ଓଭାରିଆନ ଟର୍ସନ
ଓଭାରିଆନ ଟର୍ସନ (Ovarian torsion) | |
---|---|
ଆଡନେକ୍ସାଲ ଟର୍ସନ (Adnexal torsion)[୧] | |
ବିଭାଗ | ସ୍ତ୍ରୀରୋଗ ବିଜ୍ଞାନ (Gynecology) |
ଲକ୍ଷଣ | ପେଲଭିକ ବା ଶ୍ରୋଣୀ ଯନ୍ତ୍ରଣା (Pelvic pain)[୨] |
ଆକ୍ରାନ୍ତ ସମୟ | ହଠାତ୍[୨] |
ବିପଦ କାରକ | ଓଭାରିଆନ ସିସ୍ଟ, ବର୍ଦ୍ଧିଷ୍ଣୁ ଓଭାରି (ovarian enlargement), ଓଭାରି ଅର୍ବୁଦ (ovarian tumors), ଗର୍ଭାବସ୍ଥା, ଟ୍ୟୁବାଲ ଲାଇଗେସନ (tubal ligation)[୩][୨] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ, ଅଲଟ୍ରାସାଉଣ୍ଡ (ultrasound), ସିଟି ସ୍କାନ (CT scan)[୧][୨] |
ସଠିକ ରୋଗ ନିର୍ଣ୍ଣୟ | ଆପେଣ୍ଡିସାଇଟିସ, ବୃକ୍କ ସଂକ୍ରମଣ (kidney infection), ବୃକ୍କ ପଥର ରୋଗ, ଅଥାନ ଗର୍ଭ[୨] |
ଚିକିତ୍ସା | ଅପରେଶନ[୧] |
ପୁନଃପୌନିକ | ବାର୍ଷିକ ପ୍ରତି ଏକ ଲକ୍ଷ ମହିଳାଙ୍କ ମଧ୍ୟରୁ ୬ ଜଣ[୨] |
ଓଭାରିଆନ ଟର୍ସନ (ଇଂରାଜୀ ଭାଷାରେ Ovarian torsion/ OT) ଏକ ରୋଗ ଯେଉଁଥିରେ ଓଭାରି (ovary) ସହିତ ସଂଯୁକ୍ତ ହୋଇଥିବା ଅଂଶ ପେଡିକ୍ଲ (attachment to other structures) ମୋଡ଼ିହୋଇଯିବା କାରଣରୁ ଓଭାରିକୁ ରକ୍ତ ସଞ୍ଚାଳନ କମିଯାଏ ।[୩][୪] ଏହା ଫଳରେ ପେଲଭିସ ବା ଶ୍ରୋଣୀର ଏକ ପାଖରେ ଯନ୍ତ୍ରଣା (pelvic pain) ହୁଏ ।[୨][୫] ହଠାତ୍ ଯନ୍ତ୍ରଣା ଆରମ୍ଭ ହୁଏ କିନ୍ତୁ ସବୁ କେଶ୍ରେ ନୁହେଁ ।[୨] ଅଇ (nausea) ମଧ୍ୟ ହୁଏ ।[୨] ରୋଗ ଜଟିଳ ହେଲେ ସଂକ୍ରମଣ (infection), ରକ୍ତସ୍ରାବ ଓ ବନ୍ଧ୍ୟା (infertility) ଦୋଷ ହୋଇପାରେ ।[୨][୫]
ଓଭାରିଆନ ସିସ୍ଟ, ବର୍ଦ୍ଧିଷ୍ଣୁ ଓଭାରି (ovarian enlargement), ଓଭାରି ଅର୍ବୁଦ (ovarian tumors), ଗର୍ଭାବସ୍ଥା, ପୂରବତନ ଟ୍ୟୁବାଲ ଲାଇଗେସନ (tubal ligation) ହୋଇଥିଲେ ଓଭାରିଆନ ଟର୍ସନ ରୋଗ ସଙ୍କଟ ରହେ ।[୩][୨][୫] ଲକ୍ଷଣ, ଅଲଟ୍ରାସାଉଣ୍ଡ (ultrasound done via the vagina) ଓ ସିଟି ସ୍କାନ (CT scan) ସାହାଯ୍ୟରେ ରୋଗ ନିଧାର୍ଯ୍ୟ କରାଯାଏ କିନ୍ତୁ ଏହା ସମ୍ପୁର୍ଣ୍ଣ ରୂପେ ରୋଗ ନଥିବା ପ୍ରମାଣ କରିପାରେ ନାହିଁ ।[୨] ନିର୍ଣ୍ଣୟ କରିବା ନିମନ୍ତେ ଅପରେଶନ ଶ୍ରେଷ୍ଠ ପଦ୍ଧତି ।[୨]
ଅପରେଶନ କରି ମୋଡ଼ିହୋଇଥିବା ଅଂଶକୁ ସିଧା କରିଦିଆଯାଏ ବା କାଢ଼ିଦିଆଯାଏ ।[୨][୧] ଅଧିକାଂଶ ସମୟରେ ଓଭାରି ଭଲ ଅବସ୍ଥାକୁ ଆସିଯାଏ, କିଛି ଅଧିକ ସମୟ ରହିଥିଲେ ମଧ୍ୟ ।[୫] ଗୋଟିଏ ଓଭାରିର ଟର୍ସନ ଥିଲେ ୧୦% କେଶ୍ରେ ଅନ୍ୟଟିରେ ମଧ୍ୟ ଏହି ରୋଗର ୧୦% ହେବା ସମ୍ଭାବନା ରହେ ।[୪] ବାର୍ଷିକ ଏକ ଲକ୍ଷ ମହିଳାଙ୍କ ମଧ୍ୟରୁ ୬ ଜଣକୁ ଏହି ରୋଗ ହୁଏ ।[୨] ପ୍ରଜନନକ୍ଷମ ବୟସରେ ଏହି ରୋଗ ଅଧିକ ହେଉଥିଲେ ମଧ୍ୟ ଯେ କୌଣସି ବୟସରେ ହୋଇପାରେ ।[୨]
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]ପୁରୁଷମାନଙ୍କର ଏହି ଭଳି ରୋଗକୁ ଟେସ୍ଟିକୁଲାର ଟର୍ସନ (*Testicular torsion) କୁହାଯାଏ
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Adnexal Torsion". Merck Manuals Professional Edition. Retrieved 12 September 2018.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ Robertson, JJ; Long, B; Koyfman, A (April 2017). "Myths in the Evaluation and Management of Ovarian Torsion". The Journal of Emergency Medicine. 52 (4): 449–456. doi:10.1016/j.jemermed.2016.11.012. PMID 27988260.
- ↑ ୩.୦ ୩.୧ ୩.୨ Asfour, V; Varma, R; Menon, P (2015). "Clinical risk factors for ovarian torsion". Journal of Obstetrics and Gynaecology. 35 (7): 721–5. doi:10.3109/01443615.2015.1004524 (inactive 2018-12-09). PMID 26212687.
{{cite journal}}
: CS1 maint: DOI inactive as of ଡିସେମ୍ବର 2018 (link) - ↑ ୪.୦ ୪.୧ Ros, Pablo R.; Mortele, Koenraad J. (2007). CT and MRI of the Abdomen and Pelvis: A Teaching File (in ଇଂରାଜୀ). Lippincott Williams & Wilkins. p. 395. ISBN 9780781772372.
- ↑ ୫.୦ ୫.୧ ୫.୨ ୫.୩ Wall, Ron (2017). Rosen's Emergency Medicine: Concepts and Clinical Practice (9 ed.). Elsevier. p. 1232. ISBN 978-0323354790.
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |