ବାବାଜୀ ଚରଣ ଜେନା
ବାବାଜୀ ଚରଣ ଜେନା | |
|---|---|
| ଜନ୍ମ | ୧୨ ଏପ୍ରିଲ ୧୯୫୬ ପୋପରଡ଼ା, ନୂଆବଜାର, କଟକ |
| ଜାତୀୟତା | ଭାରତୀୟ |
| ବୃତ୍ତି | ଅବସରପ୍ରାପ୍ତ ସରକାରୀ କର୍ମଚାରୀ |
| ଉଲ୍ଲେଖନୀୟ କୃତି | ବର୍ଷାରେ କାଠଯୋଡ଼ି, ଚିତ୍ରରେ ଚିତ୍ରଲେଖା |
| ପିତାମାତା | କୁଳମଣି ଜେନା (ପିତା), ଅହଲ୍ୟା ଦେବୀ (ମାତା) |
ବାବାଜୀ ଚରଣ ଜେନା (ଜନ୍ମ: ୧୨ ଏପ୍ରିଲ ୧୯୫୬) ଜଣେ ଓଡ଼ିଆ କବି ଓ ଗୀତିକାର । ସେ କଟକ ଜିଲ୍ଲାର ନୂଆବଜାର ଅନ୍ତର୍ଗତ ପୋପରଡାରେ ପିତା କୁଳମଣି ଜେନା ଓ ମାତା ଅହଲ୍ୟା ଦେବୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ବାବାଜୀ ଚରଣ ବୈଷୟିକ ଶିକ୍ଷା ସମାପ୍ତି ପରେ କଟକସ୍ଥ ନ୍ୟାସନାଲ ମିଉଜିକ ଆସୋସିଏସନରେ ଗୁରୁ ପଣ୍ଡିତ କୁଣ୍ଡଳା ଆଦି ନାରାୟଣ ଓ ଗୁରୁ ପଶ୍ଚିମେଶ୍ୱର ଜେନାଙ୍କ ପାଖରୁ ସଙ୍ଗୀତ ଶିକ୍ଷା କରିଥିଲେ । ତତ୍ପରେ ସେ କୋରାପୁଟ ହାଲ ସୁନାବେଡାରେ କର୍ମନିଯୁକ୍ତି ପାଇଲେ । ପରେ ଗୀତ ଲେଖା ଓ ଲଘୁ ସଂଗୀତରେ ମନୋନିବେଶ କରି ଆକାଶବାଣୀ ଓ ଦୂରଦର୍ଶନ ସୀକୃତିପ୍ରାପ୍ତ ଗୀତିକାର ହେବା ସହ ଆକାଶବାଣୀ ଜୟପୁରରେ ବି ଗ୍ରେଡ କଣ୍ଠଶିଳ୍ପୀ ଭାବେ ସୀକୃତି ପାଇଲେ । । ୨୦୦୯ରେ ସ୍ୱାସ୍ଥ୍ୟଗତ ସମସ୍ୟା ପରେ କେବଳ ଗୀତିକବିତା ରଚନା କ୍ଷେତ୍ରରେ ମଗ୍ନ ରହିଲେ ।[୧] ବିଭିନ୍ନ ଗଣମାଧ୍ୟମରେ ତାଙ୍କର ପ୍ରାୟ ୧୦୦୦ରୁ ଅଧିକ ଗୀତ ଓ ୟୁଟ୍ୟୁବରେ ୨୦୦ ଗୀତ ପ୍ରସାରିତ ଓ ପ୍ରଚାରିତ । ତାଙ୍କର ୧୦ଟି ଆଲବମ ସହ ବିଭିନ୍ନ ପତ୍ରପତ୍ରିକାରେ ୨୦୦୦ରୁ ଅଧିକ ଗୀତିକବିତା ପ୍ରକାଶିତ । ସୁନାବେଡାସ୍ଥିତ ବନପ୍ରଭା ସାହିତ୍ୟ ସଂସଦର ସେ ଅନ୍ୟତମ ପ୍ରତିଷ୍ଠାତା । ଅବସର ପରେ କାଠଯୋଡ଼ି ସାହିତ୍ୟ ସଂସଦ ମାଧ୍ୟମରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରଚାର ପ୍ରସାର ଦିଗରେ ସାଧନାରତ ।[୨]
ରଚନାବଳୀ
[ସମ୍ପାଦନା]- ଭକ୍ତି ରତ୍ନମାଳା
- ଅଭୟ ପାଦ
- ସାଇ ବିଭୂତି
- ନମାମି ରାମଂ
- ମା"
- ଶିବକଳ୍ପତରୁ
- ନମାମି କୃଷ୍ଣଂ
- ସାଇ କୈବଲ୍ୟ
- ହେ ଜଗନ୍ନାଥ
- ସଜପଖାଳ (ପଲ୍ଲୀଗୀତ)
- ଏଇ ମାଟି ମୋର ମା" (ଦେଶାତ୍ମବୋଧକ)
- ଝୁମୁରୁ ଝୁମା (ଶିଶୁଗୀତି)
- ଭାଲୁ ବଜାଏ ବାଜା (ଶିଶୁଗୀତି)
- ବର୍ଷାରେ ତମେ (ଆଧୁନିକ ଗୀତ)
- ଚିରାକାଗଜ (ଆଧୁନିକ ଗୀତ)
- ଚିତ୍ରରେ ଚିତ୍ରଲେଖା (ଆଧୁନିକ ଗୀତ)
- ବର୍ଷାରେ କାଠଯୋଡ଼ି (ଆଧୁନିକ ଗୀତ)
- କିଆ କେତକୀ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଶିଳାଶ୍ରୀ ଗୀତିକବି ସମ୍ମାନ[୩][୪]
- ସୁଲେଖା ସମ୍ମାନ
- ଶ୍ରୀକ୍ଷେତ୍ର ଲେଖକ ସାମୁଖ୍ୟ ସମ୍ମାନ
- ଶ୍ରୀକ୍ଷେତ୍ର ଶିଶୁସାହିତ୍ୟ ସଂସଦ ଶିଶୁଗୀତି ସମ୍ମାନ
- ଅତିବଡ଼ି ଜଗନ୍ନାଥ ଦାସ ଭକ୍ତିଗୀତି ସମ୍ମାନ
- ସ୍ୱାଗତିକା ସାହିତ୍ୟ ସଂସଦ ନିର୍ମାଲ୍ୟ ସାଂସ୍କୃତିକ ପରିଷଦ ନିର୍ମାଲ୍ୟ ଗୀତିକବି ସମ୍ମାନ
- ଗୀତିଗଙ୍ଗୋତ୍ରି ଗୀତିକବି ସମ୍ମାନ।
- ଓଡ଼ିଆ ଗୀତିକବି ସମ୍ମାନ
- ଓଡ଼ିଶା ଶିଶୁସାହିତ୍ୟ ଲେଖକ ସମ୍ମେଳନ ଗୌରହରି ଶିଶୁଗୀତି ସମ୍ମାନ
- ରଘୁନାଥଦେବ ସାଂସ୍କୃତିକ ପରିଷଦ ପୋପରଡା ରାମଲୀଳା ଗୀତିକବି ସମ୍ମାନ
- ଗୋପାଳ ଚନ୍ଦ୍ର ପ୍ରହରାଜ ସ୍ମୃତି ସମ୍ମାନ ସିଦ୍ଧେଶ୍ୱରପୁର କଟକ
- କଟକ ଲେଖକ ସାମୁଖ୍ୟ ଗୀତି ସମ୍ମାନ ଖାନନଗର
- ସିଦ୍ଧିଦୁର୍ଗା ଗୀତିଭାରତୀ ସମ୍ମାନ
- ଆଇନା ଗୀତିକବି ସମ୍ମାନ
- ଶରତ ସାହିତ୍ୟ ଟ୍ରଷ୍ଟ ଗୀତିକବି ସମ୍ମାନ କଟକ
- ବିରିବାଟି ଚନ୍ଦନ ମହୋତ୍ସବ ବାବା ବୈକୁଣ୍ଠନାଥ ଭକ୍ତିଗୀତି ସମ୍ମାନ
- ଉତ୍କଳ ସାହିତ୍ୟ ସମାଜ କଟକ ଗୀତିକବିତା ସମ୍ମାନ
- ଜଗତସିଂହପୁର ସାହିତ୍ୟ ସଂସଦ ବରିଷ୍ଠ ଗୀତିକବି ସମ୍ବର୍ଦ୍ଧିତ
- ଇସ୍ପାତ ସାହିତ୍ୟ ସଂସଦ ଗୀତିକବି ସମ୍ମାନ,
- ବ୍ରହ୍ମପୁର ସାହିତ୍ୟ ଉତ୍ସବ ୨୦୨୩ ଗୀତିକବି ସମ୍ମାନ ଗୋପାଳପୁର
- ଫକୀରମୋହନ ସାହିତ୍ୟ ପରିଷଦ ମଲ୍ଲିକାଶପୁର ଶାନ୍ତି କାନନ ଗୀତିଶ୍ରୀ ସମ୍ମାନ ୨୦୨୨
ଆଧାର
[ସମ୍ପାଦନା]- ↑ https://samajaepaper.in/imageview_2_24320251533136_4_73_24-03-2025_10_i_1_sf.html
- ↑ https://samajaepaper.in/imageview_11_2912202424317920_4_73_29-12-2024_19_i_1_sf.html
- ↑ https://samajaepaper.in/imageview_4_1420252836686_4_73_01-04-2025_12_i_1_sf.html
- ↑ https://sambadepaper.com/imageview_70541_186736_4_71_01-04-2025_10_i_1_sf.html