ନାଇଟ୍ରୋଗ୍ଲିସେରିନ
| Clinical data | |
|---|---|
| Trade names | Nitrol, others |
| AHFS/Drugs.com | monograph |
| MedlinePlus | a601086 |
| Pregnancy category |
|
| Routes of administration | sublingual, transdermal, by mouth, intravenous |
| ATC code | |
| Legal status | |
| Legal status | |
| Pharmacokinetic data | |
| Bioavailability | <1% |
| Metabolism | liver (rapid), red blood cells, vascular wall |
| Elimination half-life | 3 minutes |
| Excretion | In urine, in bile |
| Identifiers | |
| |
| CAS Number | |
| PubChem CID | |
| IUPHAR/BPS | |
| DrugBank | |
| ChemSpider | |
| UNII | |
| ChEBI | |
| ChEMBL | |
| ECHA InfoCard | 100.000.219 |
| Chemical and physical data | |
| Formula | C3H5N3O9 |
| Molar mass | 227.087 g/mol |
| 3D model (JSmol) | |
| |
| |
| | |
ନାଇଟ୍ରୋଗ୍ଲିସେରିନ (ଅନ୍ୟ ନାମ ଗ୍ଲିସେରିଲ ଟ୍ରାଇନାଇଟ୍ରେଟ/glyceryl trinitrate ବା GTN) ଏକ ଔଷଧ ଯାହା ହୃଦ୍ପାତ, ଉଚ୍ଚ ରକ୍ତଚାପମାନଙ୍କର ଚିକିତ୍ସା ନିମନ୍ତେ ଓ ଆଞ୍ଜାଇନା ପେକ୍ଟୋରିସ (chest pain from not enough blood flow to the heart) ରୋଗର ପ୍ରତିଷେଧ ତଥା ଚିକିତ୍ସା ନିମନ୍ତେ ବ୍ୟବହାର ହୁଏ । କୋକେନ (cocaine) ଯୋଗୁ ହେଉଥିବା ଛାତି ଯନ୍ତ୍ରଣା ଓ ହୃଦ୍ଘାତ ରୋଗରେ ମଧ୍ୟ ଏହି ଔଷଧ ଦିଆଯାଏ । ଏହା ଜିଭ ତଳେ ଦିଆଯାଏ, ଚର୍ମରେ ଲଗାଯାଏ ଓ ଶିରାଭ୍ୟନ୍ତରରେ ମଧ୍ୟ ଦିଆଯାଏ । [୧]
ନାଇଟ୍ରୋଗ୍ଲିସେରିନର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥା ଓ ନିମ୍ନ ରକ୍ତଚାପ (low blood pressure) ଆଦି ଲକ୍ଷଣ ଦେଖାଯାଏ । ନିମ୍ନ ରକ୍ତଚାପ ସାଂଘାତିକ ହୋଇପାରେ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ । ସିଲଡେନାଫିଲ (sildenafil) ଶ୍ରେଣୀର ଔଷଧ ସହିତ ଏହା ଦିଆଯାଏନାହିଁ । ନାଇଟ୍ରେଟ (nitrate) ଶ୍ରେଣୀର ଏହି ନାଇଟ୍ରୋଗ୍ଲିସେରିନ ଏକ ସଭ୍ୟ । ଏହାର କାର୍ଯ୍ୟପ୍ରଣାଳୀ ସ୍ପଷ୍ଟ ହୋଇନଥିଲେ ମଧ୍ୟ ରକ୍ତନଳୀକୁ ସ୍ଫୀତ (dilating blood vessels) କରି କାମ କରୁଥିବା ବିଶ୍ୱାସ କରାଯାଏ । [୧]
ନାଇଟ୍ରୋଗ୍ଲିସେରିନ ବିଷୟ ସନ ୧୮୪୬ ଭଳି ପ୍ରାକ୍କାଳରେ ଲିପିବଦ୍ଧ ହୋଇଥିଲା ଓ ଏହା ଡାକ୍ତରୀ ବ୍ୟବହାରରେ ସନ ୧୮୭୮ରୁ ଆରମ୍ଭ ହୋଇଥିଲା ।[୨][୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଜିଭ ତଳେ ରଖାଯଉଥିବା ଏହି ଔଷଧର ଏକ ଡୋଜର କ୍ରୟ ମୂଲ୍ୟ ୦.୦୬ରୁ ୦.୨୨ ଆମେରିକୀୟ ଡଲାର ।[୫] ଏହା ରାସାୟନିକ ବିଷ୍ଫୋଟକ ନାଇଟ୍ରୋଗ୍ଲିସେରିନ (nitroglycerin) ଆକାରରେ ମଧ୍ୟ ବ୍ୟବହାର କରାଯାଏ ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Nitroglycerin". The American Society of Health-System Pharmacists. Retrieved 8 December 2016.
- ↑ Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 454. ISBN 9783527607495.
- ↑ ୩.୦ ୩.୧ Ravina, Enrique (2011). The Evolution of Drug Discovery: From Traditional Medicines to Modern Drugs (in ଇଂରାଜୀ). John Wiley & Sons. p. 153. ISBN 9783527326693.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Glyceryl Trinitrate". International Drug Price Indicator Guide. Retrieved 8 December 2016.[permanent dead link]