କଳିଙ୍ଗ, ଭାରତ
କଳିଙ୍ଗ ପୂର୍ବ ଭାରତର ଏକ ଐତିହାସିକ ଭୌଗଳିକ ଓ ରାଜନୈତିକ କ୍ଷେତ୍ର। ଏହା ଉତ୍ତରେ ଗଙ୍ଗାଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ଏବଂ ପୂର୍ବରେ ମହୋଦଧିଠାରୁ ପଶ୍ଚିମରେ ଅମରକଣ୍ଟକ ପର୍ବତମାଳା ଓ ଦାକ୍ଷିଣାତ୍ୟ ମାଳଭୂମି ପର୍ଯ୍ୟନ୍ତ ବିସ୍ତୃତ। ଏଠାରେ ପରିଶ୍ରମୀ କଳିଙ୍ଗୀୟ (ସାହସିକ) କୋଶଳୀୟ (କୁଶଳୀ) ଓ ଉତ୍କଳୀୟ (ଉତ୍କୃଷ୍ଟ କଳାକାର) ଓଡ୍ର (ଅରୁଆ ଉତ୍ପନ୍ନ କରୁଥିବା) ଲୋକମାନେ ମହାନଦୀ-ବ୍ରାହ୍ମଣୀ-ବୈତରଣୀ ଅବବାହିକାରେ ବୈଦିକ ସଭ୍ୟତାଠାରୁ ଭିନ୍ନ ଏକ ସଭ୍ୟତା କଳିଙ୍ଗ ସଭ୍ୟତାର ନିର୍ମାଣ କରିଥିଲେ। ଏହା ବର୍ତ୍ତମାନ ପଶ୍ଚିମ ବଙ୍ଗର ନୈରୁତ ଅଞ୍ଚଳ, ମହାକାନ୍ତର (ଝାଡଖଣ୍ଡ), ଛେଦିଗଡ (ଛତିଶଗଡ଼), ଆନ୍ଧ୍ର କଳିଙ୍ଗ ଓ ଓଡ଼ିଶାରେ ପରିବ୍ୟାପ୍ତ। ଯବନର ଲେଖକମାନେ ଓଡ୍ରୀୟମାନଙ୍କୁ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଓରେଟସ୍ ବୋଲି ନାମଦେଇଥିଲେ। ଇତିହାସରେ ଏଥିରେ ଅନେକ ଛୋଟ ବଡ଼ କିନ୍ତୁ ଶକ୍ତିଶାଳୀ ସ୍ୱାଧୀନତା ପ୍ରିୟ ସାମ୍ରାଜ୍ୟମାନ ଗଢିଉଠିଥିଲା। ଶେଷରେ 1568ରେ ଏହି ଅଞ୍ଚଳ ସମ୍ପୁର୍ଣ୍ଣ ଭାବେ ନିଜର ସ୍ୱାଧିନତା ହରାଇଲା।
ଖାରବେଳଙ୍କ ଉତଥାନ
[ସମ୍ପାଦନା]ଖାରବେଳ କଳିଙ୍ଗର ଜଣେ ବୀର ଯୋଦ୍ଧା-ରାଜା ଥିଲେ ।[୧] ସେ ମଧ୍ୟ ଭାରତୀୟ ଉପମହାଦେଶରେ ଜୈନ ଧର୍ମର ଅଭ୍ୟୁତ୍ଥାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, କିନ୍ତୁ ତାହାଙ୍କୁ ଭାରତ ଇତିହାସରେ ସେତେ ଗୁରୁତ୍ୱ ଦିଆଯାଇନାହିଁ । ଭୁବନେଶ୍ୱରର ହାତୀଗୁମ୍ଫା ଶିଳାଲେଖ ଅନୁସାରେ ସେ ମଗଧର ରାଜଗୃହ ଆକ୍ରମଣ କରିଥିଲେ ଯାହା ଇଣ୍ଡୋ-ଗ୍ରୀକ ରାଜା ଦେମେଟ୍ରିଅସଙ୍କୁ ମଥୁରା ଫେରିଯିବାକୁ ବାଧ୍ୟ କରିଥିଲା ।[୨] କିନ୍ତୁ ଶିଳାଲେଖ ସେ ମଗଧକୁ କଳିଙ୍ଗ ସହ ମିଶାଇ ଦେଇଥିଲେ ବୋଲି ବୁଝାଇ ନଥାଏ , ବରଂ ଏହା ତାଙ୍କର ଶୁଙ୍ଗ ଶାସକ ପୁଷ୍ୟମିତ୍ର ଓ ଅଗ୍ନିମିତ୍ରଙ୍କ ସହ ଭଲ ବୁଝାମଣାକୁ ବୁଝାଇଥାଏ ଯାହା ମୌର୍ଯ୍ୟ ସାମ୍ରାଜ୍ୟର ମୂଳ ନାସ କରିବାରେ ସାହାଯ୍ୟ କରିଥିଲା ।
ଟୀକା
[ସମ୍ପାଦନା]- ↑ Agrawal, Sadananda (2000): Śrī Khāravela, Sri Digambar Jain Samaj, Cuttack, Orissa
- ↑ Shashi Kant (2000): The Hathigumpha Inscription of Kharavela and the Bhabru Edict of Ashoka, D K Printworld Pvt. Ltd.