ୟୁରିନାରି ରିଟେନସନ
ୟୁରିନାରି ରିଟେନସନ (Urinary retention) | |
---|---|
Ischuria, bladder failure | |
ବିଭାଗ | ଆଶୁ ଚିକିତ୍ସା ବିଭାଗ Emergency medicine, urology |
ଲକ୍ଷଣ | ହଠାତ୍ ଆରମ୍ଭ: ମୂତ୍ର ତ୍ୟାଗ ଅକ୍ଷମତା, ନିମ୍ନ ଉଦର ଯନ୍ତ୍ରଣା [୧] ଦୀର୍ଘକାଳୀନ: ବାରମ୍ବାର ମୂତ୍ରତ୍ୟାଗ, ମୂତ୍ରାଶୟ ଅନିୟନ୍ତ୍ରିତ ଓ ମୂତ୍ରନଳୀଶୈଳୀ ସଂକ୍ରମଣ (urinary tract infection)[୧] |
କାରଣ | ମୂତ୍ରମାର୍ଗ (urethra) ଅବରୋଧ, ସ୍ନାୟୁ ସମସ୍ୟା, କେତେକ ଔଷଧ, ଦୁର୍ବଳ ମୂତ୍ରାଶୟ ମାଂସପେଶୀ [୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ମୂତ୍ର ତ୍ୟାଗ ପରେ ଜମିରହିଥିବା ମୂତ୍ର ପରିମାଣ [୧] |
ଔଷଧ | ଆଲଫା ବ୍ଲକର (Alpha blockers) ଯେପରିକି ଟେରାଜୋସିନ (terazosin); ୫α-ରିଡକ୍ଟେଜ ଇନହିବିଟର (5α-reductase inhibitors) ଯେପରିକି ଫିନାସ୍ଟେରାଇଡ (finasteride)[୧] |
ଚିକିତ୍ସା | ୟୁରିନାରି କାଥେଟେରାଇଜେସନ (Catheter), ସ୍ଫିତ ମୂତ୍ରମାର୍ଗ (urethral dilation), ୟୁରେଥ୍ରାଲ ସ୍ଟେଣ୍ଟ (urethral stents), ଅପରେଶନ[୧] |
ପୁନଃପୌନିକ | ୧,୦୦୦ରେ ୬ ଜଣ (ପୁରୁଷ > ୪୦ ବର୍ଷ ବୟସ )[୧] |
Patient UK | ୟୁରିନାରି ରିଟେନସନ (Urinary retention) |
ମୂତ୍ର ଅବଧାରଣ ବା ୟୁରିନାରି ରିଟେନସନ (ଇଂରାଜୀ ଭାଷାରେ Urinary retention) ଏକ ରୋଗ ଯେଉଁଥିରେ ମୂତ୍ରାଶୟରୁ (bladder) ମୂତ୍ର ସମ୍ପୁର୍ଣ୍ଣ ରୂପେ ଖାଲି ହୋଇପାରେନାହିଁ । [୧] ଏହି ରୋଗ ହଠାତ୍ ବା ଧୀରେ ଆରମ୍ଭ ହୋଇପାରେ ।[୧] ହଠାତ୍ ଆରମ୍ଭ ହେଲେ ମୂତ୍ର ତ୍ୟାଗ ହୋଇପାରେନି ଓ ତଳିପେଟରେ ଯନ୍ତ୍ରଣା ହୁଏ ।[୧] ଧୀରେ ଆରମ୍ଭ ହେଲେ ମୂତ୍ରାଶୟର ନିୟନ୍ତ୍ରଣ ରୋଗୀ କରିପାରେନି ସାମାନ୍ୟ ଧରଣର ପେଟ ଯନ୍ତ୍ରଣା ହୁଏ ଓ ସରୁ ମୂତ୍ର ଧାର ବାହାରେ ।[୧] ଦୀର୍ଘ ଅବଧିର ରୋଗ ହେଲେ ମୂତ୍ରନଳୀ ଶୈଳୀ ସଂକ୍ରମଣ (urinary tract infections) ହୋଇପାରେ ।[୧]
ମୂତ୍ରମାର୍ଗ (urethra) ଅବରୋଧ, ସ୍ନାୟୁ ସମସ୍ୟା, କେତେକ ଔଷଧ ଓ ଦୁର୍ବାଳ ମୂତ୍ରାଶୟ ମାଂସପେଶୀ ଯୋଗୁ ଏହି ରୋଗ ହୁଏ ।[୧] ବିନାଇନ ପ୍ରୋସ୍ଟାଟିକ ହାଇପରପ୍ଲାସିଆ, ୟୁରେଥ୍ରାଲ ସ୍ଟ୍ରିକଚର ବା ମୂତ୍ରମାର୍ଗ ସଙ୍କୋଚନ (urethral strictures), ମୂତ୍ରାଶୟ ପଥର (bladder stones), ସିସ୍ଟୋସିଲ (cystocele), କୋଷ୍ଠକାଠିନ୍ୟ ଓ ଅର୍ବୁଦ (tumors) ଥିଲେ ଏହି ଅବରୋଧ ହୋଇପାରେ । [୧] ମଧୁମେହ, ଆଘାତ, ମେରୁଦଣ୍ଡ ଆଘାତ (spinal cord problems), ସ୍ଟ୍ରୋକ ଓ ହେଭି ମେଟାଲ ବିଷକ୍ରିୟା (heavy metal poisoning) ଯୋଗୁ ସ୍ନାୟୁ ସମସ୍ୟା ଉପୁଜିପାରେ ।[୧] ଏହି ରୋଗ କରାଉଥିବା ଔଷଧମାନଙ୍କର ନାମ: ଆଣ୍ଟିକଲିନର୍ଜିକ (anticholinergics), ଆଣ୍ଟିହିସ୍ଟାମିନସ (antihistamines), ଟ୍ରାଇସାଇକ୍ଲିକ ଆଣ୍ଟିଡିପ୍ରେସାଣ୍ଟ (tricyclic antidepressants), ଡିକଞ୍ଜେସ୍ଟାଣ୍ଟ (decongestants), ସାଇକ୍ଲୋବେଞ୍ଜାପ୍ରିନ (cyclobenzaprine), ଡାଏଜେପାମ, ଏନଏସଏଆଇଡି (NSAIDs), ଆମ୍ଫେଟାମିନ ଓ ଓପିଅଏଡ (opioid) ଇତ୍ୟାଦି ଔଷଧ ଯୋଗୁ ମଧ୍ୟ ଏ ରୋଗ ହୁଏ । [୧] ମୂତ୍ରତ୍ୟାଗ ପରେ ମୂତ୍ରାଶୟରେ ରହିଯାଉଥିବା ମୂତ୍ରର ପରିମାନ ଦେଖି ରୋଗ ନିର୍ଣ୍ଣୟ କରାଯାଏ । [୧]
ଗୋଟିଏ କାଥେଟର ସାହାଯ୍ୟରେ ମୂତ୍ରମାର୍ଗ ପଥରେ ବା ତଳି ପେଟ (lower abdomen) ମଧ୍ୟଦେଇ ମୂତ୍ର ନିଷ୍କାସନ କରାଯାଏ । [୧][୨] ଅନ୍ୟାନ୍ୟ ଚିକିତ୍ସା ମଧ୍ୟରେ ପ୍ରୋସ୍ଟେଟର ଆକାର କମେଇବାକୁ ଔଷଧ ଦିଆଯାଏ, ମୂତ୍ରମାର୍ଗ ସ୍ଫୀତ (urethral dilation) କରାଯାଏ, ୟୁରେଥ୍ରାଲ ସ୍ଟେଣ୍ଟ (urethral stent) ଦିଆଯାଏ ବା ଅପରେଶନ କରାଯାଏ ।[୧] ଏହି ରୋଗ ପୁରୁଷମାନଙ୍କର ମହିଳାଙ୍କ ଅପେକ୍ଷା ଅଧିକ ହୁଏ ।[୧] ଚାଳିଶ ବର୍ଷ ବୟସ ପରେ ବର୍ଷକୁ ପ୍ରତି ଏକ ହଜାରରେ ୬ ଜଣକୁ ଏ ରୋଗ ହୁଏ । [୧] ଅଶୀ ବର୍ଷ ବୟସ ପରେ ଏହି ରୋଗ ହାର ୩୦% ହୋଇଯାଏ । [୧]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ "Urinary Retention". National Institute of Diabetes and Digestive and Kidney Diseases. Aug 2014. Archived from the original on 4 October 2017. Retrieved 24 October 2017.
- ↑ Sliwinski, A; D'Arcy, FT; Sultana, R; Lawrentschuk, N (April 2016). "Acute urinary retention and the difficult catheterization: current emergency management". European journal of emergency medicine : official journal of the European Society for Emergency Medicine. 23 (2): 80–8. doi:10.1097/MEJ.0000000000000334. PMID 26479738.
External links
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |