Jump to content

ଉଇକିପିଡ଼ିଆ:ଚାଟସଭା/ପ୍ରଶ୍ନ

ଏ ଫଳକ ବାବଦରେ

" ଖରଚ ପାଇଁ ପାଇଥାଏ ଭତ୍ତା, ଖାଇଥାଏ ମୋଡ଼ି ଏଣେ ଦରିଦ୍ରଙ୍କ ମଥା, କରୁଥାଏ କ୍ଷମତାର ଅପବ୍ୟବହାର, ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର॥" ଉକ୍ତ ପଦ୍ୟାଂଶଟି କାହାର ?

2409:4062:2D04:913:AD:3E31:C15D:50AB (ଆଲୋଚନାଅବଦାନ)

ପାହାଡ଼ର ନାମ କାଳିଜାଇ କାହିଁକି ରଖାଯାଇଛି?

"ପାହାଡ଼ର ନାମ କାଳିଜାଇ କାହିଁକି ରଖାଯାଇଛି?"ଙ୍କୁ ଉତ୍ତର
27.60.139.215 (ଆଲୋଚନାଅବଦାନ)

ପ୍ରତି ଶବ୍ଦ

"ଶୁଣିଲେ"ଙ୍କୁ ଉତ୍ତର
Raj K. Mohapatra (Puri) (ଆଲୋଚନାଅବଦାନ)

ଫଟୋ କିପରି ଯୋଡ଼ାହେବ

Psubhashish (ଆଲୋଚନାଅବଦାନ)

ଫଟୋସବୁ କେବଳ ଉଇକିମିଡ଼ିଆ କମନ୍ସରେ ଯୋଡ଼ାଯାଏ । ତେବେ ଆପଣ ନିଜେ ଉଠେଇଥିବା ଫଟୋ କେବଳ ଯୋଡ଼ିପାରିବେ । ତା' ପୁଣି ଉଇକିପିଡ଼ିଆ ବା ଅନ୍ୟ ଉଇକିମିଡ଼ିଆ ପ୍ରକଳ୍ପରେ କାମରେ ଲାଗିପାରୁଥିଲେ । କୌଣସି ଫଟୋଗ୍ରାଫରଙ୍କ ମୃତ୍ୟୁର ୬୦ ବର୍ଷ ପରେ ତାଙ୍କ ଫଟୋ କପିରାଇଟ ବାହାରେ ଥିବାରୁ ତା' ଯୋଡ଼ିପାରିବେ । ଯଦି ଫଟୋଗ୍ରାଫର ଏକ ଏଜେନ୍ସି ପାଇଁ ବା ଆଉ କାହାଠାରୁ ଅର୍ଥ ବିନିମୟରେ ପେଶାଦାର ଭାବେ ପଟୋ ଉଠାଇଥିବେ ତାହେଲେ ସେ ଫଟୋ ଛପାହେବାର ପ୍ରାୟ ୬୦ ବର୍ଷ ପରେ କପିରାଇଟ ବାହାରେ । ତେଣୁ ତାକୁ ବି ଅପଲୋଡ଼ କରିପାରିବେ । ଏସବୁ ବାଦ ଇଣ୍ଟରନେଟ/ବହି/ଖବରକାଗଜ ଆଦିରେ କପିରାଇଟ ଥିବାରୁ ସେସବୁରୁ ଫଟୋ ଉଇକିପିଡ଼ିଆକୁ ଆଣିହେବ ନାହିଁ । ଅଳ୍ପ କେତେକ ଜାଗାରେ କମ ରେଜୋଲ୍ୟୁସନ ଫଟୋ ଯୋଡ଼ାଯାଇପାରିବ । ତେବେ ଆପଣଙ୍କୁ ତା' ପାଇଁ ଏ ନିୟମସବୁ ଭଲଭାବେ ପଢ଼ି ବୁଝିବାକୁ ପଡ଼ିବ ।

"ଫଟୋ କିପରି ଯୋଡ଼ାହେବ"ଙ୍କୁ ଉତ୍ତର
2409:4061:2C87:2B0F:126:1B28:B347:E52F (ଆଲୋଚନାଅବଦାନ)

Can I write articles on my village which does have a population of approx. 1500?

Psubhashish (ଆଲୋଚନାଅବଦାନ)

ହଁ ନିଶ୍ଚୟ । ଉଇକିପିଡ଼ିଆରେ ଆଗରୁ ଅନେକ ଗାଁ ଉପରେ ପ୍ରସଙ୍ଗ ରହିଛି ଯାହା ଆପଣ ଚାହିଁଲେ ପଢ଼ିପାରେଇବେ ଆଉ ନିଜ ଗାଁ ବାବଦରେ ମଧ୍ୟ ଲେଖିପାରିବେ ।

"Can I write article on my village?"ଙ୍କୁ ଉତ୍ତର

ବେଂଗ ର ପ୍ରତି ଶବ୍ଦ କଣ ?

2
Psubhashishଙ୍କ ଲିଖିତ ସାରାଂଶ

ଉଇକିପିଡ଼ିଆ ସମ୍ପର୍କିତ ପ୍ରଶ୍ନ ନୁହେଁ

2409:4062:83:9937:21F3:2474:1825:67D0 (ଆଲୋଚନାଅବଦାନ)

ବେଂଗ ର ପ୍ରତି ଶବ୍ଦ କଣ ?

106.222.144.121 (ଆଲୋଚନାଅବଦାନ)

ମଣ୍ଡୁକ

ରାଜନୀତି ବିଜ୍ଞାନ ବିଭାଗ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

1
B banu (ଆଲୋଚନାଅବଦାନ)

ବ୍ରହ୍ମପୁର ବ ବିଶ୍ୱବିଦ୍ୟାଳୟ ଅଧୀନ ରାଜନୀତି ବିଜ୍ଞାନ ଏଠାରେ l 1967 ମସିହାରେ ରାଜନୀତି ବିଜ୍ଞାନ ବିଭାଗ ସ୍ଥାପନ ହୋଇଥିଲା ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ହେଉଛନ୍ତି ଡ଼ ଦାଶରଥି ଭୂୟାଁ l l ଏହି ବିଭାଗରେ ଅଧ୍ୟୟନ କରି ଅନେକ ଛାତ୍ରଛାତ୍ରୀ ରାଜ୍ୟ ଏବଂ ଦେଶରେ ନାଁ କରିପାରିଛନ୍ତି l 50 ଟି ସିଟରେ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରୁଛନ୍ତି l ଏବେ ଏହି ବିଭାଗରେ ଅନେକ ଅଭିଜ୍ଞ ପ୍ରଫେସର ମାନଙ୍କ ଠାରୁ ଛାତ୍ରଛାତ୍ରୀ ମାନେ ଶିକ୍ଷା ଗ୍ରହଣ କରୁଛନ୍ତି l ପ୍ରତ୍ୟେକ ସପ୍ତାହରେ ଆଲୋଚନା ଚକ୍ର ହୋଇଥାଏ ଯାହା ଛାତ୍ରଛାତ୍ରୀମାନଙ୍କ ଜ୍ଞାନ ବୃଦ୍ଧି କରିଥାଏ l l

ଡେଭିଡ କୁମାର ସାହୁ (ଆଲୋଚନାଅବଦାନ)

ଏହି ଓଡିଆ ଉଇକିପିଡିଆରେ ଏକ ନୂଆ ପୃଷ୍ଠା ଅନୁମୋଦିତ ହେବା ପାଇଁ କେତେ ସମୟ ଲାଗେ  ?

Psubhashish (ଆଲୋଚନାଅବଦାନ)

ପ୍ରଥମତଃ ନୂଆ ପୃଷ୍ଠା ଅଲଗା ଅନୁମୋଦନ ହୁଏନାହିଁ ବରଂ ସଙ୍ଗେସଙ୍ଗେ ପ୍ରକାଶ ପାଏ । ତେବେ ଲେଖିବା ଆଗରୁ ଉଇକିପିଡ଼ିଆ:ନିୟମାବଳୀ ଭଲକରି ପଢ଼ି ଲେଖିବା ପାଇଁ ଅନୁରୋଧ । ଉଇକିପିଡ଼ିଆର ପ୍ରସଙ୍ଗ ଯେହେତୁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆ ମାନର ତେଣୁ ଲିଖନଶୈଳୀ ଅଲଗା । ପ୍ରଥମ ପ୍ରସଙ୍ଗଟି ଏକ ଭଲ ଭାବେ ଲେଖାଯାଇଥିବା ଇଂରାଜୀ ବା ଅନ୍ୟଭାଷାର ଉଇକିପିଡ଼ିଆ ପ୍ରସଙ୍ଗରୁ ଅନୁବାଦ ମଧ୍ୟ କରିପାରିବେ । ଆଉ ଲେଖିବା ଆଗରୁ ପ୍ରସଙ୍ଗଟିଏ ଉଇକିପିଡ଼ିଆରେ ଅଛି କି ନାହିଁ ଉପରେ ଥିବା ସର୍ଚ ବାରରେ ଖୋଜି ତା' ପରେ ଆରମ୍ଭ କରିବାକୁ ଅନୁରୋଧ ।

"ଅନୁମୋଦନ ସମୟ"ଙ୍କୁ ଉତ୍ତର
Laxmikanta (ଆଲୋଚନାଅବଦାନ)

ଗୋଟେ ପୃଷ୍ଠା ତିଆରି କଲା ବେଳେ ନାଁଟି ଭୁଲ୍ ହେଇଗଲା| ତାକୁ ସଂପାଦନା କରି ପରିବର୍ତ୍ତନ କଲା ବେଳକୁ ସେଭ୍ ହେଉନାହିଁ | ଏହାର କିଛି ସମାଧାନ ଅଛି କି? ନା ପୃଷ୍ଠା କାଟିବାକୁ ପଡିବ |

Soumendrak (ଆଲୋଚନାଅବଦାନ)

@Laxmikanta

ମୁଁ ଜାଭାସ୍କ୍ରିପ୍ଟ ପୃଷ୍ଠାଟିକୁ ଘୁଞ୍ଚାଇ ନାମ ଠିକ କରିଦେଲି ।

ଭବିଷ୍ୟତରେ କେମିତି ପୃଷ୍ଠାକୁ move କରିବାକୁ ପଡ଼ିବ ଜାଣିବାପାଇଁ, ଏଠାରେ ଦେଖନ୍ତୁ: https://en.wikipedia.org/wiki/Help:How_to_move_a_page

"ଦଣ୍ଡପାଣିବେହରା"ଙ୍କୁ ଉତ୍ତର
Laxmikanta (ଆଲୋଚନାଅବଦାନ)

ଗୋଟିଏ ବିଷୟରେ ଏକରୁ ଅଧିକ ଲେଖା ଅଛି | ଯଦି ଜଣଙ୍କୁ ସଂପାଦନ କରିବାକୁୁ ଇଛା ତେବେ ସେ କେଉଁଟାକୁ କରିବ ? ଉଦାହରଣ ସ୍ବରୂପ * ଗପ ହେଲେ ବି ସତ ଚଳଚ୍ଚିତ୍ର ପାଞ୍ଚ ଥର ଲେଖା ହୋଇଛି |

Soumendrak (ଆଲୋଚନାଅବଦାନ)

ଏକାଧିକ ଲେଖାଗୁଡ଼ିକୁ ଏଠାରେ ଦର୍ଶାଇ ସର୍ବସାଧାରଣଙ୍କ ଦୃଷ୍ଟିଗୋଚରକୁ ଆଣନ୍ତୁ । କେଉଁଟି ରହିବ ଓ କାହା ବିଲୋପ ହେବ ତାହାର ନିର୍ଣ୍ଣୟ ନିଆଯିବ ।

"ଗପ ହେଲେ ବି ସତ" ନାମରେ ଦୁଇଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ୧୯୭୬ରେ ଗୋଟିଏ (ଗପ ହେଲେ ବି ସତ) ଏବଂ ୨୦୧୫ରେ ଆଉଗୋଟିଏ (ଗପ ହେଲେ ବି ସତ (୨୦୧୫)) । ଅନ୍ୟ ତିନୋଟି ଲେଖାର ଲିଙ୍କ ଦିଅନ୍ତୁ ।

Laxmikanta (ଆଲୋଚନାଅବଦାନ)

ଗପ ହେଲେ ବି ସତ

ଗପ ହେଲେ ବି ସତ (୨୦୧୫)

ଗପ ହେଲେ ବି ସତ

ଗପ ହେଲେ ବି ସତ (୨୦୧୫)

ଗପ ହେଲେ ବି ସତ (୨୦୧୫)


ପ୍ରଧାନ ପୃଷ୍ଠା

ପ୍ରଧାନ ପୃଷ୍ଠାରେ ଯାଇ 'ଗ' ଅକ୍ଷର ଶ୍ରେଣୀ ଉପରେ କ୍ଳିକ କରନ୍ତୁ | ଗପ ହେଲେ ବି ସତ ୨ ଟି ଓ ଗପ ହେଲେ ବି ସତ (୨୦୧୫) ୩ ଟି ଲେଖା ଅଛି |

Psubhashish (ଆଲୋଚନାଅବଦାନ)

@Laxmikanta ୫ଟି ନୁହେଁ ୨ଟି ଅଛି ଆଉ ଉପରେ ସୌମେନ୍ଦ୍ର ଲେଖିଥିବା କାରଣ ପାଇଁ ଅଛି । କାରଣ ଯଥାଯଥ ଆଉ କୌଣସି ଅସୁବିଧା ନାହିଁ । "ଗ" ଶ୍ରେଣୀରେ ଦେଖଉଥିବା ଅନେକ ପ୍ରସଙ୍ଗ ନାମ ଆଉଗୋଟେ ପ୍ରସଙ୍ଗକୁ ଲେଉଟାଇ ଦିଆଯାଇଥାଏ (redirected) । ଏ କ୍ଷେତ୍ରରେ ସେଇଆ ହୋଇଛି । ତେଣୁ ଏ ଦୁଇଟି ପ୍ରସଙ୍ଗରେ କୌଣସି ଅସୁବିଧା ନାହିଁ । ତେବେ ସତରେ ଯଦି ଏକା ପ୍ରସଙ୍ଗ ଏକାଧିକ ଥର ରହିଛି ତାକୁ ଏଠାରେ ତାଲିକାବଦ୍ଧ କରନ୍ତୁ । ତାକୁ ସଜାଡ଼ିବା ବାଟ ହେଲା ଯେଉଁ ପ୍ରସଙ୍ଗର ବନାନ ଠିକ ତାହା ରହିବ । ଏ କ୍ଷେତ୍ରରେ "ହେଲେବି" ଭୁଲ ଆଉ "ହେଲେ ବି" ଠିକ । ତେଣୁ "ହେଲେବି" ନ ଲିଭାଇ କେବଳ "ହେଲେ ବି"ରେ ସବୁ ତଥ୍ୟ ରଖାଯାଇଛି ଆଉ "ହେଲେବି"ରୁ "ହେଲେ ବି"କୁ ପୃଷ୍ଠାକୁ ଲେଉଟାଇଦିଆଯାଇଛି ।

Laxmikanta (ଆଲୋଚନାଅବଦାନ)

ସନ୍ଦେହ ଦୁର କରିଥିବାରୁ ଅଶେଷ ଧନ୍ଯବାଦ |

"ଗୋଟିଏ ବିଷୟରେ ଏକରୁ ଅଧିକ ଲେଖା ଅଛି |"ଙ୍କୁ ଉତ୍ତର

ଚାରିକଡ଼ ବାଉଁଶରେ ଆବଦ୍ଧ, ଗୋଟିଏ ଶବ୍ଦରେ କ’ଣ କହିପାରିବା? ବାଉଁଶବେଡ଼ି ଠିକ୍‌ ହେବ କି?

2
115.243.42.178 (ଆଲୋଚନାଅବଦାନ)

ଚାରିକଡ଼ ବାଉଁଶରେ ଆବଦ୍ଧ, ଗୋଟିଏ ଶବ୍ଦରେ କ’ଣ କହିପାରିବା? ବାଉଁଶବେଡ଼ି ଠିକ୍‌ ହେବ କି?

Jnanaranjan sahu (ଆଲୋଚନାଅବଦାନ)

ଉଇକିପିଡ଼ିଆ ପ୍ରଶ୍ନ ନୁହେଁ

"ଚାରିକଡ଼ ବାଉଁଶରେ ଆବଦ୍ଧ, ଗୋଟିଏ ଶବ୍ଦରେ କ’ଣ କହିପାରିବା? ବାଉଁଶବେଡ଼ି ଠିକ୍‌ ହେବ କି?"ଙ୍କୁ ଉତ୍ତର