ଉଇକିପିଡ଼ିଆ:ଚାଟସଭା/ପ୍ରଶ୍ନ/Archive 1

ଉଇକିପିଡ଼ିଆ‌ରୁ

ଦ୍ରୋଣଙ୍କର ସ୍ତ୍ରୀଙ୍କ ନାମ କ'ଣ?

How can we contribute... please explain.. this is a really good initiative.[ସମ୍ପାଦନା]

How can we contribute... please explain.. this is a really good initiative.

ପ୍ରଶ୍ନଟିଏ ପଚାରିଥିବାରୁ ଧନ୍ୟବାଦ । ଆପଣ ସିଧା ସଳଖ ପ୍ରଧାନ ପୃଷ୍ଠାରେ ଡାହାଣ ପଟ ଉପରେ ଥିବା ବାକ୍ସରେ ଯାଇ ଯେ କୌଣସି ବିଷୟରେ ଖୋଜି ପାରିବେ । ଯଦି ଆପଣ ଖୋଜିଥିବା ପୃଷ୍ଠାଟି ନଥିବ ତାହେଲେ ନୂଆ କରି ତିଆରି କରି ପାରିବେ । ଖୋଜିବା ବାକ୍ସରେ ଓଡ଼ିଆରେ ଲେଖିବା ପାଇଁ ctrl+m ବଟନ ଦବାନ୍ତୁ । --ଜ୍ଞାନ, ମୋତେ କିଛି କହିବେ

ପୃଷ୍ଠାର ଶୀର୍ଷକକୁ ସୁଧାରିବାର ଉପାୟ[ସମ୍ପାଦନା]

ଉଇକିପିଡ଼ିଆରେ କୌଣସି ପୃଷ୍ଠାର ନାମ ଯଦି ଭୁଲ ହୋଇଥାଏ, ତାକୁ ସୁଧାରି ହେବକି? ଉଦାହରଣ : ଓଲଟ କମ୍ବଳ, ଏଇଟା ଓଲଟ କମଳ ହେବାକଥାସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୧୬:୩୧, ୧୫ ଏପ୍ରିଲ ୨୦୧୨ (UTC)

ଓଲଟ କମ୍ବଳ ପୃଷ୍ଠାଟିର ଡାହାଣ ପଟ ଉପରେ, ଖୋଜିବା ଜାଗା ପୂର୍ବରୁ ଥିବା ଘୁଞ୍ଚାଇବେ କୁ ଚୟନ କରନ୍ତୁ କିମ୍ବା (alt+shift+m) ଦବାଇ ଆପଣ ପୃଷ୍ଠାଟିକୁ ନୂଆ ନାମ ଦେଇ ବଦଳାଇ ପାରିବେ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୧:୩୨, ୧୬ ଏପ୍ରିଲ ୨୦୧୨ (UTC)

ଉଇକିପିଡ଼ିଆରେ ବ୍ୟବହୃତ ଶବ୍ଦ ପରିଚୟ[ସମ୍ପାଦନା]

ଏ ସବୁର ଅର୍ଥ ସଂକ୍ଷେପରେ କହିବେ କି?

  • "ପ୍ରକଳ୍ପ ପୃଷ୍ଠା"
  • "ଆଲୋଚନା"

ଏହା କେଉଁ ପରିପ୍ରେକ୍ଷୀର ବ୍ୟବହାର କରାଯାଏ?ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୧୬:୩୫, ୧୫ ଏପ୍ରିଲ ୨୦୧୨ (UTC)

  • ପ୍ରକଳ୍ପ ପୃଷ୍ଠା : ଏଠି ସବୁ ଲେଖାର ତାଲିକା (ଯେଉଁ ଲେଖାମାନ ସେହି ନିର୍ଦ୍ଧିଷ୍ଟ ପ୍ରକଳ୍ପ ଭିତରେ ରହିବ), ଅବଦାନକାରୀଙ୍କ ନାମ, ଲେଖାର ମାନ (assessments), ଭଲ ଲେଖା ଓ ଲେଖା ଯାହା ଠିକ ଭାବେ ଲେଖିବାକୁ ହେବ ସେସବୁର ବିବରଣୀ ରହେ ।
ଆଲୋଚନା : ସବୁ ପୃଷ୍ଠାର ଏକ ସହଯୋଗୀ ପୃଷ୍ଠା ଅଛି। ନିଜର ସଭ୍ୟ ପୃଷ୍ଠା ହେଉ, ପ୍ରକଳ୍ପ ପୃଷ୍ଠା ବା ଲେଖା, ସବୁଥିରେ ସହଯୋଗୀ ଆଲୋଚନା ପୃଷ୍ଠା ରହୁଛି । ସେହି ସଭ୍ୟଙ୍କୁ ସନ୍ଦେଶ ପଠେଇବା ପାଇଁ, ପ୍ରକଳ୍ପ ଆଲୋଚନାରେ ପ୍ରକଳ୍ପ ବିଷୟରେ ଆଲୋଚନା ପାଇଁ, ଲେଖା ବାବଦରେ ଆଲୋଚନା ପାଇଁ ରହିଛି । ଆଉ ଲେଖାର ଆଲୋଚନା ପୃଷ୍ଠାରେ ଆମେ ମଧ୍ୟ ଲେଖାର ଆକଳନ (assessment) କରିପାରିବା । ଆଶା କରୁଛି, ମୋ ଉତ୍ତର ଠିକ ଭାବେ ବୁଝି ପାରିବେ, ନହେଲେ ପୁଣି ପଚାରନ୍ତୁ । ଧନ୍ୟବାଦ :-) -- ଅηsuмaη Talk ୦୬:୪୧, ୧୯ ଏପ୍ରିଲ ୨୦୧୨ (UTC)
ଉଇକିପିଡ଼ିଆ ପ୍ରସଙ୍ଗ ତିଆରି ବେଳେ ବ୍ୟବହୃତ ‘|’ ଚିହ୍ନର ତାତ୍ପର୍ଯ୍ୟ କ’ଣ?
ଗୋଟିଏ ପ୍ରସଙ୍ଗକୁ ଅନ୍ୟଏକ ପ୍ରସଙ୍ଗ ଭାବେ ସୂଚୀତ କରିବା ପାଇଁ ଓ ଯୋଗସୁତ୍ର ରକ୍ଷା କରିବା ବା ଯୋଡ଼ିବା ପାଇଁ ଏହି ‘|’ (ପାଇପ) ଚିହ୍ନ ବ୍ୟବହାର କରାଯାଇଥାଏ । ଉଦାହରଣ ସ୍ଵରୂପ: ଭଦ୍ରକ ପ୍ରସଙ୍ଗରେ: ଭଦ୍ରକ [[ଭଦ୍ରକାଳୀ|ଭଦ୍ରକାଳୀ ମନ୍ଦିର]] ପାଇଁ ଜଣାଶୁଣା, ଏଠାରେ ‘|’ (ପାଇପ) ଚିହ୍ନ ବ୍ୟବହାର କରି ଭଦ୍ରକାଳୀ ମନ୍ଦିର ସହ ଭଦ୍ରକାଳୀ ପ୍ରସଙ୍ଗଟି ଯୋଡାଯାଇଛି । ଇଁରାଜୀ ଉଇକିପିଡ଼ିଆର ସାହାଯ୍ୟ ପୃଷ୍ଠାରେ ସମ୍ପୂର୍ଣ୍ଣ ବର୍ଣ୍ଣନା ଦେଖନ୍ତୁ । ବୁଝିବାରେ ଅସୁବିଧା ହେଲେ ପୁଣି ପଚାରନ୍ତୁ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୯:୧୩, ୨୧ ଏପ୍ରିଲ ୨୦୧୨ (UTC)
ଅନ୍ୟଭାଷାର ପ୍ରସଙ୍ଗରେ (ବିଶେଷ କରି ଇଂରାଜୀ) ବ୍ୟବହୃତ ଛାଞ୍ଚକୁ ସିଧା ସିଧା କପି କରି ହେବ କି? ଯଦି କରି ହେବ, କେମିତି କରିହେବ? ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୧୧
୫୩, ୨୬ ଏପ୍ରିଲ ୨୦୧୨ (UTC)
କରି ହେବ । ବିଭିନ୍ନ ପ୍ରକାରର ଛାଞ୍ଚ ଅଛି, କିଛି ସିଧା କରିହେବ, କିଛି ଅନୁବାଦ କରିବାକୁ ପଡେ, ଆଉ କିଛି ବଦଳିବାକୁ ପଡିଥାଏ ଇନ୍ଟରଫେସ ଅନୁସାରେ । ଯଦି ଆପଣ ନକଲ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ଉଇକିରେ ସମାନ ପ୍ରକାରର ଆଗରୁ ଥିବା ଛାଞ୍ଚ ସହିତ ଇଂରାଜୀ ଇଉକିରେ ଥିବା ଛାଞ୍ଚ ସହିତ ତୁଳନା କରି ଜାଣିପାରିବେ କଣ ବଦଳିବାକୁ ପଡିବ ଆଉ କଣ ନାହିଁ । ଆଉ ଗୋଟେ ଉପାୟ ହେଲା, କପି କରିସାରି ସାଇତିବା ପୂର୍ବରୁ ଦେଖଣାରେ କ୍ଲିକ କରି ଦେଖନ୍ତୁ କେଉଁ କେଉଁ ଲେଖା ଇଂରାଜୀରେ ଆସୁଛି, ପ୍ରାୟତଃ ସମାନ ଶବ୍ଦ ବାରମ୍ବାର ଥାଏ, ତ କଉଁଟା ଅନୁବାଦ କରିବାକୁ ହେବ କଉଁଟା ନୁହଁ ଜାଣିବାକୁ ହେବ । ସେଥିପାଇଁ ପ୍ରଥମେ ଏଠାରେ ଆଗରୁ ଥିବା କିଛି ଛାଞ୍ଚ ପୃଷ୍ଠାର (ସମାନ ପ୍ରକାରର ଛାଞ୍ଚ ପୃଷ୍ଠା) ଭିତର ଭାଗ ଦେଖନ୍ତୁ, ଯଦି ନିଶ୍ଚିତ ନୁହନ୍ତି ତେବେ ସାହାଯ୍ୟ ମାଗନ୍ତୁ, ସେମିତି ଛାଡିଦେବେନି । ଛାଞ୍ଚ ପୃଷ୍ଠା ଭିତରେ କିଛି କୋଡ ଛାଞ୍ଚ ଭଳିଆ ଦେଖାଯାଏ, କିନ୍ତୁ ପ୍ରକୃତରେ ଛାଞ୍ଚ ନୁହେଁ, ସେଗୁଡ଼ିକ ମାଜିକ ୱାର୍ଡ୍ସ (Magic Words) ଆଉ ପାର୍ସର ଫଙ୍କସନ (Parser Function), ସେଗୁଡ଼ିକ କେବେବି ବଦଳିବେନି । -- ଅηsuмaη Talk ୧୫:୨୯, ୨୬ ଏପ୍ରିଲ ୨୦୧୨ (UTC)

ଉଇକିପିଡ଼ିଆ କୁ ମଡରେଟ କିଏ କରୁଛନ୍ତି ?[ସମ୍ପାଦନା]

ଉଇକିପିଡ଼ିଆ କୁ ମଡରେଟ କିଏ କରୁଛନ୍ତି ? ବାହର ଲିଙ୍କ ରେ ଫସବୁକ ର ଲିଙ୍କ ଦିଆ ଗଲୈ କିଛି ଅସୂବିଧା ଅଛି କି ?? --Hellohappy (ମୋ ଆଲୋଚନା) ୧୪:୦୫, ୬ ମେ ୨୦୧୨ (UTC)

ଆଦରର ବନ୍ଧୁ, ଉଇକିପିଡ଼ିଆରେ ଲେଖା ଲେଖି କରୁଥିବା ଲୋକେ (ଆପଣଙ୍କ ଭଳି) ସଭିଏଁ ଏଥିରେ ଲେଖାସବୁକୁ ସୁଧାରି ପାରିବେ । ତେବେ ଉଇକିପିଡ଼ିଆ ଏକ ଜ୍ଞାନକୋଷ, ଏଠାରେ କୌଣସି ପ୍ରଚାର ପ୍ରସାର କରାଯାଇପାରିବ ନାହିଁ, ଏକ ବିଦ୍ୟାଳୟର ସାଇଟ ବାହାର ଆଧାର ରୂପେ ଦିଆଯାଇପାରିବ ଯଦି ତାହା ବିଦ୍ୟାଳୟ ଦେଇ ପରିଚାଳିତ, କିନ୍ତୁ ଯଦି କିଛି ଛାତ୍ର ଏକ ଫେସବୁକରେ ଦଳ ବା ପୃଷ୍ଠାଟିଏ ତିଆରି କରିଥାନ୍ତି ତେବେ ତାହା ଉଇକିରେ ଦିଆଯାଇପାରିବ ନାହିଁ । ଏହାର କାରଣ ହେଉଛି, ଯେ କେହି ଚାହିଁଲେ ଫେସବୁକରେ ଯେକୌଣସି ବିଦ୍ୟାଳୟ/ବ୍ୟକ୍ତିତ୍ଵଙ୍କ ଉପରେ କିଛି ଲେଖିପାରିବେ, ତାହା ସବୁବେଳେ ବିଶ୍ଵସନୀୟ ନୁହେଁ, ତେଣୁ ତାହାକୁ ଗ୍ରହଣ କରାଯାଇପାରିବ ନାହିଁ । ସେହିପରି ଇଉଟିଉବ, ବ୍ୟକ୍ତିଗତ ବ୍ଲଗ ଆଦି ଉଇକିରେ ରଖାଯାଇପାରିବ ନାହିଁ, ଯଦି ଆପଣ ବି କେଉଁଠାରେ ଏମିତି କିଛି ପାଆନ୍ତି ତେବେ ତାହାକୁ ବାହାର କରିପାରିବେ । --ସୁଭାସିସପାଣିଗାହିମୋତେ କହିବେ କିଛି? ୧୭:୫୨, ୬ ମେ ୨୦୧୨ (UTC)

ଆଧାର ର ଆଧାର କଣ ? କ୍ୟାପିଟାଲ ହାଇ ସ୍କୁଲ ରେ ଆଧାର ରେ ଏକ ଲିଙ୍କ୍ ଦିଆ ଯାଇଛି ? ତାହାର ଆବଶ୍ଯକତା ବୁଝି ହେଲାନି ? "ଏଠାରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀରେ ପାଠ ପଢ଼ାଯାଇଥାଏ " - ଏହା ସତ ନୁହେ । ପରିବର୍ତନ କରୁଛି । --Hellohappy (ମୋ ଆଲୋଚନା) ୧୧:୦୮, ୭ ମେ ୨୦୧୨ (UTC)

  • ଆଧାର (Reference), ଏଠି ଯାହାବି ଲେଖାଯାଏ, Reliable source ଦେବାକୁ ପଡ଼ିଥାଏ । କେହି କିଛି ବି ଲେଖି ପରିବେନି । ପ୍ରତି ତଥ୍ୟ ପାଇଁ ଆଧାରର ଆବଶ୍ୟକତା ରହିଛି । ଆପଣ କେଉଁଠୁ ତଥ୍ୟ ପାଇଲେ, ମୂଖ୍ୟତଃ ନିଉଜ, ସରକାରୀ ଲିଙ୍କ ଏବଂ ବହିର ଲିଙ୍କ ଦିଅନ୍ତୁ । ଆଉ ଲେଖା ବିଷୟରେ ଆଲୋଚନା ସେହି ପୃଷ୍ଠାର ଆଲୋଚନା ପୃଷ୍ଠା, ଯେମିତି କି ଏଠାରେ ଆଲୋଚନା:କ୍ୟାପିଟାଲ ହାଇ ସ୍କୁଲରେ କରନ୍ତୁ । -- ଅηsuмaη Talk ୦୬:୨୦, ୭ ମେ ୨୦୧୨ (UTC)

ଲେଖାଟିର ଶିରୋନାମା ଭୂଲ୍ ଥିଲେ କିପରି ଏଡିଟ୍ କରିବା?[ସମ୍ପାଦନା]

ଭିତର ବିଷୟ ଏଡିଟ୍ କରିବାର ସୁବିଧା ଅଛି, ମାତ୍ର ଶୀର୍ଷକଟି ଭୁଲ୍ ଥିଲେ କିମିତି ସଂଶୋଧନ କରିବା Sydney Ambrose (ମୋ ଆଲୋଚନା) ୧୧:୨୯, ୧୧ ମେ ୨୦୧୨ (UTC)

  • ପୃଷ୍ଠାଟିକୁ ଘୁଞ୍ଚାଇହେବ । ଏହାଦ୍ଵାରା ସଂକଳନ (ସମ୍ପାଦନ ଇତିହାସ) ସବୁ ମଧ୍ୟ ସୁରକ୍ଷିତ ରହେ । -- ଅηsuмaη Talk ୧୭:୦୩, ୧୧ ମେ ୨୦୧୨ (UTC)
ଶିରୋନାମାଟି ଭୁଲ ଥିଲେ ପୃଷ୍ଠାଟି ଘୁଞ୍ଚାଇ ହେବ, ପ୍ରସଙ୍ଗର ଯେଉଁଠି ଆପଣ ଇତିହାସ ଦେଖୁଛନ୍ତି (ଡାହାଣ ପାଖ ଉପରେ) ତା ଡାହାଣଙ୍କୁ ଏକ ଛୋଟ ତାରା ପାଖରେ ତୀର ଚିହ୍ନଟିଏ ରହିଛି, ସେଥିରେ କ୍ଲିକ କରି ପୃଷ୍ଠାଟିକୁ ଘୁଞ୍ଚାଇପାରିବେ । ଆପଣ ଗଢ଼ିଥିବା ମନମୋହନ ଆଚାର୍ଯ୍ୟର ନାମ ଭୁଲ ଥିଲା, ଯାହାକୁ ମୁଁ ସେହିଭଳି ଘୁଞ୍ଚାଇଥିଲି ।--'ସୁଭାସିସପାଣିଗାହିମୋତେ କହିବେ କିଛି? ୧୧:୦୦, ୧୨ ମେ ୨୦୧୨ (UTC)

ଛବି କିପରି upload କରିବି[ସମ୍ପାଦନା]

ଆରିଷ୍ଟୋଟଲ ପ୍ରସଙ୍ଗରେ ମୁଁ ଏକ ଛବିଟିଏ ଅପଲୋଡ କରିବାକୁ ଚାହେଁ । କେମିତି କରିବି ? wikimedia commons ରେ ଅପଲୋଡ କରିବି ? ତା ପରେ ?... ଭାଇ ମୁଁ ପାରୁନାହିଁ, ଟିକିଏ ସାହାଯ୍ୟ କରିବେ ...--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୨୨:୦୯, ୨୧ ଜୁଲାଇ ୨୦୧୨ (UTC)

ଉଇକିମିଡ଼ିଆ କମନ୍ସରେ ଛବି ଅପଲୋଡ଼ କରିବା ପରେ, ସେ ଛବି ଉପରେ ପାଞ୍ଚଟି ଲିଙ୍କ ଦେଖାଯିବ । ସେଥିମଧ୍ୟରୁ ତୃତୀୟ ଲିଙ୍କ (ଯାହା ପୂର୍ବରୁ ଏକ W ଅକ୍ଷର ଲେଖା ଥିବ) Use this file କୁ କ୍ଳିକ କଲେ ଆପଣ ଛବିଟିକୁ ବ୍ୟବହାର କରିବାର ଠିକଣା ଟି ପାଇବେ । ଉଦାହରଣ ସ୍ଵରୂପ ଏହିପରି ଏକ ଠିକଣା ପାଇବେ [[File:Aristoteles Louvre.jpg|thumb|Aristoteles Louvre]] । ଏହାକୁ ପ୍ରସଙ୍ଗରେ ଲେଖିଲେ ପ୍ରସଙ୍ଗରେ ଛବିଟି ଦେଖାଯିବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୩:୨୪, ୨୨ ଜୁଲାଇ ୨୦୧୨ (UTC)

-ମୁଁ ଜର୍ଜ କ୍ୟାଣ୍ଟର ପୃଷ୍ଠାରେ ଏକ ଫୋଟୋ ଏମିତି ଯୋଡିଲି । ସାହାଯ୍ୟ କରିଥିବାରୁ ଧନ୍ୟବାଦ ଭାଇ । ଅବଶ୍ୟ ଫୋଟୋ ଟି ମୁଁ upload କରିନଥିଲି ଆଗରୁ ଥିବା photo ଟିକୁ ପୃଷ୍ଠାରେ ବ୍ୟବହାର କଲି । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୨:୩୨, ୨୪ ଜୁଲାଇ ୨୦୧୨ (UTC)

ଉଇକି ପିଦିଆ[ସମ୍ପାଦନା]

ମୁ ଉଇକି ପିଦିଅ ରେ କିପରି ଲେଖିମି ମୋତେ କୁହନ୍ତୁ.ମୁନ୍ ମୋ ନିଜ କୋମ୍ପୁତର୍ ରେ ଲେଖି ବ ପୈନ୍ ଛହୁନ୍ ଛି117.197.241.199 ୧୧:୨୧, ୫ ଜୁନ ୨୦୧୩ (UTC)

ଆପଣ ଯେଉଁ ପ୍ରସଙ୍ଗ ବାବଦରେ ଲେଖିବାକୁ ଚାହୁଁଛନ୍ତି, ତାହା ପୂର୍ବରୁ ଉଇକିପିଡ଼ିଆରେ ଅଛି କି? ଯାଣିବା ନିମନ୍ତେ ପ୍ରତ୍ୟେକ ପୃଷ୍ଠାର ଡାହାଣ ପଟ ଉପରେ ଥିବା ଖୋଜିବା ଘର (ସର୍ଚ ବକ୍ସ) ରେ ଟାଇପ କରି ଲେଖନ୍ତୁ ଆଉ "ଏଣ୍ଟର" ଦବାଇ ଖୋଜନ୍ତୁ । ଯଦି ପ୍ରସଙ୍ଗଟି ପୂର୍ବରୁ ଥାଏ ତେବେ ତାହା ଦେଖାଯିବ, ଯଦି ନଥାଏ ତେବେ ତାହା ନାଲି ଲିଙ୍କ ହୋଇ ଦେଖାଯିବ, ସେହି ନାଲି ଲିଙ୍କ ଉପରେ କ୍ଲିକ କରି ସମ୍ପାଦନା କରନ୍ତୁ । ପ୍ରସଙ୍ଗଟି ପୂର୍ବରୁ ଥିଲେ ସେଥିରେ ଆପଣ ଅଧିକ ତଥ୍ୟ ଯୋଡ଼ି ଲେଖାଟିକୁ ଉନ୍ନତ କରିପାରିବେ । ଆପଣ ଶିକ୍ଷଣକୁ ଯାଇ ଏଥିରେ କିପରି ସମ୍ପାଦନା କରାଯାଏ ତାହା ଶିଖି ପାରିବେ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୧:୧୩, ୫ ଜୁନ ୨୦୧୩ (UTC)

ମୁ କେମିତି ସିଖିବି[ସମ୍ପାଦନା]

ମୁ ଦୁବାଇ ରେ ଅଛି.ମୋର ବହୁତ୍ ଇଛା ଅଛି ଓଦିଆ ରେ ଲେଖିବାକୁ.କେମିତି ଲେଖିବି ନୁଆ ପ୍ରୁସ୍ତା ରେ.ଦୟାକରି ଜନେଇବେକି.ମୋର ଵିନ୍ଦୋ ୭ ଅଛି.92.96.251.186 ୨୩:୦୩, ୨୭ ଅପ୍ରେଲ ୨୦୧୩ (UTC)

ଆପଣଙ୍କ ଇଚ୍ଛା ଓ ଆଗ୍ରହ ନିମନ୍ତେ ଧନ୍ୟବାଦ । ଏହି ପୃଷ୍ଠାରେ ଓଡ଼ିଆରେ ପ୍ରଶ୍ନ ଲେଖିଛନ୍ତି, ତେଣୁ ନୂଆ ପୃଷ୍ଠାରେ ମଧ୍ୟ ଓଡ଼ିଆରେ ଲେଖିବା ଅସୁବିଧା ହେବନି । ନୂଆ ପୃଷ୍ଠାରେ ଲେଖିବା ନିମନ୍ତେ ନିମନ୍ତେ, ଚାଟସଭା ପୃଷ୍ଠାରେ ଦ୍ଵିତୀୟ ପ୍ରଶ୍ନର ଉତ୍ତର ଦେଖନ୍ତୁ । ଲେଖିବା ଆରମ୍ଭ କରିବା ପୂର୍ବରୁ ପ୍ରଥମେ ନୂଆ ଖାତା ଖୋଲନ୍ତୁ ପୃଷ୍ଠାକୁ ଯାଇ ଖାତାଟିଏ ଖୋଲି ଦିଅନ୍ତୁ (ଏହା ନ'କଲେ ମଧ୍ୟ ଆପଣ ଲେଖିପାରିବେ) । ଅନ୍ୟ କିଛି ପ୍ରଶ୍ନ ଥିଲେ ଏଠାରେ ପୁଣି ପଚାରନ୍ତୁ । ଧନ୍ୟବାଦ --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୫୩, ୧ ମଇ ୨୦୧୩ (UTC)

ବାକ୍ୟ ଲେଖନରେ ଓଡିଆ ସନ୍ଧି ଓ ଫଳାର ବ୍ୟବହାର[ସମ୍ପାଦନା]

ସଫ୍ଟଓଏାର୍ରେ ଲିଖିତ ଓଡିଆର ସନ୍ଧି ଏବଂ ମାତ୍ରାର ବ୍ୟବହାର ସୀମିତ ଲାଗୁଛି 'ପୁର୍ନଛେଦ' ତଥା ବିଶେଷ ମାତ୍ରା, ଫଳା ପାଇଁ କିବୋର୍ଡ଼ର ବ୍ୟବହାର କିପରି କରିହେବ ‌?130.232.52.110 ୧୩:୩୮, ୧୯ ଅପ୍ରେଲ ୨୦୧୩ (UTC)

ଲେଖିବା ପାଇଁ ଓଡ଼ିଆ ଲେଖନୀ ଚୟନ କରିଥିଲେ, ପୂର୍ଣ୍ଣଚ୍ଛେଦ (।) ଲେଖିବା ନିମନ୍ତେ '.' ବ୍ୟବହାର କରନ୍ତୁ । ସେହିପରି Odia Transliteration ଚୟନ କରିଥିଲେ, '(Shift + z)' ବା 'Z' ଓ Odia Inscript ଚୟନ କରିଥିଲେ '>' ବ୍ୟବହାର କରନ୍ତୁ ।
ସନ୍ଧି ଓ ମାତ୍ରାର ବ୍ୟବହାର ଅସୁବିଧା ଯୋଗୁଁ କେଉଁ କେଉଁ ଓଡ଼ିଆ ଶବ୍ଦ ଲେଖିବାରେ ଅସୁବିଧା ହେଉଛି ଜଣାଇଲେ (ଇଂରାଜୀ ଅକ୍ଷରରେ ବନାନଟି ଲେଖିପାରନ୍ତି) ଉତ୍ତର ଦେବା ସହଜ ହେବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୦୯, ୨୧ ଅପ୍ରେଲ ୨୦୧୩ (UTC)

ଓଦିଆ ମନସିକ ରୋଗ ଉପରେ ମୁକତ ବହି...[ସମ୍ପାଦନା]

ମୁ ଜଣେ ମାନସିକ ରୋଗ ଡାକ୍ତ୍ରର. ମୁ ଅସ୍ତ୍ରେଲିଆରେ ରୁହେ. ଆମେ ମାନସିକ ରୋଗର ଲଖ୍ୟଣ ଓ ଉପଚାର ଉପରେ ଏକ ଛ୍ହୋତ ବହି ଲେଖିଛ୍ହୁ. ତାହାର ଦୁଇଟି ଭାଗ ଓଡିଆରେ ଅନୁବାଦ କରିଛୁ. ଆମେ ସେ ବହିକୁ ଵିକିପେଦିଆରେ ରଖୈବାକୁ ଚାହୁଞ୍ଛୁ. ଆମକୁ କଣ କରିବାକୁ ହେବ?60.241.26.100 ୦୯:୫୧, ୨ ଅପ୍ରେଲ ୨୦୧୩ (UTC)

ଆପଣଙ୍କ ଆଗ୍ରହ ନିମନ୍ତେ ଧନ୍ୟବାଦ । ବହି ସବୁ ରଖିବା ନିମନ୍ତେ ଉଇକିମିଡ଼ିଆର ଅନ୍ୟ ଏକ ପ୍ରକଳ୍ପ ଉଇକି ଉତ୍ସ ଅଛି । ଏବେ ଓଡ଼ିଆ ଉଇକିଉତ୍ସର କାମ ଚାଲିଛି । ଯଦି ଆପଣଙ୍କ ବହି ପ୍ରକୃତରେ ମୁକ୍ତ ହୋଇଥାଏ ତେବେ ଆମେ ସେଠାରେ ରଖିପାରିବା । ଉଇକିଉତ୍ସରେ ବହିଟିକୁ ରଖିବା ନିମନ୍ତେ ଆପଣ ଉପରେ ଦିଆଯାଇଥିବା ଇମେଲ ଠିକଣାରେ ଆମ ସହ ଯୋଗାଯୋଗ କରନ୍ତୁ ।
ଆପଣ ଚାହିଁଲେ ମାନସିକ ରୋଗ ଓ ତା'ସହ ସମ୍ପର୍କିତ ଅନ୍ୟାନ୍ୟ ବିଷୟ ସବୁ ବାବଦରେ ମଧ୍ୟ ଓଡ଼ିଆ ଉଇକିପିଡ଼ିଆରେ ଲେଖିପାରିବେ । ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କ ଅବଦାନକୁ ଅପେକ୍ଷା କରି ରହୁଛୁ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୨:୨୦, ୨ ଅପ୍ରେଲ ୨୦୧୩ (UTC)

ଓଡିଆ ମତ୍ରା ଫଳା ରେ ତ୍ରୁତଟି[ସମ୍ପାଦନା]

ଭାଇ, ଓଡିଆ ମତ୍ରା ଫଳା ରେ ଗୋଟିଏ ତ୍ରୁଟି ଦେଖିଲି. ଏଥିରେ ଐ କାର ବାକି ରହି ଜାଇଛି. 122.252.231.12 ୦୬:୪୪, ୨୩ ମାର୍ଚ୍ଚ ୨୦୧୩ (UTC)

ଧନ୍ୟବାଦ ବନ୍ଧୁ, ସଂଶୋଧନ କରାଗଲା, ବର୍ତ୍ତମାନ ଓଡ଼ିଆରେ ଟାଇପ କରିବେ କେମିତି? ପୃଷ୍ଠାଟି ଦେଖନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୭:୩୨, ୨୪ ମାର୍ଚ୍ଚ ୨୦୧୩ (UTC)

ପୂର୍ଣ୍ଣଚ୍ଛେଦ[ସମ୍ପାଦନା]

undefined 117.239.20.3 ୦୯:୩୬, ୧୮ ଫେବ୍ରୁଆରୀ ୨୦୧୩ (UTC)

ପୂର୍ଣ୍ଣଚ୍ଛେଦ (।) କିପରି ଲେଖିବେ ଜାଣିବାକୁ ଚାହୁଁଛନ୍ତି ? ଓଡ଼ିଆ ଉଇକିପିଡ଼ିଆରେ ପ୍ରସଙ୍ଗ ଲେଖିବା ବେଳେ ପୂର୍ଣ୍ଣଚ୍ଛେଦ (।) ଲେଖିବା ନିମନ୍ତେ '(Shift + z)' ବା 'Z' ବ୍ୟବହାର କରନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୧୮, ୧୮ ଫେବ୍ରୁଆରୀ ୨୦୧୩ (UTC)

Kemiti Lekhibi Oriya[ସମ୍ପାଦନା]

undefined Abhimanyu Majhi (ମୋ ଆଲୋଚନା) ୧୩:୦୫, ୬ ନଭେମ୍ବର ୨୦୧୨ (UTC)

ପ୍ରତ୍ୟେକ ପୃଷ୍ଠାର ଉପର ଧାଡ଼ିରେ ପ୍ରଥମେ ଲେଖାଯାଇଥିବା Type in Odia (Press Ctrl+m) କୁ ଦବାଇ Enable (Ctrl-M)କୁ ଚୟନ କରନ୍ତୁ କିମ୍ବା ସିଧାସଳଖ (Ctrl ଓ m) keyboard button ଦବାଇ ଓଡ଼ିଆରେ ଲେଖିପାରିବେ । ଛବିଳ ସାହାଯ୍ୟ ନିମନ୍ତେ, ଚାଟସଭା ପୃଷ୍ଠାରେ ପ୍ରଥମ ପ୍ରଶ୍ନର ଉତ୍ତର ଦେଖନ୍ତୁ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୩:୪୩, ୬ ନଭେମ୍ବର ୨୦୧୨ (UTC)

ମୁ ଫଟ କିପରି ଲଗାଇବି ?[ସମ୍ପାଦନା]

ଫୋଟ କିପରି ଲଗେଇବି ? Amitbikram016 (ମୋ ଆଲୋଚନା) ୧୨:୩୧, ୨୯ ସେପ୍ଟେମ୍ବର ୨୦୧୨ (UTC)

ପ୍ରଥମେ ଆପଣଙ୍କ ପ୍ରସଙ୍ଗ ନିମନ୍ତେ ଏକ ଉପଯୁକ୍ତ ଛବି ଉଇକିମିଡ଼ିଆ କମନ୍ସରୁ ବାଛନ୍ତୁ । ତା ପରେ ଏହି ଛବି ଉପରେ କ୍ଲିକ କରନ୍ତୁ । ଉଇକିମିଡ଼ିଆ କମନ୍ସରେ, ପ୍ରତ୍ୟେକ ଛବି ଉପରେ ବା ଏକ ପାର୍ଶ୍ଵରେ ପାଞ୍ଚଟି ଲିଙ୍କ ଥାଏ । ସେଥିମଧ୍ୟରୁ ତୃତୀୟ ଲିଙ୍କ (ଯାହା ପୂର୍ବରୁ ଏକ W ଅକ୍ଷର ଲେଖା ଥିବ) Use this file କୁ କ୍ଳିକ କଲେ ଆପଣ ଛବିଟିକୁ ବ୍ୟବହାର କରିବାର ଠିକଣା, ଉଦାହରଣ ସ୍ଵରୂପ: [[File:Dola Mandap.jpg|thumb|Dola Mandap]] ପାଇବେ । ସେହି ଠିକଣାକୁ ପ୍ରସଙ୍ଗରେ ଲେଖିଲେ ପ୍ରସଙ୍ଗରେ ଛବିଟି ଦେଖାଯିବ ।
ପ୍ରସଙ୍ଗରେ ନିଜେ ଉଠାଇଥିବା ଛବିଟିଏ ବ୍ୟବହାର କରିବା ନିମନ୍ତେ, ପ୍ରଥମେ ଛବିଟିକୁ ଉଇକିମିଡ଼ିଆ କମନ୍ସରେ ଅପଲୋଡ଼ କରନ୍ତୁ । କମନ୍ସରେ ଛବି କିପରି ଅପଲୋଡ଼ କରିବେ ଜାଣିବା ନିମନ୍ତେ ଅପଲୋଡ଼ ଫର୍ମ ପୃଷ୍ଠାଟି ଦେଖନ୍ତୁ । ବୁଝିବାରେ କିଛି ଅସୁବିଧା ହେଲେ ପୁଣି ପଚାରନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୩:୩୬, ୨୯ ସେପ୍ଟେମ୍ବର ୨୦୧୨ (UTC)

ମୁ ଓଡିଆ ରେ କିପରି ଲେଖିବି?[ସମ୍ପାଦନା]

ମୁ ଓଡିଆ ରେ କିପରି ଲେଖିବି ? Swetapadma07 (ମୋ ଆଲୋଚନା) ୦୬:୩୪, ୨୮ ସେପ୍ଟେମ୍ବର ୨୦୧୨ (UTC)

ଓଡ଼ିଆରେ କିପରି ଲେଖିବେ ଜାଣିବା ନିମନ୍ତେ, ଚାଟସଭା ପୃଷ୍ଠାରେ ପ୍ରଥମ ପ୍ରଶ୍ନର ଉତ୍ତର ଦେଖନ୍ତୁ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୦୭, ୨୮ ସେପ୍ଟେମ୍ବର ୨୦୧୨ (UTC)

mu bramhi project odia re lekhibi kemiti ?[ସମ୍ପାଦନା]

mu bramhi project kemiti karibi 112.79.36.32 ୦୭:୩୮, ୧୮ ଅଗଷ୍ଟ ୨୦୧୨ (UTC)

ଓଡ଼ିଆ ଲିପିରେ ଆପଣ ଓଡ଼ିଆ ଉଇକିପିଡ଼ିଆ ଓ ଓଡ଼ିଆ ଭାଷାର ଅନ୍ୟାନ୍ୟ ଉଇକି ପ୍ରକଳ୍ପ ମାନଙ୍କରେ ଲେଖିପାରିବେ । ଯଦି ବ୍ରାହ୍ମୀ ଲିପିରେ ନୂଆ ପ୍ରକଳ୍ପ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଇନକ୍ୟୁବେଟର ସାହାଯ୍ୟ ପୃଷ୍ଠାଟି ଦେଖନ୍ତୁ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୭:୩୭, ୧୯ ଅଗଷ୍ଟ ୨୦୧୨ (UTC)

ଚାଟ ସଭା ରେ ପ୍ରତ୍ୟୁତ୍ତର କେମିତି ଦେବି ?[ସମ୍ପାଦନା]

ଭାଇ ଆପଣ "ଶିତିକଣ୍ଠ ଦାଶ: ଆଲୋଚନା" ପ୍ରୁଷ୍ଠା ରେ ଦେଇଥିବା ମତାମତ ର ଉତ୍ତର କିପରି ଦେବି ଜାଣିପାରୁ ନାହି । ସାହାଯ୍ୟ କରିବେକି ...... ଆଉ ଏକ କଥା ......... ମୁଁ wiki ପ୍ରୁଷ୍ଠାରେ ଫୋଟୋ କିପରି upload କରିବି ? ଭୁବନେଶ୍ଵରରେ ଆଉ କେବେ କାର୍ମଶାଳା ହବାରଅଛିକି ? ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୩:୫୧, ୧୨ ଜୁଲାଇ ୨୦୧୨ (UTC)

ଶିତିକଣ୍ଠ ଭାଇ, ସଦସ୍ୟ ଆଲୋଚନା:ଶିତିକଣ୍ଠ ଦାଶ କୁ ଯାଇ "ଏହାକୁ ବଦଳାନ୍ତୁରେ" କ୍ଲିକ କରି ଯେଉଁଠି ଆପଣଙ୍କୁ କିଛି ଲେଖାଯାଇଛି ତା ତଳେ : ଦିଅନ୍ତୁ ଆଉ ଉତ୍ତର ଦିଅନ୍ତୁ । ଚାଟସଭାରେ କିଛି ପଚାରିଲେ ପ୍ରଶ୍ନ ତଳେ : ଚିହ୍ନ ଦେଇ ଉତ୍ତର ଦେବାକୁ ପଡେ ଆଉ ଉତ୍ତର ଦେଇ ସାରିଲେ ଆଇକନରେ କ୍ଲିକ କରି ଲେଖାଟିକୁ ସାଇତି ଦେଲେ ନିଜର ସନ୍ତକ/ଦସ୍ତଖତ ଆପେଆପେ ଆସିଯାଏ ।
ଭୁବନେଶ୍ଵରରେ କିଛି ଦିନ ଭିତରେ ନୂଆ କର୍ମଶାଳାଟିଏ କରିବାର ଯୋଜନା ଅଛି, ଆମେ ନିଶ୍ଚିତ ତମକୁ ଏ ବାବଦରେ ଜଣାଇବୁ । odiawiki@gmail.com କୁ ମେଲଟିଏ ପଠାଇଦେଲେ ଇ-ମେଲରେ ମଧ୍ୟ ଜଣାଇବୁ ।

--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୫:୫୩, ୧୨ ଜୁଲାଇ ୨୦୧୨ (UTC)

ଛାଞ୍ଚ ସମ୍ପାଦନ ସମ୍ପର୍କରେ[ସମ୍ପାଦନା]

କୌଣସି ବିଷୟ ପାଇଁ ନୂଆ 'infobox' ଛାଞ୍ଚ କେମିତି ତିଆରି କରାଯିବ କହିବେ କି??? କିଛି ଛାଞ୍ଚ ଠିକ ଭାବେ କାମ କରୁନି । ଜିଲ୍ଲା ମାନଙ୍କରେ ଲାଗିଥିବା infobox ରେ ଜନସଂଖ୍ୟା ଲେଖିଲେ ଆସୁନି । ସଂକ୍ଷିପ୍ତ କରିବାପାଇଁ ଥିବା link ବି କାମ କରୁନି, ଆହୁରି ମଧ୍ୟ କିଛି କିଛି ଅସୁବିଧା ଅଛି । ଟିକେ ଦେଖିବେ । ବିଶୁଦ୍ଧାକ୍ଷ (ମୋ ଆଲୋଚନା) ୦୭:୦୬, ୧୨ ଜୁନ ୨୦୧୨ (UTC)

ଛାଞ୍ଚ ଆଗରୁ ଥିଲେ ତିଆରି କରିବା ଦରକାର ନାହିଁ । କିଛି ଭୁଲ (error/bug) ଥାଇପାରେ, ଶୀଘ୍ର ଠିକ କରିବା ପାଇଁ ଚେଷ୍ଟା କରିବୁ । ଧନ୍ୟବାଦ :-) -- ଅଂଶୁମାନ ତାର ଯୋଡ଼ିବେ? ୦୭:୧୭, ୧୨ ଜୁନ ୨୦୧୨ (UTC)
ଅବତାର ମହାପୁରୁଷ ତଥା ହିନ୍ଦୁ ଗୁରୁ (ଯଥା- ଶ୍ରୀ ରାମକୃଷ୍ଣ ପରମହଂସ, ସ୍ଵାମୀ ବିବେକାନନ୍ଦ) ମାନଙ୍କ ପାଇଁ କୌଣସି infoboxର ଛାଞ୍ଚ ଅଛି କି?? ଯଦି ନାହିଁ ତିଆରି କଲେ ଭଲହୁଅନ୍ତା । --ଧନ୍ୟବାଦ ବିଶୁଦ୍ଧାକ୍ଷ (ମୋ ଆଲୋଚନା) ୦୯:୧୫, ୧୨ ଜୁନ ୨୦୧୨ (UTC)
ଛାଞ୍ଚ:Infobox Hindu Leader ଅଛି, କିନ୍ତୁ ଅନୁବାଦ ହୋଇ ନଥିଲା । -- ଅଂଶୁମାନ ତାର ଯୋଡ଼ିବେ? ୧୩:୨୯, ୧୨ ଜୁନ ୨୦୧୨ (UTC)
ଛାଞ୍ଚ:Infobox religious leader ମଧ୍ୟ ବ୍ୟବହାର କରିପାରିବେ, ଅନ୍ୟ ଧର୍ମର ନେତା ହୋଇଥିଲେ । :-) -- ଅଂଶୁମାନ ତାର ଯୋଡ଼ିବେ? ୧୩:୪୦, ୧୨ ଜୁନ ୨୦୧୨ (UTC)

ଯୁକ୍ତାକ୍ଷର ଲେଖିବାବେଳେ ବନାନର ଉପଯୁକ୍ତ ପରିପ୍ରକାଶ ହେଉନି[ସମ୍ପାଦନା]

ମହାଶୟ, ଯେତେବେଳେ କୌଣସି ଯୁକ୍ତାକ୍ଷର ଲେଖାଯାଉଛି ତାହା ସଠିକ ଭାବରେ ପୃଷ୍ଠାରେ ପରିପ୍ରକାଶ ହେଉନାହି । ଉଦାହରଣ ସ୍ୱରୂପ : ମନ୍ଦିର, ମଣ୍ଡିତ, ପୂର୍ଣ୍ଣ, ଚର୍ଚ୍ଚିତ, କୀର୍ତ୍ତି ଇତ୍ୟାଦି ("ବନ୍ଦେ ଉତ୍କଳ ଜନନୀ' ପୃଷ୍ଠା ଦେଖାଯାଇପାରେ) | ମୋର ପଚାରିବାର କଥା ହେଉଛି ଯେ, ଏଥିରେ ଲେଖିବା ଶୈଳୀରେ କିଛି ଭୁଲ ଅଛି ନା ଏହା ସଫ୍ଟଓୟାରର ଅସୁବିଧା ? Bishupriyaparam (ମୋ ଆଲୋଚନା) ୦୯:୦୯, ୭ ଜୁନ ୨୦୧୨ (UTC)

ଆଦରର ବିଶୁଦ୍ଧାକ୍ଷ ବାବୁ, ଏହି ପ୍ରଶ୍ନଟି ପଚାରିଥିବାରୁ ଅନେକ ସାଧୁବାଦ, ଆପଣଙ୍କ ଆଗରୁ ଆହୁରି କେତେଜଣ ସମାନ ଅସୁବିଧାଟି ଭୋଗିଛନ୍ତି । ତେବେ ଏହାର ସମାଧାନ ହେଲେ ସଭା ଉପରେ ଯେଉଁ Select font ଅଛି ସେଥିରେ କ୍ଲିକ କରି Reset ରେ କ୍ଲିକ କରନ୍ତୁ, ଆଶା ଆପଣ ଉଇଣ୍ଡୋଜ ଏକ୍ସ.ପି.ର ପର ପିଢିର ଅପରେଟିଂ ସିଷ୍ଟମ (ଉଇଣ୍ଡୋଜ ଭିସ୍ତା ବା ୭ ବ୍ୟବହାର କରୁଛନ୍ତି ।)--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୦:୪୩, ୭ ଜୁନ ୨୦୧୨ (UTC)

ସୁଭାସିସ ବାବୁ, ଆପଣଙ୍କ ଉତ୍ତର ପାଇଁ ଧନ୍ୟବାଦ । ତେବେ Select fontReset ରେ କ୍ଲିକ କଲେ ବି ଏବଂ font ବଦଳାଇଲେ ବି ସବୁ ଠିକ ଆସୁନି | କିଛି ଶବ୍ଦ ଠିକ ହେଉଛି ତ ପୁଣି କିଛି ବିଗିଡି ଯାଉଛି | ଏହିପରି ଅନେକ ଯୁକ୍ତାକ୍ଷରରେ ଅସୁବିଧା ଅଛି । କେତେବେଳେ ଫଳା ଆସିବା ଯାଗାରେ ଅକ୍ଷର ତଳେ ଅକ୍ଷର ଆସୁଛି ତ କେତେବେଳେ ସନ୍ଧି-ବିଚ୍ଛେଦ ହୋଇ ଆସୁଛି । ମୁଁ windows vista ବ୍ୟବହାର କରେ । ଅନୁରୋଧ, ଏହାର କିଛି ସ୍ଥାୟୀ ସମାଧାନର ବ୍ୟବସ୍ଥା କରାଯାଉ । Bishupriyaparam (ମୋ ଆଲୋଚନା) ୧୦:୧୩, ୮ ଜୁନ ୨୦୧୨ (UTC)

ମୁଁ ସତରେ ବୁଝିପାରୁଛି କେମିତି ଅସୁବିଧାରେ ଆପଣ ପଡୁଥିବେ ଲେଖିଲା ବେଳେ, ଦୟାକରି ଏକ ସ୍କ୍ରିନ ସଟ ନେଇ odiawiki@gmail.com କୁ ପଠାଇବେ କି, ଆମେ ଟେକନିକାଲ ଲୋକଙ୍କୁ ଏ ଅସୁବିଧା ଜଣାଇଲେ ସେମାନେ କିଛି ଉପାୟ ବାହାର କରିପାରିବେ । ଆଉ ସେ ଅସୁବିଧାଟା ସମାଧାନ ନହେଲା ଯାଏଁ ସେଇ Select font -> Reset ହିଁ ଗୋଟାଏ ବାଟ, ହଁ Firefox ରେ ଟିକେ ଦେଖିଲେ, କାଳେ ଠିକରେ କାମ କରିବ, Firefox, Crome, Internet Explorer ଏ ତିନିଟା ଭିତରୁ କେଉଁ ଗୋଟାକରେ ଠିକରେ ଆସିବା କଥା ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୧:୪୪, ୭ ଜୁନ ୨୦୧୨ (UTC)

ଧନ୍ୟବାଦ । ହଁ, chrome ରେ ଠିକ ଆସୁଛି; ତେବେ font size ଖୁବ ଛୋଟ ଅଛି । ଟିକେ ଦେଖିବେ, କିଛିଟା ବଡ କଲେ ସୁବିଧା ହୁଅନ୍ତା । explorer ଆଉ firefox ଦୁଇଟାଯାକରେ ଭୁଲ ଆସୁଛି । ଯେମିତି ସବୁଥିରେ ଠିକ ଆସିବ ସେଥିପାଇଁ ପଦକ୍ଷେପ ନେବାକୁ ଅନୁରୋଧ । Bishupriyaparam (ମୋ ଆଲୋଚନା) ୧୦:୧୩, ୮ ଜୁନ ୨୦୧୨ (UTC)

ଭାଇ, ଦୟାକରି ଭୁଲ ଆସୁଥିବା ସେ Windowର ଗୋଟେ ସ୍କ୍ରିନ ସଟ ନେଇ odiawiki@gmail.comକୁ ପଠାଇବେ, Ctl + (କଣ୍ଟ୍ରୋଲ ସୁଇଚ ପରେ + ଚିହ୍ନ) ଦବାଇ ଫଣ୍ଟ ଆକାର ବଢାଇ ହେବ, ତେବେ ଏଇଟା ଭଲ ଓଡ଼ିଆ ଫଣ୍ଟର ଅଭାବରୁ ଘଟୁଛି, କିଛି ନୂଆ ଓପନ ସୋର୍ସ ଫଣ୍ଟ ଆଇଲେ ସୁଫଳ ମିଳିବ, ସେତେ ଯାଏଁ ଏଇ ଅସୁବିଧାଟା ଖାଲି ଆପଣଙ୍କୁ ନୁହେଁ ସଭିଙ୍କୁ ହେବ । ତଥାପି ଯଦି କିଛି ବାଟ ବାହାର କରାଯାଇପାରେ ତାହେଲେ ଦେଖିବୁ ନିଶ୍ଚେ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୩:୨୮, ୭ ଜୁନ ୨୦୧୨ (UTC)

ଇଂରାଜୀ ଲିଙ୍କ[ସମ୍ପାଦନା]

ପ୍ରସଙ୍ଗର ସବୁଠୁ ଉପରେ ଯେଉଁ ଇଂରାଜୀ ଲିଙ୍କ ଦେଖାଯାଉଛି , ମୁଁ ସେଇଟିକୁ କିପରି ଏଣ୍ଟ୍ରି କରିବି ?--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୭:୪୯, ୨୫ ଜୁଲାଇ ୨୦୧୨ (UTC)

ଭାଇ, ସର୍ବପ୍ରଥମେ ଆପଣ ଯେଉଁ ପ୍ରସଙ୍ଗ ପାଇଁ ଲେଖୁଛନ୍ତି, ତାହାର ଏକ ଇଂରାଜୀ ପୃଷ୍ଠା ତିଆରି କରନ୍ତୁ, ଏହା ବିଲକୁଲ ନୂଆ ଓଡିଆ ପୃଷ୍ଠା ତିଆରି କରିବାର ପଦ୍ଧତି ସଙ୍ଗେ ସମାନ । ସେ ଇଂରାଜୀ ପ୍ରସଙ୍ଗଟି ତିଆରି ହେଇଗଲା ପରେ, ସମ୍ପାଦନ ପୃଷ୍ଠାରେ ଯାଇ, "ପୁନପ୍ରେରଣ" ଉପରେ କ୍ଲିକ କରନ୍ତୁ ଏବଂ ମୂଳ ଓଡିଆ ପ୍ରସଙ୍ଗର ନାମ ଖଞ୍ଜି ଦେଇ ସାଇତି ଦିଅନ୍ତୁ । ବର୍ତ୍ତମାନ, ମୂଳ ଓଡିଆ ପୃଷ୍ଠାକୁ ଯାଇ, "ଏହାକୁ ବଦଳାନ୍ତୁ" ଉପରେ କ୍ଲିକ କରି ସର୍ବପ୍ରଥମେ {{ }} ଭିତରେ ଛୋଟ|ଇଂରାଜୀ ପୃଷ୍ଠାର ନାମ ଖଞ୍ଜିଦେଇ ସାଇତି ନିଅନ୍ତୁ ।
ଉଦାହରଣ ସ୍ଵରୂପ, ଆପଣ "ଆମ୍ବ" ନାମରେ ଏକ ନୂଆ ପ୍ରସଙ୍ଗ ତିଆରି କଲେ । ବର୍ତ୍ତମାନ "ଆମ୍ବ"ର ଏକ ଇଂରାଜୀ ପୃଷ୍ଠା ଖୋଜନ୍ତୁ, କିନ୍ତୁ ଟାଇପ କରନ୍ତୁ Mango, ଯଦି ପୃଷ୍ଠାଟି ନାହିଁ ତା'ହେଲେ ନୂଆ ତିଆରି କରନ୍ତୁ ଏବଂ "ପୁନପ୍ରେରଣ" ଉପରେ କ୍ଲିକ କରି "ଆମ୍ବ"ର ନାମ ଦେଇ ସାଇତି ଦିଅନ୍ତୁ । ବର୍ତ୍ତମାନ ଆମ୍ବ ପୃଷ୍ଠାକୁ ଫେରିଆସି ସର୍ବୋପରେ ଥିବା "ଏହାକୁ ବଦଳାନ୍ତୁ"ରେ କ୍ଲିକ କରି ସର୍ବପ୍ରଥମ ଧାଡିରେ {{ }} ଭିତରେ ଛୋଟ|Mango ବୋଲି ଲେଖି ସାଇତି ଦିଅନ୍ତୁ । କିଛି ପ୍ରସଙ୍ଗର ମୂଳଲେଖା ହୁଏତ ଆପଣଙ୍କୁ ସାହାଯ୍ୟ କରିପାରିବ, ଯେମିତିକି ମ୍ୟାଲେରିଆ, ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଇତ୍ୟାଦି । ‎

"ଛୋଟ|ଇଂରାଜୀ ପୃଷ୍ଠାର ନାମ" ଏଠାରେ "ଛୋଟ" ବଦଳରେ ଆପଣ "prettyurl" ମଧ୍ୟ ଲେଖି ପାରିବେ । --ManXiii (ମୋ ଆଲୋଚନା) ୨୦:୧୭, ୨୫ ଜୁଲାଇ ୨୦୧୨ (UTC)


- ହଁ ଏହିପରି କରିବାରୁ ହେଇଗଲା । ଧନ୍ୟବାଦ ଭାଇ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୨:୪୯, ୨୮ ଜୁଲାଇ ୨୦୧୨ (UTC)


ପୁନପ୍ରେରଣ ସମ୍ପର୍କରେ ଆଉ ଏକ ପ୍ରଶ୍ନ[ସମ୍ପାଦନା]

ମୁଁ ସେଟ୍ ତତ୍ଵ ପ୍ରସଙ୍ଗଟି ଆଗରୁ ଲେଖିଥିଲି । (ପ୍ରସଙ୍ଗଟି ଆବଶ୍ୟ ସମ୍ପୂର୍ଣ ହୋଇନାହିଁ ।) ପରେ ଯେତେବେଳେ ମୁଁ ଏହି ପୃଷ୍ଠଟି ଖୋଜିଲି ପାଇଲି ନାହିଁ , କାରଣ ମୁଁ 'ଟ' ପରେ ( ୍ ) ହଳନ୍ତ ଛାଡିଯାଇଥିଲି । ତେଣୁ ମୁଁ ଏହି ସେଟ ତତ୍ଵ ପ୍ରସଙ୍ଗଟିକୁ Redirect କଲି ମୂଳ ସେଟ୍ ତତ୍ଵ ପ୍ରସଙ୍ଗକୁ । ପରେ ପରେ ଆଉ ଦୁଇଟି ପ୍ରୁଷ୍ଠା ସେଟ ତତ୍ତ୍ଵସେଟ୍ ତତ୍ତ୍ଵ କୁ ମଧ୍ୟ Redirect କରିବାକୁପଡିଲା । ତେବେ ମୁଁ ଜାଣିବାକୁ ଚାହୁଁଛି କଣ ଏ ସବୁକୁ ଗୋଟିଏ ଜାଗାରେ ଲେଖି ହେବନାହିଁ ? ମାନେ ଗୋଟିଏ ପୃଷ୍ଠାରେ ଅନ୍ୟ possible search entry କୁ redirect କରିହେବକି ? କିମ୍ବା ଏହାର ଅନ୍ୟ କିଛି ବିକଳ୍ପ ଅଛିକି ? --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୨୩:୦୬, ୨୬ ଜୁଲାଇ ୨୦୧୨ (UTC)

ଏସବୁ ତିଆରି ବେଳେ ଥରେ ସମ୍ପାଦକଙ୍କୁ କରିବାକୁ ପଡିବ (ଯେମିତି ତମେ କଲ), possible search entry କୁ redirect କରିବାଟା ଆପେ ଆପେ ହେବ ନାହିଁ । ତେବେ ସେଟ ତତ୍ତ୍ଵ ବନାନଟି ଠିକ ହେବ ଆଉ ସେଟ ତତ୍ଵସେଟ ତତ୍ଵ ଦୁଇଟିଯାକ ସେଟ ତତ୍ତ୍ଵକୁ ପୁନପ୍ରେରିତ ହେବେ, ତେଣୁ ତମେ ଯେମିତି କରିଛ ସେଇଟି ଠିକ ପଦ୍ଧତି ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୫:୫୨, ୨୯ ଜୁଲାଇ ୨୦୧୨ (UTC)

- ଧନ୍ୟବାଦ ଭାଇ --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୨୦:୪୮, ୨୯ ଜୁଲାଇ ୨୦୧୨ (UTC)

ନିମ୍ନ୍ କଟୀ ଶୂଳ[ସମ୍ପାଦନା]

ମୁଁ ଏହି ବିଷୟଟିର ଅନୁବାଦ ଲେଖୁଛି । ଏହି ବିଷୟର ଶିରୋନାମାଟି ମୋତେ ଠିକ୍ ଲାଗୁନାହିଁ । ଇଂରାଜୀରେ low back ache ଲେଖାଯାଏ । Back ଶବ୍ଦର ଅର୍ଥ ପିଠି, କିନ୍ତୁ କଟୀ ନୁହେଁ । Low backର ଆକ୍ଷରିକ ଅର୍ଥ ନିମ୍ନ ପ୍ରୁଷ୍ଠ । ଏହାକୁ ଆମେ ଅଣ୍ଟା ବା କଟି କହିଲେ ଠିକ୍ ହେବ । ଓଡିଆରେ ଶୂଳର ଅର୍ଥ ତୀବ୍ର ବେଦନା, ସାଧାରଣତଃ ଗର୍ଭ ବେଦନା ଅର୍ଥରେ ବ୍ୟବହାର କରାଯାଏ । Low back acheରେ ସାଧାରଣ ଓ ମଧ୍ୟମ ଧରଣର ଯନ୍ତ୍ରଣାକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଏ । ଏଣୁ ଏହାର ନାମ ବଦଳାଇ କଟି ଯନ୍ତ୍ରଣା ବା କଟି ବେଦନା/ପୀଡା ଲେଖିଲେ ଭଲ ହେବ । ଇତି। ସୁବାସ ଚନ୍ଦ୍ର ରାଉତ

ନିମ୍ନ କଟୀ ଶୂଳ‎‎ ପୃଷ୍ଠାଟିର ନାମ କଟି ଯନ୍ତ୍ରଣା କୁ ଘୁଞ୍ଚାଇ ଏହାକୁ ଠିକ କରିଯାଇ ପାରିବ । ଏହାଦ୍ଵାରା ସଂକଳନ (ସମ୍ପାଦନ ଇତିହାସ) ସବୁ ମଧ୍ୟ ସୁରକ୍ଷିତ ରହିବ । ନିମ୍ନ କଟୀ ଶୂଳ‎‎ ପୃଷ୍ଠାଟିର ଡାହାଣ ପଟ ଉପରେ, ଖୋଜିବା ଜାଗା ପୂର୍ବରୁ ଥିବା ଘୁଞ୍ଚାଇବେ କୁ ଚୟନ କରନ୍ତୁ କିମ୍ବା (alt+shift+m) ଦବାଇ ଆପଣ ନିଜେ ପୃଷ୍ଠାଟିର ନାଁ ବଦଳାଇ ପାରିବେ ! ନିଜେ ଚେଷ୍ଟା କରି ଦେଖନ୍ତୁ, ଅସୁବିଧା ହେଲେ ଜଣାଇବେ...
କୌଣସି ଉଇକିପିଡ଼ିଆ ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ମନ୍ତବ୍ୟ ପରେ ନିଜ ନାମ ନ ଲେଖି ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ସେଠାରେ ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୪:୧୧, ୧୯ ଅଗଷ୍ଟ ୨୦୧୨ (UTC)

ସୁରେନ୍ଦ୍ର ମହାନ୍ତିଙ୍କ ଫୋଟୋ[ସମ୍ପାଦନା]

ଭାଇ ମୁଁ ସୁରେନ୍ଦ୍ର ମହାନ୍ତିଙ୍କ ଏକ ଫୋଟୋ upload କରିଥିଲି wikimedia commons ରେ କିନ୍ତୁ ସେମାନେ ଏହାକୁ copy right issue ଦର୍ଶାଇ delete କରିଦେଲେ । ତେବେ କଣ କାଲେ ସେ ଫୋଟୋ upload କରିହବ । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୭:୩୪, ୨୬ ଅଗଷ୍ଟ ୨୦୧୨ (UTC)

ଆପଣ ଅପଲୋଡ଼ କରିଥିବା ଛବିଟିର ସତ୍ତ୍ଵାଧିକାରୀ ଆପଣ ନିଜେ ବୋଲି ପ୍ରମାଣିତ କରିବାରେ ବିଫଳ ହୋଇଛନ୍ତି, ତେଣୁ ତାହାକୁ ଲିଭାଇ ଦିଆଯାଇଛି । ଛବିଟିକୁ ଲିଭାଇବା ପୂର୍ବରୁ ଆପଣଙ୍କୁ ସୂଚନା (ଛବିଟି ଲିଭାଇ ଦିଆଯିବ) ଦିଆଯାଇଥିଲା, ଆପଣ ତାହାର ଉତ୍ତର ଦେଇ ନ ଥିଲେ :(
ଅନ୍ୟ କାହାର (ଯେପରିକି କୌଣସି ୱେବସାଇଟ/ ପ୍ରକାଶକ/ ବ୍ୟକ୍ତିଙ୍କ) ସତ୍ତ୍ଵାଧିକାରରେ ଥିବା ଛବିଗୁଡ଼ିକୁ କମନ୍ସରେ ରଖାଯାଏ ନାହିଁ । ସତ୍ତ୍ଵାଧିକାର (copy right) ବାବଦରେ ଅଧିକ ଜାଣିବା ନିମନ୍ତେ ଭାରତରେ ପ୍ରଚଳିତ ସତ୍ତ୍ଵାଧିକାର ନିୟମ ପୃଷ୍ଠାଟି ଦେଖନ୍ତୁ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୨:୧୨, ୨୮ ଅଗଷ୍ଟ ୨୦୧୨ (UTC)

ଭାଇ ମୁଁ wiki commons ରେ ଥିବା My Talk page ବହୁ ଦିନ ହେଲା ଦେଖିନଥିଲି । ଦିନେ email ଖୋଲିଲା ବେଳକୁ ନଜର ପଡିଲା । ତେଣୁ କିଛି ଉତ୍ତର ଦେଇପାରିନଥିଲି । ଯଦି ମୁଁ କିଛି Image କୁ download କରି wiki ରେ upload କଲି ସେ ସବୁ କଣ ଏମିତି delete ହେଇଯିବ ? --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୯:୩୭, ୨୮ ଅଗଷ୍ଟ ୨୦୧୨ (UTC)

ସବୁ ଡାଉନଲୋଡ଼ କରି ଅପଲୋଡ଼ ହୋଇଥିବା ଛବି ଲିଭାଯାଏ ନାହିଁ । କମନ୍ସରେ କେବଳ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଅନୁମତି ଥିବା ଛବି ରଖାଯାଏ । ଫ୍ଲିକରରୁ କମନ୍ସ ଉପଯୋଗି ଛବି ଖୋଜିବା ନିମନ୍ତେ ମୁକ୍ତ ଛବି ଖୋଜିବା ଓ ଆଉ ଏକ ଉପଯୋଗି ପୃଷ୍ଠା ଫ୍ଲିକରର ଛବି ବାବଦରେ ଦେଖନ୍ତୁ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୩୨, ୨୯ ଅଗଷ୍ଟ ୨୦୧୨ (UTC)

- ମୁଁ ଏବେ ଆଉ ଏକ ଫୋଟୋ upload କଲି । କଣ ଏଇଟା ଠିକ ଅଛି ? ସୁରେନ୍ଦ୍ର ମହାନ୍ତିଙ୍କ ଆଉ ଏକ ଫୋଟୋ ସେଠି copyright status ଦେବାପାଇଁ କୁହାଯାଇଛି । ସେଇଟା କେମିତି ଦେବି ?--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୯:୩୭, ୨୮ ଅଗଷ୍ଟ ୨୦୧୨ (UTC)

ବର୍ତ୍ତମାନ ଯେଉଁ ଛବିଟି (ସୁରେନ୍ଦ୍ର ମହାନ୍ତି) ଅପଲୋଡ଼ କରିଛ ତାହା ନିଶ୍ଚିତ ଭାବେ ଲିଭାଇ ଦିଆଯିବ, କାରଣ: ଛବିଟିର ମୂଳସ୍ରୋତରେ License: All Rights Reserved ସ୍ପଷ୍ଟଭାବେ ଲେଖାଯାଇଛି ତାହା ଅର୍ଥ ଏହାକୁ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଏହାର ପ୍ରକୃତ ସତ୍ତ୍ଵାଧିକାରୀ (ଆଶିଷ ଗଡ଼ନାୟକ ହୋଇଥାଇପାରନ୍ତି) ଅନୁମତି ଦେଇ ନାହାନ୍ତି । ବର୍ତ୍ତମାନ ସ୍ଥିତିରେ ଏହାକୁ ସମସ୍ତେ ଦେଖିପାରିବେ କିନ୍ତୁ ପୁଣିଥରେ ବ୍ୟବହାର କରିପାରିବେନି । ଯେହେତୁ ଛବିଟିର ସତ୍ତ୍ଵାଧିକାର ତୁମ ପାଖରେ ନାହିଁ ତୁମେ କେବଳ ଛବିଟିର ସତ୍ତ୍ଵାଧିକାରୀଙ୍କୁ ଛବିର ସତ୍ତ୍ଵାଧିକାର ବଦଳ କରିବା ନିମନ୍ତେ ଅନୁରୋଧ କରିପାରିବ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୩୮, ୨୯ ଅଗଷ୍ଟ ୨୦୧୨ (UTC)

ମୁଁ ଫୋଟୋ ତଳେ ଏକ କମେନ୍ଟ ଦେଇଛି ଓ ଆଶିଷ ଗଡନାୟକଙ୍କ ପାଖକୁ ଏକ ଇମେଲ ମଧ୍ୟ ପଠାଇ ଦେଇଛି । ଦୁଃଖର ବିଷୟଯେ ଇଣ୍ଟର୍ନେଟରେ ସୁରେନ୍ଦ୍ର ମହାନ୍ତିଙ୍କ ର ଗୋଟାଏବି ଭଲ ଫୋଟୋ ମିଳୁନାହିଁ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୮:୩୪, ୨୯ ଅଗଷ୍ଟ ୨୦୧୨ (UTC)

ଠିକ ପଦକ୍ଷେପ ନେଇଛ, ସେ ଉତ୍ତର ଦେବାପରେ ଯାହା କିଛି...
ସତ୍ତ୍ଵସଂରକ୍ଷିତ ଥିବା ଭଲ ଛବି ଇଣ୍ଟରନେଟରେ ଥିଲେ ମଧ୍ୟ ତାହା ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଉଇକିମିଡ଼ିଆ କମନ୍ସକୁ ସ୍ଥାନାନ୍ତର କରାଯାଇ ପାରିବନି । ଏହାକୁ ତୁମେ 'ସମୁଦ୍ରର ଲୁଣିପାଣି ସମୁଦ୍ର ମଝିରେ ଥିବା ନାଉରିଆର ଶୋଷ ମେଣ୍ଟାଇପାରେନି' ସହ ତୁଳନା କରିପାର । ଆଉ ଅଧିକ ବିସ୍ତାର କରୁନି ବୁଝିପାରୁଥିବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୩୬, ୩୦ ଅଗଷ୍ଟ ୨୦୧୨ (UTC)

- ମତେ ଲାଗୁନି ସେ କିଛି Reply ଦେବେ ଏତେ ଶୀଘ୍ର । ମୁଁ ଆଉ ଏକ କଥା ଚିନ୍ତା କରୁଥିଲି , ଯଦି ସେହି ଫୋଟୋଟିକୁ ମୁଁ ନିଜେ Flickr ରେ upload କରି ତା'ପରେ Commons ରେ Upload କଲେ ଚଳିବ ?--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୯:୧୭, ୨୯ ଅଗଷ୍ଟ ୨୦୧୨ (UTC)

ସେ ଉତ୍ତର ନଦେବା ପର୍ଯ୍ୟନ୍ତ ଉଇକିପିଡ଼ିଆର ପ୍ରସଙ୍ଗ ଗୁଡ଼ିକରେ ଅଧିକ ତଥ୍ୟ (ଲେଖା) ଯୋଡ଼ିବାକୁ ଚେଷ୍ଟା କରିବା ଉଚିତ ହେବ ।
ଛବିଟିକୁ ପ୍ରଥମେ ଫ୍ଲିକରରେ ଅପଲୋଡ଼ କରି ତା'ପରେ କମନ୍ସରେ ଅପଲୋଡ଼ କଲେ ଦୁଇ ଥର ଭୁଲ କରିବ । ଏହା ଅନ୍ୟକାହାର ଗାଡ଼ି ଚୋରାଇ (ପ୍ରଥମ ଭୁଲ: ଚୋରି କରିବା) ଚିକିତ୍ସାଳୟକୁ ଦାନ କରିବା (ଦ୍ଵିତୀୟ ଭୁଲ: ଅନ୍ୟର ଜିନିଷକୁ ନିଜର କହି ଦାନକରିବା) ସହ ତୁଳନୀୟ ହେବ । ଯେକୌଣସି ସ୍ଥାନରେ ଅପଲୋଡ଼ କଲେ ମଧ୍ୟ ସେହି ଛବିଟିର ମୁଳ ସତ୍ତ୍ଵାଧିକାରୀଙ୍କ (ଆଶିଷ ଗଡ଼ନାୟକ ହୋଇଥାଇପାରନ୍ତି) ମାଲିକାନା/ଅଧିକାରକୁ କେହି ବଦଳାଇ ପାରିବେ ନାହିଁ, ଯେପର୍ଯ୍ୟନ୍ତ ସେ ନିଜ ଇଚ୍ଛାରେ ଏହାକୁ ହସ୍ତାନର ନ କରିଛନ୍ତି । ବିଳମ୍ବରେ ହେଲେ ମଧ୍ୟ ଲୋକଲୋଚନକୁ ଆସିବ ଓ ସମସ୍ତେ ଜାଣିବେ । ଯେପରି ଆମ ଗାଡ଼ି ଚୋରି ହୋଇ ଅନ୍ୟ ସ୍ଥାନରେ ବିକ୍ରି ହୋଇଯାଇଥିଲେ ମଧ୍ୟ ତାହାର ମାଲିକାନା ଆମ ପାଖରେ ହିଁ ଥାଏ, ଚୋର ପାଖକୁ ସ୍ଥାନାନ୍ତର ହୁଏନାହିଁ । ଯଦି କେବେ ତାହା ଧରାପଡେ ଆମେ ପୁଣି ନିଜ ଗାଡ଼ି ଫେରିପାଉ । କିନ୍ତୁ ଆମେ ଚାହିଁଲେ ଆମ ଗାଡ଼ିଟିକୁ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ କୌଣସି ଚିକିତ୍ସାଳୟ ବା ଅନୁଷ୍ଠାନକୁ ସ୍ଵଇଚ୍ଛାରେ ଦାନ କରିପାରିବା, ଏପରି କରିବା ଦ୍ଵାରା ଆମେ ଗାଡ଼ିଟିର ମାଲିକାନା ହସ୍ତାନ୍ତର କରି, ସେହି ଗାଡ଼ିଟି ଅନେକ ଲୋକଙ୍କ ଉପକାରରେ ଆସିବା ଭଳି ବ୍ୟବସ୍ଥା କରିପାରିବା । ଠିକ ସେହି ଭଳି ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଦାନ କରାଯାଇଥିବା ଛବି ଓ ଅନ୍ୟ ମିଡ଼ିଆ ଗୁଡ଼ିକ କେବଳ ଉଇକିମିଡ଼ିଆ କମନ୍ସରେ ରଖି ବାକିସବୁ ଲିଭାଇ ଦିଆଯାଏ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୫୦, ୩୦ ଅଗଷ୍ଟ ୨୦୧୨ (UTC)

ହାଃ ... ହାଃ ..... ଆପଣ ଠିକ୍ କଥା କହିଛନ୍ତି ଭାଇ । ବର୍ତମାନ , ସେ କିଛି ଉତ୍ତର ନ ଦେବା ପର୍ଯ୍ୟନ୍ତ, ତଥ୍ୟ ଉନ୍ନତି ଦିଗରେ ଧ୍ୟାନ ଦିଆଯିବା ହିଁ ଠିକ୍ ହବ । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୮:୩୯, ୩୦ ଅଗଷ୍ଟ ୨୦୧୨ (UTC)

Article Merging[ସମ୍ପାଦନା]

ଗୋଟିଏ ପ୍ରସଙ୍ଗ ସମ୍ପର୍କିତ ଦୁଇଟି ପ୍ରସଙ୍ଗ ରହିଲେ କିଛି ଅସୁବିଧା ଅଛିକି ? ଥୋମାସ ଆଲଭା ଏଡିସନଥୋମାସ ଏଡିସନ ଦୁଇଟି ପ୍ରସଙ୍ଗ ରହିଛି । ମୁଁ ଭାବୁଛି ଦୁଇଟି ପ୍ରସଙ୍ଗର ଭଲ ଭାଗ କୁ ମିଶାଇ ଗୋଟିଏହିଁ ପ୍ରସଙ୍ଗ ଗଢାଯାଇ ପାରିବ । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୦୭:୫୧, ୯ ସେପ୍ଟେମ୍ବର ୨୦୧୨ (UTC)

ଦୁଇଟି ମଧ୍ୟରୁ ଗୋଟିଏ ପ୍ରସଙ୍ଗ ହିଁ ରହିବ, ଅନ୍ୟଟିକୁ ମୁଳ ପ୍ରସଙ୍ଗକୁ ଲେଉଟାଇଦିଆଯିବ । ଥୋମାସ ଆଲଭା ଏଡିସନ ପ୍ରସଙ୍ଗଟି ପ୍ରଥମେ ତିଆରି କରାଯାଇଥିବାରୁ ସେହି ପ୍ରସଙ୍ଗଟିକୁ ରଖାଯିବା ଉଚିତ ହେବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୮:୧୫, ୯ ସେପ୍ଟେମ୍ବର ୨୦୧୨ (UTC)

ଥୋମାସ ଆଲଭା ଏଡିସନର କିଛି ଭାଗ ଯେପରିକି infobox ଓ external link, entry କରିବା ପରେ ଥୋମାସ ଏଡିସନକୁ ସେହି ପ୍ରୁଷ୍ଠାକୁ ଘୁଞ୍ଚେଇ ଦେବେ । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୦୮:୩୦, ୯ ସେପ୍ଟେମ୍ବର ୨୦୧୨ (UTC)

ହେଇଗଲା --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୦୯:୨୦, ୯ ସେପ୍ଟେମ୍ବର ୨୦୧୨ (UTC)

infobox ବିଷୟରେ[ସମ୍ପାଦନା]

ମୁଁ ଯଦି କିଛି extra ବିଷୟ add କରୁଛି infobox ରେ ତେବେ ତାହା ଦେଖା ଯାଉନାହିଁ କାହିଁକି ? ମୁଁ ଅଭିନବ ଗଣିତ ବିଚିତ୍ରା ପୃଷ୍ଠାରେ ମୁଦ୍ରଣ ଓ ବିତରକ ସମ୍ପର୍କିତ କିଛି ତଥ୍ୟ ଦେବାକୁ ଚାହୁଁଛି, କଣ କରିବି ?--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୯:୪୫, ୧୧ ସେପ୍ଟେମ୍ବର ୨୦୧୨ (UTC)

ତଥ୍ୟପେଟି (ଇନ୍ଫୋବକ୍ସ) ଗୁଡ଼ିକ ସବୁ ଭାଷା ନିମନ୍ତେ ସମାନ ହୋଇଥାଏ । ଇଂରାଜୀ ଉଇକିପିଡ଼ିଆର କୌଣସି ପ୍ରସଙ୍ଗରେ ମୁଦ୍ରଣ ଓ ବିତରକ ସମ୍ପର୍କିତ ତଥ୍ୟ ଦିଆଯାଇଥିଲେ, ସେହି ପ୍ରସଙ୍ଗରେ ବ୍ୟବହୃତ ହୋଇଥିବା ତଥ୍ୟପେଟିକୁ ବ୍ୟବହାର କରି ଓଡ଼ିଆ ଉଇକିପିଡ଼ିଆରେ ମଧ୍ୟ ଏହା କରିହେବ । ବର୍ତ୍ତମାନ ବିକଳ୍ପ ରୂପେ ପ୍ରସଙ୍ଗରେ ହିଁ ଏ ବାବଦରେ ଲେଖିପାର । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୨:୦୪, ୧୨ ସେପ୍ଟେମ୍ବର ୨୦୧୨ (UTC)

ଠିକ୍ ଅଛି ଭାଇ , ସେଇଆ କରିବି । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୬:୨୮, ୧୨ ସେପ୍ଟେମ୍ବର ୨୦୧୨ (UTC)

wiki commons problem[ସମ୍ପାଦନା]

ଭାଇ ମୁଁ ନିଜେ ଉଠେଇଥିବା ଫୋଟୋ କଣ copyright ଅସୁବିଧା କରିବ ? କାରଣ କମନ୍ସରେ ମୋ talk page ରେ ସେମାନେ ନୀଳଶୈଳଗଣିତ ବିଚିତ୍ରାର ଫୋଟୋ delete କରିଦେବେ ଲେଖିଛନ୍ତି । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୨୦:୨୩, ୧୧ ସେପ୍ଟେମ୍ବର ୨୦୧୨ (UTC)

କମନ୍ସରେ ତୁମ ଆଲୋଚନା ପୃଷ୍ଠାରେ ଯେଉଁ କାରଣ ଦିଆଯାଇଛି ତାହା ହେଲା: Book covers, unless they are very old, usually carry copyright-protected designs, and photographs of them may not normally be uploaded to Commons. The fact that you are the physical owner of a book does not mean that you are authorised to replicate the cover design by uploading a copy to Commons. An exception are few book covers which are simple enough to not exceed the Threshold of originality. ଅର୍ଥାତ ଆମ ପାଖରେ ଥିବା ବହିଗୁଡ଼ିକର ଭିତର ପୃଷ୍ଠା କିମ୍ବା ମଲାଟର ଚିତ୍ର (ଅତି ପୁରୁଣା ହୋଇ ନ ଥିଲେ), ଆମେ ସର୍ବସାଧାରଣଙ୍କ ଦ୍ଵାରା ବ୍ୟବହାର ନିମନ୍ତେ କମନ୍ସରେ ଅପଲୋଡ଼ କଲେ ପ୍ରଚଳିତ ନିୟମ ଅନୁସାରେ ରଖାଯାଏ ନାହିଁ । ଏ ନିୟମ ସମ୍ବନ୍ଧୀୟ କମନ୍ସର ପୃଷ୍ଠାଟି ହେଲା: Copyright rules by subject matter । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୪୨, ୧୨ ସେପ୍ଟେମ୍ବର ୨୦୧୨ (UTC)

ଆଚ୍ଛା ଭାଇ ଫୋଟ ଏଣ୍ଟ୍ରି ନହେଲେ ନାହିଁ , ଲୋଗୋ ଏଣ୍ଟ୍ରି କରିବାରେ କିଛି ଅସୁବଧା ଅଛି ? --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୬:୩୪, ୧୨ ସେପ୍ଟେମ୍ବର ୨୦୧୨ (UTC)

ଲୋଗୋଟିକୁ କମନ୍ସରେ ଅପଲୋଡ଼ ନ କରି ଓଡ଼ିଆ ଉଇକିପିଡ଼ିଆରେ ଅପଲୋଡ କରିବା ଉଚିତ ହେବ । ଲୋଗୋ ସମ୍ବନ୍ଧୀୟ କେତୋଟି ଦରକାରୀ ପୃଷ୍ଠା: Fair useTrademarks and logos । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୮:୦୪, ୧୨ ସେପ୍ଟେମ୍ବର ୨୦୧୨ (UTC)

ଭାଇ inheritance of loss ର କଭର ଟିକିଏ ଦେଖିବେ । ଭରତରେ ଏମିତି ହବନି ? --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୮:୨୧, ୧୨ ସେପ୍ଟେମ୍ବର ୨୦୧୨ (UTC)

ହୋଇପାରିବ, Non-free use rationale guideline ପୃଷ୍ଠାଟି ଦେଖ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୮:୩୧, ୧୨ ସେପ୍ଟେମ୍ବର ୨୦୧୨ (UTC)

ଠିକ ଅଛି ମୁଁ ଏହାକୁ ପଢିସାରେ , ଚେଷ୍ଟା କରିବି । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୯:୧୦, ୧୪ ସେପ୍ଟେମ୍ବର ୨୦୧୨ (UTC)

ରଙ୍ଗୀନ୍ ଅକ୍ଷର[ସମ୍ପାଦନା]

ଅକ୍ଷର ଗୁଡିକର ରଙ୍ଗ ବଦଳେଇବା ପାଇଁ ଯେଉଁ କଲର କୋଡ ବ୍ୟବହାର କରାଯାଏ , ତାହାର କିଛି ତାଲିକା ଅଛି କି ?--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୨୦:୧୧, ୧୭ ସେପ୍ଟେମ୍ବର ୨୦୧୨ (UTC)

ନିଶ୍ଚିତ ଭାବରେ ଅଛି, ଏହି ରଙ୍ଗ ଗୁଡ଼ିକର ତାଲିକା ପୃଷ୍ଠାଟି ଦେଖ । ରଙ୍ଗ ବାବଦରେ ଆଉ ଏକ ଦରକାରୀ ପୃଷ୍ଠା: ରଙ୍ଗର ବ୍ୟବହାର ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୧୮, ୧୮ ସେପ୍ଟେମ୍ବର ୨୦୧୨ (UTC)

ଅକ୍ଷର ଗୁଡିକର ରଙ୍ଗ ପରିବର୍ତନ ପାଇଁ ଥିବା ଏହି ବ୍ୟବସ୍ଥା ଦେଖି ବହୁତ ଖୁସି ହେଲି ........ ଧନ୍ୟବାଦ ଭାଇ । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୦:୧୫, ୧୮ ସେପ୍ଟେମ୍ବର ୨୦୧୨ (UTC)

ରାଜନୈତିକ ଲେଖା[ସମ୍ପାଦନା]

ଯଦି କୌଣସି ଜାଗାରେ political controversy ବିଷୟରେ ଲେଖିବି ଓ ଠିକ ଆଧାର ଦେବି ତେବେ କିଛି ଅସୁବିଧା ହେବ କି ?--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୨୦:୧୪, ୧୭ ସେପ୍ଟେମ୍ବର ୨୦୧୨ (UTC)

ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ ଗଠନ ବେଳେ ହୋଇଥିବା କିଛି ରାଜନୈତିକ ବିବାଦ ସମ୍ପର୍କରେ ଲେଖିବାକୁ ଚାହୁଁଛି । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୨୦:୧୬, ୧୭ ସେପ୍ଟେମ୍ବର ୨୦୧୨ (UTC)

ଆଧାର ଥିଲେ ଯେକୌଣସି ବିବାଦ (ଏପରିକି ବିଶ୍ଵଯୁଦ୍ଧ) ସମ୍ପର୍କରେ ଲେଖିପାର । ଭରସାଯୋଗ୍ୟ ଆଧାର ଥିଲେ କିଛି ଅସୁବିଧା ନାହିଁ । ତୁମ ମତ ବିରୋଧରେ ମଧ୍ୟ ଆଧାର ଥାଇପାରେ ତେଣୁ ସେହି ମତଟିକୁ ମଧ୍ୟ କେହି ଲେଖିପାରେ । ଗୋଟିଏ ପ୍ରସଙ୍ଗରେ ପରସ୍ପର ବିରୋଧି ମତ ରହିପାରେ, ଏହାର ଏକ ଉଦାହରଣ ହେଲା ଜୟଦେବଙ୍କ ଜନ୍ମ ସ୍ଥାନ ବାବଦରେ ଦ୍ଵନ୍ଦ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୩୧, ୧୮ ସେପ୍ଟେମ୍ବର ୨୦୧୨ (UTC)

ଠିକ ଅଛି ଭାଇ । ମୁଁ ଲେଖି ଦଉଛି , ଅନ୍ୟ ମାନେ ନିଜ ମତ ଲେଖିବେ । ଆଉ ଜୟଦେବଙ୍କ ସମ୍ପର୍କିତ ଲିଙ୍କ୍‌ଟି ବହୁତ ଭଲ ହେଇଛି । ଏହାକୁ ଓଡ଼ିଆରେ ଅନୁବାଦ କରାଯିବା ଉଚିତ । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୧:୨୮, ୧୮ ସେପ୍ଟେମ୍ବର ୨୦୧୨ (UTC)

ଦସ୍ତଖତ[ସମ୍ପାଦନା]

ମୁଁ ମୋ ଦସ୍ତଖତର ରଙ୍ଗ କିପରି ବଦଳେଇବି ?--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୦୯:୧୩, ୨୩ ସେପ୍ଟେମ୍ବର ୨୦୧୨ (UTC)

ଦସ୍ତଖତର ରଙ୍ଗ ବଦଳେଇବା ନିମନ୍ତେ ରଙ୍ଗୀନ ଦସ୍ତଖତ ପୃଷ୍ଠାଟି ଦେଖ । ବିଭିନ୍ନ ଧରଣର ରଙ୍ଗୀନ ଦସ୍ତଖତ ନିମନ୍ତେ ବିଭିନ୍ନ ପ୍ରକାରର ରଙ୍ଗୀନ ଦସ୍ତଖତ ପୃଷ୍ଠାଟି ଦେଖ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୦୦, ୨୩ ସେପ୍ଟେମ୍ବର ୨୦୧୨ (UTC)

ଭାଇ ଲେଖି ହେଉନି । ଏମିତି ହେଇଯାଉଛି ।

--[[ବ୍ୟବହାରକାରୀ:ଶିତିକଣ୍ଠ ଦାଶ|<font colour="green">ଶିତିକଣ୍ଠ ଦାଶ</font>]] (ମୋ ଆଲୋଚନା) ୧୦:୪୪, ୨୩ ସେପ୍ଟେମ୍ବର ୨୦୧୨ (UTC)

କେଁ ଉଠି ଭୁଲ ରହିଲା କହିବେ ?--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୦:୪୮, ୨୩ ସେପ୍ଟେମ୍ବର ୨୦୧୨ (UTC)

ସବୁଜ ରଙ୍ଗରେ ଦସ୍ତଖତ କରିବା ନିମନ୍ତେ ଏପରି ଲେଖିଲେ [[ବ୍ୟବହାରକାରୀ:ଶିତିକଣ୍ଠ ଦାଶ|<font color="green">ଶିତିକଣ୍ଠ ଦାଶ</font>]] ([[ବ୍ୟବହାରକାରୀଙ୍କ ଆଲୋଚନା:ଶିତିକଣ୍ଠ ଦାଶ|ମୋ ଆଲୋଚନା]]) ତାହା, ଶିତିକଣ୍ଠ ଦାଶ (ମୋ ଆଲୋଚନା) ଦେଖାଯିବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୩:୦୭, ୨୩ ସେପ୍ଟେମ୍ବର ୨୦୧୨ (UTC)

ହଁ ହେଇଗଲା ଭାଇ । ମୁଁ ନୂଆ ସନ୍ତକ ତଳେ ଥିବା କୁନି ବାକ୍ସରେ ଠିକ ଦେଇନଥିଲି ସେଇଥିପାଇଁ ଏବେବି ଅସୁବିଧା ହେଉଥିଲା । ବର୍ତମାନ ସବୁଠିକ ହେଇଗଲା । ଧନ୍ୟବାଦ । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୭:୪୬, ୨୩ ସେପ୍ଟେମ୍ବର ୨୦୧୨ (UTC)

ନୂଆ ପ୍ରକଳ୍ପ[ସମ୍ପାଦନା]

ମୁଁ ଏକ ନୂଆ ପ୍ରକଳ୍ପ ପୃଷ୍ଠା ଆରମ୍ଭ କରିବାକୁ ଚାହୁଁଛି , ପୋଷାକ ତତ୍ତ୍ଵ ସମ୍ପର୍କିତ , ଏଥିରେ କିଛି ଅସୁବିଧା ଅଛିକି ?--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୬:୦୮, ୩୦ ସେପ୍ଟେମ୍ବର ୨୦୧୨ (UTC)

ଏକ ନୂଆ ଉଇକିପ୍ରକଳ୍ପ ଆରମ୍ଭ କରିବା ଭଲ କଥା, ଏଥିରେ କିଛି ଅସୁବିଧା ନାହିଁ । ଇଂରାଜୀ ଉଇକିପିଡ଼ିଆରେ ପୋଷକ ତତ୍ତ୍ଵ ସମ୍ବନ୍ଧୀୟ ପ୍ରସଙ୍ଗ ସବୁ ଉଇକିପ୍ରକଳ୍ପ ଚିକିତ୍ସା ବିଜ୍ଞାନ ଅନ୍ତର୍ଗତ । ତେଣୁ ମୋ ମତରେ ପୋଷକ ତତ୍ତ୍ଵ ସମ୍ପର୍କିତ ପ୍ରସଙ୍ଗ ସବୁ ଉଇକିପ୍ରକଳ୍ପ ଚିକିତ୍ସା ବିଜ୍ଞାନ ଅଧୀନରେ ଏକ ଉପ-ପ୍ରକଳ୍ପ କରିବା ଠିକ ହେବ । ତେବେ ତମେ ଚାହିଁଲେ ଏହାକୁ ଏକ ନୂଆ ପ୍ରକଳ୍ପ ଭାବେ ଆରମ୍ଭ କରିପାର ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୮:୪୬, ୩୦ ସେପ୍ଟେମ୍ବର ୨୦୧୨ (UTC)

ଠିକ ଅଛି । ଧନ୍ୟବାଦ ଭାଇ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୮:୫୨, ୩୦ ସେପ୍ଟେମ୍ବର ୨୦୧୨ (UTC)

ଭାଇ ମତେ ସେଇ ଇଂରାଜୀ ପ୍ରକଳ୍ପରେ ଥିବା ପୋଷକ ତତ୍ତ୍ଵର ଲିଙ୍କ ଦେବେକି ? ମୁଁ ପାଉନାହିଁ । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୯:୧୬, ୩୦ ସେପ୍ଟେମ୍ବର ୨୦୧୨ (UTC)

ଇଂରାଜୀ ଉଇକିପିଡ଼ିଆର Nutrient ପୃଷ୍ଠାଟି ଦେଖ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୯:୩୦, ୩୦ ସେପ୍ଟେମ୍ବର ୨୦୧୨ (UTC)

ମୁଁ ପ୍ରକୃତରେ ସେ ପ୍ରୋଜେକ୍ଟର ଲିଙ୍କ କଥା କହୁଥିଲି । ଛାଡନ୍ତୁ ସେକଥା , ମୁଁ ତାକୁ ଚିକିତ୍ସା ବିଜ୍ଞାନରେ ଯୋଡୁଛି । ଟିକିଏ ଦେଖି ନେବେ କାଳେ କିଛି ଭୁଲ ରହିଯାଇଥିବ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୯:୧୧, ୧ ଅକ୍ଟୋବର ୨୦୧୨ (UTC)

ହଁ ଭୁଲ ହୋଇଗଲା :( ଏହି ଉଇକିପ୍ରକଳ୍ପ ଖାଦ୍ୟ ଓ ପାନୀୟ କୁ ଓଡ଼ିଆ ଉଇକିପିଡ଼ିଆରେ ଆରମ୍ଭ କରିବା କଥା କହୁଥିଲ କି? --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୫୩, ୨ ଅକ୍ଟୋବର ୨୦୧୨ (UTC)

ହଁ ଆବଶ୍ୟକ ତଥ୍ୟ ଏଥିରୁ ମିଳିଗଲା । ଧନ୍ୟବାଦ । ଏହାକୁ ବି ଓଡ଼ିଆରେ ଆରମ୍ଭ କରାଗଲେ ଭଲ ହୁଅନ୍ତା । ଏଥିରେ ଆମେ ଓଡ଼ିଆ ଖାଦ୍ୟ ବିଭାଗ ଯୋଡି ପାରିବା । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୬:୩୪, ୨ ଅକ୍ଟୋବର ୨୦୧୨ (UTC)

ଶିତି ଭାଇ, ତମେ ପୁରୁଖା ହେଲଣି, ଏଣିକି ସବୁ ଆଲୋଚନା ଆଲୋଚନା ସଭାରେ କଲେ ଭଲ ହୁଅନ୍ତା, ବାକି ମାନେ ବି ପଢ଼ନ୍ତେ ଆଉ ମତ ଦିଅନ୍ତେ । ତମେ ଆଉ କଣ ଚାଟ ହୋଇ ଅଛ, ତମେ ପରେ ଛାଟ ମାରିବାରେ ପାରଙ୍ଗମ ହେଲଣି । ଏସବୁ ଆଲୋଚନାକୁ ଆଲୋଚନା ସଭାକୁ ଘୁଞ୍ଚାଇ ଦିଅ ଭାଇ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୮:୫୫, ୨୫ ମାର୍ଚ୍ଚ ୨୦୧୩ (UTC)

ଡାଇନୋସର Taxonomy[ସମ୍ପାଦନା]

ଭାଇ ମୁଁ ଡାଇନୋସର ପ୍ରସଙ୍ଗ ଲେଖିବା ବେଳକୁ ଯେତେବେଳେ ଇଂରାଜୀ ପୃଷ୍ଠାରୁ automatic taxobox କପି କଲି ଓଡିଆ ପୃଷ୍ଠାରେ Automatic Taxobox Help ଦେଖାଇଲା ଓ ଗୋଟିଏ ଜାଗାରେ ଲେଖଥିଲା : Click here to enter the taxonomic details for "ଡାଇନୋସର". । ମୁଁ here ରେ କ୍ଲିକ କଲି ଓ ସେଥିରେ ଏହା ଦେଖାଉଛି---:Any administrator can create or move this page for you. Please post a request at the Administrators' noticeboard. ଏହାକୁ ଟିକିଏ ଠିକ କରିଦେବେ । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୨୧:୨୮, ୧୪ ଅକ୍ଟୋବର ୨୦୧୨ (UTC)

ତଥ୍ୟପେଡ଼ି କାମ ଚାଲିଛି, ଶୀଘ୍ର ସାରିବାକୁ ଚେଷ୍ଟା କରିବୁ, ତମେ ପ୍ରସଙ୍ଗଟିର ଅନ୍ୟ ଭାଗର ଅନୁବାଦ କାମ ଜାରି ରଖିପାର । ଧନ୍ୟବାଦ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୨:୦୫, ୧୬ ଅକ୍ଟୋବର ୨୦୧୨ (UTC)

ଧନ୍ୟବାଦ ଭାଇ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୮:୨୭, ୧୬ ଅକ୍ଟୋବର ୨୦୧୨ (UTC)

ଡାଇନୋସର ପୃଷ୍ଠା ତଳେ "ଯେଉଁ ପୃଷ୍ଠାଗୁଡିକରେ ବିସ୍ତ୍ରୁତ ଗଭୀରତା ଅତ୍ୟଧିକ ହୋଇଯାଇଛି" ଶ୍ରେଣୀ ଟି ଦେଖାଉଛି । ଏହି ନିର୍ଦ୍ଧିଷ୍ଟ ଶ୍ରେଣୀର ଅବଶ୍ୟକତା କଣ ?--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୨୦:୪୮, ୧୬ ଅକ୍ଟୋବର ୨୦୧୨ (UTC)

ଶ୍ରେଣୀଟି ପାଠକ ମାନଙ୍କ ପାଇଁ ନୁହେଁ, ଆମ ମାନଙ୍କ ପାଇଁ । ଲେଖାଟିରେ ଅଧିକ ଛାଞ୍ଚ ବ୍ୟବହାର ହୋଇଛି ସେଥିପାଇଁ, ଏ ପ୍ରକାର ଶ୍ରେଣୀକୁ ଲୁଚା ଯାଇଥାଏ ତଦ୍ଵାରା ସମସ୍ତେ ଶ୍ରେଣୀଟିକୁ ଲେଖାରେ ଦେଖି ପାରିବେ ନାହିଁ । -- ଅଂଶୁମାନ ତାର ଯୋଡ଼ିବେ? ୧୩:୫୧, ୧୭ ଅକ୍ଟୋବର ୨୦୧୨ (UTC)

ଠିକ ଅଛି, ଧନ୍ୟବାଦ ଭାଇ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୭:୩୬, ୧୭ ଅକ୍ଟୋବର ୨୦୧୨ (UTC)

ଲିଙ୍କ ଅସୁବିଧା[ସମ୍ପାଦନା]

ମୁଁ ଏକ ପ୍ରସଙ୍ଗରେ ଅନ୍ୟ ପୃଷ୍ଠାର sub heading କୁ କିପରି internal link ସଂଯୋଗ କରିବି ?--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୯:୦୬, ୫ ନଭେମ୍ବର ୨୦୧୨ (UTC)

ଅନ୍ୟ ପୃଷ୍ଠା/ ପ୍ରସଙ୍ଗର ଉପ ଶିରୋନାମା କୁ ସଂଯୋଗ କରିବା ନିମନ୍ତେ ପୃଷ୍ଠାର ନାମ ପରେ # ଲେଖି ଉପ ଶିରୋନାମା ଲେଖାଯାଏ, ଯଥା: [[ଅନ୍ୟ ପୃଷ୍ଠା/ ପ୍ରସଙ୍ଗର ନାମ#ଅନ୍ୟପୃଷ୍ଠାର ଉପ ଶିରୋନାମା|ଦେଖାଇବାକୁ ଚାହୁଁଥିବା ଲେଖା]] ।
ଏହିପରି ଏକ ସଂଯୋଗ ପଖାଳ ପ୍ରସଙ୍ଗରେ ବ୍ୟବହାର କରାଯାଇ ଅଛି: 'ବଡ଼ଦେଉଳରେ ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଛପନ ଭୋଗରେ ସନ୍ଧ୍ୟା ଧୂପ (ତୃତୀୟ ଧୂପ)ରେ ପଖାଳ ଲାଗି ହୋଇଥାଏ ।' ଏଠାରେ ମୂଳ ପୃଷ୍ଠା: ପଖାଳ, ଅନ୍ୟ ପୃଷ୍ଠା: ଜଗନ୍ନାଥଙ୍କ ଧୂପ , ଅନ୍ୟ ପୃଷ୍ଠାର ଉପଶିରୋନାମା: ସନ୍ଧ୍ୟା ଧୂପ (ତୃତୀୟ ଧୂପ) । ଇଁରାଜୀ ଉଇକିପିଡ଼ିଆର ସାହାଯ୍ୟ ପୃଷ୍ଠାରେ ସମ୍ପୂର୍ଣ୍ଣ ବର୍ଣ୍ଣନା ଦେଖନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୫୫, ୬ ନଭେମ୍ବର ୨୦୧୨ (UTC)

ଧନ୍ୟବାଦ ଭାଇ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୯:୪୩, ୭ ନଭେମ୍ବର ୨୦୧୨ (UTC)

ଭୁବନ (ଇସରୋ) ଲେଖାରେ interlink ପାଇଁ wikidata ରେ ଲେଖାଟିର ନାଁ ଏଣ୍ଟ୍ରି କରିବା ପରେ ବି ଏହା ଆମ ଲେଖାରେ ଦେଖାଯାଉନଥିଲା । ଶ୍ରେଣୀ ଯୋଗ କରିବା ପରେ ଦେଖାଗଲା । କିନ୍ତୁ ଅନ୍ୟ ଭାଷାର ଉଇକିରେ ଓଡିଆ ଭାଷାର ଲିଙ୍କ ଟି ଏବେ ବି ଦେଖାଯାଉ ନାହିଁ କାହିଁକି ?--ଶିତିକଣ୍ଠ (ଆଲୋଚନା) ୨୧:୨୫, ୭ ମାର୍ଚ୍ଚ ୨୦୧୩ (UTC)

ଏବେ ଦେଖାଗଲାଣି :) ସେତେବେଳେ ଯାହା ଦେଖୁଥିଲ ତାହା ବ୍ରାଉଜରରେ ସଂରକ୍ଷିତ (Cache memory) ପୃଷ୍ଠାଟି ହୋଇଥାଇପାରେ , purge cache କରିଥିଲ କି? ହୁଏତ ଅନ୍ୟ କିଛି କାରଣ ମଧ୍ୟ ଥାଇପାରେ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୨:୦୯, ୮ ମାର୍ଚ୍ଚ ୨୦୧୩ (UTC)

ମୁଁ purge clear କରିଥିଲି । ହୁଏତ ଅନ୍ୟ କିଛି କାରଣ ହେଇଥିବ । ଏବେ ଦେଖାଯାଉଛି । ଧନ୍ୟବାଦ ।--ଶିତିକଣ୍ଠ (ଆଲୋଚନା) ୧୬:୫୧, ୧୦ ମାର୍ଚ୍ଚ ୨୦୧୩ (UTC)

  • ISRO ଲେଖାରେ ଠିକ ସେହି ଭଳି ଅସୁବିଧା ହେଉଛି । ମୁଁ purge clear କଲି ଓ ଅନ୍ୟ ଏକ ବ୍ରାଉଜର ରେ ଖୋଲି ଦେଖିଲି, ଠିକ ସେହି ଅସୁବିଧା ଦେଖା ଯାଉଛି । ଏଥର ତ ଓଡିଆ ଉଇକି ପୃଷ୍ଠାରେ ବି ଉଇକିଡାଟା ଲିଙ୍କ ଦେଖାଯାଉ ନାହିଁ ।--ଶିତିକଣ୍ଠ (ଆଲୋଚନା) ୧୮:୫୪, ୧୧ ମାର୍ଚ୍ଚ ୨୦୧୩ (UTC)
ଏବେ ଦେଖାଯାଉଛି, ଉଇକିଡାଟା ଇତିହାସ ରୁ ଯାହା ଜଣାପଡୁଛି ୧୧ମାର୍ଚ୍ଚ ଦିନ ଗୋଟିଏ ଆଇ.ପି. ଠିକଣାରୁ ଓଡ଼ିଆ ପ୍ରସଙ୍ଗଟିକୁ ଯୋଗ କରାଯାଇଛି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୫୬, ୧୩ ମାର୍ଚ୍ଚ ୨୦୧୩ (UTC)
ହଁ ବୋଧ ହୁଏ ମୁଁ ଲଗଇନ କରିନଥିବି ।--ଶିତିକଣ୍ଠ (ଆଲୋଚନା) ୧୬:୫୩, ୨୧ ମାର୍ଚ୍ଚ ୨୦୧୩ (UTC)

ଉଇକି ଅଭିଧାନ ଠିକ ନା ଉଇକିଅଭିଧାନ ?[ସମ୍ପାଦନା]

ବିଭିନ୍ନ ସ୍ଥାନରେ ଏହି ଦୁଇଟି ବନାନ ବ୍ୟବହାର ହେଉଛି । ଯେମିତି ଉଇକି ଅଭିଧାନର ମୂଳ ପୃଷ୍ଠାରେ ଅଛି "ଉଇକିଅଭିଧାନ" କିନ୍ତୁ ଲୋଗୋରେ ଅଛି "ଉଇକି ଅଭିଧାନ" । କେଉଁଠି ଠିକ ?--ଶିତିକଣ୍ଠ (ଆଲୋଚନା) ୦୯:୫୨, ୨୪ ମାର୍ଚ୍ଚ ୨୦୧୩ (UTC)

"ଉଇକିଅଭିଧାନ" ବନାନଟି ଠିକ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୮:୪୪, ୨୫ ମାର୍ଚ୍ଚ ୨୦୧୩ (UTC)
ଠିକ ଅଛି ଭାଇ, ଧନ୍ୟବାଦ । ଉଇକିପିଡିଆର ପ୍ରଧାନ ପୃଷ୍ଠାରେ 'ଉଇକି ଅଭିଧାନ' ବନାନଟି ଅଛି, ଏହାକୁ ଠିକ କରାଯାଉ । --ଶିତିକଣ୍ଠ (ଆଲୋଚନା) ୧୬:୨୧, ୨୬ ମାର୍ଚ୍ଚ ୨୦୧୩ (UTC)
ମୋ ମତରେ ଯାହା ଲେଖିଲେ ଚଳିବ । ଉଇକି ଅଭିଧାନ ଲେଖିବା ଠିକ ଉଇକିଭିଧାନ ଭଳି ଗୋଟେ ଶବ୍ଦ ଭଲ ଲାଗିପାରେ କାରଣ ଯେମିତି ଉଇକି ଆଉ ଅଭିଧାନ ମିଶିଲେ ଉଇକିଭିଧାନ (wiki+dictionary) = Wiktionary ସେହିଭଳି ହୋଇପାରେ । ମୋ ନିଜ ମତ ।--Jnanaranjan sahu (ମୋ ଆଲୋଚନା) ୧୯:୦୪, ୨୩ ଡିସେମ୍ବର ୨୦୧୩ (UTC)
ଭାଇ ଭଲ ନାଁ ଟିଏ ବାଛିଛନ୍ତି.... ଯୁକ୍ତିସମ୍ମତ ବି । ତେବେ ବଦଳ କରିବା ପୂର୍ବରୁ ସବୁ ଉଇକିଆଳିଙ୍କ ମତାମତ ନେବା ଆବଶ୍ୟକ ।--ଶିତିକଣ୍ଠ (ଆଲୋଚନା) ୧୯:୨୨, ୨୩ ଡିସେମ୍ବର ୨୦୧୩ (UTC)