ପେଲଭିକ ଯନ୍ତ୍ରଣା

ଉଇକିପିଡ଼ିଆ‌ରୁ
Pelvic pain
Female type pelvis
ବିଭାଗGynecology
ରୋଗ ନିର୍ଣ୍ଣୟ ପଦ୍ଧତିHistory of symptoms, physical examination, laboratory testing, medical imaging[୧]
ସଠିକ ରୋଗ ନିର୍ଣ୍ଣୟFemale: Menstrual cramps, endometriosis, ectopic pregnancy, pelvic inflammatory disease, ovarian torsion[୨][୩][୪]
Gastrointestinal: Appendicitis, irritable bowel syndrome, gastroenteritis, constipation[୫][୬][୧]
Urinary: Bladder infection, kidney stone, interstitial cystitis[୫]
Other: Fibromyalgia, abdominal wall muscle injury, abdominal aortic aneurysm[୫]
ପୁନଃପୌନିକCommon[୬]

ପେଲଭିକ ଯନ୍ତ୍ରଣା, ବା ଶ୍ରୋଣୀ ଯନ୍ତ୍ରଣା ନାମ ଦିଆଯାଏ ଯେତେବେଳେ ଦୁଇ ହିପ ବା ନିତମ୍ବ ମଧ୍ୟବର୍ତ୍ତୀ ସ୍ଥାନରେ କଷ୍ଟ ହୁଏ[୫] ଏହି ଯନ୍ତ୍ରଣା ହଠାତ ଆରମ୍ଭ ହୋଇ ତୀବ୍ର ହୋଇପାରେ ବା ଦୀର୍ଘକାଳ ପର୍ଯ୍ୟନ୍ତ ମଝିରେ ମଝିରେ ହୁଏ ବା ଲାଗିରହେ | [୭] ଏହି ଯନ୍ତ୍ରଣା ୩ ମାସରୁ କମ୍ ଥିଲେ ସାଧାରଣତଃ ତୀବ୍ର ଶ୍ରେଣୀଭୁକ୍ତ ହୁଏ; [୧] ଯଦି ଏହା ଛଅ ମାସରୁ ଅଧିକ ସମୟ ଧରି ଚାଲିଥାଏ ତେବେ ଏହା ସାଧାରଣତଃ କ୍ରନିକ୍ ଶ୍ରେଣୀଭୁକ୍ତ ହୋଇଥାଏ | [୬] ଯନ୍ତ୍ରଣା ଯୋଗୁ ଅବସାଦ ହୋଇ ଲକ୍ଷଣକୁ ଆହୁରି ଖରାପ କରିପାରେ | [୫] ପେରିନିଆଲ ଯନ୍ତ୍ରଣାଠାରୁ ଏହା ପୃଥକ ଅଟେ | [୨]

ପେଲଭିକ ଯନ୍ତ୍ରଣା ମହିଳାମାନଙ୍କର ପ୍ରଜନନ ଅଙ୍ଗର ରୋଗ ଯୋଗୁ, ପାକ-ଅନ୍ତନଳୀ କିମ୍ବା ମୂତ୍ରନଳୀ ରୋଗ ଯୋଗୁ ବା ଆଓର୍ଟା ଧମନୀର ନିମ୍ନ ଭାଗରେ କୌଣସି ରୋଗ ଅଥବା ପେଲଭିସ ପାର୍ଶରେ ଥିବା କୌଣସି ଅଙ୍ଗର ରୋଗ ଯୋଗୁ ହୋଇପାରେ । [୫] ମହିଳା ପ୍ରଜନନ ଅଙ୍ଗ ସହିତ ଜଡ଼ିତ ସାଧାରଣ କାରଣଗୁଡ଼ିକ ହେଉଛି ଋତୁଶୂଳ, ଏଣ୍ଡୋମେଟ୍ରିଓସିସ୍ ଏବଂ ଫାଇବ୍ରଏଡ; ଅନ୍ୟାନ୍ୟ ଗମ୍ଭୀର କାରଣ ମଧ୍ୟରେ ଅଥାନ ଗର୍ଭ, ପେଲଭିକ୍ ପ୍ରଦାହ ରୋଗ ଏବଂ ଓଭାରିଆନ୍ ଟର୍ସିଅନ୍ ହୋଇପାରେ | [୨] [୫] [୧] ପେଟର ପାକସ୍ଥଳୀ ସହିତ ଜଡ଼ିତ ସାଧାରଣ କାରଣଗୁଡ଼ିକ ମଧ୍ୟରେ ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ, ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍, କୋଷ୍ଠକାଠିନ୍ୟ ଏବଂ କୋଲୋନ୍ କର୍କଟ ଅନ୍ତର୍ଭୁକ୍ତ ଯୋଗୁ ହୋଇପାରେ । [୫] [୬] ଆପେଣ୍ଡିସାଇଟିସ୍ ରୋଗ ଭଳି ଗମ୍ଭୀର ରୋଗ ମଧ୍ୟ ଏହାର ଅନ୍ତର୍ଭୁକ୍ତ । [୧] ମୂତ୍ରନଳୀରେ ସମ୍ବନ୍ଧୀୟ ରୋଗ ଯେପରିକି ମୂତ୍ରାଙ୍ଗ ସଂକ୍ରମଣ, ବୃକ୍‌କ ପଥର ରୋଗ, ଏବଂ ଇଣ୍ଟରସ୍ଟିସିଆଲ୍ ସିସ୍ଟାଇଟିସ ଯୋଗୁ ହୋଇପାରେ । [୫] ଅନ୍ୟାନ୍ୟ କାରଣ ମଧ୍ୟରେ ଫାଇବ୍ରୋମ୍ୟାଲଜିଆ, ପେଟର କାନ୍ଥର ମାଂସପେଶୀରେ ଆଘାତ ଏବଂ ପେଟର ଆର୍ଟିକ୍ ଉଦର ମହାଧମନୀ ସ୍ଫୀତି ଯୋଗୁ ହୋଇପାରେ | [୫] ଯୌନ ଉତ୍ପୀଡ଼ନ ପରେ କ୍ରନିକ ଯନ୍ତ୍ରଣା ମଧ୍ୟ ହୋଇପାରେ | [୫]

ଲକ୍ଷଣମାନଙ୍କର ଇତିହାସ ଅନୁଶୀଳନ ଓ ଶାରୀରିକ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ତ‌ଥା ଲାବୋରେଟୋରୀ ପରୀକ୍ଷା ଏବଂ ମେଡିକାଲ ଇମେଜିଙ୍ଗ କରି ନିଶ୍ଚିତ କରାଯାଏ | [୧] ସମସ୍ତ ମହିଳାଙ୍କର ଗର୍ଭଧାରଣ ପରୀକ୍ଷା ପାଇଁ ସୁପାରିଶ କରାଯାଏ ଯେଉଁମାନଙ୍କର ଗର୍ଭବତୀ ହେବା ସମ୍ଭାବନା ଥାଏ । [୧] ଜ୍ୱର, ଋତୁବନ୍ଦ ପରେ ଯୋନୀ ରକ୍ତସ୍ରାବ, ନିମ୍ନ ରକ୍ତଚାପ ଏବଂ ପେରିଟୋନାଇଟିସ ରୋଗ ଥିଲେ ସମସ୍ୟା ଅଧିକ ହୁଏ । [୨]

ପେଲଭିକ୍ ଯନ୍ତ୍ରଣା ଉଭୟ ମହିଳା ଏବଂ ପୁରୁଷଙ୍କୁ ପ୍ରଭାବିତ କରିପାରେ ଯଦିଓ କ୍ରନିକ୍ ପେଲଭିକ୍ ଯନ୍ତ୍ରଣା ସାଧାରଣତଃ ମହିଳାମାନଙ୍କୁ ପ୍ରଭାବିତ କରିଥାଏ | [୬] ପ୍ରାୟ ୨%ରୁ ୨୪% ମହିଳାଙ୍କର ମାସିକ ଋତୁସ୍ରାବ ସ‌ହିତ ସମ୍ପର୍କ ନଥିବା ପେଲଭିକ୍ ଯନ୍ତ୍ରଣା, ୮%ରୁ ୨୧% ଯୌନ‌କ୍ରିୟା ଯନ୍ତ୍ରଣା ଏବଂ ୧୭%ରୁ ୮୧% ଋତୁଶୂଳ ହୁଏ ।[୬] କ୍ରନିକ୍ ପେଲଭିକ୍ ଯନ୍ତ୍ରଣା ଅତି କମରେ ୬ରୁ ୨୭% ମହିଳାମାନଙ୍କଠାରେ ଦେଖାଯାଏ | [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ଆଧାର ଭୁଲ: ଅଚଳ <ref> ଚିହ୍ନ; AFP2016 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. ୨.୦ ୨.୧ ୨.୨ ୨.୩ "Pelvic Pain - Gynecology and Obstetrics". Merck Manuals Professional Edition. Retrieved 25 September 2020.
  3. "Pelvic Pain - Women's Health Issues". Merck Manuals Consumer Version. Retrieved 25 September 2020.
  4. Bhavsar, AK; Gelner, EJ; Shorma, T (1 January 2016). "Common Questions About the Evaluation of Acute Pelvic Pain". American family physician. 93 (1): 41–8. PMID 26760839.
  5. ୫.୦୦ ୫.୦୧ ୫.୦୨ ୫.୦୩ ୫.୦୪ ୫.୦୫ ୫.୦୬ ୫.୦୭ ୫.୦୮ ୫.୦୯ ୫.୧୦ ଆଧାର ଭୁଲ: ଅଚଳ <ref> ଚିହ୍ନ; Mer2020 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  6. ୬.୦ ୬.୧ ୬.୨ ୬.୩ ୬.୪ ୬.୫ ୬.୬ "Chronic Pelvic Pain: ACOG Practice Bulletin, Number 218". Obstetrics & Gynecology. 135 (3): e98–e109. March 2020. doi:10.1097/AOG.0000000000003716.
  7. ଆଧାର ଭୁଲ: ଅଚଳ <ref> ଚିହ୍ନ; JH2020 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।