କାଳିଜାଈ

ଉଇକିପିଡ଼ିଆ ରୁ
Maa Kalijai 1.jpg
Maa Kalijai 2.jpg
କାଳିଜାଇ ମନ୍ଦିର

କାଳିଜାଇ ମନ୍ଦିର ଓଡ଼ିଶାର ଚିଲିକା ହ୍ରଦର ଏକ ଛୋଟ ଦ୍ବୀପ ମଧ୍ୟରେ ଅବସ୍ଥିତ। ନୀଳ ଜଳର ଚଦରରେ ଆବୃତ ହୋଇ ଥିବା ଏହି ପବିତ୍ର ସ୍ଥାନ ଓଡ଼ିଶା ପର୍ଯ୍ୟଟନର ଏକ ଐତିହାସିକ କିମ୍ବଦନ୍ତୀ ଭାବେ ଜଣାଶୁଣା। ପ୍ରାୟ ୨୯ ଏକର ପାହାଡରେ ପରିପୂର୍ଣ୍ଣ ଏ ଦ୍ବୀପରେ ମା’ କାଳିଜାଇ ପୂଜା ପାଉଛନ୍ତି । କାଳିଜାଇ ଚିଲିକା ର ଏକ ସ୍ଵତନ୍ତ୍ର ଆକର୍ଷଣ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏଠାକୁ ମା’ ଙ୍କ ଦର୍ଶନ ପାଇଁ ଆସିଥନ୍ତି । ମକର ସଂକ୍ରାନ୍ତିରେ କାଳିଜାଇ ପୀଠରେ ପ୍ରସିଦ୍ଧ ମକରମେଳା ଅନୁଷ୍ଠିତ ହୁଏ । ଜାନୁଆରୀ ମାସରେ ପଡୁଥିବା ମକରମେଳା ଏଠାକାର ଏକମାତ୍ର ଲୋକପ୍ରିୟ ପର୍ବ । ଏହି ପର୍ବରେ ଆଖପାଖ ଅଞ୍ଛଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । [୧]

କିମ୍ବଦନ୍ତୀ[ସମ୍ପାଦନା]

କିମ୍ବଦନ୍ତୀ ଅନୁସାରେ କାଳି ଓ ଜାଇ, ମା’ ଙ୍କର ଦୁଇ ପୃଥକ ପୃଥକ ସ୍ବରୂପ । ମା କାଳୀ ହିନ୍ଦୁ ଧର୍ମର ପ୍ରତ୍ୟକ୍ଷ ଅଧିଷ୍ଠାତ୍ରୀ ଦେବୀ ହୋଇଥିବା ବେଳେ ଜାଇ ସ୍ଥାନୀୟ ଅଞ୍ଛଳର ଜଣେ ସାଧାରଣ ଝିଅ ଥିଲା । ଯିଏକି କୈାଣସି ସମୟରେ ଚିଲିକାର ଗଭୀର ଗଣ୍ଡ ମଧ୍ୟରେ ବିଲୀନ ହୋଇଯାଇଥିଲା । ସେଠାରେ ଅବସ୍ଥିତ ଅନ୍ୟ ଏକ ଦ୍ବୀପ ପାରିକୁଦ କୁ ବିବାହ କରି ନିଜ ପିତାଙ୍କ ସହ ଯାଉଥିବା ବେଳେ ଭୟଙ୍କର ଝଡର ସମ୍ମୁଖୀନ ହୋଇଥିଲା । ଝଡର ପ୍ରଭାବ ଅତି ତୀବ୍ର ଥିବାରୁ ନାଆଟି ସେହି ଗଣ୍ଡ ମଧ୍ୟରେ ଓଲଟି ପଡ଼ିଥିଲା । ପରେ ଜାଇର ପିତା ଓ ନାବିକ ଉଭୟ ବର୍ତ୍ତିଯାଇଥିଲେ , ମାତ୍ର ଜାଇର କୈଣସି ପତ୍ତା ମିଳିନଥିଲା । ଶୁଣିବାକୁ ମିଳେ ଯେ ଏହି ଘଟଣାର କିଛିଦିନ ପରେ ସେହି ବାଟ ଦେଇ ଯାଉଥିବା ନାବିକ ମାନେ ଜାଇର କାନ୍ଦଣା ଶୁଣିବାକୁ ପାଉଥିଲେ । ତେଣୁ ଧିରେ ଧିରେ ତାଙ୍କୁ ମା କାଳି ଙ୍କ ଆଖ୍ୟା ଦେଇ ବିପଦ ସମୟରେ ସ୍ମରଣ କରିବାକୁ ଲାଗିଲେ । ଐତିହାସିକ ତଥ୍ୟ ଅନୁସାରେ ମା କାଳିଜାଇଙ୍କ ମନ୍ଦିର ପ୍ରାୟ ୧୭୧୭ ମସିହାରେ ପାରିକୁଦର ରାଜା ଶ୍ରୀ ଜଗନ୍ନାଥ ମାନସିଂହଙ୍କ ଦ୍ବାରା ନିର୍ମାଣ ହୋଇଥିଲା । ଏହା ପରଠୁ ମା ସେଠାରେ ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଇ ଆସୁଛନ୍ତି ।[୨]

ବିଶ୍ବାସ[ସମ୍ପାଦନା]

ଲକ୍ଷ ଲକ୍ଷ ଲୋକ ଚିଲିକା ହ୍ରଦ ଉପରେ ନିଜ ଜୀବିକା ନିର୍ବାହ ପାଇଁ ନିର୍ଭର କରିଥାନ୍ତି । ମାଛ ଓ ବିଭିନ୍ନ ସାମଗ୍ରୀ ସଂଗ୍ରହ କରିବା ପାଇଁ ପ୍ରତିଦିନ ସେମାନଙ୍କୁ ଚିଲିକାର ଗଭୀର ଗଣ୍ଡ ମଧ୍ୟକୁ ଯିବାକୁ ପଡ଼ିଥାଏ । ବିଶ୍ବାସ ଅଛି ଯେ ସେହି ମସ୍ଥ୍ୟଜୀବି ମାନଙ୍କୁ ମା କାଳିଜାଇ ପ୍ରତି ବିପଦ ମୁହୁର୍ତ୍ତରେ ବିଭିନ୍ନ ଝଡଝଞାରୁ ରକ୍ଷା କରିଥାନ୍ତି । ତେଣୁ ଚିଲିକାର ମସ୍ଥ୍ୟଜୀବି ମାନେ , ତାଙ୍କୁ ଇଷ୍ଟଦେବୀ ରୂପେ ପୂଜା କରନ୍ତି ।

ଗମନାଗମନ ସୁବିଧା[ସମ୍ପାଦନା]

କାଳିଜାଇକୁ ଯିବାକୁ ହେଲେ , ପ୍ରଥମେ ରାଜଧାନୀ ଭୁବନେଶ୍ବରରୁ ସଡକପଥରେ ବାଲୁଗାଁ ପର୍ଯ୍ୟନ୍ତ ପ୍ରାୟ ୯୧ କିମି. ଅତିକ୍ରମ କରିବାକୁ ପଡ଼ିବ । ଏହା ପରେ ବାଲୁଗାଁ ଠାରୁ ୧୮ କିମି. ଦୂର କାଳିଜାଇକୁ ଜଳପଥ ଦେଇ ଯିବାକୁ ହେବ । ଏଥିପାଇଁ ବିଭିନ୍ନ ଲଞ୍ଛର୍ ଓ ବୋଟ୍ ର ସୁବିଧା ରହିଛି ।

ଆଧାର[ସମ୍ପାଦନା]


ବାହାର ତଥ୍ୟ[ସମ୍ପାଦନା]