ଓଡ଼ିଶାର କଂସା ଓ ପିତ୍ତଳକାମ

ଉଇକିପିଡ଼ିଆ‌ରୁ

ଓଡ଼ିଶାର ନାନାଦି କଳାକୃତି ମଧ୍ୟରୁ କଂସାପିତ୍ତଳରେ ତିଆରି ହାତକାମ ଅନ୍ୟତମ । ପିତ୍ତଳରେ ବାସନ, ବ୍ରୋଞ୍ଜ ବା କଂସାରେ ବାସନ, ଚୁଡ଼ି ଆଦି ପାରମ୍ପରିକ ଭାବରେ ଓଡ଼ିଶାରେ ତିଆରି କରାଯାଉଥିଲା । ଏଥି ସହିତ ଆଲୋକବତୀ (ଲ୍ୟାମ୍ପ) ଓ ବତୀଦାନୀ (ଲ୍ୟାମ୍ପଷ୍ଟାଣ୍ଡ) ଆଦି ପୂଜାମାନଙ୍କରେ ବ୍ୟବହାର ହେବା ଲାଗି ପିତ୍ତଳରେ ତିଆରି କରାଯାଇଥାଏ । ଘରେ ବ୍ୟବହାର ପାଇଁ କଂସାରେ ଅନେକ ପ୍ରକାରର ବାସନ କୁସନ ତିଆରି କରାଯାଇଥାଏ । ଆଗ କାଳରେ ଚାଉଳ ମପାହେବା ନିମନ୍ତେ ବାଟି, ଖାଇବା ନିମନ୍ତେ କଂସାରେ ତିଆରି କଂସା, ତାଟିଆ, ଗିନା, ଥାଳି, ଥାଳିଆ, ଭାତ ପରଷିବା ପାଇଁ ପରଷୁଣୀ, ପାଣି ପିଇବା ନିମନ୍ତେ ଗିଲାସ ଓ ବଡ଼ ପାତ୍ର, ପାଣି ରଖିବା ନିମନ୍ତେ ପିତ୍ତଳ କଳସୀ, ଓ ରାନ୍ଧିବା ନିମନ୍ତେ ପିତ୍ତଳ ହାଣ୍ଡି, ପଲମ, ଚଟୁ ଆଦି ତିଆରି କରାଯାଉଥିଲା ।[୧] ଏହା ବାଦ କଳାକାରମାନେ କଂସାପିତ୍ତଳରେ ସୁନ୍ଦର ସୁନ୍ଦର କୋଟିକମକରା ହାତୀ ଘୋଡ଼ା, ରଥ ଓ ଗହଣା ତିଆରି କରିଥାଆନ୍ତି । ପିତ୍ତଳରେ ଗୁଆ-ଛେଚା ଖୁବ ଉପଯୋଗୀ ଓ ଆଳଙ୍କରିକ ଭାବରେ ଗଢ଼ାଯାଇଥାଏ । ଏହି ସବୁ କଳାରେ ଓଡ଼ିଶାର କଳାକାରମାନଙ୍କର ନିଖୁଣ କଳାନୈପୁଣ୍ୟ ଫୁଟିଉଠିଥାଏ ।[୨]





ତିଆରି ଓ ପ୍ରକାରଭେଦ[ସମ୍ପାଦନା]

ଏହି ପ୍ରକାର ହସ୍ତକଳାକୁ ତିଆରି ଅନୁସାରେ ତିନୋଟି ମୁଖ୍ୟ ଭାଗରେ ବିଭକ୍ତ କରାଯାଇଥାଏ:

  • ଧାତୁକୁ ପିଟି ପିଟି ତିଆରି କରାଯାଉଥିବା କଳାକୃତି, ଏହା ପିଟା ଭାବରେ ଜଣାଶୁଣା
  • ଛାଞ୍ଚରେ ତରଳ ଧାତୁକୁ ରଖି ତିଆରି କରାଯାଉଥିବା କଳାକୃତି
  • ବଳକା ଛୋଟ ଛୋଟ ବସ୍ତୁକୁ ନେଇ ତିଆରି କରାଯାଉଥିବା କଳାକୃତି

ତେବେ କଞ୍ଚାମାଲର ପ୍ରକାରକୁ ନେଇ ଏହି କଳାକୃତିକୁ ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ କରାଯାଇଥାଏ

ପିତ୍ତଳ ତମ୍ବାଦସ୍ତାର ଏକ ମିଶ୍ରଧାତୁ ହୋଇଥିଲା ବେଳେ କଂସା ତମ୍ବାଟିଣର ଏକ ମିଶ୍ରଧାତୁ । ଏହି ସବୁ ପଦାର୍ଥ ତିଆରି କରାଯାଉଥିବା ସ୍ଥାନକୁ ଶାଳ କୁହାଯାଏ । ଶାଳରେ ଏକ ବିରାଟ ଚୂଲା ବା ଭାଟି ଥାଏ ଯାହା ଏକ ପବନଚାଳିତ ଦଣ୍ଡ ସାହାଯ୍ୟରେ କୋଇଲାକୁ ଜଳାଯାଇ ତାପ ଉତ୍ପନ୍ନ କରାଯାଇଥାଏ । ଶାଳରେ ବ୍ୟବହାରକରାଯାଉଥିବା ବାକି ସବୁ ଯନ୍ତ୍ରପାତି ହେଲା ହାତୁଡ଼ି, ଛେଣି, କଣାକରା ଯନ୍ତ୍ର , ଧାରକରା ଉହା ଓ ଏକ ବଡ଼ ଲୁହା ବେଦି ଯାହା ପାତ୍ର ଆଦିକୁ କସିକରି ଧରି ରଖେ । ଭାଟିରେ ନିଆଁ ଜଳାଇବା ପାଇଁ ଆଜିକାଲି ବିଦ୍ୟୁତଚାଳିତ ଫୁଙ୍କା ବ୍ୟବହାର କରାଗଲାଣି । [୩]

ତିଆରି ଜାଗା[ସମ୍ପାଦନା]

କଳା ପ୍ରକାର ଅଞ୍ଚଳ ଜିଲ୍ଲା
କଂସା ପିତ୍ତଳ କଂସା ପିତ୍ତଳ ବାସନ ଭଟ୍ଟିମୁଣ୍ଡା କଟକ
କଂସା କାମ କଂସା ବାସନ ବାଳକାଟି ଭୁବନେଶ୍ୱର |
କଂସା ବାସନ ରେମୁଣା ବାଲେଶ୍ୱର ଜିଲା
ପିତ୍ତଳ କାମ ପିତ୍ତଳ ମାଛ ଓ ସାପ ବେଲଗୁଣ୍ଠା ଗଞ୍ଜାମ ଜିଲା
ପିତ୍ତଳ ବାସନ ରେମୁଣା ବାଲେଶ୍ୱର ଜିଲା
ପିତ୍ତଳ ମାଛ କଣ୍ଟିଲୋ ନୟାଗଡ଼ ଜିଲା[୪]
ପିତଳ କାମ ସମ୍ବଲପୁର ସମ୍ବଲପୁର ଜିଲା
ପିତଳ କାମ କଟକ କଟକ ଜିଲା
ଡୋକରା କାମ ଡୋକରା କଳା କୁଳିଅଣା ମୟୂରଭଞ୍ଜ ଜିଲା
ଡୋକରା କଳା କାଇମାଟିନ କେନ୍ଦୁଝର ଜିଲା
ଡୋକରା କଳା ସଡ଼େଇବରଣି ଢେଙ୍କନାଳ ଜିଲା
ଡୋକରା କଳା ହରଡ଼ଗଡ଼ିଆ ପୁରୀ ଜିଲା

ଇତିହାସ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Brass and Bell Metal
  2. Handicrafts. Odisha Government
  3. Brass & Bell Metal. Onlytravelguide.com
  4. "Brass & Bell Metal". Archived from the original on 2011-10-25. Retrieved 2011-08-17.

ବାହାର ଲିଙ୍କ[ସମ୍ପାଦନା]