Jump to content

ପେରିଟୋନାଇଟିସ

ଉଇକିପିଡ଼ିଆ‌ରୁ
ପେରିଟୋନାଇଟିସ (Peritonitis)
ସର୍ଜିକାଲ ଆବଡୋମେନ (Surgical abdomen), ଆକ୍ୟୁଟ ଆବଡୋମେନ (acute abdomen)[]
Peritonitis from ଯକ୍ଷ୍ମା ରୋଗ ଜନିତ ପେରିଟୋନାଇଟିସ
ଉଚ୍ଚାରଣ
ବିଭାଗଆଶୁ ଚିକିତ୍ସା (Emergency medicine), ସାଧାରଣ ଶଲ୍ୟ ଚିକିତ୍ସା (general surgery)
ଲକ୍ଷଣଅତ୍ୟଧିକ ଯନ୍ତ୍ରଣା, ପେଟ ଫୁଲା ଓ ଜ୍ୱର [][]
ଆକ୍ରାନ୍ତ ସମୟହଠାତ୍[]
କାରଣଜଠରାନ୍ତ୍ର ଛିଦ୍ର, ଅଗ୍ନାଶୟ ପ୍ରଦାହ, ପେଲଭିସ ପ୍ରଦାହ ରୋଗ, ସିରୋସିସ୍, ଆପେଣ୍ଡିସାଇଟିସ[]
ବିପଦ କାରକଆସାଇଟିସ, ପେରିଟୋନିଆଲ ଡିଆଲିସିସ[]
ରୋଗ ନିର୍ଣ୍ଣୟ ପଦ୍ଧତିଶାରୀରିକ ପରୀକ୍ଷା (Examination), ରକ୍ତ ପରୀକ୍ଷା (blood tests), ମେଡିକାଲ ଇମେଜିଙ୍ଗ (medical imaging)[]
ଚିକିତ୍ସାଆଣ୍ଟିବାୟୋଟିକ (Antibiotics), ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids), ଯନ୍ତ୍ରଣା ନିମନ୍ତେ ଔଷଧ (pain medication), ଅପରେଶନ[][]
ପୁନଃପୌନିକଅପେକ୍ଷାକୃତ ସାଧାରଣ []
Patient UKପେରିଟୋନାଇଟିସ (Peritonitis)

ପେରିଟୋନାଇଟିସ (Peritonitis) ନାମ ଦିଆଯାଏ ଯେତେବେଳେ ପେରିଟୋନିଅମ (peritoneum) ବା ଉଦରର (abdomen) ଭିତର କାନ୍ଥ ତ‌ଥା ଉଦରରେ ଥିବା ଅଙ୍ଗମାନଙ୍କର (abdominal organ) ଘୋଡ଼ଣୀରେ ପ୍ରଦାହ ହୁଏ ।[] ଏହି ରୋଗରେ ଅତ୍ୟଧିକ ଯନ୍ତ୍ରଣା, ପେଟ ଫୁଲା, ଜ୍ୱର ଓ ଓଜନ ହ୍ରାସ ଆଦି ଲକ୍ଷଣ ଦେଖାଯାଏ ।[][] ଉଦରର ଏକ ଅଂଶ ବା ସମୁଦାୟ ଉଦର ଦରଜ ହୋଇପାରେ ।[] ରୋଗ ଜଟିଳ ହେଲେ ଶକ୍ (Shock), ଆକ୍ୟୁଟ ରେସ୍ପିରେଟରି ଡିସ୍ଟ୍ରେସ ସିଣ୍ଡ୍ରୋମ (acute respiratory distress syndrome) ଆଦି ଲକ୍ଷଣ ଦେଖାଯାଇପାରେ ।[][]

ଜଠରାନ୍ତ୍ର ଛିଦ୍ର, ଅଗ୍ନାଶୟ ପ୍ରଦାହ, ପେଲଭିସ ପ୍ରଦାହ ରୋଗ, ସିରୋସିସ୍, ଆପେଣ୍ଡିସାଇଟିସ, ପାକସ୍ଥଳୀ ଘାଆ (stomach ulcer) ଇତ୍ୟାଦି ରୋଗର ଉପ‌ଯୁକ୍ତ ଚିକିତ୍ସା ନହେଲେ ଏହି ପେରିଟୋନାଇଟିସ ରୋଗ ହୁଏ ।[] ଆସାଇଟିସ ଥିଲେ ଓ ପେରିଟୋନିଆଲ ଡିଆଲିସିସ କରାଯାଉଥିଲେ ଏହି ରୋଗ ସଙ୍କଟ ରହେ ।[] ଶାରୀରିକ ପରୀକ୍ଷା (Examination), ରକ୍ତ ପରୀକ୍ଷା (blood tests), ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[]

ଆଣ୍ଟିବାୟୋଟିକ (Antibiotics), ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids), ଯନ୍ତ୍ରଣା ନିମନ୍ତେ ଔଷଧ (pain medication), ଅପରେଶନ ସାହାଯ୍ୟରେ ଚିକିତ୍ସା କରାଯାଏ ।[][] ନାସପାକସ୍ଥଳୀ ନଳୀ (nasogastric tube) ଓ ରକ୍ତ ଟ୍ରାନ୍ସଫ୍ୟୁଜନ (blood transfusion) ମଧ୍ୟ ଆବଶ୍ୟକ ହୋଇପାରେ ।[] ଚିକିତ୍ସା ନପାଇଲେ ଅଳ୍ପ କିଛି ଦିନ ମଧ୍ୟରେ ମୃତ୍ୟୁ ହୋଇଯାଏ ।[] ପ୍ରାୟ ୭.୫% ଲୋକ ଆପେଣ୍ଡିସାଇଟିସ ରୋଗର ଶିକାର ହୁଅନ୍ତି ।[] ସିରୋସିସ୍ ରୋଗୀଙ୍କ ମଧ୍ୟରୁ ପ୍ରାୟ ୨୦% ଲୋକଙ୍କର ପେରିଟୋନାଇଟିସ ହୁଏ ।[]

  1. 1 2 3 4 5 6 ଆଧାର ଭୁଲ: ଅଚଳ <ref> ଚିହ୍ନ; "Fer2018" ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. 1 2 3 "Peritonitis - National Library of Medicine". PubMed Health. Retrieved 22 December 2017.
  3. 1 2 3 4 5 6 "Peritonitis". NHS. 28 September 2017. Retrieved 31 December 2017.
  4. 1 2 3 4 5 6 7 "Acute Abdominal Pain". Merck Manuals Professional Edition. Retrieved 31 December 2017.
  5. 1 2 "Encyclopaedia : Peritonitis". NHS Direct Wales. 25 April 2015. Retrieved 31 December 2017.
  6. "Acute Abdominal Pain". Merck Manuals Consumer Version. Retrieved 31 December 2017.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ