ରତ୍ନଗିରି
ମହାରାଷ୍ଟ୍ରର ବନ୍ଦର ନିକଟରେ ଥିବା ସହର ପାଇଁ ରତ୍ନଗିରି (ମହାରାଷ୍ଟ୍ର) ଦେଖନ୍ତୁ ।
ରତ୍ନଗିରି | |
---|---|
Religion | |
ଅନୁବନ୍ଧଗୁଡ଼ିକ | ବୌଦ୍ଧ ବାଦ |
District | ଯାଜପୁର |
Status | ସଂରକ୍ଷିତ |
Location | |
ସ୍ଥାନ | ଭାରତ |
State | ଓଡ଼ିଶା |
ବୌଦ୍ଧବାଦ
|
ଧର୍ମ ବା ମତବାଦ ଚାରୋଟି ସତ |
ଆଚରଣ ତିନୋଟି ରତନ |
ପରମ୍ପରା ·
ଧର୍ମଗ୍ରନ୍ଥ |
ରତ୍ନଗିରି ବୌଦ୍ଧ ବାଦର ମୂଳ ବିହାର ମହାବିହାରର ଏକ ପ୍ରଧାନ ଭାଗ ଥିଲା । ଏହା ଓଡ଼ିଶାର ଯାଜପୁର ଜିଲ୍ଲାର ବ୍ରାହ୍ମଣୀ ଓ ବିରୂପା ନଦୀର ଉପତ୍ୟକାରେ ଅବସ୍ଥିତ । ଏହା ଲଳିତଗିରି ଓ ଉଦୟଗିରି ସହିତ ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ଏକ ଅଂଶ ।
ଇତିହାସ
[ସମ୍ପାଦନା]୬ଷ୍ଠ ଶତାବ୍ଦୀର ପ୍ରଥମ ଭାଗରେ ଗୁପ୍ତ ନରପତି ନରସିଂହ ବଳାଦିତ୍ୟଙ୍କର ଶାସନ କାଳରେ ରତ୍ନଗିରି ପ୍ରତିଷ୍ଠା ହୋଇ ୧୨ଶ ଶତାବ୍ଦୀ ଯାଏଁ ଚରମ ଉନ୍ନତିର ପୁରୋଭାଗରେ ପହଞ୍ଚିଥିଲା । ତିବତର ଇତିହାସର ପାଗ ସାମ ଜନ ଜାଙ୍ଗ ଅନୁସାରେ ରତ୍ନଗିରି ୧୦ମ ଶତକର କାଳଚକ୍ରତନ୍ତ୍ରର ଉନ୍ନତିର ଏକ ପ୍ରଧାନ ଭାଗ ଥିଲା ଯାହା ସେକାଳରେ ଅନେକ ଗୁଡ଼ିଏ ସ୍ତୂପ, ଧାତବ ଅନୁଶାସନ ଓ ଅନ୍ୟାନ୍ୟ କାଳଚକ୍ରର ସଂକେତ ଥିବା କୀର୍ତ୍ତିରାଜିର ଆବିଷ୍କାର ହୋଇଥିବାର ପ୍ରମାଣ ଦେଇଥାଏ ।[୧]
ଗଠନ ଶୈଳୀ
[ସମ୍ପାଦନା]ସନ ୧୯୫୮ ଓ ୧୯୬୧ରେ ଏକ ବଡ଼ ଧରଣର ଖନନ କରାଯାଇଥିଲା [୨], ଯାହାର ଫଳାଫଳ ଅନେକ ଅଜଣା ତଥ୍ୟକୁ ଆଗକୁ ଆଣିଥିଲା । ୯ମ ଶତବ୍ଦୀରେ ମୁଖ୍ୟ ସ୍ତୁପଟି ଆଗରୁ ଥିବା ଭୂମି ଉପରେ ତିଆରି କରାଯାଇଥିଲା , ଯାହା ଗୁପ୍ତ ଯୁଗର ଥିଲା । ସିରି ରତ୍ନଗିରି ମହାବିହାରିଅ ଆର୍ଯ୍ୟବିକସୁ ସଙ୍ଘସ୍ସ ନାମରେ ଥିବା ସେତେବେଲର ମୁଦ୍ରା ଏହାକୁ ଚିହ୍ନିବାରେ ସାହାଯ୍ୟ କରିଥାଏ ।
ଅଧୁନା ସେଠାରେ ଏକ ମୂର୍ତ୍ତିସମୂହ ତାରା, ଅବଲୋକିତେଶ୍ୱର, ଅପରାଜିତା ଓ ହରିତି ଆଦି ପୁରାତନ ଗୁପ୍ତ ଶୈଳୀର ଗୁମ୍ଫାରେ ଦେଖିବାକୁ ମିଳନ୍ତି ।
ପ୍ରତ୍ନତାତ୍ତ୍ୱିକ ବିଶେଷତା
[ସମ୍ପାଦନା]ପାଦଟୀକା
[ସମ୍ପାଦନା]- ↑ Also see [୧].
- ↑ ଏହି ଖନନର ଫଳାଫଳ ଏ.ଏସ.ଆଇ.ଙ୍କଦ୍ୱାରା ପ୍ରକାଶ କରାଯାଇଥିଲା । ମିତ୍ର (୧୯୮୧ ଓ ୧୯୮୩)
ଆଧାର
[ସମ୍ପାଦନା]- Mitra, Debala (1981 and 1983) Ratnagiri (1958-61), Vol. I (1981) & Vol. II (1983), published as SI. No. 80 of the A.S.I.'s "Memoirs of the Archaeological Survey of India" [୨]
- " Magnificent samples of Buddhist architecture", Brindha, G. The Hindu, Friday, Aug 29,2003[୩] Archived 2009-12-30 at the Wayback Machine.
- Iconography of the Buddhist Sculpture of Orissa, Donaldson, Thomas Eugene. Abhinav Publications: 2001. ISBN 81-7017-375-2