ବୃକ୍‌କ ପଥର ରୋଗ

ଉଇକିପିଡ଼ିଆ ରୁ
Jump to navigation Jump to search
ବୃକ୍‌କ ପଥର ରୋଗ
ଇଂରାଜୀ ପ୍ରତିଶବ୍ଦ - urolithiasis, kidney stone, renal calculus, nephrolith, kidney stone disease,[୧]
A color photograph of a kidney stone, 8 millimetres in length.
ଗୋଟିଏ ବୃକ୍‌କ ପଥରର ଚିତ୍ର ଯାହାର ବ୍ୟାସ ୮ମିମି ବା ୦.୩" ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିUrology, nephrology
ଆଇସିଡ଼ି-୧୦N20.0N20.9
ଆଇସିଡ଼ି-୯-ସିଏମ୍592.0594.9
ଓଏମ୍‌ଆଇଏମ୍167030
ରୋଗ ଡାଟାବେସ11346
ମେଡ଼ିସିନ-ପ୍ଲସ000458
ଇ-ମେଡ଼ିସିନmed/1600
Patient UKବୃକ୍‌କ ପଥର ରୋଗ
MeSHD052878

ବୃକ୍‌କ ପଥର ରୋଗ ବା ବୃକ୍କ ପଥର ବା ବୃକ୍କାଶ୍ମରୀ (ଇଂରାଜୀ ଭାଷାରେ urolithiasis) ନାମ ଦିଆଯାଏ ଯେତେବେଳେ ମୂତ୍ରନଳୀ ଶୈଳୀରେ (urinary tract) ଏକ କଠିନ ପଦାର୍ଥ ବା ପଥର ବା କାଲକୁଲସ (solid piece of material) ଥାଏ ।[୨] ବୃକ୍କ ପଥର ବୃକ୍କରେ ତିଆରି ହୋଇ ପରିସ୍ରାରେ ବାହାରିଯାଏ । ପଥରଟିର ଆକାର କ୍ଷୁଦ୍ର ହୋଇଥିଲେ କୌଣସି ଲକ୍ଷଣ ନ ଥାଇ ବାହାରିଯାଏ । [୨] ଏହାର ଆକାର ୫ମିମିରୁ ଅଧିକ ହେଲେ ୟୁରେଟର ଅବରୋଧ ହୋଇଯାଏ, ଫଳରେ ଉଦରରେ ବା ଅଣ୍ଟାରେ ସାଂଘାତିକ ଯନ୍ତ୍ରଣା ହୁଏ ।[୨][୩] ପଥର ରହିବା ଯୋଗୁ ପରିସ୍ରାରେ ରକ୍ତ ପଡ଼େ, ବାନ୍ତି ହୁଏ ବା ମୂତ୍ର ଯନ୍ତ୍ରଣା/ମୂତ୍ରକୃଚ୍ଛ (painful urination) ହୁଏ ।[୨] ଏଭଳି ରୋଗୀଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ରୋଗୀଙ୍କର ୧୦ ବର୍ଷ ମଧ୍ୟରେ ଆର ଥରେ ଏହି ରୋଗ ହୁଏ ।[୪]

କେତେକ ଜେନେଟିକ ଓ ପରିବେଶ କାରକମାନଙ୍କ ଯୋଗୁ ଅଧିକାଂଶ ପଥର ତିଆରି ହୁଏ ।[୨] କେତେକ କାରକମାନଙ୍କ ନାମ: ହାଇପରକ୍ୟାଲସିୟୁରିଆ (high urine calcium levels) ବା ପରିସ୍ରାରେ ଅଧିକ କ୍ୟାଲସିଅମ ଥିଲେ, ମୋଟାପଣ, କେତେକ ଖାଦ୍ୟ, କେତେକ ଔଷଧ, କ୍ୟାଲସିଅମ ଅନୁପୂରକ (calcium supplement), ହାଇପରପାରାଥାଇରଏଡିଜ୍ମ (hyperparathyroidism), ଗାଉଟ (gout) ଓ ଅଳ୍ପ ଜଳପାନ ଯୋଗୁ ହୁଏ । [୨][୪] ପରିସ୍ରାରେ (mineral) ଖଣିଜ ଲବଣ ସାନ୍ଦ୍ରତା ଅଧିକ ହେଲେ ବୃକ୍‌କରେ ପଥର ତିଆରି ହୁଏ । ସାଧାରଣତଃ ଲକ୍ଷଣ, ପରିସ୍ରା ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ (diagnosis) କରାଯାଏ । ରକ୍ତ ପରୀକ୍ଷା (Blood test) ମଧ୍ୟ ଆବଶ୍ୟକ ହୋଇପାରେ । ପଥର ମିଳିବା ସ୍ଥାନ ଅନୁସାରେ ଶ୍ରେଣୀ ବିଭାଗ କରାଯାଏ ଯଥା:- ବୃକ୍‌କରେ ଥିଲେ ନେଫ୍ରୋଲିଥିଆସିସ, ୟୁରେଟରରେ ଥିଲେ ୟୁରେଟେରୋଲିଥିଆସିସ, ମୂତ୍ରାଶୟରେ ଥିଲେ ସିସ୍ଟୋଲିଥିଆସିସ ନାମ ଦିଆଯାଏ ଓ ରାସାୟନିକ ସଂରଚନା (what they are made of) ଅନୁଯାୟୀ କ୍ୟାଲସିଅମ (calcium), ୟୁରିକ ଏସିଡ (uric acid), ସ୍ଟୃଭାଇଟ (struvite) ଓ ସିସ୍ଟିନ (cystine) ନାମ ଦିଆଯାଏ ।[୨]

ପଥର ରୋଗ ଥିବା ଲୋକ ଦୈନିକ ୨ଲିଟର ପରିସ୍ରା ହେଲାଭଳି ପାଣି ପିଇଲେ ପୁନର୍ବାର ପଥର ତିଆରି ହେବା ପ୍ରତିରୋଧ ହୋଇଯାଏ । ଏହା ଯଥେଷ୍ଟ ନ ହେଲେ ଥିଆଜିଡ ଡାଇୟୁରେଟିକ (thiazide diuretic), ସାଇଟ୍ରେଟ (citrate), ବା ଆଲୋପ୍ୟୁରିନୋଲ (allopurinol) ଦିଆଯାଏ । ଫସଫୋରିକ ଏସିଡ (phosphoric acid) ଥିବା ପାନୀୟ ବିଶେଷତଃ କୋଲା (cola) ପାନ ନ କରିବାକୁ ସୁପାରିସ କରାଯାଏ ।[୫] ଲକ୍ଷଣ ବିହୀନ ଥିଲେ ଚିକିତ୍ସା କରିବା ଆବଶ୍ୟକ ନୁହେଁ, କିନ୍ତୁ ଜାଗ୍ରତ (no treatment) ରହିବାକୁ ହୁଏ ।[୨] ଲକ୍ଷଣ ଥିଲେ ଯନ୍ତ୍ରଣା ନିବାରକ ଔଷଧ (pain control) ଯେପରିକି ଏନଏସଏଆଇଡି (nonsteroidal anti-inflammatory drug) ପ୍ରଥମେ ଦିଆଯାଏ ବା ଓପିଅଏଡ (opioid) ଦିଆଯାଏ । [୬][୩] ବଡ଼ ପଥର ଥିଲେ ଲିଥୋଟ୍ରିପସି (extracorporeal shock wave lithotripsy), ୟୁରେଟେରୋସ୍କୋପି (ureteroscopy) ବା ନେଫ୍ରୋଲିଥୋଟୋମି (percutaneous nephrolithotomy) ଅପରେଶନ କରାଯାଏ ।[୨]

ପୃଥିବୀର ଜନସଂଖ୍ୟାର ୧%ରୁ ୧୫% ଲୋକ ଜୀବନରେ କେତେବେଳେ ହେଲେ ଏହି ରୋଗାକ୍ରାନ୍ତ ହୁଅନ୍ତି ।[୪] ସନ ୨୦୧୩ରେ ୪୯ ନିୟୁତ ଲୋକଙ୍କୁ ଏ ରୋଗ ହୋଇଥିବା,[୭] ଫଳରେ ୧୫,୦୦୦ ଲୋକ ମୃତ୍ୟୁ ବରଣ କରିଥିଲେ ।[୮] ସନ ୧୯୭୦ ପରଠାରୁ ପଶ୍ଚିମ ପୃଥିବୀରେ (Western world) ଏ ରୋଗ ଅଧିକ ଦେଖାଯାଉଛି ।[୪] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୨] ସାରା ଇତିହାସରେ ମାନବ ଜାତି ଏହି ରୋଗରେ ଆକ୍ରାନ୍ତ ହେବା ଲିପିବଦ୍ଧ ହୋଇଛି ଓ ଏହା ନିମନ୍ତେ ଅପରେଶନ ଖ୍ରୀ:ପୂ: ୬୦୦ରୁ ଆରମ୍ଭ ହୋଇଥିବା କଥାର ବର୍ଣ୍ଣନା ଅଛି । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ Schulsinger, David A. (2014). Kidney Stone Disease: Say NO to Stones! (in ଇଂରାଜୀ). Springer. p. 27. ISBN 9783319121055.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ ୨.୯ "Kidney Stones in Adults". February 2013. Retrieved 22 May 2015.
  3. ୩.୦ ୩.୧ Miller, NL; Lingeman, JE (2007). "Management of kidney stones" (PDF). BMJ. 334 (7591): 468–72. doi:10.1136/bmj.39113.480185.80. PMC 1808123. PMID 17332586.
  4. ୪.୦ ୪.୧ ୪.୨ ୪.୩ Morgan, MS; Pearle, MS (14 March 2016). "Medical management of renal stones". BMJ (Clinical research ed.). 352: i52. PMID 26977089.
  5. Qaseem, A; Dallas, P; Forciea, MA; Starkey, M; et al. (4 November 2014). "Dietary and pharmacologic management to prevent recurrent nephrolithiasis in adults: A clinical practice guideline from the American College of Physicians". Annals of Internal Medicine. 161 (9): 659–67. doi:10.7326/M13-2908. PMID 25364887.
  6. Afshar, K; Jafari, S; Marks, AJ; Eftekhari, A; MacNeily, AE (29 June 2015). "Nonsteroidal anti-inflammatory drugs (NSAIDs) and non-opioids for acute renal colic". The Cochrane database of systematic reviews. 6: CD006027. doi:10.1002/14651858.CD006027.pub2. PMID 26120804.
  7. Global Burden of Disease Study 2013, Collaborators (22 August 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990–2013: a systematic analysis for the Global Burden of Disease Study 2013". Lancet (London, England). 386 (9995): 743–800. doi:10.1016/s0140-6736(15)60692-4. PMC 4561509. PMID 26063472.
  8. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990–2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442.