ୍ନ ତୀର୍ଥକ୍ଷେତ୍ର ଓ ଧର୍ମସ୍ଥାନ ପରିଭ୍ରମଣ କରିବା ସହ କଠୋର ସାଧନା କଲେ ଏବଂ ଶେଷରେ ପ୍ରଭୁ ଶ୍ରୀରାମଙ୍କ କରୁଣା ଲାଭ କଲେ। ଫଳତଃ ରାମ ପ୍ରେମରେ ନିଜକୁ ବିଲୀନ କରି ପବିତ୍ର ରାମ ଚରିତ ମାନସ ରଚନା କଲେ ୤ [୫]

ଆଧାର[ସମ୍ପାଦନା]

  1. Pandey 2008, pp. 23–34.
  2. Rambhadracharya 2008, p. 12: सीयराममय सब जग जानी । करउँ प्रनाम जोरि जुग पानी ॥ (Ramcharitmanas 1.8.2).
  3. Sivananda, Swami. "Goswami Tulsidas By Swami Sivananda". Sivananda Ashram, Ahmedabad. http://www.divyajivan.org/articles/siva/tulsidas_article.htm. Retrieved July 12, 2011. 
  4. Bhat, M. Ramakrishna (1988). Fundamentals of Astrology (3rd ed.). New Delhi, India: Motilal Banarsidass Publ. ପୃଷ୍ଠା. 52. ISBN 9788120802766. 
  5. ଡାଃ ସୁନିଆଁ ପ୍ରଧାନ, ସଂଚାର, ପୃଷ୍ଠା-୧୪, ଶନିବାର ୩ ଅଗଷ୍ଟ ୨୦୧୩

ବାହାର ତଥ୍ଯ[ସମ୍ପାଦନା]