ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍
ଗାସ୍ଟ୍ରୋଏଣ୍ଟେରାଇଟିସ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | gastroenterology[*] |
ଆଇସିଡ଼ି-୧୦ | A02.0, A08., A09., J10.8, J11.8, K52. |
ଆଇସିଡ଼ି-୯-ସିଏମ୍ | 008.8 009.0, 009.1, 558 |
ରୋଗ ଡାଟାବେସ | 30726 |
ମେଡ଼ିସିନ-ପ୍ଲସ | 000252 000254 |
ଇ-ମେଡ଼ିସିନ | emerg/213 |
MeSH | D005759 |
ଗାସ୍ଟ୍ରୋଏଣ୍ଟେରାଇଟିସ, ପ୍ରତିଶବ୍ଦ ସଂକ୍ରମଣକାରୀ ତରଳ ଝାଡ଼ା (ଇଂରାଜୀ ଭାଷାରେ infectious diarrhea), ଏକ ଖାଦ୍ୟ ନଳୀର ପ୍ରଦାହ ଯାହା ଯାହା ମାନବ ପାକସ୍ଥଳୀ ଓ ଅନ୍ତନଳୀରେ ହୁଏ ।[୧] ଇଂରାଜୀରେ ଗ୍ୟାସ୍ଟ୍ରୋ ଶବ୍ଦ ପାକସ୍ଥଳିର ବିଶେଷଣ ଓ ଏଣ୍ଟେରୋ ଶବ୍ଦ ଅନ୍ତନାଳିର ବିଶେଷଣ । ଆଇଟିସ ଶବ୍ଦ ପ୍ରଦାହ ଅର୍ଥରେ ବ୍ୟବହାର ହୁଏ । ଏହାକୁ ଅନେକ କଥିତ ଭାଷାରେ ସ୍ଟୋମାକ ଫ୍ଲୁ, ଗ୍ୟାସ୍ଟ୍ରିକ ଫ୍ଲୁ ବା ସ୍ଟୋମାକ ବଗ୍ ନାମ ଦେଇ କହନ୍ତି । ଏହି ରୋଗରେ ମିଳିତ ଭାବରେ ତରଳ ଝାଡ଼ା, ବାନ୍ତି ଓ ଉଦର ଯନ୍ତ୍ରଣା ହୁଏ ।[୨] ଜ୍ୱର, ଶକ୍ତି ଅଭାବ ଓ ନିର୍ଜଳନ ହୋଇପାରେ ।[୩][୪] ସ୍ୱାଭାବିକ ଭାବରେ ୨ ସପ୍ତାହ ପର୍ଯ୍ୟନ୍ତ ଏହି ରୋଗ ରହେ ।[୧] ଇନଫ୍ଲୁଏଞ୍ଜା ରୋଗ ସହିତ ଏହାର କୌଣସି ସମ୍ପର୍କ ନ ଥିଲେ ମଧ୍ୟ ଏହାକୁ ଭୁଲରେ ପାକସ୍ଥଳୀ ଫ୍ଲୁ କୁହାଯାଏ । [୫]
ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗ ଭୁତାଣୁ, ଜୀବାଣୁ, ପରଜୀବୀ ଓ କବକ ମାନଙ୍କଦ୍ୱାରା ହୁଏ ।[୩][୬] ଅଧିକାଂଶ ରୋଗ ଭୁତାଣୁଦ୍ୱାରା ହୁଏ ।[୬] ପିଲାମାନଙ୍କର ସାଧାରଣତଃ ରୋଟାଭୁତାଣୁଦ୍ୱାରା ଏହି ସାଂଘାତିକ ରୋଗ ହୁଏ ।[୭] ବଡ଼ ମଣିଷମାନଙ୍କର ନୋରୋଭୁତାଣୁ ଓ କାମ୍ପିଲୋବ୍ୟାକ୍ଟରଦ୍ୱାରା ସାଧାରଣତଃ ହୁଏ ।[୮][୯] ଅସିଦ୍ଧ ଖାଦ୍ୟ ଖାଇଲେ, ପ୍ରଦୂଷିତ ଜଳ ପାନ କଲେ ଓ ସଂକ୍ରମିତ ଲୋକ ସଂସ୍ପର୍ଷରେ ଆସିଲେ ଏହି ରୋଗ ବ୍ୟାପେ । ରୋଗ ନିର୍ଣ୍ଣୟ ନିମନ୍ତେ କୌଣସି ପରୀକ୍ଷା ଆବଶ୍ୟକ ହୁଏନାହିଁ ।[୩]
ଏହାର ପ୍ରତିଷେଧ ନିମନ୍ତେ ସାବୁନଦ୍ୱାରା ହସ୍ତ ପ୍ରକ୍ଷାଳନ, ବିଶୁଦ୍ଧ ଜଳ ପାନ, ମାନବ ଆବର୍ଜନା ଓ ପିଲାଙ୍କୁ ବଜାର ଖାଦ୍ୟ ବଦଳରେ ସ୍ତନ୍ୟପାନ କରାଯାଏ ।[୩] ପିଲାଙ୍କୁ ରୋଟାଭୁତାଣୁ ଟିକା ଦେବାକୁ ପରାମର୍ଶ ଦିଆଯାଏ ।[୩][୭] ଯଥେଷ୍ଟ ପରିମାଣର ପାନୀୟ ଦେଇ ଚିକିତ୍ସା କରାଯାଏ । ସାମାନ୍ୟ ଓ ମଧ୍ୟମ ଧରଣର ରୋଗ ନିମନ୍ତେ ଓରାଲ ରିହାଇଡ୍ରେସନ ସଲ୍ୟୁସନ ବା ଓଆରଏସ (ଜଳ, ଲୁଣ ଓ ଚିନିର ଏକ ମିଶ୍ରଣ) ଦିଆଯାଏ । ସ୍ତନ୍ୟପାନ କରୁଥିବା ପିଲାଙ୍କୁ ମଝିରେ ମଝିରେ ଲଗାତାର ସ୍ତନ୍ୟପାନ କରାଯାଏ । ସାଂଘାତିକ କେଶ୍ରେ ଶିରାଭ୍ୟନ୍ତର ତରଳ ପାନୀୟ ଆବଶ୍ୟକ ହୁଏ ।[୩] ନାସାପାକସ୍ଥଳି ନଳି ମାଧ୍ୟମରେ ତରଳ ପଦାର୍ଥ ଦିଆଯାଏ । [୧୦] ଜିଙ୍କ ଅନୁପୂରକ ପିଲାଙ୍କୁ ଦିଆଯାଏ ।[୩] ଆଣ୍ଟିବାୟୋଟିକ ସାଧାରଣତଃ ଆବଶ୍ୟକ ହୁଏ ନାହିଁ । [୧୧]
ପ୍ରତ୍ୟେକ ବର୍ଷ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗରେ ୩ରୁ ୫ ନିୟୁତ ଲୋକ ଆକ୍ରାନ୍ତ ହୋଇ ୧.୪ ନିୟୁତ ଲୋକ ମୃତ୍ୟୁ ବରଣ କରନ୍ତି ।[୧୨][୧୩] ବିକାଶଶୀଳ ଦେଶମାନଙ୍କରେ ଓ ଶିଶୁମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୧୪] ସନ ୨୦୧୧ରେ ୫ ବର୍ଷରୁ କମ ବୟସର ୧.୭ ବିଲିଅନ ପିଲାଙ୍କ ମଧ୍ୟରୁ ୦.୭ ନିୟୁତ ପିଲା ମୃତ୍ୟୁ ବରଣ କରିଥିଲେ ।[୧୫] ଦୁଇ ବର୍ଷରୁ କମ୍ ବୟସର ପିଲାଙ୍କୁ ବିକାଶଶୀଳ ଦେଶମାନଙ୍କରେ ପ୍ରାୟ ୬ ବା ତାଠାରୁ ଅଧିକ ଥର ଏହି ରୋଗ ହୁଏ । [୧୬] ବଡ଼ ମଣିଷଙ୍କର ଇମ୍ମ୍ୟୁନିଟି ଅଧିକ ଥିବାରୁ ଏହି ରୋଗ କମ୍ ହୁଏ । [୧୭]
ଚିହ୍ନ ଓ ଲକ୍ଷଣ
[ସମ୍ପାଦନା]ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗରେ ପତଳା ଝାଡା ଓ ବାନ୍ତି ହୁଏ, ବେଳେ ବେଳେ ଗୋଟିଏ ଲକ୍ଷଣ ପ୍ରକାଶ ପାଏ । ପେଟରେ କ୍ରାମ୍ପ ହୋଇପାରେ । ସଂକ୍ରମଣ ହେବାର ୧୨ - ୭୨ ଘଣ୍ଟା ମଧ୍ୟରେ ଲକ୍ଷଣ ଦେଖାଯାଏ[୧୮] । ଭାଇରସଦ୍ୱାରା ହେଉଥିଲେ ଏକ ସପ୍ତାହ ମଧ୍ୟରେ ଭଲ ହୋଇଯାଏ । କେତେକ ଭୁତାଣୁ ଜନିତ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗରେ ଜର, ଥକ୍କାଣ, ମୁଣ୍ଡ ବଥା ଓ ମାଂସ ପେଶୀ ଯନ୍ତ୍ରଣା ହୁଏ । ଝାଡାରେ ରକ୍ତ ପଡୁଥିଲେ ଭୁତାଣୁ ଅପେକ୍ଷା ଜୀବାଣୁଦ୍ୱାରା ହେବା ସମ୍ଭାବନା ଅଧିକ । କେତେକ ଜୀବାଣୁ ଯୋଗୁ ପେଟରେ ଯନ୍ତ୍ରଣା ହୁଏ ଓ ଅନେକ ସପ୍ତାହ ପର୍ଯ୍ୟନ୍ତ ଲାଗି ରହେ ।
ପିଲାମାନେ ୩ରୁ ୮ ଦିନ ମଧ୍ୟରେ ଭଲ ହୋଇ ଯାଆନ୍ତି[୧୯] । ଗରିବା ଦେଶମାନଙ୍କରେ ଚିକିତ୍ସା ସୁବିଧା ନ ଥିବାରୁ ବହୁତ ଦିନ ଧରି ରୋଗ ଲାଗି ରହେ[୨୦] ନିର୍ଜଳନ ଏହାର ଏକ ଜଟିଳ ସମସ୍ୟା,[୨୧] । ନିର୍ଜଳନ ଏହାର ମୂଖ୍ୟ ଜଟୀଳତା। ସ୍ୱଳ୍ପ ସ୍ୱାସ୍ଥ୍ୟରକ୍ଷା ଓ ଅପପୁଷ୍ଟି ଥିବା ସ୍ଥାନମାନଙ୍କରେ ବାରମ୍ବାର ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ହୁଏ ଓ ଏହା ସହ ବିକାଶରେ ବାଧା ହୁଏ ଓ ବହୁ ଦିନ ଧରି ବୋଧ ଶକ୍ତି କମିଯାଏ ।
କାରଣ
[ସମ୍ପାଦନା]ବିଭିନ୍ନ ଏଜେଣ୍ଟଙ୍କଦ୍ୱାରା ଏହି ରୋଗ ହୁଏ ।
ଭୁତାଣୁ
[ସମ୍ପାଦନା]ରୋଟା, ନୋରା, ଆଡେନୋ ଓ ଆସ୍ଟ୍ରୋ ଭୁତାଣୁଦ୍ୱାରା ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ ରୋଗ ହୁଏ[୨୨][୨୩] ।
ରୋଟା ଭୁତାଣୁ ସବୁଠାରୁ ଅଧିକ ପିଲାମାନଙ୍କ ଦେହରେ ଏହି ରୋଗ ସୃଷ୍ଟି କରେ ଓ ଉଭୟ ବିକଶିତ ଓ ବିକାଶଶୀଳ ଦେଶମାନଙ୍କରେ ସମ ଭାବରେ ଦେଖାଯାଏ । ପିଲାମାନଙ୍କର ରୋଗର ୭୦% ଭୁତାଣୁ ଯୋଗୁ ହୁଏ[୧୦]। ଇମ୍ମ୍ୟୁନିଟି ଯୋଗୁ ବଡ଼ମାନଙ୍କ ଦେହରେ ରୋଟା ଜନିତ ରୋଗ କମ ହୁଏ[୨୪] ।
ବଡ଼ ମଣିଷଙ୍କର ନୋରୋ ଭୁତାଣୁ ଯୋଗୁ ଏହି ରୋଗ ଆମେରିକାରେ ଦେଖାଯାଏ ।
ଜୀବାଣୁ
[ସମ୍ପାଦନା]ବିକଶିତ ଦେଶମାନଙ୍କରେ ମୂଖ୍ୟତଃ କ୍ୟୁମ୍ପିଲୋବ୍ୟାକ୍ଟର ଜେଜୁନି ଜୀବାଣୁଦ୍ୱାରା ଏହି ରୋଗ ହୁଏ । ଯେଉଁ ଲୋକମାନେ କୁକୁଡା ପାଳନ କାମରେ ନିଯୁକ୍ତ ଥାଆନ୍ତି ସେମାନଙ୍କର ଏହି ରୋଗ ବେଶୀ ହୁଏ[୨୫] । ପିଲାମାନଙ୍କର ରୋଗର ୧୫% ଜୀବାଣୁଦ୍ୱାରା ହୁଏ । ମୂଖ୍ୟ ଜୀବାଣୁ ଗୁଡିକର ନାମ: ଇ. କୋଲାଇ, ସାଲମୋନେଲା, ସିଗେଲା ଓ କୋମ୍ପିଲୋବ୍ୟାକ୍ଟର । ସଂକ୍ରମିତ ଖାଦ୍ୟରେ ଜୀବାଣୁ କିଛି ଘଣ୍ଟା ରହିଗଲେ ଜୀବାଣୁ ବଂଶ ବୃଦ୍ଧି କରନ୍ତି । ଅସିଦ୍ଧ ଖାଦ୍ୟ, ପୋଲ୍ଟ୍ରି, ସମୁଦ୍ରି ଖାଦ୍ୟ, ଅଣ୍ଡା, ପାସ୍ଚୁରାଇଜ ହୋଇ ନ ଥିବା କ୍ଷୀର, ଫଳ ଓ ପରିବା ଜୁସ[୨୬] ମାଧ୍ୟମରେ ଏହି ରୋଗ ସହଜରେ ବ୍ୟାପେ । ଖାଦ୍ୟ ଓ ଜଳ ମାଧ୍ୟମ ଏହି ସଂକ୍ରମଣର ମୂଖ୍ୟ ବାହକ ।
ଆଣ୍ଟିବାୟୋଟିକ ଓ ଆଣ୍ଟାସିଡ ସେବନ କରୁଥିବା ଲୋକଙ୍କ ଦେହରେ କେତେକ ଜୀବାଣୁର ବିଷାକ୍ତ ପଦାର୍ଥ ଯୋଗୁ ଏହି ରୋଗ ହୁଏ ।
ପରଜୀବି(Parasite)
[ସମ୍ପାଦନା]ଜିଆର୍ଡିଆ ଓ ଏଣ୍ଟାମିବା ହୋସ୍ଟୋଲିଟିକାଦ୍ୱାରା ମଧ୍ୟ ଏହି ରୋଗ ହୁଏ ।
ବିକାରୀ ଶରୀର କ୍ରିୟା(Pathophysiology)
[ସମ୍ପାଦନା]କ୍ଷୁଦ୍ର ଅନ୍ତ ଓ ବୃହଦନ୍ତର ସଙ୍କ୍ରମଣ ଯୋଗୁ ହେଉଥିବା ତରଳ ଝାଡା ଓ ବାନ୍ତି ରୋଗକୁ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ କୁହାଯାଏ[୧୬]। କ୍ଷୁଦ୍ର ଅନ୍ତ ନାଳୀରେ ପ୍ରଦାହ ହୁଏ ନାହିଁ କିନ୍ତୁ ବୃହଦନ୍ତରେ ପ୍ରଦାହ ହୁଏ । ଏହି ରୋଗ ସୃଷ୍ଟି କରିବା ନିମନ୍ତେ ଗୋତିଏ ଜୀବାଣୁ(କ୍ରିପ୍ଟୋସ୍ପୋରିଡିଅମ୍)ଠାରୁ ଆରମ୍ଭ କରି ୧୦୮ (କଲେରା ଜୀବାଣୁ) ସ୍ଥଳ ବିଶେଷରେ ଆବଶ୍ୟକ ହୁଅନ୍ତି ।
ରୋଗ ନିର୍ଣ୍ଣୟ
[ସମ୍ପାଦନା]ଏହି ରୋଗ ମୂଖ୍ୟତଃ ରୋଗୀର ଲକ୍ଷଣ ଓ ଚିହ୍ନ ଦେଖି ନିର୍ଣ୍ଣୟ କରାଯାଏ । ସଠିକ ଭାବେ ଏହାର କାରଣ ନିର୍ଣ୍ଣୟ ଅନାବଶ୍ୟକ ଯେ ହେତୁ ଏହାର ଚିକିତ୍ସା ଉପରେ ପ୍ରଭାବ ନାହିଁ । ଝାଡାରେ ରକ୍ତ ଦେଖାଗଲେ ପରୀକ୍ଷା ଆବଶ୍ୟକ; ବିଷାକ୍ତ ଖାଦ୍ୟ ଯୋଗୁ ଏହା ହୋଇପାରେ । ୧୦% ପିଲାଙ୍କର ଗ୍ଲୁକୋଜ ବା ଶର୍କରା ଅଂଶ କମିଯାଏ ଏଣୁ ରକ୍ତର ଗ୍ଲୁକୋଜ ପରୀକ୍ଷା ଆବଶ୍ୟକ ହୁଏ । ଅତ୍ୟଧିକ ନିର୍ଜଳନ ଥିଲେ କିଡନି କର୍ମକୁଶଳତା ପରୀକ୍ଷା ଓ ଇଲେକ୍ଟ୍ରୋଲାଇଟ ପରୀକ୍ଷା କରାଯାଏ ।
ନିର୍ଜଳନ
[ସମ୍ପାଦନା]ଏହାକୁ ତିନି ଭାଗରେ ବିଭକ୍ତ କରାଯାଏ: ସାମାନ୍ୟ(୩ ରୁ୫%), ମଧ୍ୟମ(୬ରୁ ୯%) ଓ ଅତିଶୟ(୧୦% ବା ଅଧିକ) । ପିଲାମାନଙ୍କ ଦେହରେ ନିର୍ଜଳନର ମୂଖ୍ୟ ଲକ୍ଷଣ : - ଦେହର କୌଣସି ସ୍ଥାନକୁ ଅଳ୍ପ ସମୟ ନିମନ୍ତେ ଟିପଦ୍ୱାରା ଚିପି ଧରି ଛାଡିଦେଲେ ଶେତା ଦେଖାଯାଏ କିନ୍ତୁ ସଙ୍ଗେ ସଙ୍ଗେ ରକ୍ତିମ ହୋଇ ସାଧାରଣ ରଙ୍ଗ ହୋଇଯାଏ । ନିର୍ଜଳନ ଥିଲେ ସେହି ସ୍ଥାନର ରଙ୍ଗ ଫେରିବାକୁ ସମୟ ଲାଗେ । ନିଶ୍ୱାସ ପ୍ରଶ୍ୱାସ ସାଧାରଣ ରହେ ନାହିଁ[୨୭] । ପାଟି ଶୁଖି ଯାଏ, ଲୁହ ବହେ ନାହିଁ ଚମର ଇଲାସ୍ଟିସିଟି ରହେ ନାହିଁ ଓ ଆଖି ଭିତରକୁ ପଶିଯାଏ । ପରିସ୍ରା ପରିମାଣ କମିଯାଏ ।
ପ୍ରତିଷେଧ
[ସମ୍ପାଦନା]ଅଣସଂକ୍ରମିତ ଜଳ ଯୋଗାଣ ଓ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ଯୋଗୁ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗ ହାର କମିଯାଏ । ଭଲ ଭାବରେ ହାତ ଧୋଇଲେ ଏହି ରୋଗ ୩୦ % କମିଯାଏ । ସ୍ତନ୍ୟପାନ ଯୋଗୁ ରୋଗ କମ ହୁଏ, ରୋଗ ସମୟ ଓ ପୁନଃପୌନିକତାକୁ କମାଏ । ସଂକ୍ରମିତ ଖାଦ୍ୟ ଓ ପାନୀୟ ବର୍ଜନ ଉଚିତ [୨୮]।
ଟୀକା
[ସମ୍ପାଦନା]ପିଲାମାନଙ୍କୁ ରୋଟା ଭୁତାଣୁ ଟୀକା ଦେବା ନିମନ୍ତେ ଡବ୍ଲ୍ୟୁ. ଏଚ୍.ଓ. ଉପଦେଶ ଦେଇଛି [୨୯][୩୦]। ଆମେରିକାର ରୋଟା ଟୀକାଦ୍ୱାରା ୮୦% ରୋଗ କମି ଯାଇଛି[୩୧][୩୨][୩୩] । ଅଧୁନା ଦୁଇ ପ୍ରକାର ଟୀକା ମିଳୁଛି ଓ ଅନ୍ୟ କେତେକ ଟୀକାର ପ୍ରସ୍ତୁତି ଚାଲିଛି । ଟୀକାର ପ୍ରଥମ ଡୋଜ ୬ରୁ ୧୫ ସପ୍ତାହ ମଧ୍ୟରେ ଦିଆଯାଏ । କଲେରା ଟୀକା ୫୦ରୁ ୬୦% କାମ ଦିଏ[୩୪] ।
ଚିକିତ୍ସା
[ସମ୍ପାଦନା]ଗ୍ଯାସ୍ଟ୍ରୋଏଣ୍ଟେରାଇଟିସ୍ ଏକ ତୀବ୍ର ଓ ସ୍ୱତଃ ଭଲ ହେବା ରୋଗ ଓ ଏହା ନିମନ୍ତେ କୌଣସି ଔଷଧ ଦରକାର ହୁଏ ନାହିଁ। ସ୍ୱଳ୍ପ ଓ ମଧ୍ୟମ ଧରଣର ରୋଗରେ ନିର୍ଜଳନ ନିମନ୍ତେ ଓରାଲ ରିହାଡ୍ରେସନ ଥେରାପି (ORT) ଦିଆଯାଏ[୧୨] ।ମେଟୋକ୍ଲୋପ୍ରମାଇଡ୍ ଏବଂ/ କିମ୍ବା ଓନ୍ଡାନସ୍ଟେରନ[୩୫] କେତେକ ପିଲାମାନଙ୍କୁ ସାହଯ୍ୟ କରେ । ବ୍ୟୁଟାଇଲ୍ସ୍କୋପୋଲାମିନ୍ ଦେଲେ ଉଦର ଯନ୍ତ୍ରଣା କମିଯାଏ[୩୬] ।
ପୁନଃ ଜଳଯୋଜନ(Rehydration)
[ସମ୍ପାଦନା]ବଜାରରେ ଏଥି ନିମନ୍ତେ ଓ.ଆର.ଏସ୍. ପାଉଡର ମିଳେ । ଏହାକୁ ଥଣ୍ଡା ହୋଇଥିବା ଫୁଟା ପାଣିରେ ନିର୍ଦ୍ଦେଶ ମୁତାବକ ଓ.ଆର୍.ଏସ୍. ମିଶେଇ ପାନୀୟ ପ୍ରସ୍ତୁତ କରି ରୋଗୀକୁ ପିଇବାକୁ ଦିଆଯାଏ । ଏହି ପାନୀୟ ପାଟିକୁ ଭଲ ନ ଲାଗିଲେ ସାଧାରଣ ଜଳ ସାଥିରେ ସାମାନ୍ୟ ଚିନି / ଗ୍ଲୁକୋଜ ଓ ଲୁଣ ମିଶେଇ ରୋଗୀକୁ ଦିଆଯାଏ । ଯଦି ନିର୍ଜଳନ ଅତ୍ୟଧିକ ଥାଏ ବା ଚେତନା କମି ଯାଉଥାଏ ତେବେ ଶୀରା ମଧ୍ୟରେ ସାଲାଇନ୍ ଓ ରିଙ୍ଗର ଲାକ୍ଟେଟ ଇତ୍ୟାଦି ଦିଆଯାଏ [୩୭][୩୮] । ଅତ୍ୟଧିକ ଚିନି ପାଣି, ସଫ୍ଟ ଡ୍ରିଙ୍କ ଓ ଫଳ ଜୁସ ଦେବା ମନା । ଦରକାର ହେଲେ ନାକ ବାଟେ ନଳି ପୁରାଇ ତରଳ ପଦାର୍ଥ ଦିଆଯାଏ ।
ଖାଦ୍ୟ
[ସମ୍ପାଦନା]ସ୍ତନ ପାନ କରୁଥିବା ଶିଶୁ ସ୍ତନ ପାନ ଜାରି ରଖିବ । ଓ.ଆର୍.ଏସ୍. ପିଇବା ପରେ ସ୍ତନ ପାନ ନ କରୁଥିବା ପିଲା ଯେଉଁ ଖାଦ୍ୟ ଖାଉଥିଲା ତାହା ଖାଇବ । ଲାକ୍ଟୋଜ ବିହୀନ ଖାଦ୍ୟ ଅନାବଶ୍ୟକ । ପିଲାମାନେ ରୋଗ ହେଉଥିବା ପୂର୍ବରୁ ଯେଉଁ ଖାଦ୍ୟ ଖାଉଥିଲେ ସେହି ଖାଦ୍ୟ ଖାଇବେ, କେବଳ ଅତ୍ୟଧିକ ଚିନି ଭଳି ପଦାର୍ଥ ଖାଇବେ ନାହିଁ । ଯଥେଷ୍ଟ ଖାଦ୍ୟ ସାର ନ ଥିବାରୁ କଦଳୀ, ଟୋଷ୍ଟ୍, ଚା ଇତ୍ୟାଦି ଉପଯୁକ୍ତ ନୁହେଁ[୩୯]। ପ୍ରୋବାୟୋଟିକ ବା ଉପକାରୀ ଜୀବାଣୁ ଔଷ ଧ ଆକାରରେ ଖାଇଲେ ଉପକାର ମିଳେ ଓ ରୋଗ ସମୟ କମିଯାଏ[୪୦] । ଆଣ୍ଟିଆୟୋଟିକ ଜନିତ ଝାଡାରେ ଏହା ପ୍ରତିଷେଧ ଓ ଚିକିତ୍ସା ଉଭୟରେ ଉପକାର କରେ[୪୧] । ଦହି ଖାଇଲେ ଭଲ [୪୨]।ପିଲାମାନଙ୍କଠାରେ ଜିଙ୍କ ଥିବା ଔଷଧଦ୍ୱାରା ପ୍ରତିଷେଧ ଓ ଚିକିତ୍ସା ଉଭୟ ଫଳପ୍ରଦ[୪୩] ।
ବାନ୍ତି ପ୍ରତିରୋଧକ ଔଷଧ
[ସମ୍ପାଦନା]ଓଣ୍ଡାନ୍ ସେଟ୍ରନ ଖାଇବାଦ୍ୱାରା ବାନ୍ତି କମିଯାଏ, ଶିରାରେ ଦିବାକୁ ଥିବା ସାଲାଇନ୍ ଇତ୍ୟାଦି କମ୍ ଦରକାର ପଡେ ଓ ଘରେ ମଧ୍ୟ ଚିକିତ୍ସା କରିହୁଏ [୪୪][୪୫]। ମେଟୋକ୍ଲୋପ୍ରାମାଇଡ୍ ଔଷଧ ମଧ୍ୟ ଉପକାର କରେ[୪୬] । ବେଳେ ବେଳେ ଚିକିତ୍ସାଳୟକୁ ଯିବା ଦରକାର ହୁଏ[୪୭] ।
ଆଣ୍ଟିବାୟୋଟିକ୍
[ସମ୍ପାଦନା]ସଧାରଣତଃ ଆଣ୍ଟିବାୟୋଟିକ୍ ଆବଶ୍ୟକ ହୁଏ ନାହିଁ, ରୋଗ ସାଂଘାତିକ ହେଲେ ଦିଆଯାଏ[୪୮] ବା ସମ୍ବେଦନଶୀଳ ଜୀବାଣୁ ଜଣା ପଡ଼ିଲେ ଦିଆଯାଏ[୪୯] । ଫ୍ଲୋରୋକୁନିଲିନ୍ ଅପେକ୍ଷା ମାକ୍ରୋଲାଇଡ ଅଧିକ ଫଳପ୍ରଦ । ଆଣ୍ଟିବାୟୋଟିକଦ୍ୱାରା ସିଗଲା[୫୦], ସାଲମୋନେଲା[୫୧] ଓ ଜିଆଡିଆ । ଜିଆଡିଆ ଓ ଇ.ଏଚ୍ ଥିଲେ ମେଟ୍ରୋନିଡାଜୋଲ୍ ଅପେକ୍ଷା ଟିନିଡାଜୋଲ୍ ଅଧିକ ଫଳପ୍ରଦ । [୫୨] ଆଣ୍ଟିବାୟୋଟିକ୍ ଖାଇବା ଦ୍ୱାର ସୁଡୋମୋନାସ୍ କୋଲାଇଟିସ୍ ହୁଏ। ଏହା ହେଲେ ଆଣ୍ଟିବାୟୋଟିକ୍ ଦେବା ବନ୍ଦ କରିଦିଆ ଯାଏ ଓ ମେଟ୍ରୋନିଡାଜୋଲ୍ ବା ଭାଙ୍କୋମାଇସିନ୍ ଦିଆଯାଏ । ଏଣ୍ଟାମିବା ବା ସିଗେଲା ପରଜୀବି ଥିଲେ ଟିନିଡାଜୋଲ୍ ଦିଆଯାଏ ।
ସଂକ୍ରମଣ ଅନୁଶୀଳନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ Schlossberg, David (2015). Clinical infectious disease (Second ed.). p. 334. ISBN 9781107038912.
- ↑ Singh, Amandeep (July 2010). "Pediatric Emergency Medicine Practice Acute Gastroenteritis — An Update". Emergency Medicine Practice. 7 (7).
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Ciccarelli, S; Stolfi, I; Caramia, G (29 October 2013). "Management strategies in the treatment of neonatal and pediatric gastroenteritis". Infection and drug resistance. 6: 133–61. doi:10.2147/IDR.S12718. PMC 3815002. PMID 24194646.
{{cite journal}}
: CS1 maint: unflagged free DOI (link) - ↑ Ferri's Clinical Advisor 2015: 5 Books in 1. Elsevier Health Sciences. 2014. p. 479. ISBN 9780323084307.
- ↑ Shors, Teri (2013). The microbial challenge : a public health perspective (3rd ed.). Burlington, Mass.: Jones & Bartlett Learning. p. 457. ISBN 9781449673338.
- ↑ ୬.୦ ୬.୧ A. Helms, Richard (2006). Textbook of therapeutics : drug and disease management (8. ed.). Philadelphia, Pa. [u.a.]: Lippincott Williams & Wilkins. p. 2003. ISBN 9780781757348.
- ↑ ୭.୦ ୭.୧ Tate JE, Burton AH, Boschi-Pinto C, Steele AD, Duque J, Parashar UD (February 2012). "2008 estimate of worldwide rotavirus-associated mortality in children younger than 5 years before the introduction of universal rotavirus vaccination programmes: a systematic review and meta-analysis". The Lancet Infectious Diseases. 12 (2): 136–41. doi:10.1016/S1473-3099(11)70253-5. PMID 22030330.
{{cite journal}}
: CS1 maint: multiple names: authors list (link) - ↑ Marshall JA, Bruggink LD (April 2011). "The dynamics of norovirus outbreak epidemics: recent insights". International Journal of Environmental Research and Public Health. 8 (4): 1141–9. doi:10.3390/ijerph8041141. PMC 3118882. PMID 21695033.
{{cite journal}}
: CS1 maint: unflagged free DOI (link) - ↑ Man SM (December 2011). "The clinical importance of emerging Campylobacter species". Nature Reviews Gastroenterology & Hepatology. 8 (12): 669–85. doi:10.1038/nrgastro.2011.191. PMID 22025030.
- ↑ ୧୦.୦ ୧୦.୧ Webb, A; Starr, M (April 2005). "Acute gastroenteritis in children". Australian family physician. 34 (4): 227–31. PMID 15861741.
- ↑ Zollner-Schwetz, I; Krause, R (August 2015). "Therapy of acute gastroenteritis: role of antibiotics". Clinical microbiology and infection : the official publication of the European Society of Clinical Microbiology and Infectious Diseases. 21 (8): 744–9. doi:10.1016/j.cmi.2015.03.002. PMID 25769427.
- ↑ ୧୨.୦ ୧୨.୧ Elliott, EJ (6 January 2007). "Acute gastroenteritis in children". BMJ (Clinical research ed.). 334 (7583): 35–40. doi:10.1136/bmj.39036.406169.80. PMC 1764079. PMID 17204802.
- ↑ Lozano, R (Dec 15, 2012). "Global and regional mortality from 235 causes of death for 20 age groups in 1990 and 2010: a systematic analysis for the Global Burden of Disease Study 2010". Lancet. 380 (9859): 2095–128. doi:10.1016/S0140-6736(12)61728-0. PMID 23245604.
- ↑ Webber, Roger (2009). Communicable disease epidemiology and control : a global perspective (3rd ed.). Wallingford, Oxfordshire: Cabi. p. 79. ISBN 978-1-84593-504-7.
- ↑ Walker, CL; Rudan, I; Liu, L; Nair, H; Theodoratou, E; Bhutta, ZA; O'Brien, KL; Campbell, H; Black, RE (Apr 20, 2013). "Global burden of childhood pneumonia and diarrhoea". Lancet. 381 (9875): 1405–16. doi:10.1016/S0140-6736(13)60222-6. PMID 23582727.
- ↑ ୧୬.୦ ୧୬.୧ Dolin, [edited by] Gerald L. Mandell, John E. Bennett, Raphael (2010). "93". Mandell, Douglas, and Bennett's principles and practice of infectious diseases (7th ed.). Philadelphia, PA: Churchill Livingstone/Elsevier. ISBN 0-443-06839-9.
{{cite book}}
:|first=
has generic name (help)CS1 maint: multiple names: authors list (link) - ↑ Eckardt AJ, Baumgart DC (January 2011). "Viral gastroenteritis in adults". Recent Patents on Anti-infective Drug Discovery. 6 (1): 54–63. doi:10.2174/157489111794407877. PMID 21210762.
- ↑ Webber, Roger (2009). Communicable disease epidemiology and control : a global perspective (3rd ed.). Wallingford, Oxfordshire: Cabi. p. 79. ISBN 978-1-84593-504-7.
- ↑ Meloni, A; Locci, D, Frau, G, Masia, G, Nurchi, AM, Coppola, RC (October 2011). "Epidemiology and prevention of rotavirus infection: an underestimated issue?". The journal of maternal-fetal & neonatal medicine : the official journal of the European Association of Perinatal Medicine, the Federation of Asia and Oceania Perinatal Societies, the International Society of Perinatal Obstetricians. 24 (Suppl 2): 48–51. doi:10.3109/14767058.2011.601920. PMID 21749188.
{{cite journal}}
: CS1 maint: multiple names: authors list (link) - ↑ "Toolkit". DefeatDD. Archived from the original on 27 April 2012. Retrieved 3 May 2012.
- ↑ "Management of acute diarrhoea and vomiting due to gastoenteritis in children under 5". National Institute of Clinical Excellence. 2009.
{{cite web}}
: Unknown parameter|month=
ignored (help) - ↑ Eckardt AJ, Baumgart DC (2011). "Viral gastroenteritis in adults". Recent Patents on Anti-infective Drug Discovery. 6 (1): 54–63. PMID 21210762.
{{cite journal}}
: Unknown parameter|month=
ignored (help) - ↑ Dennehy PH (2011). "Viral gastroenteritis in children". The Pediatric Infectious Disease Journal. 30 (1): 63–4. doi:10.1097/INF.0b013e3182059102. PMID 21173676.
{{cite journal}}
: Unknown parameter|month=
ignored (help) - ↑ Desselberger U, Huppertz HI (2011). "Immune responses to rotavirus infection and vaccination and associated correlates of protection". The Journal of Infectious Diseases. 203 (2): 188–95. doi:10.1093/infdis/jiq031. PMC 3071058. PMID 21288818.
{{cite journal}}
: Unknown parameter|month=
ignored (help) - ↑ Galanis, E (11 September 2007). "Campylobacter and bacterial gastroenteritis". CMAJ : Canadian Medical Association. 177 (6): 570–1. doi:10.1503/cmaj.070660. PMC 1963361. PMID 17846438.
- ↑ Nyachuba, DG (May 2010). "Foodborne illness: is it on the rise?". Nutrition Reviews. 68 (5): 257–69. doi:10.1111/j.1753-4887.2010.00286.x. PMID 20500787.
- ↑ Steiner, MJ; DeWalt, DA, Byerley, JS (9 June 2004). "Is this child dehydrated?". JAMA : the Journal of the American Medical Association. 291 (22): 2746–54. doi:10.1001/jama.291.22.2746. PMID 15187057.
{{cite journal}}
: CS1 maint: multiple names: authors list (link) - ↑ "Viral Gastroenteritis". Center for Disease Control and Prevention. 2011. Retrieved 16 April 2012.
{{cite web}}
: Unknown parameter|month=
ignored (help) - ↑ World Health Organization (2009). "Rotavirus vaccines: an update" (PDF). Weekly epidemiological record. 51–52 (84): 533–540. PMID 20034143. Retrieved 10 May 2012.
{{cite journal}}
: Unknown parameter|month=
ignored (help) - ↑ Szajewska, H; Dziechciarz, P (January 2010). "Gastrointestinal infections in the pediatric population". Current opinion in gastroenterology. 26 (1): 36–44. doi:10.1097/MOG.0b013e328333d799. PMID 19887936.
- ↑ US Center for Disease Control and Prevention (2008). "Delayed onset and diminished magnitude of rotavirus activity—United States, November 2007–May 2008". Morbidity and Mortality Weekly Report. 57 (25): 697–700. PMID 18583958. Retrieved 3 May 2012.
- ↑ "Reduction in rotavirus after vaccine introduction—United States, 2000–2009". MMWR Morb. Mortal. Wkly. Rep. 58 (41): 1146–9. 2009. PMID 19847149.
{{cite journal}}
: Unknown parameter|month=
ignored (help) - ↑ Tate, JE; Cortese, MM, Payne, DC, Curns, AT, Yen, C, Esposito, DH, Cortes, JE, Lopman, BA, Patel, MM, Gentsch, JR, Parashar, UD (January 2011). "Uptake, impact, and effectiveness of rotavirus vaccination in the United States: review of the first 3 years of postlicensure data". The Pediatric Infectious Disease Journal. 30 (1 Suppl): S56–60. doi:10.1097/INF.0b013e3181fefdc0. PMID 21183842.
{{cite journal}}
: CS1 maint: multiple names: authors list (link) - ↑ Sinclair, D; Abba, K, Zaman, K, Qadri, F, Graves, PM (16 March 2011). "Oral vaccines for preventing cholera". Cochrane database of systematic reviews (3): CD008603. doi:10.1002/14651858.CD008603.pub2. PMID 21412922.
{{cite journal}}
: CS1 maint: multiple names: authors list (link) - ↑ Alhashimi D, Al-Hashimi H, Fedorowicz Z (2009). Alhashimi, Dunia (ed.). "Antiemetics for reducing vomiting related to acute gastroenteritis in children and adolescents". Cochrane Database Syst Rev (2): CD005506. doi:10.1002/14651858.CD005506.pub4. PMID 19370620.
{{cite journal}}
: CS1 maint: multiple names: authors list (link) - ↑ Tytgat GN (2007). "Hyoscine butylbromide: a review of its use in the treatment of abdominal cramping and pain". Drugs. 67 (9): 1343–57. PMID 17547475.
- ↑ "BestBets: Fluid Treatment of Gastroenteritis in Adults". Archived from the original on 2013-05-17. Retrieved 2013-06-05.
- ↑ Canavan A, Arant BS (2009). "Diagnosis and management of dehydration in children". Am Fam Physician. 80 (7): 692–6. PMID 19817339.
{{cite journal}}
: Unknown parameter|month=
ignored (help) - ↑ King CK, Glass R, Bresee JS, Duggan C (2003). "Managing acute gastroenteritis among children: oral rehydration, maintenance, and nutritional therapy". MMWR Recomm Rep. 52 (RR-16): 1–16. PMID 14627948.
{{cite journal}}
: Unknown parameter|month=
ignored (help)CS1 maint: multiple names: authors list (link) - ↑ Allen SJ, Martinez EG, Gregorio GV, Dans LF (2010). Allen, Stephen J (ed.). "Probiotics for treating acute infectious diarrhoea". Cochrane Database Syst Rev. 11 (11): CD003048. doi:10.1002/14651858.CD003048.pub3. PMID 21069673.
{{cite journal}}
: CS1 maint: multiple names: authors list (link) - ↑ Hempel, S; Newberry, SJ; Maher, AR; Wang, Z; Miles, JN; Shanman, R; Johnsen, B; Shekelle, PG (9 May 2012). "Probiotics for the prevention and treatment of antibiotic-associated diarrhea: a systematic review and meta-analysis". JAMA: the Journal of the American Medical Association. 307 (18): 1959–69. doi:10.1001/jama.2012.3507. PMID 22570464.
{{cite journal}}
: CS1 maint: multiple names: authors list (link) - ↑ Mackway-Jones, Kevin (2007). "Does yogurt decrease acute diarrhoeal symptoms in children with acute gastroenteritis?". BestBets. Archived from the original on 2013-05-17. Retrieved 2013-06-07.
{{cite web}}
: Unknown parameter|month=
ignored (help) - ↑ Telmesani, AM (May 2010). "Oral rehydration salts, zinc supplement and rota virus vaccine in the management of childhood acute diarrhea". Journal of family and community medicine. 17 (2): 79–82. doi:10.4103/1319-1683.71988. PMC 3045093. PMID 21359029.
{{cite journal}}
: CS1 maint: unflagged free DOI (link) - ↑ DeCamp LR, Byerley JS, Doshi N, Steiner MJ (2008). "Use of antiemetic agents in acute gastroenteritis: a systematic review and meta-analysis". Arch Pediatr Adolesc Med. 162 (9): 858–65. doi:10.1001/archpedi.162.9.858. PMID 18762604.
{{cite journal}}
: Unknown parameter|month=
ignored (help)CS1 maint: multiple names: authors list (link) - ↑ Mehta S, Goldman RD (2006). "Ondansetron for acute gastroenteritis in children". Can Fam Physician. 52 (11): 1397–8. PMC 1783696. PMID 17279195.
- ↑ Fedorowicz, Z; Jagannath, VA, Carter, B (7 September 2011). "Antiemetics for reducing vomiting related to acute gastroenteritis in children and adolescents". Cochrane database of systematic reviews. 9 (9): CD005506. doi:10.1002/14651858.CD005506.pub5. PMID 21901699.
{{cite journal}}
: CS1 maint: multiple names: authors list (link) - ↑ Sturm JJ, Hirsh DA, Schweickert A, Massey R, Simon HK (2010). "Ondansetron use in the pediatric emergency department and effects on hospitalization and return rates: are we masking alternative diagnoses?". Ann Emerg Med. 55 (5): 415–22. doi:10.1016/j.annemergmed.2009.11.011. PMID 20031265.
{{cite journal}}
: Unknown parameter|month=
ignored (help)CS1 maint: multiple names: authors list (link) - ↑ Traa BS, Walker CL, Munos M, Black RE (2010). "Antibiotics for the treatment of dysentery in children". Int J Epidemiol. 39 (Suppl 1): i70–4. doi:10.1093/ije/dyq024. PMC 2845863. PMID 20348130.
{{cite journal}}
: Unknown parameter|month=
ignored (help)CS1 maint: multiple names: authors list (link) - ↑ Grimwood K, Forbes DA (2009). "Acute and persistent diarrhea". Pediatr. Clin. North Am. 56 (6): 1343–61. doi:10.1016/j.pcl.2009.09.004. PMID 19962025.
{{cite journal}}
: Unknown parameter|month=
ignored (help) - ↑ Christopher, PR; David, KV, John, SM, Sankarapandian, V (4 August 2010). "Antibiotic therapy for Shigella dysentery". Cochrane database of systematic reviews (8): CD006784. doi:10.1002/14651858.CD006784.pub4. PMID 20687081.
{{cite journal}}
: CS1 maint: multiple names: authors list (link) - ↑ Effa, EE; Lassi, ZS, Critchley, JA, Garner, P, Sinclair, D, Olliaro, PL, Bhutta, ZA (5 October 2011). "Fluoroquinolones for treating typhoid and paratyphoid fever (enteric fever)". Cochrane database of systematic reviews (10): CD004530. doi:10.1002/14651858.CD004530.pub4. PMID 21975746.
{{cite journal}}
: CS1 maint: multiple names: authors list (link) - ↑ Gonzales, ML; Dans, LF, Martinez, EG (15 April 2009). "Antiamoebic drugs for treating amoebic colitis". Cochrane database of systematic reviews (2): CD006085. doi:10.1002/14651858.CD006085.pub2. PMID 19370624.
{{cite journal}}
: CS1 maint: multiple names: authors list (link)
ବାହାର ଲିଙ୍କ
[ସମ୍ପାଦନା]- ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ at Curlie