Jump to content

ପପୁ ପମ ପମ

ଉଇକିପିଡ଼ିଆ‌ରୁ
(ପପୁ ପମ୍ ପମ୍ରୁ ଲେଉଟି ଆସିଛି)
ପପୁ ପମ ପମ
ଜନ୍ମ (1978-05-26) ୨୬ ମଇ ୧୯୭୮ (ବୟସ ୪୭)
ନୂଆସାହି,କପ୍ତିପଦା, ମୟୂରଭଞ୍ଜ
ଜାତୀୟତାଭାରତୀୟ
ବୃତ୍ତିକଥାଚିତ୍ର ଅଭିନୟ
ପ୍ରସିଦ୍ଧିଅଭିନେତା
ବୈବାହିକ-ସାଥୀସଙ୍ଗିତା ଶତପଥୀ
ସନ୍ତାନସ୍ୱ ଓଁ
ଅଦିତି[]
ପିତାମାତାହେମନ୍ତ କୁମାର ଶତପଥୀ
ମୀରା ମଞ୍ଜରୀ ଶତପଥୀ

ପପୁ ପମ ପମ (ଅନ୍ୟନାମ "ପପୁ", ତତ୍ତ୍ୱ ପ୍ରକାଶ ଶତପଥୀ ନାମରେ ଜନ୍ମିତ) ଜଣେ ଓଡ଼ିଆ କଥାଚିତ୍ର, ଟେଲିଭିଜନ ଓ ମଞ୍ଚ ହାସ୍ୟ ଅଭିନେତା ।[] ସେ ୨୦୧୫ ମସିହା ସୁଦ୍ଧା ୧୫ଟି ଓଡ଼ିଆ କଥା ଚିତ୍ରରେ ଅଭିନୟ କରିସାରିଛନ୍ତି ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ପପୁ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାଠାରେ '୧୯୭୮ ମସିହା ମଇ ୨୬' ତାରିଖରେ ଏକ କଳାକାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ । କିନ୍ତୁ ସେ 'ଯାଦୁବିଦ୍ୟା' ପାଇଁ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ପାଇଥିଲେ । ପପୁ ପିଲା ଦିନରୁ ଓଡ଼ିଆ ଯାତ୍ରା, ଗୀତ, ନୃତ୍ୟ ଆଦି ପରିବେଷଣ କରି ଜିଲ୍ଲା ଓ ରାଜ୍ୟ ସ୍ତରରେ ଅନେକ ପୁରସ୍କାର ଜିତିଥିଲେ । ବର୍ତ୍ତମାନ ସୁଦ୍ଧା ସେ ୧୦୦ରୁ ଅଧିକ ମଞ୍ଚରେ ନିଜର ଚମତ୍କାର ଅଭିନୟ ଦେଖାଇସାରିଛନ୍ତି । ସେ ଉଦଳା କଲେଜରୁ ରସାୟନ ବିଜ୍ଞାନରେ ସ୍ନାତକ ଶିକ୍ଷା ଲାଭ କରିଛନ୍ତି । ସେ ଉଦଳା ମହବିଦ୍ୟାଳୟର ନାଟ୍ୟସଂସଦର ସମ୍ପାଦକ ମଧ୍ୟ ଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]

ପପୁ ଜଣେ ତାଲିମ ପ୍ରାପ୍ତ ହିନ୍ଦୁସ୍ଥାନୀ ଗାୟକ । ସ୍ନାତକ କରିବା ପରେ ଗାୟନ ଓ ଅଭିନୟରେ ନିଜର ବୃତ୍ତି କରିବା ଲାଗି ସେ ଭୁବନେଶ୍ୱର ଚାଲି ଆସିଲେ । ପ୍ରଥମେ ସେ କାମ ପାଇବା ପାଇଁ ଅସମର୍ଥ ହେଲେ । ପ୍ରଥମେ ପପୁ ଓଡ଼ିଆ ଆଲବମ ଗୀତରେ ଗାଇଥିଲେ ଏବଂ ୬୦ଟି ଆଲବମ ଗୀତରେ ନିଜର ସ୍ୱର ଦେଇଥିଲେ ଯାହା ସଫଳତା ପାଇଲା ନାହିଁ । ସେ ୨୦୦୨ ମସିହାରେ ନିଜ ପରିବାରର ଇଛା ବିରୁଦ୍ଧରେ ବାହା ହୋଇଥିଲେ ଓ ଏହାପରଠାରୁ ତାଙ୍କ ଘରର କବାଟ ସବୁଦିନଧରି ତାଙ୍କ ପାଇଁ ବନ୍ଦ ହୋଇଗଲା । ୨୦୦୭ ମସିହାରେ ତାଙ୍କ ପୁଅ ଜନ୍ମ ହେଲାପରେ ପରିବାର ତାଙ୍କୁ ଆପଣେଇଥିଲେ । ଏହାପରେ ସେ ଏକ ଘରୋଇ ରେଡ଼ିଓ ଚ୍ୟାନେଲ ରେଡିଓ ଚକୋଲେଟ ୧୦୪ ଏଫଏମରେ ପପୁ ପମ ପମ ନାମରେ ଉପସ୍ଥାପକ ଭାବେ କିଛିଦିନ କାମ କରିଥିଲେ । ଏହାପରେ ତାଙ୍କ ଭାଗ୍ୟ ଭଲ ମୋଡ଼ ନେଲା । ୨୦୦୯ ମସିହାରେ ତରଙ୍ଗ ଟିଭି ସହିତ କମେଡି ଧାରାବାହିକରେ ଅଭିନୟ କରିବା ପାଇଁ ଚୁକ୍ତି କରିଥିଲେ । ଏହାପରଠାରୁ ସେ ତରଙ୍ଗ ଟିଭିତରଙ୍ଗ ମ୍ୟୁଜିକର ଅନେକ ଧାରାବାହିକରେ କମେଡି ଭୁମିକାରେ ଅଭିନୟ ସାଙ୍ଗକୁ ତୋ ଆଖିରେ ମୁ, ସଞ୍ଜୁ ଆଉ ସଞ୍ଜନା, ଦିୱାନା, ବାଳୁଙ୍ଗାଟୋକା ଏପରି ଅନେକ ଚଳଚ୍ଚିତ୍ରରେ ନିଜ ଅଭିନୟ ଦକ୍ଷତା ଦେଖାଇଛନ୍ତି ।

ରାଜନୈତିକ ଜୀବନ

[ସମ୍ପାଦନା]

୨୦୧୪ ବିଧାନ ସଭା ନିର୍ବାଚନରେ ସେ ଚମ୍ପୁଆ ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ[] ଟିକେଟରେ ଲଢି ପରାଜୟ ବରଣ କରିଥିଲେ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରଭୂମିକା
୨୦୦୫ତୁ ମୋ ଆଖିର ତାରାପପୁ
ପ୍ରଥମ ପ୍ରେମ
୨୦୦୬ଦେ ମା ଶକ୍ତି ଦେମକରା
୨୦୧୦ଆଖି ପଲକରେ ତୁପପୁ
ତୋ ଆଖିରେ ମୁଁଗୌରା
ସଞ୍ଜୁ ଆଉ ସଞ୍ଜନାସଞ୍ଜୁର ସାଙ୍ଗ
ମେଘ ସବାରୀରେ ଆସିବ ଫେରିପପୁ
ଦିୱାନା
୨୦୧୧ମୋଷ୍ଟ ୱାଣ୍ଟଡକମ୍ପ୍ୟୁଟର ବେହେରା
ଛାତିରେ ଲେଖିଚି ତୋରି ନାଁଲାଲୁ
ତୁ ମୋ ଗାର୍ଲଫ୍ରେଣ୍ଡଶାବୁ
ବାଳୁଙ୍ଗା ଟୋକାବବ୍‌ଲି
୨୦୧୨କେବେ ତମେ ନାହଁ କେବେ ମୁଁ ନାହିଁ
ରଙ୍ଗିଲା ଟୋକାଶିବୁ ପ୍ରଧାନ (ନାୟକ)
୨୦୧୨ଏସିପି ସାଗରିକାଇନିସ୍‌ପେକ୍ଟର ଯେନା
ଚଉକା ଛକାବୁଲା
୨୦୧୪ଆମେ ତ ଟୋକା ଷଣ୍ଢ ମାର୍କା
୨୦୧୫ପିଲାଟା ବିଗିଡ଼ି ଗଲାଟୁଇଟର
ଆଶିକ୍ପପୁ ଦାଦା
୨୦୧୬ତୁ କହିବୁ ନା ମୁଁଅଶୋକ
ବାଏ ବାଏ ଦୁବାଇ
ଲଭ୍ ଷ୍ଟେସନଅଟୋ ଡ୍ରାଇଭର
ହେ ପ୍ରଭୁ ଦେଖା ଦେ
୨୦୧୭ଦିଲ୍ କା ରାଜା
କଥାଦେଲି ମଥା ଛୁଇଁ
ସୀତାରାମଙ୍କ ବାହାଘର କଳିଯୁଗରେ
ସୁନାପିଲା- ଟିକେ ସ୍କୃ ଢିଲା
ଜଷ୍ଟ ମୋହବତ୍
ମୁଁ ଖାଣ୍ଟି ଓଡ଼ିଆ ଝିଅ
ଭୈରବ

ଅଭିନୀତ ଦୂରଦର୍ଶନ କାର୍ଯ୍ୟକ୍ରମ

[ସମ୍ପାଦନା]
ଧାରାବାହିକଚେନାଲଭୂମିକା
ଫାଲ୍‌ତୁ କଥାତରଙ୍ଗ ମ୍ୟୁଜିକ
ଫକଡ଼ରାମ ଗିରିଧାରୀତରଙ୍ଗ ମ୍ୟୁଜିକଫକଡ଼ରାମ
ଏକ୍ସକ୍ୟୁଜ୍ ମିତରଙ୍ଗ ଟିଭିସାକ୍ଷାତକାର ଦେବାକୁ ଆସୁଥିବା ଅତିଥି
ପପୁଙ୍କ ସେଲୁନ୍ତରଙ୍ଗ ଟିଭିଚୁଟିକଟା ବାରିକ
ଏକ୍ସକ୍ୟୁଜ୍ ମି ଯାହା କ‌ହିବି ସତ କ‌ହିବିତରଙ୍ଗ ଟିଭିଅପରାଧୀ
ଡିଙ୍ଗ ଡଙ୍ଗ୍ ଏକ୍ସକ୍ୟୁଜ୍ ମିତରଙ୍ଗ ଟିଭିମିଶ୍ରବାବୁଙ୍କ ଘରର ଅତିଥି
ଡି ଫୋକସ୍ @ ୯ଫୋକସ୍ ଓଡ଼ିଶା
ଗାଁ ଆଖଡ଼ାତରଙ୍ଗ ଟିଭିବିଚାରକ
ଏକ୍ସକ୍ୟୁଜ୍ ମି ଏଥର ମିଛ କ‌ହିବିତରଙ୍ଗ ଟିଭି
ତରଙ୍ଗ ପରିବାର ମହାମୁକାବିଲାତରଙ୍ଗ ଟିଭିଉପସ୍ଥାପକ
ମୋ ଗାଁର ସ୍ୱରତରଙ୍ଗ ମ୍ୟୁଜିକବିଚାରକ/ଉପସ୍ଥାପକ

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]

ତରଙ୍ଗ ଟିଭିଦ୍ୱାରା ଆୟୋଜିତ ତରଙ୍ଗ ସିନେ ଆୱାର୍ଡସରେ ମଧ୍ୟ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ ।

ଗ୍ୟାଲେରି

[ସମ୍ପାଦନା]
  1. "ବ୍ୟକ୍ତିତ୍ୱ". No. ନିତିଦିନ ୨୪/୦୫/୨୦୧୯ ପୃଷ୍ଠା ୯. ନିତିଦିନ. Archived from the original on 2019-05-24. Retrieved 24 May 2019.
  2. "Papu Pom Pom to make a comeback as Chulbul Pandey". odishasuntimes.com. Eastern Media. Archived from the original on 27 April 2019. Retrieved 24 May 2019.
  3. "BJD, BJP ahead of Congress in Champua". www.orissapost.com. Orissa Post. Retrieved 24 May 2019.
  4. "Not in race but Sana is taller than Naveen in Champua". www.newindianexpress.com. Indian Express. Retrieved 24 May 2019.

ବାହାର ଆଧାର

[ସମ୍ପାଦନା]