ଫୁସଫୁସ ଇଡିମା

ଉଇକିପିଡ଼ିଆ‌ରୁ
Pulmonary edema
Pulmonary oedema
Pulmonary edema with small pleural effusions on both sides.
ବିଭାଗCardiology, critical care medicine
ଲକ୍ଷଣShortness of breath, lung crackles, pink frothy sputum[୧]
କାରଣCardiogenic: Heart attack, myocarditis, valvular heart disease, heart arrythmias[୧]
Non-cardiogenic: Acute respiratory distress syndrome (ARDS), pneumonia, pancreatitis, multiple blood transfusions[୧]
ରୋଗ ନିର୍ଣ୍ଣୟ ପଦ୍ଧତିSupported by lab tests and medical imaging[୧]
ଚିକିତ୍ସାCardiogenic: Furosemide, nitroglycerin, non-invasive ventilation[୨]
Non-cardiogenic: Oxygen therapy, mechanical ventilation[୩]
ପୁନଃପୌନିକRelatively common[୪]

ଫୁସଫୁସ ଇଡିମା ରୋଗରେ ଫୁସଫୁସରେ ଥିବା ତନ୍ତୁ ଓ ବାୟୁ ରହୁଥିବା ସ୍ଥାନରେ ତରଳ ପଦାର୍ଥ ଜମିଯାଏ । [୧] ଏହାର ଲକ୍ଷଣ ମଧ୍ୟରେ ଅଣନିଶ୍ୱାସ, ଫୁସଫୁସ କଣା ହେବା ଏବଂ ଗୋଲାପୀ ଫେଣ‌ଯୁକ୍ତ କଫ ବାହାରେ | [୧] ରୋଗ ଜଟିଳ ହେଲେ ଫୁସଫୁସ ଅକାମୀ ହୋଇଯାଏ | [୧]

ଏହା ହୃଦ୍‌ପାତ (କାର୍ଡିଓଜେନିକ୍) କିମ୍ବା ଫୁସଫୁସ ତନ୍ତୁରେ ଆଘାତ (ନନ୍-କାର୍ଡିଓଜେନିକ୍ ଫୁସଫୁସ ଇଡିମା) ହେତୁ ହୋଇପାରେ | [୧] ହୃଦଘାତ, ମାୟୋକାର୍ଡାଇଟିସ୍, ଭାଲ୍ଭୁଲାର୍ ହୃଦ୍ ରୋଗ କିମ୍ବା ଅନିୟମିତ ହୃତ୍ ସ୍ପନ୍ଦନ ଯୋଗୁ ହୃଦ୍‌ପାତ ହୁଏ । [୧] ଆକ୍ୟୁଟ ରେସପିରେଟରି ଡିସ୍ଟ୍ରେସ ସିଣ୍ଡ୍ରୋମରେ ଫୁସଫୁସ ଆଘାତ ଦେଖାଯାଏ ଏବଂ ନିମୋନିଆ, ଅଗ୍ନାଶୟ ପ୍ରଦାହ କିମ୍ବା ଏକାଧିକ ରକ୍ତ ଗ୍ରହଣ ଯୋଗୁ ହୋଇପାରେ । [୧] ଏହି ରୋଗ ଯୋଗୁ ଫୁସଫୁସରେ ବାୟୁ ବିନିମୟ ହୋଇପାରେ ନାହିଁ | [୧] ପରୀକ୍ଷାଗାରର ପରୀକ୍ଷା ତ‌ଥା ମେଡିକାଲ ଇମେଜିଙ୍ଗ କରି ରୋଗ ନିର୍ଣ୍ଣୟ ସମର୍ଥିତ କରାଯାଏ | [୧]

ଏହି ରୋଗ ଚିକିତ୍ସାରେ ଲକ୍ଷଣଗୁଡିକର ଉନ୍ନତି ସାଧନ ଏବଂ ଏହାର ମୂଳ କାରଣକୁ ସମାଧାନ କରିବା ଉପରେ ଧ୍ୟାନ ଦିଆଯାଇଛି | [୧] କାର୍ଡିଓଜେନିକ୍ ଫୁସଫୁସ ଇଡିମାର ଅତିରିକ୍ତ ପ୍ରୟାସରେ ଫୁରୋସେମାଇଡ ପରି ଡାଇୟୁରେଟିକ, ନାଇଟ୍ରୋଗ୍ଲିସେରିନ ଓ ନ‌ନ୍-ଇନଭେସିଭ ଭେଣ୍ଟିଲେସନ କରାଯାଏ | [୨] ଅଣ-କାର୍ଡିଓଜେନିକ୍ ଫୁସଫୁସ ଇଡିମାରେ ଅତିରିକ୍ତ ପ୍ରୟାସରେ ଅକ୍ସିଜେନ୍ ଥେରାପି ଏବଂ ଯାନ୍ତ୍ରିକ ଭେଣ୍ଟିଲେସନ ସାହାଯ୍ୟ ନିଆଯାଏ | [୩]

ଫୁସଫୁସ ଇଡିମା ଅପେକ୍ଷାକୃତ ସାଧାରଣ ରୋଗ ଅଟେ | [୪] ଆମେରିକାରେ କାର୍ଡିଓଜେନିକ୍ ରୋଗ ବର୍ଷକୁ ଏକ ନିୟୁତରୁ ଅଧିକ ଲୋକଙ୍କୁ ପ୍ରଭାବିତ କରୁଥିବାବେଳେ ଅଣ-କାର୍ଡିଓଜେନିକ୍ ରୋଗ ପ୍ରାୟ ୧୯୦,୦୦୦ ଲୋକଙ୍କୁ ପ୍ରଭାବିତ କରିଥାଏ। [୧] ଡାକ୍ତରଖାନାରେ ଭର୍ତ୍ତି ହେଲେ ମୃତ୍ୟୁ ହେବାର ଆଶଙ୍କା ୧୯୭୦ ଦଶକରେ ୬୦% ଥିବାବେଳେ ୧୯୯୦ ଦଶକରେ ୩୦%କୁ ହ୍ରାସ ପାଇଛି। [୧] ଖ୍ରୀଷ୍ଟପୂର୍ବ ୪୦୦ ସମୟର ହିପୋକ୍ରେଟସ ଅମଳରୁ ଏହାର ବର୍ଣ୍ଣନା ଲିପିବଦ୍ଧ ଅଛି । [୫] ଇଡିମା ଶବ୍ଦଟି ଗ୍ରୀକ୍ οἴδημα ( oídēma )ର ଅର୍ଥ ହେଉଛି "ଫୁଲା" | [୬]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Malek, R; Soufi, S (January 2020). "Pulmonary Edema". PMID 32491543. {{cite journal}}: Cite journal requires |journal= (help)
  2. ୨.୦ ୨.୧ Dobbe, L; Rahman, R; Elmassry, M; Paz, P; Nugent, K (December 2019). "Cardiogenic Pulmonary Edema". The American journal of the medical sciences. 358 (6): 389–397. doi:10.1016/j.amjms.2019.09.011. PMID 31813466.
  3. ୩.୦ ୩.୧ Clark, SB; Soos, MP (January 2020). "Noncardiogenic Pulmonary Edema". PMID 31194387. {{cite journal}}: Cite journal requires |journal= (help)
  4. ୪.୦ ୪.୧ Medical Terminology Made Incredibly Easy! (in ଇଂରାଜୀ). Lippincott Williams & Wilkins. 2008. p. 160. ISBN 978-0-7817-8845-8.
  5. Gallin, John I.; Ognibene, Frederick P. (2012). Principles and Practice of Clinical Research (in ଇଂରାଜୀ). Academic Press. p. 2. ISBN 978-0-12-382168-3.
  6. Boron, Walter F.; Boulpaep, Emile L. (2012). Medical Physiology, 2e Updated Edition E-Book: with STUDENT CONSULT Online Access (in ଇଂରାଜୀ). Elsevier Health Sciences. p. 493. ISBN 978-1-4557-1181-9.