ସମଲେଶ୍ଵରୀ ମନ୍ଦିର

ଉଇକିପିଡ଼ିଆ ରୁ
ସମଲେଶ୍ଵରୀ ମନ୍ଦିର
ଦେବୀ ସମଲେଶ୍ଵରୀ
ସମଲେଶ୍ଵରୀ ମନ୍ଦିର
ସମଲେଶ୍ଵରୀ ମନ୍ଦିର ଓଡ଼ିଶାରେ ଅବସ୍ଥିତ ।
ସମଲେଶ୍ଵରୀ ମନ୍ଦିର
ସମଲେଶ୍ଵରୀ ମନ୍ଦିର
Location in Orissa
ଦିଗବାରେଣି: 20°N 84°E / 20°N 84°E / 20; 84ଦିଗବାରେଣି: 20°N 84°E / 20°N 84°E / 20; 84
Name
ବାକି ନାଆଁ: Samalei Gudi
ଅବସ୍ଥାନ
ଦେଶ: ଭାରତ
ରାଜ୍ୟ: ଓଡ଼ିଶା
ଅବସ୍ଥାନ: ସମ୍ବଲପୁର
ତିଆରି ଶୈଳୀ ଓ ଚଳଣି
ମୂଖ୍ୟ ଦେବାଦେବୀ: ସମଲେଶ୍ଵରୀ
ପର୍ବପର୍ବାଣୀ: ନୂଆଖାଇ, ନବରାତ୍ର , ଦଶହରା
ତିଆରି ଶୈଳୀ: Kalinga Architecture, Hindu Temple Architecture, Stone and Limestone


ଏହି ଲେଖାଟି ସମ୍ବଲପୁରର ସମଲେଶ୍ଵରୀ ମନ୍ଦିର ବାବଦରେ । ବାକିସବୁ ପାଇଁ, ସମଲେଶ୍ଵରୀ ପ୍ରସଙ୍ଗଟି ଦେଖନ୍ତୁ ।
ସମଲେଶ୍ୱରୀ ମନ୍ଦିର

ସମଲେଶ୍ଵରୀ ମନ୍ଦିର ଓଡ଼ିଶାର ସମ୍ବଲପୁର ସହରରେ ଥିବା ସମଲେଶ୍ଵରୀ ଠାକୁରାଣୀଙ୍କର ଏକ ମନ୍ଦିର ।

ଅବସ୍ଥିତି[ସମ୍ପାଦନା]

ଏହା ଓଡ଼ିଶାର ସମ୍ବଲପୁର ସହର ଉପକଣ୍ଠରେ ଅବସ୍ଥିତ ।

କିମ୍ବଦନ୍ତୀ[ସମ୍ପାଦନା]

ରାମାୟଣ କଥାବସ୍ତୁରେ ମହୀରାବଣ ଲଙ୍କାଗଡ଼ର ଅଧିଷ୍ଠାତ୍ରୀ ଦେବୀ ଲଙ୍କେଶ୍ଵରୀଙ୍କ ନିକଟରେ ବଳିଦେବାକୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ନେଇ ଯାଇଥିଲେ ୤ ସେଠାରେ ହନୁମାନ କୌଶଳକ୍ରମେ ଲଙ୍କେଶ୍ଵରୀ ଦେବୀଙ୍କୁ ପରାହତ ଓ ମହୀରାବଣଙ୍କୁ ଅସ୍ତ୍ରାଘାତ କରି ରାମଲକ୍ଷ୍ମଣଙ୍କୁ ଉଦ୍ଧାର କରିଥିଲେ ୤ ଏହି ଅପମାନ ସହ୍ୟକରି ନ ପାରି ଲଙ୍କେଶ୍ଵରୀ ସେହି ସ୍ଥାନ ତ୍ୟାଗକରି ସମଲେଶ୍ଵରୀ ନାମ ଧାରଣ କରି ସମ୍ବଲପୁରରେ ଅବସ୍ଥାନ କଲେ ୤

ବେଶ[ସମ୍ପାଦନା]

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ[ସମ୍ପାଦନା]

ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀ ବର୍ଷସାରା ଗୈରିକ ବର୍ଣ୍ଣର ସିନ୍ଦୂର ମଣ୍ଡିତା ହୋଇ ଦର୍ଶନ ଦେଇଥାନ୍ତି । ଆଶ୍ୱିନ ମାସ ଅମାବାସ୍ୟା (ମହାଳୟା) ଦିନ ମାଙ୍କୁ ଶ୍ୱେତ ରୂପରେ ସଜ୍ଜିତ କରାଯାଇଥାଏ । ମା’ଙ୍କର ଏହି ନିଆରା ବାର୍ଷିକ ରୂପକୁ ଧବଳମୁଖୀ ବେଶ ବା ଗଙ୍ଗା ଦର୍ଶନ ବେଶ କୁହାଯାଏ । ପୁଅଜିଉଁତିଆ ପାର୍ବଣ ଠାରୁ ମା’ଙ୍କର ଷୋହଳ ପୂଜା ଆରମ୍ଭ ହୁଏ । ମହାଳୟା ପୂର୍ବ ଦିନ ମା’ ସତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ସେହି ଦିନ ମଧ୍ୟରାତ୍ରରେ ପୂଜକମାନେ ମନ୍ଦିର ଦ୍ୱାର ବନ୍ଦ କରି ଦେବୀଙ୍କୁ କର୍ପୁର ମିଶ୍ରିତ ଗଙ୍ଗାଜଳରେ ସ୍ନାନ କରାଇ ଚନ୍ଦନ, ଅଗୁର ପ୍ରଲେପ ଦେଇ ମା’ଙ୍କୁ ଧବଳମୁଖୀ ବେଶରେ ସଜାନ୍ତି । ମା’ଙ୍କୁ ଦୁଇଦିନ ଧରି ଧବଳମୁଖୀ ବେଶରେ ରଖାଯାଏ । ମହାଳୟା ଶ୍ରାଦ୍ଧ ଦିନ ଦେବୀଙ୍କ ଏହି ରୂପ ଦର୍ଶନରେ ଗଙ୍ଗାଦର୍ଶନର ପୂଣ୍ୟ ଲାଭ ହେଉଥିବା ବିଶ୍ୱାସ କରାଯାଏ ।

ଆଧାର[ସମ୍ପାଦନା]