ଅଟୋନୋମିକ ଡିସରିଫ୍ଲେକ୍ସିଆ

ଉଇକିପିଡ଼ିଆ‌ରୁ
Autonomic dysreflexia
Autonomic hyperreflexia, mass reflex[୧]
Vital signs in a person with autonomic dysreflexia after atropine was given for a slow heart rate[୨]
ବିଭାଗNeurology
ଲକ୍ଷଣEpisodes of high blood pressure, headache, slow heart rate, sweating above injury[୩]
ଆକ୍ରାନ୍ତ ସମୟMonth to year post injury[୩]
କାରଣSpinal cord injury[୩]
ବିପଦ କାରକInjury above T6[୩]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptom together with a 25 mmHg increase in SBP[୩]
ସଠିକ ରୋଗ ନିର୍ଣ୍ଣୟCushing's syndrome, hyperthyroid, nephrotic syndrome, drug use[୩]
ପ୍ରତିକାରEducation[୧]
ଔଷଧNitroglycerin, prazosin, nifedipine, hydralazine[୪][୫][୩]
ଚିକିତ୍ସାSit the person upright, removing any constrictive clothing, address the trigger[୪][୫]
ପୁନଃପୌନିକ~45% of injuries above T6[୩]
ମୃତ୍ୟୁ ସାନ୍ଦ୍ରତା22%[୬]

ଅଟୋନୋମିକ ଡିସରିଫ୍ଲେକ୍ସିଆ ( AD ) ହେଉଛି ଏକ ଅବସ୍ଥା ଯାହା ମେରୁଦଣ୍ଡରେ ଆଘାତ ପରେ ହୋଇପାରେ | [୩] ଏହାର ଲକ୍ଷଣ ମଧ୍ୟରେ ଏକାଧିକ ଉଚ୍ଚ ରକ୍ତଚାପର ଘଟଣା ହୁଏ ଯାହାକି ମୁଣ୍ଡବିନ୍ଧାର କାରଣ ହୋଇପାରେ । [୩] ଆଘାତର ସ୍ଥାନ ଉପରକୁ ଅଧିକ ଝାଳ ବାହାରେ, ନାକ ବନ୍ଦ ହେବା ଭଳି ଲାଗେ, ଅଳ୍ପ ହୃଦସ୍ପନ୍ଦନ ଗତି ଏବଂ ଉଦ୍‌ବେଗ ମଧ୍ୟ ହୋଇପାରେ । [୩] ଆଘାତ ପରେ ଏକ ମାସରୁ ଏକ ବର୍ଷ ପରେ ଏହା ଆରମ୍ଭ ହୁଏ । [୩] ଗୋଟିଏ ଦିନରେ ଏକାଧିକ ଘଟଣା ହୋଇପାରେ । [୩] ଜଟିଳତା ମଧ୍ୟରେ ଷ୍ଟ୍ରୋକ, ଇଣ୍ଟ୍ରାକ୍ରାନିଆଲ୍ ରକ୍ତସ୍ରାବ, ଫୁସଫୁସ ଇଡିମା ଏବଂ ବାତ ଅନ୍ତର୍ଭୁକ୍ତ ହୋଇପାରେ। [୩]

ଏହା ସାଧାରଣତଃ ଟି୬ ମେରୁଦଣ୍ଡ ସ୍ତର ଉପରେ ହୁଏ ଯଦିଓ ଟି୧୦ଠାରେ ହେବା ରିପୋର୍ଟ କମ ଅଛି । [୩] ଆଘାତ ସ୍ତର ଅଧିକ ହେଲେ ଅଧିକ ସଙ୍କଟ ରହେ । [୩] ମୂତ୍ରନଳୀ ସଂକ୍ରମଣ, ମୂତ୍ର ଧାରଣ, କୋଷ୍ଠକାଠିନ୍ୟ ଏବଂ ହେମୋରୋଇଡ ଇତ୍ୟାଦି ରୋଗ ଏହାକୁ ଟ୍ରିଗର କରିପାରେ । [୩] [୪] ଏହାର କାର୍ଯ୍ୟ ପ୍ରଣାଳୀରେ ସିମ୍ପାଥେଟିକ କ୍ରିୟା ଅଧିକ ହୁଏ ଓ କ୍ଷତିପୂରଣ ପାଇଁ ପାରାସିମ୍ପାଥେଟିକ୍ ପ୍ରତିକ୍ରିୟାର ଅଭାବ ହୁଏ । [୩] ଲକ୍ଷଣ ଓ ରକ୍ତଚାପ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଇପାରେ। [୩]

ଏହା ଏକ ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି । [୪] ପ୍ରାରମ୍ଭିକ ଚିକିତ୍ସାରେ ବ୍ୟକ୍ତିକୁ ସିଧା ବସିବା, ସଙ୍କୋଚନ‌କାରୀ ପୋଷାକ ନ ପିନ୍ଧିବା ଓ ଟ୍ରିଗର ଏଡ଼େଇବା ପାଇଁ ଚେଷ୍ତା କରିବା ଆବଶ୍ୟକ ।[୪] [୫] ଏଥିପାଇଁ ଏକ ମୂତ୍ର କ୍ୟାଥେର୍ କିମ୍ବା ଅନ୍ତନଳୀ ଖାଲି କରିବାକୁ ଆଙ୍ଗୁଳିର ସାହାଯ୍ୟ ନେବା ଆବଶ୍ୟକ ହୋଇପାରେ । [୫] [୬] ଯଦି ରକ୍ତଚାପ ୧୫୦ ମିମି ପାରଦରୁ ଅଧିକ ରହିଥାଏ, ତେବେ ନାଇଟ୍ରୋଗ୍ଲିସେରିନ୍, ପ୍ରାଜୋସିନ୍, ନିଫେଡିପିନ୍ କିମ୍ବା ହାଇଡ୍ରାଲାଜାଇନ୍ ଭଳି ଔଷଧ ବ୍ୟବହାର କରାଯାଇପାରେ। [୪] [୫] [୩] ଅନ୍ୟାନ୍ୟ ପଦକ୍ଷେପଗୁଡିକ ମୂତ୍ରାଶୟରେ ବ୍ଲାଟକ୍ସ ଇଞ୍ଜେକ୍ସନ ଦିଆଯାଇପାରେ । [୫] ପ୍ରତିଷେଧ ନିମନ୍ତେ ସମ୍ଭାବ୍ୟ ଘଟଣା ସମ୍ବନ୍ଧରେ ଶିକ୍ଷା ଦିଆଯାଏ । [୧]

ଅଟୋନୋମିକ ଡିସ୍ରେଫ୍ଲେକ୍ସିଆ ଟି୬ ମେରୁଦଣ୍ଡ ସ୍ତର ଉପରେ ୨୦ରୁ ୭୦% ଲୋକଙ୍କଠାରେ ଦେଖାଯାଏ | [୩] ଏଥିରେ ମୃତ୍ୟୁ ସଙ୍କଟ ୨୨% ଥାଏ । [୬] ଏହି ଅବସ୍ଥା ପ୍ରଥମେ ହିଲଟନ୍ ୧୮୬୦ ମସିହାରେ ବର୍ଣ୍ଣନା କରିଥିଲେ । [୭] ଏହି ଅବସ୍ଥାରେ ଥିବା ଅନେକ ଲୋକ ସମ୍ପ୍ରଦାୟର ଚିକିତ୍ସା ପାଇଁ ଔଷଧ ପାଖରେ ରଖିଥାଆନ୍ତି। [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Consortium for Spinal Cord Medicine (2002). "Acute management of autonomic dysreflexia: individuals with spinal cord injury presenting to health-care facilities". The Journal of Spinal Cord Medicine. 25 Suppl 1: S67–88. PMID 12051242.
  2. Leão, P; Figueiredo, P (2016). "Autonomic hyperreflexia after spinal cord injury managed successfully with intravenous lidocaine: a case report". Patient safety in surgery. 10: 10. doi:10.1186/s13037-016-0098-5. PMID 26985238.{{cite journal}}: CS1 maint: unflagged free DOI (link)
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ ୩.୧୭ ୩.୧୮ ୩.୧୯ ୩.୨୦ Allen, KJ; Leslie, SW (January 2021). "Autonomic Dysreflexia". PMID 29494041. {{cite journal}}: Cite journal requires |journal= (help)
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ Krassioukov A, Warburton DE, Teasell R, Eng JJ (April 2009). "A systematic review of the management of autonomic dysreflexia after spinal cord injury". Archives of Physical Medicine and Rehabilitation. 90 (4): 682–95. doi:10.1016/j.apmr.2008.10.017. PMC 3108991. PMID 19345787.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ Eldahan KC, Rabchevsky AG (January 2018). "Autonomic dysreflexia after spinal cord injury: Systemic pathophysiology and methods of management". Autonomic Neuroscience. 209: 59–70. doi:10.1016/j.autneu.2017.05.002. PMC 5677594. PMID 28506502.
  6. ୬.୦ ୬.୧ ୬.୨ ୬.୩ Cowan, H; Lakra, C; Desai, M (2020-10-02). "Autonomic dysreflexia in spinal cord injury". BMJ (Clinical research ed.). 371: m3596. doi:10.1136/bmj.m3596. PMID 33008797.
  7. Atlee, John L. (2007-01-01). Complications in Anesthesia (in ଇଂରାଜୀ). Elsevier Health Sciences. p. 853. ISBN 978-1-4160-2215-2. Archived from the original on 2021-08-27. Retrieved 2021-05-30.