ପପୁ ପମ ପମ
ପପୁ ପମ ପମ | |
|---|---|
| ଜନ୍ମ | ୨୬ ମଇ ୧୯୭୮ ନୂଆସାହି,କପ୍ତିପଦା, ମୟୂରଭଞ୍ଜ |
| ଜାତୀୟତା | ଭାରତୀୟ |
| ବୃତ୍ତି | କଥାଚିତ୍ର ଅଭିନୟ |
| ପ୍ରସିଦ୍ଧି | ଅଭିନେତା |
| ବୈବାହିକ-ସାଥୀ | ସଙ୍ଗିତା ଶତପଥୀ |
| ସନ୍ତାନ | ସ୍ୱ ଓଁ ଅଦିତି[୧] |
| ପିତାମାତା | ହେମନ୍ତ କୁମାର ଶତପଥୀ ମୀରା ମଞ୍ଜରୀ ଶତପଥୀ |
ପପୁ ପମ ପମ (ଅନ୍ୟନାମ "ପପୁ", ତତ୍ତ୍ୱ ପ୍ରକାଶ ଶତପଥୀ ନାମରେ ଜନ୍ମିତ) ଜଣେ ଓଡ଼ିଆ କଥାଚିତ୍ର, ଟେଲିଭିଜନ ଓ ମଞ୍ଚ ହାସ୍ୟ ଅଭିନେତା ।[୨] ସେ ୨୦୧୫ ମସିହା ସୁଦ୍ଧା ୧୫ଟି ଓଡ଼ିଆ କଥା ଚିତ୍ରରେ ଅଭିନୟ କରିସାରିଛନ୍ତି ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ପପୁ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାଠାରେ '୧୯୭୮ ମସିହା ମଇ ୨୬' ତାରିଖରେ ଏକ କଳାକାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ । କିନ୍ତୁ ସେ 'ଯାଦୁବିଦ୍ୟା' ପାଇଁ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ପାଇଥିଲେ । ପପୁ ପିଲା ଦିନରୁ ଓଡ଼ିଆ ଯାତ୍ରା, ଗୀତ, ନୃତ୍ୟ ଆଦି ପରିବେଷଣ କରି ଜିଲ୍ଲା ଓ ରାଜ୍ୟ ସ୍ତରରେ ଅନେକ ପୁରସ୍କାର ଜିତିଥିଲେ । ବର୍ତ୍ତମାନ ସୁଦ୍ଧା ସେ ୧୦୦ରୁ ଅଧିକ ମଞ୍ଚରେ ନିଜର ଚମତ୍କାର ଅଭିନୟ ଦେଖାଇସାରିଛନ୍ତି । ସେ ଉଦଳା କଲେଜରୁ ରସାୟନ ବିଜ୍ଞାନରେ ସ୍ନାତକ ଶିକ୍ଷା ଲାଭ କରିଛନ୍ତି । ସେ ଉଦଳା ମହବିଦ୍ୟାଳୟର ନାଟ୍ୟସଂସଦର ସମ୍ପାଦକ ମଧ୍ୟ ଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ପପୁ ଜଣେ ତାଲିମ ପ୍ରାପ୍ତ ହିନ୍ଦୁସ୍ଥାନୀ ଗାୟକ । ସ୍ନାତକ କରିବା ପରେ ଗାୟନ ଓ ଅଭିନୟରେ ନିଜର ବୃତ୍ତି କରିବା ଲାଗି ସେ ଭୁବନେଶ୍ୱର ଚାଲି ଆସିଲେ । ପ୍ରଥମେ ସେ କାମ ପାଇବା ପାଇଁ ଅସମର୍ଥ ହେଲେ । ପ୍ରଥମେ ପପୁ ଓଡ଼ିଆ ଆଲବମ ଗୀତରେ ଗାଇଥିଲେ ଏବଂ ୬୦ଟି ଆଲବମ ଗୀତରେ ନିଜର ସ୍ୱର ଦେଇଥିଲେ ଯାହା ସଫଳତା ପାଇଲା ନାହିଁ । ସେ ୨୦୦୨ ମସିହାରେ ନିଜ ପରିବାରର ଇଛା ବିରୁଦ୍ଧରେ ବାହା ହୋଇଥିଲେ ଓ ଏହାପରଠାରୁ ତାଙ୍କ ଘରର କବାଟ ସବୁଦିନଧରି ତାଙ୍କ ପାଇଁ ବନ୍ଦ ହୋଇଗଲା । ୨୦୦୭ ମସିହାରେ ତାଙ୍କ ପୁଅ ଜନ୍ମ ହେଲାପରେ ପରିବାର ତାଙ୍କୁ ଆପଣେଇଥିଲେ । ଏହାପରେ ସେ ଏକ ଘରୋଇ ରେଡ଼ିଓ ଚ୍ୟାନେଲ ରେଡିଓ ଚକୋଲେଟ ୧୦୪ ଏଫଏମରେ ପପୁ ପମ ପମ ନାମରେ ଉପସ୍ଥାପକ ଭାବେ କିଛିଦିନ କାମ କରିଥିଲେ । ଏହାପରେ ତାଙ୍କ ଭାଗ୍ୟ ଭଲ ମୋଡ଼ ନେଲା । ୨୦୦୯ ମସିହାରେ ତରଙ୍ଗ ଟିଭି ସହିତ କମେଡି ଧାରାବାହିକରେ ଅଭିନୟ କରିବା ପାଇଁ ଚୁକ୍ତି କରିଥିଲେ । ଏହାପରଠାରୁ ସେ ତରଙ୍ଗ ଟିଭି ଓ ତରଙ୍ଗ ମ୍ୟୁଜିକର ଅନେକ ଧାରାବାହିକରେ କମେଡି ଭୁମିକାରେ ଅଭିନୟ ସାଙ୍ଗକୁ ତୋ ଆଖିରେ ମୁ, ସଞ୍ଜୁ ଆଉ ସଞ୍ଜନା, ଦିୱାନା, ବାଳୁଙ୍ଗାଟୋକା ଏପରି ଅନେକ ଚଳଚ୍ଚିତ୍ରରେ ନିଜ ଅଭିନୟ ଦକ୍ଷତା ଦେଖାଇଛନ୍ତି ।
ରାଜନୈତିକ ଜୀବନ
[ସମ୍ପାଦନା]୨୦୧୪ ବିଧାନ ସଭା ନିର୍ବାଚନରେ ସେ ଚମ୍ପୁଆ ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ[୩] ଟିକେଟରେ ଲଢି ପରାଜୟ ବରଣ କରିଥିଲେ ।[୪]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | ଚଳଚ୍ଚିତ୍ର | ଭୂମିକା |
|---|---|---|
| ୨୦୦୫ | ତୁ ମୋ ଆଖିର ତାରା | ପପୁ |
| ପ୍ରଥମ ପ୍ରେମ | ||
| ୨୦୦୬ | ଦେ ମା ଶକ୍ତି ଦେ | ମକରା |
| ୨୦୧୦ | ଆଖି ପଲକରେ ତୁ | ପପୁ |
| ତୋ ଆଖିରେ ମୁଁ | ଗୌରା | |
| ସଞ୍ଜୁ ଆଉ ସଞ୍ଜନା | ସଞ୍ଜୁର ସାଙ୍ଗ | |
| ମେଘ ସବାରୀରେ ଆସିବ ଫେରି | ପପୁ | |
| ଦିୱାନା | ||
| ୨୦୧୧ | ମୋଷ୍ଟ ୱାଣ୍ଟଡ | କମ୍ପ୍ୟୁଟର ବେହେରା |
| ଛାତିରେ ଲେଖିଚି ତୋରି ନାଁ | ଲାଲୁ | |
| ତୁ ମୋ ଗାର୍ଲଫ୍ରେଣ୍ଡ | ଶାବୁ | |
| ବାଳୁଙ୍ଗା ଟୋକା | ବବ୍ଲି | |
| ୨୦୧୨ | କେବେ ତମେ ନାହଁ କେବେ ମୁଁ ନାହିଁ | |
| ରଙ୍ଗିଲା ଟୋକା | ଶିବୁ ପ୍ରଧାନ (ନାୟକ) | |
| ୨୦୧୨ | ଏସିପି ସାଗରିକା | ଇନିସ୍ପେକ୍ଟର ଯେନା |
| ଚଉକା ଛକା | ବୁଲା | |
| ୨୦୧୪ | ଆମେ ତ ଟୋକା ଷଣ୍ଢ ମାର୍କା | |
| ୨୦୧୫ | ପିଲାଟା ବିଗିଡ଼ି ଗଲା | ଟୁଇଟର |
| ଆଶିକ୍ | ପପୁ ଦାଦା | |
| ୨୦୧୬ | ତୁ କହିବୁ ନା ମୁଁ | ଅଶୋକ |
| ବାଏ ବାଏ ଦୁବାଇ | ||
| ଲଭ୍ ଷ୍ଟେସନ | ଅଟୋ ଡ୍ରାଇଭର | |
| ହେ ପ୍ରଭୁ ଦେଖା ଦେ | ||
| ୨୦୧୭ | ଦିଲ୍ କା ରାଜା | |
| କଥାଦେଲି ମଥା ଛୁଇଁ | ||
| ସୀତାରାମଙ୍କ ବାହାଘର କଳିଯୁଗରେ | ||
| ସୁନାପିଲା- ଟିକେ ସ୍କୃ ଢିଲା | ||
| ଜଷ୍ଟ ମୋହବତ୍ | ||
| ମୁଁ ଖାଣ୍ଟି ଓଡ଼ିଆ ଝିଅ | ||
| ଭୈରବ |
ଅଭିନୀତ ଦୂରଦର୍ଶନ କାର୍ଯ୍ୟକ୍ରମ
[ସମ୍ପାଦନା]| ଧାରାବାହିକ | ଚେନାଲ | ଭୂମିକା |
|---|---|---|
| ଫାଲ୍ତୁ କଥା | ତରଙ୍ଗ ମ୍ୟୁଜିକ | |
| ଫକଡ଼ରାମ ଗିରିଧାରୀ | ତରଙ୍ଗ ମ୍ୟୁଜିକ | ଫକଡ଼ରାମ |
| ଏକ୍ସକ୍ୟୁଜ୍ ମି | ତରଙ୍ଗ ଟିଭି | ସାକ୍ଷାତକାର ଦେବାକୁ ଆସୁଥିବା ଅତିଥି |
| ପପୁଙ୍କ ସେଲୁନ୍ | ତରଙ୍ଗ ଟିଭି | ଚୁଟିକଟା ବାରିକ |
| ଏକ୍ସକ୍ୟୁଜ୍ ମି ଯାହା କହିବି ସତ କହିବି | ତରଙ୍ଗ ଟିଭି | ଅପରାଧୀ |
| ଡିଙ୍ଗ ଡଙ୍ଗ୍ ଏକ୍ସକ୍ୟୁଜ୍ ମି | ତରଙ୍ଗ ଟିଭି | ମିଶ୍ରବାବୁଙ୍କ ଘରର ଅତିଥି |
| ଡି ଫୋକସ୍ @ ୯ | ଫୋକସ୍ ଓଡ଼ିଶା | |
| ଗାଁ ଆଖଡ଼ା | ତରଙ୍ଗ ଟିଭି | ବିଚାରକ |
| ଏକ୍ସକ୍ୟୁଜ୍ ମି ଏଥର ମିଛ କହିବି | ତରଙ୍ଗ ଟିଭି | |
| ତରଙ୍ଗ ପରିବାର ମହାମୁକାବିଲା | ତରଙ୍ଗ ଟିଭି | ଉପସ୍ଥାପକ |
| ମୋ ଗାଁର ସ୍ୱର | ତରଙ୍ଗ ମ୍ୟୁଜିକ | ବିଚାରକ/ଉପସ୍ଥାପକ |
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]ତରଙ୍ଗ ଟିଭିଦ୍ୱାରା ଆୟୋଜିତ ତରଙ୍ଗ ସିନେ ଆୱାର୍ଡସରେ ମଧ୍ୟ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ ।
ଗ୍ୟାଲେରି
[ସମ୍ପାଦନା]-
ନାଲକୋନଗରରେ ପପୁ ପମ ପମ
-
ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ଉତ୍ସବ ୨୦୧୪ ଅବସରରେ କମେଡ଼ି ପରିବେଷଣରତ ପପୁ
ଆଧାର
[ସମ୍ପାଦନା]- ↑ "ବ୍ୟକ୍ତିତ୍ୱ". No. ନିତିଦିନ ୨୪/୦୫/୨୦୧୯ ପୃଷ୍ଠା ୯. ନିତିଦିନ. Archived from the original on 2019-05-24. Retrieved 24 May 2019.
- ↑ "Papu Pom Pom to make a comeback as Chulbul Pandey". odishasuntimes.com. Eastern Media. Archived from the original on 27 April 2019. Retrieved 24 May 2019.
- ↑ "BJD, BJP ahead of Congress in Champua". www.orissapost.com. Orissa Post. Retrieved 24 May 2019.
- ↑ "Not in race but Sana is taller than Naveen in Champua". www.newindianexpress.com. Indian Express. Retrieved 24 May 2019.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପପୁ ପମ ପମ