ପ୍ରାଣନାଥ ପଟ୍ଟନାୟକ
ପ୍ରାଣନାଥ ପଟ୍ଟନାୟକ | |
---|---|
ବିଧାୟକ, ଦ୍ୱିତୀୟ ବିଧାନ ସଭା | |
କାର୍ଯ୍ୟକାଳ ୧ ଅପ୍ରେଲ ୧୯୫୭ – ୨୫ ଫେବୃଆରୀ ୧୯୬୧ | |
ପୂର୍ବ ଅଧିକାରୀ | ମାଧବ ଚନ୍ଦ୍ର ରାଉତରାୟ |
ପର ଅଧିକାରୀ | ବନମାଳି ପଟ୍ଟନାୟକ |
ନିର୍ବାଚନ ମଣ୍ଡଳୀ | ଖୋର୍ଦ୍ଧା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ପ୍ରାଣନାଥ ପଟ୍ଟନାୟକ ୧୬ ନଭେମ୍ବର ୧୯୦୫ ଡିମିରି, କଣାସ, ପୁରୀ |
ମୃତ୍ୟୁ | ୫ ଅକ୍ଟୋବର ୧୯୭୦ | (ବୟସ ୬୪)
ରାଜନୀତିକ ଦଳ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | କଂଗ୍ରେସ ସାମ୍ୟବାଦୀ ପାର୍ଟି, କଂଗ୍ରେସ |
ଜୀବନ ସାଥୀ | ମଞ୍ଜରୀ ପଟ୍ଟନାୟକ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ, କାଶୀ ଜାତୀୟ ବିଦ୍ୟାପୀଠ, ବନାରସ |
ପ୍ରାଣନାଥ ପଟ୍ଟନାୟକ (୧୬ ନଭେମ୍ବର ୧୯୦୫ - ୫ ଅକ୍ଟୋବର ୧୯୭୦) ଓଡ଼ିଶାର ଜଣେ ବାମପନ୍ଥୀ ନେତା, ବିଧାୟକ, ଶିକ୍ଷାବିଦ ଓ ବିପ୍ଲବୀ ଥିଲେ । ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମ, ଓଡ଼ିଶା କୃଷକ ଆନ୍ଦୋଳନ ଓ ଓଡ଼ିଶାର ସାମ୍ୟବାଦ ଆନ୍ଦୋଳନ, ଗଡ଼ଜାତ ପ୍ରଜା ଆନ୍ଦୋଳନ, ଓଡ଼ିଶା ଭାଗଚାଷୀ ଆନ୍ଦୋଳନ ଓ ଓଡ଼ିଶା ଶିକ୍ଷା ଆନ୍ଦୋଳନରେ ଭାଗ ନେଇ ଶ୍ରେଣୀହୀନସମାଜ ଗଠନ ପାଇଁ ଆନ୍ଦୋଳନ କରିଥିଲେ । ସ୍ୱାଧୀନତା ସଂଗ୍ରାମ କାଳରେ ସେ ଦଶଥର ଇଂରେଜ ସରକାରର କାରାଗାରେ ବନ୍ଦୀ ଜୀବନ କାଟିଥିଲେ । ବନ୍ଦୀଶାଳା ମଧ୍ୟରେ ଥିବା ସମୟରେ ସେ ୪୫ ଦିନ ଅନଶନ ଚଳାଇଥିଲେ । ପ୍ରାଣନାଥ ପଟ୍ଟନାୟକ ଓଡ଼ିଶାରେ କଂଗ୍ରେସ-ସମାଜବାଦୀ ପାର୍ଟିର ପ୍ରଥମ ସଭାପତି ଥିଲେ ।[୧] ୧୯୬୫-୬୬ ମସିହାରେ ଗ୍ରୀଷ୍ମକାଳରେ ପ୍ରାଣନାଥ କଳାହାଣ୍ଡି ଓ ବଲାଙ୍ଗିରର ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳରେ ଜନସେବାରେ ମୁଖ୍ୟ ଭୂମିକା ନେଇଥିଲେ ।[୨]
ବାଲ୍ୟଜୀବନ ଓ ଶିକ୍ଷା
[ସମ୍ପାଦନା]ପ୍ରାଣନାଥ ପଟ୍ଟନାୟକ ୧୯୦୫ ମସିହାରେ ପୁରୀ ଜିଲ୍ଲାର କଣାସ ପଞ୍ଚାୟତ ଅନ୍ତର୍ଗତ ଡିମିରି ଗାଁରେ ଜନ୍ମ ନେଇଥିଲେ । ସେ ନିଜ ଗାଁ ଚାଟଶାଳିରେ ପ୍ରାଥମିକ ଶିକ୍ଷା ସମାପନ କରିଥିଲେ । ଉଚ୍ଚ ଠିକ ଶେଷ ହେବା ଆଗରୁ ନିଜର ପାଠପଢ଼ା ବନ୍ଦ କରିଥିଲେ ।[୩]
କର୍ମ ଜୀବନ
[ସମ୍ପାଦନା]ମହାତ୍ମା ଗାନ୍ଧୀ ନେତୃତ୍ତ୍ୱରେ ଚାଲିଥିବା ଜାତୀୟ ମୁକ୍ତି ସଂଗ୍ରାମରେ ସେ ଯୋଗ ଦେଇଥିଲେ । ଏହି ସମୟରେ ସେ ବ୍ରିଟିସ ସରକାରଙ୍କଦ୍ୱାରା ୧୦ ଥର କାରାବରଣ କରିଥିଲେ । ସମାଜକୁ ଅର୍ଥନୈତିକ ଗୋଲାମିରୁ ମୁକୁଳାଇବା ପାଇଁ ପ୍ରାଣନାଥ କୃଷକ ସଭା ଗଠନ କରିଥିଲେ । ନବକୃଷ୍ଣ ଚୌଧୁରୀ, ଭଗବତୀ ଚରଣ ପାଣିଗ୍ରାହୀ, ମାଳତୀ ଚୌଧୁରୀ, ଗୁରୁଚରଣ ପଟ୍ଟନାୟକ ଓ ସୁରେନ୍ଦ୍ର ନାଥ ଦ୍ୱିବେଦୀ ଆଦି ସଂଗ୍ରାମୀମାନଙ୍କ ସହ ମିଶି ଓଡ଼ିଶାରେ କଂଗ୍ରେସ ସାମ୍ୟବାଦୀ ପାର୍ଟି ଗଠନ କରିଥିଲେ । ସେ ଏହାର ପ୍ରଥମ ଅଧିବେଶନରେ ଏହାର ସଭାପତି ଦାୟିତ୍ୱ ତୁଲାଇଥିଲେ। ଭଗବତୀ ଚରଣ ଓ ଗୁରୁଚରଣଙ୍କ ସହିତ ମିଶି ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠା କରିଥିଲେ । ବାରାଣସୀର କାଶୀ ଜାତୀୟ ବିଦ୍ୟାପୀଠରେ ଅାଚାର୍ଯ୍ୟ ନରେନ୍ଦ୍ର ଦେବ ଓ ଶ୍ରୀପ୍ରକାଶଙ୍କ ପାଖରେ ରହି ବିଶ୍ୱ ଇତିହାସ, ମାର୍କସବାଦ, ଅର୍ଥନୀତି ସମ୍ପର୍କରେ ଶିକ୍ଷାଲାଭ କରିଥିଲେ । ଏଥିପାଇଁ ସେ "ଶାସ୍ତ୍ରୀ" ଉପାଧିରେ ଭୂଷିତ ହୋଇଥିଲେ । ୧୯୩୬ ମସିହା ନିର୍ବାଚନରେ ପ୍ରାଣନାଥ ପଟ୍ଟନାୟକ ଖୋର୍ଦ୍ଧାରୁ କଂଗ୍ରେସ ପ୍ରାର୍ଥୀ ରୂପେ ସ୍ୱାଧୀନତା ପୂର୍ବ ପ୍ରଥମ ବିଧାନ ସଭାକୁ ସଭ୍ୟ ଭାବେ ନିର୍ବାଚିତ ହେଇଥିଲେ । ୧୯୫୧ ମସିହାରେ ପୁଣିଥରେ ବିଧାନ ସଭାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପ୍ରାର୍ଥୀଭାବେ ନିର୍ବାଚିତ ହେଇଥିଲେ ।[୪]
ପ୍ରତିଷ୍ଠା
[ସମ୍ପାଦନା]ପ୍ରାଣନାଥ ପଟ୍ଟନାୟକ ଖୋର୍ଦ୍ଧାଠାରେ ପ୍ରାଣନାଥ ମହାବିଦ୍ୟାଳୟ ଓ ଜଟଣୀଠାରେ ପ୍ରାଣନାଥ ଉଚ୍ଚ ଇଂରାଜୀ ବିଦ୍ୟାଳୟ ସ୍ଥାପନ କରିଥିଲେ ।[୨]
ଲିଖନ
[ସମ୍ପାଦନା]- ସାରଥି ପତ୍ରିକା ପତ୍ରିକାରେ ପ୍ରବନ୍ଧ
- ଆସନ୍ତାକାଲିର ସାହିତ୍ୟ
ସମ୍ପାଦନା
[ସମ୍ପାଦନା]- ନୂଅାଦୁନିଅା ପତ୍ରିକାର ସମ୍ପାଦକ [୩]
ଆଧାର
[ସମ୍ପାଦନା]- ↑ "Prananath Pattnaik". Odisha Helpline. Retrieved 30 September 2014.
- ↑ ୨.୦ ୨.୧ ପାଟ୍ଟଶାଣୀ, ପ୍ରସନ୍ନ (୩୦ ସେପ୍ତେମ୍ବର ୨୦୧୪). "କ୍ରାନ୍ତିକାରୀ ଚେତନାର ବାର୍ତ୍ତାବହ ପ୍ରାଣନାଥ". ସମାଜ.
{{cite news}}
:|access-date=
requires|url=
(help); Check date values in:|accessdate=
and|date=
(help) - ↑ ୩.୦ ୩.୧ ମହାପାତ୍ର, ଆଶିଷ (୩୦ ସେପ୍ଟେମ୍ବର ୨୦୧୪). "ସଂଗ୍ରାମର ଅନିର୍ବାଣ ଶିଖା- ପ୍ରାଣନାଥ" (PDF). ସମ୍ବାଦ. Retrieved ୧ ଅକ୍ଟୋବର ୨୦୧୪.
{{cite news}}
: Check date values in:|accessdate=
and|date=
(help)[permanent dead link] - ↑ "Prananath Pattnaik | MLA Profile". ମୋ ଓଡ଼ିଶା. Archived from the original on 12 August 2022. Retrieved 5 October 2016.