କୋଷ୍ଠକାଠିନ୍ୟ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
କୋଷ୍ଠକାଠିନ୍ୟ
ଇଂରାଜୀ ପ୍ରତିଶବ୍ଦ କୋସ୍ଟିଭନେସ୍ (Costiveness),[୧] ଓ ଡିସକେଜିଆ (dyschezia)[୨]
Constipation.JPG
କୋଷ୍ଠକାଠିନ୍ୟ ଥିବା ଏକ ପିଲାର ଏକ୍ସ‌-ରେ ଚିତ୍ର । ବୃତ୍ତାକାର ଧଳା ଅଂଶ ମଳ (fecal matter) ଯାହା ଚାରିପଟେ ଦେଖାଯାଉଥିବା କଳା ଅଂଶ ବାୟୁର ଛବି ।
ବିଭାଗ ଜଠରାନ୍ତ୍ର ବିଜ୍ଞାନ (Gastroenterology)
ଲକ୍ଷଣ କଠିନ ଅନ୍ତ୍ର ଚାଳନ (bowel movements), ପେଟ ଯନ୍ତ୍ରଣା ଓ ପେଟ ଫୁଲା । [୩][୨]
କାରଣ କୋଲୋନ ମଧ୍ୟରେ ମଳର ଧୀର ସଞ୍ଚାଳନ, ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ (irritable bowel syndrome), ସିଲିଆକ ଡିଜିଜ (celiac disease), ପେଲଭିକ ଫ୍ଲୋର (pelvic floor) ବେମାରୀଗଣ ଓ ନନ୍ ସିଲିଆକ ଗ୍ଲୁଟେନ ସେନ୍‌ସିଟିଭିଟି (non-celiac gluten sensitivity) ।[୪][୫][୬]
ବିପଦ କାରକ ହାଇପୋଥାଇରଏଡିଜ୍‌ମ (Hypothyroidism), ମଧୁମେହ, ପାର୍କିନ୍‌ସନ୍ ରୋଗ, ଗ୍ଲୁଟେନ ସମ୍ପର୍କୀୟ ବେମାରୀ (gluten-related disorders), ଲୋଲୋନ କର୍କଟ (colon cancer), ଡାଇଭର୍ଟିକୁଲାଇଟିସ (diverticulitis), ଇନଫ୍ଲାମେଟାରି ବାୱେଲ ଡିଜିଜ (inflammatory bowel disease) ଓ କେତେକ ଔଷଧ ।[୪][୫][୬]
ଔଷଧ ପରିମାଣ ବୃଦ୍ଧିକାରୀ ରେଚକ (Laxatives of the (bulk forming agent), ଅସମୋଟିକ ଏଜେଣ୍ଟ (osmotic agent), ମଳ ନରମକାରୀ (stool softener), ବା (ଲୁବ୍ରିକାଣ୍ଟ ଟାଇପ) ବା (lubricant type)[୪]
ଚିକିତ୍ସା ଯଥେଷ୍ଟ ପାଣି ପିଇବା, ଫାଇବର ଥିବା ଖାଦ୍ୟ (fiber) ଖାଇବା ଓ ବ୍ୟାୟାମ[୪]
ପୌନଃପୁନିକ ୨-୩୦%[୭]

କୋଷ୍ଠକାଠିନ୍ୟ (ଇଂରାଜୀ ଭାଷାରେ Constipation) ଏକ ଅବସ୍ଥା ଯେଉଁଥିରେ କଠିନ ମଳତ୍ୟାଗ କଦବା କେମିତି ହୁଏ ।[୨] ଅଧିକାଂଶ ସମୟରେ ମଳ ଶୁଖିଲା ଓ କଠିନ ଥାଏ ।[୪] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ପେଟ ଯନ୍ତ୍ରଣା, ପେଟ ଫୁଲା ଓ ଅନ୍ତନଳୀ କାମ ନ କରିବା ଅନୁଭବ ହୁଏ ।[୩] ଜଟିଳ ହେଲେ ଅର୍ଶ (hemorrhoids), ମଳାଶୟ ଫିସର୍ (anal fissure) ବା ମଳ ଜାମ୍ (fecal impaction) ହୋଇଯାଏ । ସାଧାରଣତଃ ବୟଃପ୍ରାପ୍ତ ଲୋକ ଦିନ‌କୁ ୩ ଥରରୁ ସପ୍ତାହକୁ ୩ ଥର ମଳ ତ୍ୟାଗ କରନ୍ତି ।[୪] ଛୋଟ ଶିଶୁ ଦିନ‌କୁ ୩ରୁ ୪ଥର ଓ ବଡ଼ ପିଲା ଦିନ‌କୁ ୨-୩ ଥର ମଳ ତ୍ୟାଗ କରନ୍ତି ।[୮]

କୋଷ୍ଠକାଠିନ୍ୟର ଅନେକ କାରଣ ଅଛି । ସାଧାରଣ କାରଣମାନଙ୍କ ମଧ୍ୟରେ କୋଲୋନ ମଧ୍ୟରେ ମଳର ଧୀର ସଞ୍ଚାଳନ, ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ (irritable bowel syndrome), ସିଲିଆକ ଡିଜିଜ (celiac disease), ପେଲଭିକ ଫ୍ଲୋର (pelvic floor) ବେମାରୀଗଣ ଓ ନନ୍ ସିଲିଆକ ଗ୍ଲୁଟେନ ସେନ୍‌ସିଟିଭିଟି (non-celiac gluten sensitivity) । ଅନ୍ତର୍ନିହିତ ଅନ୍ୟାନ୍ୟ ରୋଗମାନଙ୍କ ନାମ ହାଇପୋଥାଇରଏଡିଜ୍‌ମ (Hypothyroidism), ମଧୁମେହ, ପାର୍କିନ୍‌ସନ୍ ରୋଗ, ଗ୍ଲୁଟେନ ସମ୍ପର୍କୀୟ ବେମାରୀ (gluten-related disorders), କୋଲୋନ କର୍କଟ, ଡାଇଭର୍ଟିକୁଲାଇଟିସ (diverticulitis), ଇନଫ୍ଲାମେଟାରି ବାୱେଲ ଡିଜିଜ (inflammatory bowel disease) ।[୪][୯][୫][୬] କୋଷ୍ଠକାଠିନ୍ୟ ସୃଷ୍ଟି କରୁଥିବା କେତେକ ଔଷଧମାନଙ୍କ ନାମ ଓପିଅଏଡ (opioids), କେତେକ ଆଣ୍ଟାସିଡ (antacids), କ୍ୟାଲସିଅମ ଚାନେଲ ବ୍ଲକର (calcium channel blockers) ଓ ଆଣ୍ଟକଲିନର୍ଜିକ୍‌ସ (anticholinergics) । [୪] ଓପିଅଏଡ ସେବନ କରୁଥିବା ଲୋକଙ୍କ ମଧ୍ୟରୁ ୯୦% ଲୋକଙ୍କର କୋଷ୍ଠକାଠିନ୍ୟ ହୁଏ ।[୧୦] କୋଷ୍ଠକାଠିନ୍ୟ ସାଥୀରେ ଆନିମିଆ, ରକ୍ତମିଶା ମଳ (blood is present in the stool), ବୃଦ୍ଧାବସ୍ଥାରେ କୋଷ୍ଠକାଠିନ୍ୟ, ଇନଫ୍ଲାମେଟରି ବାୱେଲ ରୋଗ (Inflammatory bowel disease) ବା କୋଲୋନ କର୍କଟ ରୋଗର ଇତିହାସ ପରିବାରରେ ଥିଲେ ଚିନ୍ତାର ବିଷୟ ହୁଏ ।[୧୧]

କୋଷ୍ଠକାଠିନ୍ୟର ପ୍ରକାର ଓ ଅବଧି ଉପରେ ଚିକିତ୍ସା ନିର୍ଭର କରେ । ପ୍ରଚୁର ତରଳ ପଦାର୍ଥ ପାନ, ଫାଇବର ଥିବା ଖାଦ୍ୟ (fiber) ଖାଇବା ଓ ବ୍ୟାୟାମ କଲେ ଅନେକ ଉପକାର ହୁଏ । ଏହାଦ୍ୱାରା ଉପକାର ନହେଲେ ପରିମାଣ ବୃଦ୍ଧିକାରୀ ରେଚକ (Laxatives of the bulk forming agent), ଅସମୋଟିକ ଏଜେଣ୍ଟ (osmotic agent), ମଳ ନରମକାରୀ (stool softener), ବା ଲୁବ୍ରିକାଣ୍ଟ ଟାଇପ (lubricant type) ଦିଆଯାଏ । ଏହା ସତ୍ତ୍ୱେ ଉପକାର ନ ମିଳିଲେ ଉତ୍ତେଜକ ରେଚକ (Stimulant laxatives) ଦିଆଯାଏ । ଅନ୍ୟ ଏକ ଚିକିତ୍ସା ବାୟୋଫିଡବ୍ୟାକ (biofeedback) ବା କ୍ୱଚିତ ଅପରେଶନ କରାଯାଇପାରେ । [୪]

ମୋଟ ଜନସଂଖ୍ୟାର ୨ରୁ ୩% ଲୋକ ଏହି ରୋଗରେ ପିଡ଼ିତ ହୁଅନ୍ତି ।[୭] ଜରାଶ୍ରମରେ ବାସ କରୁଥିବା ଲୋକଙ୍କ ମଧ୍ୟରୁ ୫୦-୭୦% ଲୋକଙ୍କର ଏହି ରୋଗ ହୁଏ ।[୧୦] ଯୁକ୍ତରାଷ୍ଟ୍ର ଆମେରିକାରେ ଲୋକମାନେ ଏହି ରୋଗ ବାବଦ ବାର୍ଷିକ ପ୍ରାୟ ୨୫୦ ନିୟୁତ ଆମେରିକୀୟ ଡଲାରରୁ ଅଧିକ ଖର୍ଚ୍ଚ କରନ୍ତି ।[୧୨]

ଆଧାର[ସମ୍ପାଦନା]

  1. "Costiveness – Definition and More from the Free Merriam-Webster Dictionary". 
  2. ୨.୦ ୨.୧ ୨.୨ Chatoor D, Emmnauel A (2009). "Constipation and evacuation disorders". Best Pract Res Clin Gastroenterol 23 (4): 517–30. PMID 19647687. doi:10.1016/j.bpg.2009.05.001. 
  3. ୩.୦ ୩.୧ American Gastroenterological Association,; Bharucha, AE; Dorn, SD; Lembo, A; Pressman, A (January 2013). "American Gastroenterological Association medical position statement on constipation". Gastroenterology (Review) 144 (1): 211–217. PMID 23261064. doi:10.1053/j.gastro.2012.10.029. 
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ ୪.୮ "Constipation". National Institute of Diabetes and Digestive and Kidney Diseases. February 2015. Retrieved 14 March 2017. 
  5. ୫.୦ ୫.୧ ୫.୨ "Symptoms & Causes of Celiac Disease | NIDDK". National Institute of Diabetes and Digestive and Kidney Diseases. June 2016. Retrieved 24 April 2017. 
  6. ୬.୦ ୬.୧ ୬.୨ ଆଧାର ଭୁଲ: ଅଚଳ <ref> ଚିହ୍ନ; MakhariaCatassi2015 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  7. ୭.୦ ୭.୧ Andromanakos N, Skandalakis P, Troupis T, Filippou D (2006). "Constipation of anorectal outlet obstruction: Pathophysiology, evaluation and management". Journal of Gastroenterology and Hepatology 21 (4): 638–646. PMID 16677147. doi:10.1111/j.1440-1746.2006.04333.x. 
  8. Colombo, Jennifer M.; Wassom, Matthew C.; Rosen, John M. (2015-09-01). "Constipation and Encopresis in Childhood". Pediatrics in Review 36 (9): 392–401; quiz 402. ISSN 1526-3347. PMID 26330473. doi:10.1542/pir.36-9-392. 
  9. Bharucha, AE; Pemberton, JH; Locke GR, 3rd (January 2013). "American Gastroenterological Association technical review on constipation.". Gastroenterology 144 (1): 218–38. PMID 23261065. 
  10. ୧୦.୦ ୧୦.୧ Canadian Agency for Drugs and Technologies in Health (Jun 26, 2014). "Dioctyl Sulfosuccinate or Docusate (Calcium or Sodium) for the Prevention or Management of Constipation: A Review of the Clinical Effectiveness". PMID 25520993. 
  11. Brenner, DM; Shah, M (June 2016). "Chronic Constipation.". Gastroenterology clinics of North America 45 (2): 205–16. PMID 27261894. 
  12. Avunduk, Canan (୨୦୦୮). Manual of gastroenterology : diagnosis and therapy (୪th ed.). Philadelphia: Wolters Kluwer Health/Lippincott Williams & Wilkins. p. ୨୪୦. ISBN ୯୭୮୦୭୮୧୭୬୯୭୪୭.