ଅରୁଣ

ଉଇକିପିଡ଼ିଆ‌ରୁ
ଅରୁଣ
ସୂର୍ଯ୍ୟ ଦେବଙ୍କ ରଥରେ ସାରଥୀ ଭାବରେ ଅରୁଣଙ୍କ ଚିତ୍ର
ସ୍ୱାମୀ/ସ୍ତ୍ରୀଶିଆନି
ଭାଇଭଉଣୀଗରୁଡ଼
ସନ୍ତାନଗଣସମ୍ପତି ଏବଂ ଜଟାୟୁ (ପୁଅମାନେ)

ଅରୁଣ (ସଂସ୍କୃତ: अरुण) ହିନ୍ଦୁ ଧର୍ମରେ ସୂର୍ଯ୍ୟ ଦେବାତାଙ୍କ ସାରଥୀ ଅଟନ୍ତି ।[୧] ସେ ଗରୁଡ଼ଙ୍କର ବଡ ଭାଇ ଏବଂ ଋଷି କଶ୍ୟପ ଓ ବିନତାଙ୍କ ପୁଅ । ତାଙ୍କର ସନ୍ତାନମାନେ ଥିଲେ ସମ୍ପତି ଏବଂ ଜାଟାୟୁ । ସେ ବୌଦ୍ଧ ଧର୍ମ ଏବଂ ଜୈନ ଧର୍ମ ସାହିତ୍ୟ ଏବଂ କଳାରେ ମଧ୍ୟ ସ୍ଥାନିତ ହୋଇଛନ୍ତି ।

ଶାସ୍ତ୍ର ମତ[ସମ୍ପାଦନା]

ଜନ୍ମ[ସମ୍ପାଦନା]

ଅରୁଣଙ୍କ ବିଷୟରେ ବିଭିନ୍ନ ଭାରତୀୟ ପୁରାଣ ଓ କିମ୍ବଦନ୍ତୀରେ ଦେଖିବାକୁ ମିଳେ । ମହାଭାରତର ବର୍ଣ୍ଣନା ଅନୁସାରେ, ସେ ତାଙ୍କ ଜନ୍ମ ସମୟ ହେବା ପୂର୍ବରୁ ଏକ ଅଣ୍ଡାରୁ ଜନ୍ମ ହୋଇଥିଲେ ।[୨] ଏହି ବର୍ଣ୍ଣନା ଅନୁଯାୟୀ, କଶ୍ୟପ ଋଷି ଦକ୍ଷ ପ୍ରଜାପତିଙ୍କର ଦୁଇ ଝିଅ ବିନତା ଏବଂ କଦ୍ରୁଙ୍କୁ ବିବାହ କରିଥିଲେ । କଶ୍ୟପ ଋଷି ତାଙ୍କ ଦୁଇ ପତ୍ନୀଙ୍କୁ ସନ୍ତାନ ଇଚ୍ଛାକୁ ପୂରଣ କରିବାକୁ ଦୁଇଟି ବର ଦେଇଥିଲେ ।[୩] କଦ୍ରୁ ଏକ ହଜାର 'ଦିର୍ଘଦେହ' (ଅର୍ଥାତ୍ ଦୀର୍ଘ ଶରୀର ବିଶିଷ୍ଟ; ନାଗ) ପୁଅମାନଙ୍କର ବର ମାଗିଥିଲେ ଏବଂ ବିନତା କେବଳ ଦୁଇଜଣ ଅତ୍ୟନ୍ତ ଶକ୍ତିଶାଳୀ 'ଦିବ୍ୟଦେହ' (ଅର୍ଥାତ୍ ଶରୀରରୁ ଦିବ୍ୟ ଶକ୍ତି ବାହରୁଥିବା) ପୁଅ ମାଗିଥିଲେ । କଶ୍ୟପ ଋଷ ସେମାନଙ୍କୁ ଆଶୀର୍ବାଦ ସଦେଇ ଜଙ୍ଗଲକୁ ଚାଲିଗଲେ । ପରେ କଦ୍ରୁ ଏକ ହଜାର ଅଣ୍ଡା ଜନ୍ମ ଦେଇଥିବା ବେଳେ ବିନତା ଦୁଇଟି ଅଣ୍ଡା ଜନ୍ମ ଦେଇଥିଲେ । ଏହି ଅଣ୍ଡାଗୁଡ଼ିକ ୫୦୦ ବର୍ଷ ଧରି ସେମିତି ରହିଥିଲେ ଏବଂ କଦ୍ରୁଙ୍କଠାରୁ ଜନ୍ମିତ ଅଣ୍ଡାଗୁଡ଼ିକରୁ ତାଙ୍କର ୧୦୦୦ ନାଗ ପୁତ୍ର ଜନ୍ମ ହୋଇଥିଲେ । ମାତ୍ର ବିନତାଙ୍କର ଅଣ୍ଡାଦୁଇଟିରୁ କେହି ଜନ୍ମ ହୋଇନଥିଲେ । କଦ୍ରୁଙ୍କର ପୁଅମାନଙ୍କୁ ଦେଖିବା ପରେ ଉତ୍ସୁକତାର ସହିତ ବିନତା ତାଙ୍କର ଗୋଟିଏ ଅଣ୍ଡାକୁ ଭାଙ୍ଗିଦେଇଥିଲେ, ଯେଉଁଥିରୁ ଅସମ୍ପୂର୍ଣ୍ଣ ଅରୁଣ ଜନ୍ମ ହୋଇଥିଲେ । ଯେହେତୁ ଅରୁଣ ସମୟ ପୂର୍ବରୁ ଜନ୍ମ ହୋଇଥିଲେ, ତାଙ୍କ ଶରୀର ସମ୍ପୂର୍ଣ୍ଣ ବିକଶିତ ହୋଇନଥିଲା । ଫଳରେ ସେ କ୍ରୋଧିତ ହୋଇ ତାଙ୍କ ମାଆ ବିନତାଙ୍କୁ ୫୦୦ ବର୍ଷ ଧରି କଦ୍ରୁଙ୍କର ଦାସୀ ଭାବରେ ରହିବାକୁ ଅଭିଶାପ ଦେଇଥିଲେ ଏବଂ ତାଙ୍କ ୨ୟ ପୁତ୍ରର ଜନ୍ମ ହେଲେ ସେ ତାଙ୍କୁ ମୁକ୍ତ କରିବ ବୋଲି କହିଥିଲେ ।[୪] ମାଆଙ୍କୁ ଅଭିଶାପ ଦେବା ପରେ ସେ ଉଭେଇ ଯାଇଥିଲେ । ତାଙ୍କ ପିତା ଋଷି କଶ୍ୟପ ତାଙ୍କୁ ସୂର୍ଯ୍ୟଦେବଙ୍କ ରଥର ସାରଥୀ ହେବାକୁ ପଠାଇଥିଲେ । ୫୦୦ ବର୍ଷର ଦାସତ୍ୱ ପରେ ବିନତାଙ୍କର ୨ୟ ଅଣ୍ଡାରୁ ବିଷ୍ଣୁଙ୍କ ବାହାନ ଗରୁଡ଼ ଜନ୍ମ ହୋଇ ତାଙ୍କୁ ଦାସତ୍ୱରୁ ମୁକ୍ତ କରିଥିଲେ ।[୩]

ଅନ୍ୟ ଏକ ବର୍ଣ୍ଣନା ଅନୁସାରେ, ରାହୁଙ୍କ ଆକ୍ରମଣ (ସୂର୍ଯ୍ୟପରାଗ ସମୟରେ ରାହୁ ସୂର୍ଯ୍ୟଙ୍କୁ ଗିଳିବା କଥା ହିନ୍ଦୁ ପୁରାଣରେ ବର୍ଣ୍ଣିତ ହୋଇଛି) ଫଳରେ ସୂର୍ଯ୍ୟଦେବଙ୍କ ଉତ୍ତାପ ବଢ଼ିବାକୁ ଲାଗିଲା । ଉତ୍ତାପ ଏତେ ତୀବ୍ର ଥିଲା ଯେ ଏହା ସମସ୍ତ ଜୀବଜନ୍ତୁଙ୍କୁ ନଷ୍ଟ କରିବାକୁ ଲାଗିଲା । ତେଣୁ, ଭଗବାନ ବ୍ରହ୍ମା ଅରୁଣଙ୍କୁ ସୂର୍ଯ୍ୟଙ୍କ ସାରଥୀ ହୋଇ ତାଙ୍କ ରଥକୁ ଟାଣି ପୃଥିବୀରୁ ଛାଇ ପ୍ରଦାନ କରିବାକୁ ଆଦେଶ ଦେଇଥିଲେ ।[୨]

ପୁରାଣରେ[ସମ୍ପାଦନା]

ରାମାୟଣ ଅନୁଯାୟୀ ଅରୁଣା ଶିଆନିଙ୍କୁ ବିବାହ କରିଥିଲେ ।[୫] ତାଙ୍କର ଦୁଇ ଜଣ ପୁଅ ଥିଲେ; ଜାଟାୟୁ ଏବଂ ସମ୍ପତି[୬] ତାଙ୍କର ଉଭୟ ପୁତ୍ର ରାମାୟଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ମହାଭାରତର ଏକ କିମ୍ବଦନ୍ତୀ ଅନୁସାରେ ସୂର୍ଯ୍ୟଦେବ ତାଙ୍କ ଦିବ୍ୟ ରଥ ଓ ସାରଥୀ ଅରୁଣଙ୍କୁ ତାଙ୍କ ପୁତ୍ର କର୍ଣ୍ଣଙ୍କର ସହାୟତା ପାଇଁ ପଠାଇଥିଲେ, ମାତ୍ର ତାଙ୍କ ସମକକ୍ଷ ଅର୍ଜୁନଙ୍କୁ ସେ ପରାସ୍ତ କରିବାକୁ କାହାରି ଆବଶ୍ୟକତା ନ ନେବାକୁ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାକ୍ଷାନ କରିଥିଲେ ।[୭]

ରାମାୟଣରୁ ଉଦ୍ଦୃତ ଭାରତୀୟ ଲୋକଥାରେ ପ୍ରଚଳିତ ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ, ଅରୁଣ ଏକଦା ଅରୁଣୀ ନାମ ଜଣେ ମହିଳା ରୂପରେ ଇନ୍ଦ୍ରଙ୍କର ନିକଟତର ହୋଇଥିଲେ । ଇନ୍ଦ୍ର ଅରୁଣୀଙ୍କ ପ୍ରେମରେ ପଡ଼ିଯାଇଥିଲା ତାଙ୍କ ତାଙ୍କ ଔରସରୁ ବାଳୀ ଜନ୍ମ ହୋଇଥିଲେ । ପରଦିନ ସୂର୍ଯ୍ୟଙ୍କ ଅନୁରୋଧରେ ଅରୁଣ ପୁଣିଥର ନାରୀ ରୂପରେ ଇନ୍ଦ୍ରଙ୍କ ପାଖକୁ ଯାଇଥିଲା ଏବଂ ତାଙ୍କ ଔରସରୁ ସୁଗ୍ରୀବ ଜନ୍ମ ହୋଇଥିଲେ । ଉଭୟ ପିଲାଙ୍କୁ ପାଳିବା ପାଇଁ ଅହଲ୍ୟାଙ୍କୁ ଦିଆଯାଇଥିଲା, କିନ୍ତୁ ତାଙ୍କ ସ୍ୱାମୀ ମହର୍ଷି ଗୌତମ ସେମାନଙ୍କୁ ଅଭିଶାପ ଦେଇଥିଲେ, ଫଳସ୍ୱରୂପ ଉଭୟ ବାଳୀ ଓ ସୁଗ୍ରୀବ ମାଙ୍କଡ଼ରେ ପରିଣତ ହୋଇଥିଲେ ।[୨][୮]

ଆଧାର[ସମ୍ପାଦନା]

  1. Roshen Dalal (2010). Hinduism: An Alphabetical Guide. Penguin Books. pp. 39–40. ISBN 978-0-14-341421-6.
  2. ୨.୦ ୨.୧ ୨.୨ Mani p. 55
  3. ୩.୦ ୩.୧ George M. Williams (2008). Handbook of Hindu Mythology. Oxford University Press. pp. 62–63. ISBN 978-0-19-533261-2.
  4. "The Mahabharata, Book 1: Adi Parva: Astika Parva: Section XVI". www.sacred-texts.com. Retrieved 2022-05-24.
  5. "Sanskrit - Dictionary". www.learnsanskrit.cc. Retrieved 2022-05-24.
  6. Dalal, Roshen (2014-04-18). The Religions of India: A Concise Guide to Nine Major Faiths (in ଇଂରାଜୀ). Penguin UK. ISBN 978-81-8475-396-7.
  7. Agarwal, Himanshu (2019-08-20). Mahabharata Retold Part-2 (in ଇଂରାଜୀ). Notion Press. ISBN 978-1-64587-785-1.
  8. Freeman 2001.

ବାହାର ଆଧାର[ସମ୍ପାଦନା]