ଉଦ୍‌ବେଗ

ଉଇକିପିଡ଼ିଆ ରୁ
Jump to navigation Jump to search
ଉଦ୍‌ବେଗ
A. Morison "Physiognomy of mental diseases", cases Wellcome L0022722 (cropped).jpg
ପାରାଫୋବିଆ ହୋଇଥିବା ଏକ ରୋଗୀ - ଆଲେକ୍ଜାଣ୍ଡାର ମରିସନଙ୍କର ୧୮୪୩ ମସିହାର ବହିରୁ ଉଦ୍ଧୃତ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି Psychiatry, psychology

ଉଦ୍‌ବେଗ (ଇଂରାଜୀ: Anxiety) ହେଉଛି ଏକ ମନର ଭାବ ଯାହାକି ମନରେ ଆଭ୍ୟନ୍ତରୀଣ ଅଶାନ୍ତି ସୃଷ୍ଟି କରିଥାଏ, ବହୁ ସମୟରେ ଏଥିସହ ଘାବରେଇ ଯିବା ଭଳି ବ୍ୟବହାର ମଧ୍ୟ ଯଥା ଆଗ ପଛ ହେବା, ଦୈହିକ ଅଭିଯୋଗ ଓ ସବୁବେଳେ ଚିନ୍ତାକରିବା ସ୍ଥତିରେ ରହିବ ଆଦି ହୋଇପାରେ ।[୧] ଆଗକୁ ଘଟିବାକୁ ଥିବା ଘଟଣାଗୁଡିକ ବିଷୟରେ ଚିନ୍ତା କରିବାର ଏହା ଏକ ଖରାପ ଭାବନା, ଯଥା କେଉଁ ନିଜର ବ୍ୟକ୍ତିଙ୍କର ମୃତ୍ୟୁ ଇତ୍ୟାଦି । [୨] ଉଦ୍‌ବେଗ ଓ ଡର ସମାନ ଭାବନା ନୁହନ୍ତି । ଡର ହେଉଛି ସଙ୍ଗେ ସଙ୍ଗେ ଘଟିଥିବା ଘଟଣାର ଏକ ପ୍ରତିକ୍ରିୟା[୩], କିନ୍ତୁ ଉଦ୍‌ବେଗ ହେଉଛି ଭବିଷ୍ୟତରେ ଘଟିବାକୁ ଥିବା ଆଶଙ୍କିତ ଘଟଣା ।  ଉଦ୍‌ବେଗ ଏକ ସମ୍ପୂର୍ଣ୍ଣ ପ୍ରାକୃତିକ ଭାବନା ଅଟେ, କିନ୍ତୁ ଯଦି ଏହା ବାରମ୍ବାର ହେଉଛି ତେବେ ଏହା ଉଦ୍‌ବେଗ ଅବ୍ୟବସ୍ଥା ରୂପ ନେଇପାରେ ।

ଲକ୍ଷଣ [ସମ୍ପାଦନା]

ଉଦ୍‌ବେଗକୁ ଦୈନନ୍ଦିନ ଜୀବନରେ ଟିକେ ଅଧିକ ସମୟଧରି ଘଟୁଥିବା ଘଟଣାଗୁଡିକରୁ ଅନୁଭବ କରାଯାଇ ପାରିବ ଯାହାକି ଜୀବନର ଗୁଣକୁ କମାଇଦେଇଥାଏ, ଯାହାକୁ କି କ୍ରନିକ ଉଦ୍‌ବେଗ କୁହାଯାଇଥଏ, ଅନ୍ୟ ପକ୍ଷରେ ଏହା ମଧ୍ୟ ଛୋଟ ଛୋଟ ତୀବ୍ର ଚାପଯୁକ୍ତ ହୋଇପାରେ ଯାହା ପ୍ୟାନିକ ଆଟାକର ରୂପ ନେଇପାରେ ଏହାକୁ ଆକ୍ୟୁଟ ଉଦ୍‌ବେଗ କୁହାଯାଇଥାଏ ।[୪] ବ୍ୟକ୍ତିରୁ ବ୍ୟକ୍ତି ଉଦ୍‌ବେଗ ଜନିତ ଲକ୍ଷଣ ଭିନ୍ନ ଭିନ୍ନ ଧରଣର ହୋଇଥାଏ, ଏହା କେତେଥର, ତୀବ୍ରତା ଆଦି ଉପରେ ନିର୍ଭର କରେ । ପ୍ରାୟ ସଭିଏଁ ନିଜ ଜୀବନରେ କୌଣସି ନା କୌଣସି ସମୟରେ ଉଦ୍‌ବେଗ କରିଥାନ୍ତି, ହେଲେ ଲମ୍ବା ଚାଲିଲାଭଳି ସମସ୍ୟା ସମସ୍ତେ କରନ୍ତି ନାହିଁ ।

ଉଦ୍‌ବେଗ ବେଳେ ବେଳେ ଅବସାଦର ରୂପ ନେଇ ଆତ୍ମହତ୍ୟାର ମଧ୍ୟ ପରିଣତ ହୋଇପାରେ । ତେଣୁ ଆତ୍ମହତ୍ୟା ନିରୋଧୀ ହେଲ୍ପଲାଇନ ନମ୍ବର ୨୪-ଘଣ୍ଟା ଖୋଲା ଥାଏ ।[୫]

ଉଦ୍‌ବେଗ ଯୋଗୁଁ ଉଭୟ ମାନସିକ ଓ ଶାରୀରିକ ଲକ୍ଷଣ ଦେଖାଯାଇପାରେ । କେତେକ ଶାରୀରିକ ଲକ୍ଷଣ ଗୁଡିକ ହେଲା:

  • ସ୍ନାୟବିକ ଯଥା, ମୁଣ୍ଡ ବିନ୍ଧା, ଛୁଞ୍ଚି ଫୋଡିହେଲାଭଳି ଲାଗିବା କିମ୍ବା ମୁଣ୍ଡ ବୁଲା
  • ପଚନାକାରୀ ଯଥା ତଳିପେଟ ଯନ୍ତ୍ରଣା, ବାନ୍ତି ହେବା ବା ହେଲାଭଳି ଲାଗିବା, ତରଳ ଝାଡ଼ା, ବଦହଜମୀ କିମ୍ବା ଶୁଖିଲା ପାଟି
  • ନିଶ୍ୱାସ ପ୍ରଶ୍ୱାସ ଯଥା କମ ନିଶ୍ୱାସ ପ୍ରଶ୍ୱାସ କରିବା
  • ହୃତପିଣ୍ଡ ଜନିତ ଯଥା ତୀବ୍ର ହ୍ରୁଦସ୍ପନ୍ଦନ କିମ୍ବା ଛାତିରେ ଯନ୍ତ୍ରଣା
  • ମାଂସପେଶୀ ଜନିତ ଯଥା ଥକି ଯିବା, ସ୍ୱତଃ ମାଂସ କମ୍ପନ କିମ୍ବା ଟିଟାନି
  • ଚର୍ମ ଜନିତ ଯଥା: ଅଚାନକ ଝାଳ ବୋହିବା ଏବଂ କୁଣ୍ଡେଇ ହବା
  • ବାରମ୍ବାର ମୂତ୍ର ବିସର୍ଜନ କରିବା କିମ୍ବା ନପୁଂସକତା

ପ୍ରକାର [ସମ୍ପାଦନା]

ଏଡ଼ୱାର୍ଡ଼ ମଞ୍ଚ୍ ଙ୍କଦ୍ୱାରା ଉଦ୍‌ବେଗ ଦର୍ଶାଉଥିବା ଏକ ଚିତ୍ର, ୧୮୯୪

ଅସ୍ଥିତ୍ୱ[ସମ୍ପାଦନା]

ଏହି ପ୍ରକାର ଉଦ୍‌ବେଗରେ ଜଣେ ବ୍ୟକ୍ତି ଏହାର ଏହି ଦୁନିଆର ଚାଲିଯିବାର ଆଶଙ୍କା ପ୍ରକାଶ କରିଥାଏ । [୬]

ଭିକ୍ଟର ଫ୍ରାଙ୍କଏଲ ତାଙ୍କର ବହିରେ ଲେଖିଥିଲେ ଯେତେବେଳେ ମଣିଷ ନିଜର ମୃତ୍ୟୁର ବହୁତ ପାଖରୁ ଦେଖେ ସେତେବେଳେ ସେ ମୃତ୍ୟୁରୁ ବଞ୍ଚିବା ପାଇଁ, ଜୀବିତ ରହିବାର ଅର୍ଥ ଖୋଜିଥାଏ ।[୭]

ପରୀକ୍ଷଣ ଏବଂ ପ୍ରଦର୍ଶନ [ସମ୍ପାଦନା]

ୟର୍କ୍ସ-ଦଦଶନ ନିୟମ ହିସାବରେ ଏକ ନିର୍ଦ୍ଧିଷ୍ଟ ମାତ୍ରାରେ ଉଦ୍‌ବେଗଦ୍ୱାରା ଜଣେ ଭଲ ଭାବରେ ପରୀକ୍ଷା, ପ୍ରଦର୍ଶନ, ପ୍ରତିଯୋଗିତାମୂଳକ ଘଟଣା ସବୁ କରିପାରିବ । କିନ୍ତୁ ଏହି ମାତ୍ରା ଯଦି ସେହି ନିର୍ଦ୍ଧିଷ୍ଟ ଆବଶ୍ୟକତା ମୂଲ୍ୟରୁ ଅଧିକ ହୋଇଯାଏ ତେବେ ପ୍ରଦର୍ଶନରେ ଅବନ୍ତୀ ଦେଖିବାକୁ ମିଳିଥାଏ ।[୮]

ପରୀକ୍ଷଣ ଉଦ୍‌ବେଗ ହେଉଛି ସେହି ଅସହଜ, କଷ୍ଟ , ଘାବରେଇଲା ଭାବନା ଯାହା କୌଣସି ଏକ ବଡ଼ ପରୀକ୍ଷା ଦେବା ପୂର୍ବରୁ ଜଣେ ବ୍ୟକ୍ତି ଅନୁଭବ କରିଥାଏ ।[୯] [୧୦] [୧୧][୧୨] [୧୩]

ଅଜଣା, ସାମାଜିକ ଏବଂ ଅନ୍ତ-ବର୍ଗିକ ଉଦ୍ବେଗ[ସମ୍ପାଦନା]

ମନୁଷ୍ୟ ହେଉଛି ଏକ ସାମାଜିକ ପ୍ରାଣୀ ତେଣୁ ଅନ୍ୟ କେହି ଯଦି ଜଣେ ମନୁଷ୍ୟର ନିଷ୍ପତିକୁ ମନା କରିଦିଏ ଏହି ଭଳି କ୍ଷେତ୍ରରେ ଉଦ୍‌ବେଗ ଘଟିପାରେ । [୧୪]

ନିଷ୍ପତି କିମ୍ବା ବିକଳ୍ପ [ସମ୍ପାଦନା]

ନିଷ୍ପତି ନେବା ସମୟରେ ଅନିଶ୍ଚିତତା ଯୋଗୁଁ ଉଦ୍‌ବେଗ ହୋଇ ଜଣଙ୍କର ଭାବନା ସହିତ ଖେଳି ନିଷ୍ପତି ନେବା ପ୍ରକ୍ରିୟାରେ ବାଧକ ସାଜିପାରେ । [୧୫]

ଉଦବେଗ ଜନିତ ଅଵ୍ୟଵସ୍ଥା [ସମ୍ପାଦନା]

ପ୍ରାୟ ୧୨% ଲୋକ ପ୍ରତି ବର୍ଷରେ ଉଦ୍‌ବେଗ ଅବ୍ୟବସ୍ଥାର ଶିକାର ହୋଇଥାନ୍ତି । [୧୬] ୨୫ ବର୍ଷରୁ କମ ବୟସର ମହିଳା ମାନଙ୍କ କ୍ଷେତ୍ରରେ ପୁରୁଷ ମାନଙ୍କର ଅପେକ୍ଷା ଏହା ଦୁଇଗୁଣ ଅଧିକ ହୋଇଥାଏ ।[୧୭]

ଆଧାର [ସମ୍ପାଦନା]

  1. Seligman, M.E.P.; Walker, E.F.; Rosenhan, D.L. Abnormal psychology (୪th ed.). New York: W.W. Norton & Company. 
  2. Davison, Gerald C. (୨୦୦୮). Abnormal Psychology. Toronto: Veronica Visentin. p. ୧୫୪. ISBN ୯୭୮-୦-୪୭୦-୮୪୦୭୨-୬. 
  3. American Psychiatric Association (୨୦୧୩). Diagnostic and Statistical Manual of Mental Disorders (Fifth ed.). Arlington, VA: American Psychiatric Publishing. p. ୧୮୯. ISBN ୯୭୮-୦-୮୯୦୪୨-୫୫୫-୮. 
  4. "Generalized anxiety disorder: acute and chronic treatment". CNS Spectr. 9 (10): 716–23. 2004. PMID 15448583. 
  5. "Depression Hotline | Call Our Free, 24 Hour Depression Helpline" (in en-US). PsychGuides.com. https://www.psychguides.com/guides/depression-hotline/. 
  6. Tillich, Paul (୧୯୫୨). The Courage To Be. New Haven: Yale University Press. p. ୭୬. ISBN ୦-୩୦୦-୦୮୪୭୧-୪. 
  7. Abulof, Uriel (୨୦୧୫). The Mortality and Morality of Nations. New York: Cambridge University Press. p. ୨୬. ISBN ୯୭୮୧୧୦୭୦୯୭୦୭୦. 
  8. Teigen, Karl Halvor (November 1994). "Yerkes-Dodson: A Law for all Seasons". Theory Psychology. 4 (4): 525–47. doi:10.1177/0959354394044004. 
  9. Liebert, Robert M.; Morris, Larry W. (1967). "Cognitive and emotional components of test anxiety: A distinction and some initial data". Psychological Reports. 20 (3): 975–978. doi:10.2466/pr0.1967.20.3.975. PMID 6042522. 
  10. Beidel, D.C.; Turner, S.M. (1988). "Comorbidity of test anxiety and other anxiety disorders in children". Journal of Abnormal Child Psychology. 16 (3): 275–287. doi:10.1007/BF00913800. PMID 3403811. 
  11. Rapee, Ronald M.; Heimberg, Richard G. (August 1997). "A cognitive-behavioral model of anxiety in social phobia". Behaviour Research and Therapy. 35 (8): 741–56. doi:10.1016/S0005-7967(97)00022-3. PMID 9256517. 
  12. Mathur, S.; Khan, W. (October 2011). "Impact of Hypnotherapy on examination anxiety and scholastic performance among school children" (PDF). Delhi Psychiatry Journal. 14 (2): 337–342. Archived (PDF) from the original on August 13, 2016. 
  13. Hall-Flavin, Daniel K. "Is it possible to overcome test anxiety?". Mayo Clinic. Mayo Foundation for Medical Education and Research. Archived from the original on September 5, 2015. Retrieved 11 August 2015. 
  14. Hofmann, Stefan G.; Dibartolo, Patricia M. (୨୦୧୦). "Introduction: Toward an Understanding of Social Anxiety Disorder". Social Anxiety. pp. xix–xxvi. doi:୧୦.୧୦୧୬/B୯୭୮-୦-୧୨-୩୭୫୦୯୬-୯.୦୦୦୨୮-୬. ISBN ୯୭୮-୦-୧୨-୩୭୫୦୯୬-୯. 
  15. Hartley, Catherine A.; Phelps, Elizabeth A. (2012). "Anxiety and Decision-Making". Biological Psychiatry. 72 (2): 113–8. doi:10.1016/j.biopsych.2011.12.027. PMC 3864559Freely accessible. PMID 22325982. 
  16. Kessler; et al. (2007). "Lifetime prevalence and age-of-onset distributions of mental disorders in the World Health Organization's World Mental Health Survey Initiative". World Psychiatry. 6 (3): 168–76. PMC 2174588Freely accessible. PMID 18188442. 
  17. Craske, MG; Stein, MB (24 June 2016). "Anxiety". Lancet. doi:10.1016/S0140-6736(16)30381-6. PMID 27349358. 

ବାହ୍ୟ ଆଧାର[ସମ୍ପାଦନା]