Jump to content

ରବୀନ୍ଦ୍ର କୁମାର ନାୟକ

ଉଇକିପିଡ଼ିଆ‌ରୁ

ରବୀନ୍ଦ୍ର କୁମାର ନାୟକ (୨୫ ମାର୍ଚ୍ଚ ୧୯୬୫) ଜଣେ ଓଡ଼ିଆ ଗବେଷକ ଓ ଅନୁବାଦକ । ସେ ବିଶ୍ୱସାହିତ୍ୟ ଓ ବିଭିନ୍ନ ଭାରତୀୟ ପ୍ରାନ୍ତୀୟ ସାହିତ୍ୟର ବଛବଛା କୃତିକୁ ଓଡ଼ିଆରେ ଅନୁବାଦ କରିଛନ୍ତି । ସେହିଭଳି ଓଡ଼ିଆ ସାହିତ୍ୟର କେତେକ ବିଶିଷ୍ଟ କୃତିକୁ ମଧ୍ୟ ଇଂରାଜୀରେ ଅନୁବାଦ କରିଛନ୍ତି । ମହର୍ଷି ବାତ୍ସାୟନଙ୍କ 'କାମସୂତ୍ର'କୁ ଓଡ଼ିଆରେ ଅନୁବାଦ କରିଥିଲେ ଯାହା କଟକର ଫ୍ରେଣ୍ଡସ୍ ପବ୍ଲିଶର୍ସ ଦ୍ୱାରା ପ୍ରକାଶ ପାଇଥିଲା ।

ସଂକ୍ଷିପ୍ତ ଜୀବନୀ

ରବୀନ୍ଦ୍ର ୧୯୬୫ ମସିହାରେ ମାତା ରମ୍ଭାବତୀ ଓ ପିତା ନାରାୟଣ ନାୟକଙ୍କ ଔରସରୁ କେନ୍ଦୁଝର ଜିଲ୍ଲା ହାଟଡ଼ିହି ଅନ୍ତର୍ଗତ ନୂଆରମ୍ପାସରେ ଜନ୍ମ ଗ୍ରହଣ କରିଥିଲେ । ୧୯୮୧ ମସିହାରେ ଜପିଦାସ ବିଦ୍ୟାମନ୍ଦିର, ବଡ଼ରମ୍ପାସ, କେନ୍ଦୁଝରରୁ ମ୍ୟାଟ୍ରିକ, ୧୯୮୫ରେ ଭଦ୍ରକ କଲେଜରୁ ସ୍ନାତକ, ୧୯୮୮ରେ ଉତ୍କଳ ବିଶ୍ଵବିଦ୍ୟାଳୟ, ବାଣୀ ବିହାର, ଭୁବନେଶ୍ୱରରୁ ସ୍ନାତକୋତ୍ତର ଓ ୧୯୯୨ରେ ରାଭେନ୍ସା କଲେଜ, କଟକରୁ ଏମ୍.ଫିଲ.ଡିଗ୍ରୀ ଲାଭ କରିଥିଲେ । ଆନନ୍ଦପୁର ମହାବିଦ୍ୟାଳୟ, କେନ୍ଦୁଝରରେ ଇଂରାଜୀ ବିଭାଗରେ ରିଡ଼ର ଭାବେ କାର୍ଯ୍ୟରତ ରବୀନ୍ଦ୍ର ଗ୍ରାମାଞ୍ଚଳର ଶିଶୁ (ଚତୁର୍ଥରୁ ଦଶମ ଶ୍ରେଣୀ)ମାନଙ୍କ ମଧ୍ୟରେ ଉଚ୍ଚକୋଟୀର ସାହିତ୍ୟ ପଠନ ରୁଚି ଓ ସର୍ଜନଶୀଳତାର ବିକାଶ ନିମନ୍ତେ ପ୍ରୟାସଶୀଳ 'ବିବେକାନନ୍ଦ ପାଠକ ମଞ୍ଚ' ଅନୁଷ୍ଠାନର ପ୍ରତିଷ୍ଠାତା-ଆବାହକ ରୂପେ  ୨୦୦୫ ରୁ କାର୍ଯ୍ୟରତ ହେଲେ । []

ପ୍ରକାଶିତ ଅନୁବାଦ ପୁସ୍ତକ

  • ଥାଇସ୍ - ନୋବେଲ ପୁରସ୍କାର ପ୍ରାପ୍ତ ଉପନ୍ୟାସ - ଆନାତୋଲ ଫ୍ରାନ୍ସ, ଫ୍ରେଣ୍ଡସ ପବ୍ଲିଶର୍ସ, କଟକ
  • କାମସୂତ୍ର - ବାତ୍ସାୟନ ମୁନୀ ପ୍ରଣୀତ ଆଠ ଶହ ପୃଷ୍ଠାର ପ୍ରସିଦ୍ଧ ଗ୍ରନ୍ଥ, ଫ୍ରେଣ୍ଡସ ପବ୍ଲିଶର୍ସ, କଟକ
  • ଇଭାନ ଇଲିଚଙ୍କ ମୃତ୍ୟୁ - ଲିଓ ଟଲଷ୍ଟୟ, ଥିଙ୍କ ଲିଟରେଚର, ଭୁବନେଶ୍ୱର
  • ପାଣ୍ଡବପୁର - ମୂଳ ମାଲୟାଲମ ଉପନ୍ୟାସ - ଏ. ସେତୁମାଧବନ, ଅନୁସୃଷ୍ଟି, କଟକ
  • ଉଷ୍ଣ ଦିନ ଦୀର୍ଘ ରାତି - ଆଫ୍ରିକୀୟ କ୍ଷୁଦ୍ର ଗଳ୍ପ ସଙ୍କଳନ, ସଙ୍କଳକ - ନାଜେଦଜା ଓବ୍ରାଡୋଭିକ, ନ୍ୟାସନାଲ ବୁକ ଟ୍ରଷ୍ଟ, ନୂଆଦିଲ୍ଲୀ
  • ବିଦ୍ରୋହ ୧୮୫୭ - ସମ୍ପାଦନା : ପି.ସି. ଯୋଶୀ, ନ୍ୟାସନାଲ ବୁକ ଟ୍ରଷ୍ଟ, ନୂଆଦିଲ୍ଲୀ[]
  • ଉଷାଭିଳାଷ - ପ୍ରାଚୀନ ସଂସ୍କୃତକାବ୍ୟର ଓଡ଼ିଆ ଗଦ୍ୟରୂପର ଇଂରାଜୀ ଅନୁବାଦ, ଓଡ଼ିଶା ରାଜ୍ୟ ସଂଗ୍ରହାଳୟ, ଭୁବନେଶ୍ୱର
  • ମୁଲ୍କ ରାଜ ଆନନ୍ଦ : କୃତୀ ଓ କୀର୍ତ୍ତି - ଅମ୍ରିକ ସିଂ, ନ୍ୟାସନାଲ ବୁକ ଟ୍ରଷ୍ଟ, ନୂଆଦିଲ୍ଲୀ
  • ଜଗତୀକରଣ ଓ ଉନ୍ନୟନ - ସୁନନ୍ଦା ସେନ, ନ୍ୟାସନାଲ ବୁକ ଟ୍ରଷ୍ଟ, ନୂଆଦିଲ୍ଲୀ
  • ସ୍ଵାମୀ ବିବେକାନନ୍ଦ : ଏକ ସରଳ ଜୀବନ କାହାଣୀ, ବ୍ରହ୍ମଚାରୀ ଅମଲ, ନ୍ୟାସନାଲ ବୁକ ଟ୍ରଷ୍ଟ , ନୂଆଦିଲ୍ଲୀ
  • ସ୍ୱାମୀ  ବିବେକାନନ୍ଦ : ଯୁବଶକ୍ତିର ଚିରନ୍ତନ ପ୍ରେରଣା - ସନ୍ଦୀପନ ସେନ, ନ୍ୟାସନାଲ ବୁକ ଟ୍ରଷ୍ଟ, ନୂଆଦିଲ୍ଲୀ
  • ଜଳ - ଖ୍ରୀଷ୍ଟୋପର ଚେଙ୍ଗ, ନ୍ୟାସନାଲ ବୁକ ଟ୍ରଷ୍ଟ, ନୂଆଦିଲ୍ଲୀ
  • ବନ୍ଧୁ - ପ୍ରଚେତା ଗୁପ୍ତ, ନ୍ୟାସନାଲ ବୁକ ଟ୍ରଷ୍ଟ, ନୂଆଦିଲ୍ଲୀ
  • ବାଇ ଚଢ଼େଇ ବସା - ଦୀପାନ୍ୱିତା ରାୟ, ନ୍ୟାସନାଲ ବୁକ ଟ୍ରଷ୍ଟ, ନୂଆଦିଲ୍ଲୀ
  • ନିଜ ମନକୁ ବୁଝାଇ ଦେଲା କାବ୍ୟା, ରମେଶ ବିଜଲାନି, ନ୍ୟାସନାଲ ବୁକ ଟ୍ରଷ୍ଟ, ନୂଆଦିଲ୍ଲୀ
  • ସୈତାନ ସିଂ - ଗୌରବ ସି ସାୱନ୍ତ, ନ୍ୟାସନାଲ ବୁକ ଟ୍ରଷ୍ଟ, ନୂଆଦିଲ୍ଲୀ
  • ଅରୁଣ କ୍ଷେତ୍ରପାଳ - ଗୌରବ ସି ସାୱନ୍ତ, ନ୍ୟାସନାଲ ବୁକ ଟ୍ରଷ୍ଟ, ନୂଆଦିଲ୍ଲୀ[]
  • ମେଜର ସୋମନାଥ ଶର୍ମା - ଗୌରବ ସି ସାୱନ୍ତ, ନ୍ୟାସନାଲ ବୁକ ଟ୍ରଷ୍ଟ, ନୂଆଦିଲ୍ଲୀ
  • ମନୋଜ କୁମାର ପାଣ୍ଡେୟ - ଗୌରବ ସି ସାୱନ୍ତ, ନ୍ୟାସନାଲ ବୁକ ଟ୍ରଷ୍ଟ, ନୂଆଦିଲ୍ଲୀ
  • ବୀର ଅବଦୁଲ ହମିଦ - ଗୌରବ ସି ସାୱନ୍ତ, ନ୍ୟାସନାଲ ବୁକ ଟ୍ରଷ୍ଟ, ନୂଆଦିଲ୍ଲୀ
  • ହିମାଳୟରେ ସ୍ୱାମୀ ବିବେକାନନ୍ଦ - ରମେଶ ପୋଖରୀୟାଲ ନିଶଙ୍କ, ନ୍ୟାସନାଲ ବୁକ ଟ୍ରଷ୍ଟ, ନୂଆଦିଲ୍ଲୀ
  • ସବୁଦିନର ସାଥି, ନ୍ୟାସନାଲ ବୁକ ଟ୍ରଷ୍ଟ, ନୂଆଦିଲ୍ଲୀ

ମୌଳିକ ପୁସ୍ତକ ସମୂହ

  • ମହାନ୍ ଭାରତୀୟ ସଂସ୍କୃତି - ସାହିତ୍ୟ ସଂଗ୍ରହ ପ୍ରକାଶନ,କଟକ
  • ଭାରତର ମହାନ୍ ଶିଶୁ - ଫ୍ରେଣ୍ଡସ ପବ୍ଲିଶର୍ସ, କଟକ
  • ଭାରତର ମହାନ୍ ମନିଷୀ -  ଫ୍ରେଣ୍ଡସ ପବ୍ଲିଶର୍ସ, କଟକ
  • Our Leaders (Social Reformers) - ସାହିତ୍ୟ ସଂଗ୍ରହ ପ୍ରକାଶନ, କଟକ
  • Leaders of India (Freedom Fighters) - ଫ୍ରେଣ୍ଡସ ପବ୍ଲିଶର୍ସ, କଟକ
  • A Pictorial Approach to English Grammar - ଫ୍ରେଣ୍ଡସ ପବ୍ଲିଶର୍ସ, କଟକ
  • A Glossary of Idioms and Phrases - ଫ୍ରେଣ୍ଡସ ପବ୍ଲିଶର୍ସ, କଟକ

ସମ୍ମାନ ଓ ପୁରସ୍କାର

  • ୨୦୧୩ରେ ବଉଳା ସାହିତ୍ୟ ସଂସଦ, ହାଟଡ଼ିହି, କେନ୍ଦୁଝର ଦ୍ୱାରା ଶ୍ରେଷ୍ଠ ଅନୁବାଦକ ସମ୍ମାନ
  • ୨୦୨୦ରେ କଟକ ଲେଖକ ସହଯୋଗ ସମିତି ଦ୍ବାରା ଶ୍ରେଷ୍ଠ ଅନୁବାଦକ ଭାବେ ସମ୍ବର୍ଦ୍ଧିତ
  • ୨୦୧୮ରେ ନୂଆ ଦିଲ୍ଲୀର ବୁଦ୍ଧିବାଦୀ ସଙ୍ଗଠନ The Intellect ଦ୍ୱାରା ସମ୍ବର୍ଦ୍ଧିତ
  1. "Chhutidina Page: 6". Online Odia ePaper | Today Newspaper | Latest news from Odisha, India and world. Retrieved 2024-10-07.
  2. "Bidroh 1857 (PC Josi, Ed.; RK Naik, Tr. 2007, NBT) p.pdf". Google Docs. Retrieved 2024-09-30.
  3. "ବହି | ଓଡ଼ିଆ ବିଭବ Odia Bibhaba". odiabibhaba.in. Retrieved 2024-09-30.