ଅଥାନ ଗର୍ଭ

ଉଇକିପିଡ଼ିଆ ରୁ
(Ectopic pregnancy ରୁ ଲେଉଟି ଆସିଛି)
Jump to navigation Jump to search
ଅଥାନ ଗର୍ଭ
Ectopic pregnancy on laparoscopy.png
ଲାପାରୋସ୍କୋପିରେ ଦେଖାଯାଉଛି, (ନୀଳ ତୀର ଚିହ୍ନିତ) ଜରାୟୁ, ବାମ ପାଖ ଫାଲୋପିଆନ ଟ୍ୟୁବରେ ଅଥାନ ଗର୍ଭ ଓ ରକ୍ତସ୍ରାବ (ଲାଲ ତୀର ଚିହ୍ନିତ ଅଂଶ ) ଦେଖାଉଛି । ଡାହାଣ ଟ୍ୟୁବ ସଠିକ ଅଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି Obstetrics and gynecology
ଆଇସିଡ଼ି-୧୦ O00.
ଆଇସିଡ଼ି-୯-ସିଏମ୍ 633
ରୋଗ ଡାଟାବେସ 4089
ମେଡ଼ିସିନ-ପ୍ଲସ 000895
ଇ-ମେଡ଼ିସିନ med/3212 emerg/478 radio/231
Patient UK ଅଥାନ ଗର୍ଭ
MeSH D011271

ଅଥାନ ଗର୍ଭ ବା ଏକ୍ଟୋପିକ ପ୍ରେଗନାନସି (ଇଂରାଜୀରେ Ectopic pregnancy, also known as eccyesis or tubal pregnancy) ଏକ ପ୍ରକାର ଗର୍ଭାଧାନ ଜଟୀଳତା ଯେଉଁଥିରେ ଭୃଣ ଜରାୟୁ ବାହାରେ ସଂଯୁକ୍ତ ହୁଏ । [୧] ଏହି ରୋଗର ଲକ୍ଷଣ: ଉଦର ଯନ୍ତ୍ରଣାଯୋନୀପଥ ରକ୍ତସ୍ରାବ । ୫୦ %ରୁ କମ ମହିଳାଙ୍କଠାରେ ଉଭୟ ଲକ୍ଷଣ ଦେଖାଯାଏ । ଯନ୍ତ୍ରଣା ତୀବ୍ର, ମାନ୍ଦା ବା କ୍ରାମ୍ପ ଭଳି ହୋଇପାରେ । ପେଟ ଭିତରେ ରକ୍ତସ୍ରାବ ହେଲେ କାନ୍ଧ ଯନ୍ତ୍ରଣା ମଧ୍ୟ ହୋଇପାରେ । [୨] ଅତ୍ୟଧିକ ରକ୍ତସ୍ରାବ ହେଲେ ଦୃତ ହୃଦଗତି, ଚେତାଶୂନ୍ୟ ବା ସକ୍ ହୁଏ । [୨][୧] କ୍ୱଚିତ ଏହି ଫିଟସ ବଞ୍ଚିରହେ । [୩]

ଏହି ରୋଗ ନିମନ୍ତେ ସଙ୍କଟଦାୟକ ଅବସ୍ଥାମାନଙ୍କର ନାମ: ପେଲଭିକ ପ୍ରଦାହ ରୋଗ ଅଧିକାଂଶ ସମୟରେ କ୍ଲାମିଡିଆ ସଂକ୍ରମଣ ଯୋଗୁ, ଧୂମ୍ରପାନ। ସ‌ହାୟତାପୂର୍ଣ୍ଣ ପ୍ରଜନ‌ନ ଟେକନୋଲୋଜି]] । ଅଥାନ ଗର୍ଭ ଇତିହାସ ଥିଲେ ସଙ୍କଟ ଅଧିକ ରହେ । ଅଧିକାଂଶ (୯୦ %) କ୍ଷେତ୍ରରେ ଫାଲୋପିଆନ ଟ୍ୟୁବରେ ହୁଏ ଯାହାକୁ ଟ୍ୟୁବାଲ ପ୍ରେଗନାନସି ବା ଟ୍ୟୁବାଲ ଗର୍ଭ କୁହାଯାଏ । [୪] ଏହି ଭୃଣ ସଂଯୋଗ ଜରାୟୁ ମୁଖ (ସର୍ଭିକ୍ସ), ଡିମ୍ବାଶୟ (ଓଭାରି) ଓ ଉଦରରେ (ଆବଡୋମେନ) ମଧ୍ୟ ହୋଇପାରେ । [୨] ରକ୍ତ ପରୀକ୍ଷାରେ ହ୍ୟୁମାନ ଗୋନାଡ଼ୋଟ୍ରୋଫିନ ବା ଏଚସିଜି ଓ ଅଲଟ୍ରାସାଉଣ୍ଡ କରି ଅଥାନ ଗର୍ଭ ନିର୍ଣ୍ଣୟ କରାଯାଏ । ଏହି ପରୀକ୍ଷା ଏକାଧିକ ଥର କରିବା ଆବଶ୍ୟକ ହୋଇପାରେ । ଯୋନୀପଥ ମଧ୍ୟରେ ଅଲଟ୍ରାସାଉଣ୍ଡ କଲେ ଉତ୍ତମ କାମ କରେ । ଏକାଭଳି ଲକ୍ଷଣ ଅନ୍ୟ ରୋଗ ଯଥା ଗର୍ଭପାତ, ଓଭାରିଆନ ଟରସନ, ଆକ୍ୟଟ ଟରସନ ଓ ଆକ୍ୟୁଟ ଆପେଣ୍ଡିସାଇଟିସ ଭଳି ରୋଗମାନଙ୍କରେ ଲକ୍ଷ କରାଯାଏ । [୨]

ଏହି ରୋଗର ପ୍ରତିଷେଧ ସ୍ୱରୁପ ସଙ୍କଟାବସ୍ଥା କ୍ଲାମିଡିଆ ସଂକ୍ରମଣ ଉପସ୍ଥିତି ନିମନ୍ତେ ସ୍କ୍ରିନିଙ୍ଗ ଓ ପରବର୍ତ୍ତି ଚିକିତ୍ସା ଆବଶ୍ୟକ । [୫] କେତେକ ଅଥାନ ଗର୍ଭ ଆପେ ଆପେ ବିନା ଚିକିତ୍ସାରେ ଉପଶମ ହୋଇଯାଇପାରେ, କିନ୍ତୁ ୨୦୧୪ ମସିହା ସୁଦ୍ଧା ଏହାର ଉପ‌ଯୁକ୍ତ ଅନୁଶୀଳନ ହୋଇନାହିଁ । କେତେକ କେଶରେ ମେଥୋଟ୍ରେକସେଟ ଓ ଅପରେଶନ ଫଳପ୍ରଦ ହୁଏ । ରୋଗୀର ବିଟା-ଏଚ,ସି,ଜି, ସ୍ତର କମ ଥିଲେ ଓ ଫିଟସ ଛୋଟ ଥିଲେ ଏହା ଭଲ କାମ କରେ । ଟ୍ୟୁବ ଫାଟିଯାଇ ଫିଟସର ହୃତ ସ୍ପନ୍ଦନ ଠିକ ଥିଲେ କିମ୍ବା ରୋଗୀର ଭାଇଟାଲ ଚିହ୍ନ ଦୁର୍ବଳ ଥିଲେ ଅପରେଶନ କରାଯାଇପାରେ । [୪] ଲାପାରୋସ୍କୋପି ବା ଲାପାରୋଟୋମି ଅପରେଶନ କରାଯାଇପାରେ । [୧] ଚିକିତ୍ସା କଲେ ଭଲ ଫଳ ମିଳେ । [୪]

ବିକଶିତ ଦେଶମାନଙ୍କରେ ଅଥାନ ଗର୍ଭ ହାର ମୋଟ ଜୀବନ୍ତ ଜନ୍ମର ୧ରୁ ୨ %, ଆସିସ୍ଟେଡ ରିପ୍ରୋଡକ୍ଟିଭ ଟେକନୋଲୋଜିର ସାହାଯ୍ୟ ନେଲେ ଏହା ୪ % ହୁଏ । [୧] ପ୍ରଥମ ତ୍ରୈମାସିକରେ ଗର୍ଭ ମୃତ୍ୟୁର ଏହା ପ୍ରଧାନ କାରଣ ଓ ସମୁଦାୟ ମୃତ୍ୟୁର ୧୦% । [୪] ବିକଶିତ ଦେଶମାନଙ୍କରେ ଏହାର ଫଳାଫଳ ଉନ୍ନତି ଲାଭ କଲାବେଳେ ବିକାଶଶୀଳ ଦେଶମାନଙ୍କରେ ଏହା ଭଲ ନୁହେଁ । [୫] ବିକଶିତ ଦେଶମାନଙ୍କରେ ମୃତ୍ୟୁ ହାର 0.୧ରୁ 0.୩ ଓ ବିକାଶଶୀଳ ଦେଶମାନଙ୍କରେ ୧ରୁ ୩ % । [୬] ଏହି ରୋଗ ବିଷୟରେ ପ୍ରଥମେ ୧୧ଶ ଶତାବ୍ଦୀରେ ଆଲବୁକାସିସ ଉଲ୍ଲେଖ କରିଥିଲେ । [୫]


ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Kirk E, Bottomley C, Bourne T (2014). "Diagnosing ectopic pregnancy and current concepts in the management of pregnancy of unknown location". Hum. Reprod. Update. 20 (2): 250–61. doi:10.1093/humupd/dmt047. PMID 24101604. 
  2. ୨.୦ ୨.୧ ୨.୨ ୨.୩ Crochet JR, Bastian LA, Chireau MV (2013). "Does this woman have an ectopic pregnancy?: the rational clinical examination systematic review". JAMA. 309 (16): 1722–9. doi:10.1001/jama.2013.3914. PMID 23613077. 
  3. Zhang, J; Li, F; Sheng, Q (2008). "Full-term abdominal pregnancy: a case report and review of the literature". Gynecologic and obstetric investigation. 65 (2): 139–41. doi:10.1159/000110015. PMID 17957101. 
  4. ୪.୦ ୪.୧ ୪.୨ ୪.୩ Cecchino, GN; Araujo Júnior, E; Elito Júnior, J (September 2014). "Methotrexate for ectopic pregnancy: when and how". Archives of gynecology and obstetrics. 290 (3): 417–23. doi:10.1007/s00404-014-3266-9. PMID 24791968. 
  5. ୫.୦ ୫.୧ ୫.୨ Nama, V; Manyonda, I (April 2009). "Tubal ectopic pregnancy: diagnosis and management". Archives of gynecology and obstetrics. 279 (4): 443–53. doi:10.1007/s00404-008-0731-3. PMID 18665380. 
  6. Mignini L (26 September 2007). "Interventions for tubal ectopic pregnancy". who.int. The WHO Reproductive Health Library. Retrieved 12 March 2015.