ପେରିଟୋନାଇଟିସ

ଉଇକିପିଡ଼ିଆ‌ରୁ
ପେରିଟୋନାଇଟିସ (Peritonitis)
ସର୍ଜିକାଲ ଆବଡୋମେନ (Surgical abdomen), ଆକ୍ୟୁଟ ଆବଡୋମେନ (acute abdomen)[୧]
Peritonitis from ଯକ୍ଷ୍ମା ରୋଗ ଜନିତ ପେରିଟୋନାଇଟିସ
ଉଚ୍ଚାରଣ
ବିଭାଗଆଶୁ ଚିକିତ୍ସା (Emergency medicine), ସାଧାରଣ ଶଲ୍ୟ ଚିକିତ୍ସା (general surgery)
ଲକ୍ଷଣଅତ୍ୟଧିକ ଯନ୍ତ୍ରଣା, ପେଟ ଫୁଲା ଓ ଜ୍ୱର [୨][୩]
ଆକ୍ରାନ୍ତ ସମୟହଠାତ୍[୧]
କାରଣଜଠରାନ୍ତ୍ର ଛିଦ୍ର, ଅଗ୍ନାଶୟ ପ୍ରଦାହ, ପେଲଭିସ ପ୍ରଦାହ ରୋଗ, ସିରୋସିସ୍, ଆପେଣ୍ଡିସାଇଟିସ[୩]
ବିପଦ କାରକଆସାଇଟିସ, ପେରିଟୋନିଆଲ ଡିଆଲିସିସ[୪]
ରୋଗ ନିର୍ଣ୍ଣୟ ପଦ୍ଧତିଶାରୀରିକ ପରୀକ୍ଷା (Examination), ରକ୍ତ ପରୀକ୍ଷା (blood tests), ମେଡିକାଲ ଇମେଜିଙ୍ଗ (medical imaging)[୫]
ଚିକିତ୍ସାଆଣ୍ଟିବାୟୋଟିକ (Antibiotics), ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids), ଯନ୍ତ୍ରଣା ନିମନ୍ତେ ଔଷଧ (pain medication), ଅପରେଶନ[୩][୪]
ପୁନଃପୌନିକଅପେକ୍ଷାକୃତ ସାଧାରଣ [୧]

ପେରିଟୋନାଇଟିସ (Peritonitis) ନାମ ଦିଆଯାଏ ଯେତେବେଳେ ପେରିଟୋନିଅମ (peritoneum) ବା ଉଦରର (abdomen) ଭିତର କାନ୍ଥ ତ‌ଥା ଉଦରରେ ଥିବା ଅଙ୍ଗମାନଙ୍କର (abdominal organ) ଘୋଡ଼ଣୀରେ ପ୍ରଦାହ ହୁଏ ।[୨] ଏହି ରୋଗରେ ଅତ୍ୟଧିକ ଯନ୍ତ୍ରଣା, ପେଟ ଫୁଲା, ଜ୍ୱର ଓ ଓଜନ ହ୍ରାସ ଆଦି ଲକ୍ଷଣ ଦେଖାଯାଏ ।[୨][୩] ଉଦରର ଏକ ଅଂଶ ବା ସମୁଦାୟ ଉଦର ଦରଜ ହୋଇପାରେ । [୧] ରୋଗ ଜଟିଳ ହେଲେ ଶକ୍ (Shock), ଆକ୍ୟୁଟ ରେସ୍ପିରେଟରି ଡିସ୍ଟ୍ରେସ ସିଣ୍ଡ୍ରୋମ (acute respiratory distress syndrome) ଆଦି ଲକ୍ଷଣ ଦେଖାଯାଇପାରେ ।[୪][୬]

ଜଠରାନ୍ତ୍ର ଛିଦ୍ର, ଅଗ୍ନାଶୟ ପ୍ରଦାହ, ପେଲଭିସ ପ୍ରଦାହ ରୋଗ, ସିରୋସିସ୍, ଆପେଣ୍ଡିସାଇଟିସ, ପାକସ୍ଥଳୀ ଘାଆ (stomach ulcer) ଇତ୍ୟାଦି ରୋଗର ଉପ‌ଯୁକ୍ତ ଚିକିତ୍ସା ନହେଲେ ଏହି ପେରିଟୋନାଇଟିସ ରୋଗ ହୁଏ ।[୩] ଆସାଇଟିସ ଥିଲେ ଓ ପେରିଟୋନିଆଲ ଡିଆଲିସିସ କରାଯାଉଥିଲେ ଏହି ରୋଗ ସଙ୍କଟ ରହେ ।[୪] ଶାରୀରିକ ପରୀକ୍ଷା (Examination), ରକ୍ତ ପରୀକ୍ଷା (blood tests), ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[୫]

ଆଣ୍ଟିବାୟୋଟିକ (Antibiotics), ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids), ଯନ୍ତ୍ରଣା ନିମନ୍ତେ ଔଷଧ (pain medication), ଅପରେଶନ ସାହାଯ୍ୟରେ ଚିକିତ୍ସା କରାଯାଏ ।[୩][୪] ନାସପାକସ୍ଥଳୀ ନଳୀ (nasogastric tube) ଓ ରକ୍ତ ଟ୍ରାନ୍ସଫ୍ୟୁଜନ (blood transfusion) ମଧ୍ୟ ଆବଶ୍ୟକ ହୋଇପାରେ ।[୪] ଚିକିତ୍ସା ନପାଇଲେ ଅଳ୍ପ କିଛି ଦିନ ମଧ୍ୟରେ ମୃତ୍ୟୁ ହୋଇଯାଏ ।[୪] ପ୍ରାୟ ୭.୫% ଲୋକ ଆପେଣ୍ଡିସାଇଟିସ ରୋଗର ଶିକାର ହୁଅନ୍ତି ।[୧] ସିରୋସିସ୍ ରୋଗୀଙ୍କ ମଧ୍ୟରୁ ପ୍ରାୟ ୨୦% ଲୋକଙ୍କର ପେରିଟୋନାଇଟିସ ହୁଏ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ଆଧାର ଭୁଲ: ଅଚଳ <ref> ଚିହ୍ନ; Fer2018 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. ୨.୦ ୨.୧ ୨.୨ "Peritonitis - National Library of Medicine". PubMed Health. Retrieved 22 December 2017.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Peritonitis". NHS. 28 September 2017. Retrieved 31 December 2017.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ "Acute Abdominal Pain". Merck Manuals Professional Edition. Retrieved 31 December 2017.
  5. ୫.୦ ୫.୧ "Encyclopaedia : Peritonitis". NHS Direct Wales. 25 April 2015. Retrieved 31 December 2017.
  6. "Acute Abdominal Pain". Merck Manuals Consumer Version. Retrieved 31 December 2017.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ