କଣ୍ଟିଲୋ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କଣ୍ଟିଲୋ
ନୀଳମାଧବ କ୍ଷେତ୍ର
ଗାଁ
Country ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାନୟାଗଡ଼
Elevation
48 m (157 ft)
Population
 (୨୦୧୧)
 • Total୯୧୮୧
Languages
 • Officialଓଡ଼ିଆ
Time zoneUTC+5:30 (IST)
ପିନ
୭୫୨୦୬୩
STD କୋଡ଼୦୬୭୫୭
ଯାନବାହାନ ପଞ୍ଚୀକରଣOD/OR

କଣ୍ଟିଲୋ ଓଡ଼ିଶାର ନୟାଗଡ଼ ଜିଲ୍ଲାର ଖଣ୍ଡପଡା ବ୍ଲକ ଅନ୍ତର୍ଗତ ଏକ ପଞ୍ଚାୟତ ତଥା ଏକ ପର୍ଯ୍ୟଟନ ସ୍ଥଳୀ ଅଟେ । ଏହି ସ୍ଥାନଟି ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଜନସଂଖ୍ୟା ଦୃଷ୍ଟିରୁ ଏହି ଗ୍ରାମ ଜିଲ୍ଲାର ଏକ ବଡ଼ ଗ୍ରାମ ଭାବେ ପରିଗଣିତ ହୋଇଥାଏ। ଏହା କଂସାପିତ୍ତଳ ବାସନ ନିମନ୍ତେ କଣ୍ଟିଲୋ ଓଡ଼ିଶା ପ୍ରସିଦ୍ଧ।

ଭୌଗୋଳିକ ଅବସ୍ଥିତି ଓ ଗମନାଗମନ[ସମ୍ପାଦନା]

କଣ୍ଟିଲୋ ୨୦.୩୬ ଡିଗ୍ରୀ ଉତ୍ତର ଓ ୮୫.୧୯ ଡିଗ୍ରୀ ପୂର୍ବରେ ସମୁଦ୍ର ପତନରୁ ପ୍ରାୟ ୪୮ ମିଟର (୧୬୦ ଫୁଟ୍) ଉଚ୍ଚତାରେ ଅବସ୍ଥିତ[୧]। ଏହା ଜିଲ୍ଲାର ସଦର ମହକୁମା ନୟାଗଡ଼ଠାରୁ ୨୦ କି.ମି. ଏବଂ ଖୋର୍ଦ୍ଧାଠାରୁ ୫୦ କି.ମି. ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୧୦୦ କିମି ଦୂରରେ ଅବସ୍ଥିତ। ନିକଟସ୍ଥ ରେଳ ଷ୍ଟେଶନ ଜଟଣୀ-ଖୋର୍ଦ୍ଧା ରୋଡ଼ ଜଙ୍କସନ, ନୟାଗଡ଼ ଏବଂ ସୁନାଖଳା। ନିକଟତମ ବିମାନବନ୍ଦର ହେଉଛି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର, ଭୂବନେଶ୍ୱର।

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା ଅନୁସାରେ କଣ୍ଟିଲୋର ସମୁଦାୟ ୯୧୮୧ ଲୋକ ବାସ କରନ୍ତି [୨]। ତନ୍ମଧ୍ୟରୁ ୪୭୩୪ ଜଣ ପୁରୁଷ ଏବଂ ୪୪୪୭ ଜଣ ମହିଳା । ଶତକଡା ୯.୬୬% ହଉଛନ୍ତି ୬ବର୍ଷରୁ କମ୍ ଶିଶୁ।

ଶିକ୍ଷାନୁଷ୍ଠାନ[ସମ୍ପାଦନା]

ଏହି ଗ୍ରାମରେ ଦୁଇଟି ପ୍ରାଥମିକ ବିଦ୍ୟାଳୟ, ଗୋଟିଏ ମଧ୍ୟଇଂରାଜୀ ବିଦ୍ୟାଳୟ, ଗୋଟିଏ ଉଚ୍ଚ ବିଦ୍ୟାଳୟ ଏବଂ ଗୋଟିଏ ମହାବିଦ୍ୟାଳୟ ଅଛି ।

  1. ନୀଳମାଧବ ନୋଡାଲ ଉଚ୍ଚ ବିଦ୍ୟାଳୟ,କଣ୍ଟିଲୋ ,ନୟାଗଡ଼।
  2. ନୀଳମାଧବ ମହାବିଦ୍ୟାଳୟ, କଣ୍ଟିଲୋ ,ନୟାଗଡ଼।

ପର୍ଯ୍ୟଟନ ସ୍ଥଳୀ[ସମ୍ପାଦନା]

ମହାନଦୀ କୂଳରେ ଅବସ୍ଥିତ କଣ୍ଟିଲୋ ଶ୍ରୀ ନୀଳମାଧବ ଜୀଉଙ୍କ ପାଇଁ ପ୍ରସିଦ୍ଧ। ସବୁଜ ବନାନୀ ପରିବେଷ୍ଟିତ ପାହାଡର ଶୀର୍ଷରେ ପ୍ରାଚୀନ ନୀଳମାଧବ ମନ୍ଦିର (ବିଷ୍ଣୁ ମନ୍ଦିର)ଟି ଅଛି। ଓଡ଼ିଶାବାସୀଙ୍କ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ଆଦିପୀଠ ବୋଲି କୁହାଯାଏ [୩]। କିମ୍ବଦନ୍ତୀ ଅନୁସାରେ ଏହି ସ୍ଥାନରେ ଶ୍ରୀ ଜଗନ୍ନାଥ ଶବର ରାଜା ବିଶ୍ୱାବସୁଙ୍କଦ୍ୱାରା ପୂଜା ପାଇ ଆସୁଥିଲେ। ତେଣୁ ଶ୍ରୀ ନୀଳମାଧବ ମନ୍ଦିର, ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଏକ କ୍ଷୁଦ୍ର ପ୍ରତିରୂପ ଏବଂ ଏହାର ଧର୍ମବିଧି ଓ ନାନାଦି କର୍ମ ଶ୍ରୀ ଜଗନ୍ନାଥଙ୍କ ସହିତ ସମାନ[୪]। ଶ୍ରୀ ନୀଳମାଧବ ଜୀଉଙ୍କ ଚରଣରୁ ଏକ ସ୍ଥାୟୀ ପବିତ୍ର ଜଳଧାରା ସଦାସର୍ବଦା ପ୍ରବାହିତ ହେଉଛି । ପ୍ରଭୁ ସିଦ୍ଧେଶ୍ୱରଙ୍କ ମନ୍ଦିର ମଧ୍ୟ ଏହି ସ୍ଥାନର ଏକ ପ୍ରମୁଖ ଆକର୍ଷଣ । ଓଡ଼ିଶାରେ ବଣଭୋଜି ମିମନ୍ତେ ଉଦ୍ଦିଷ୍ଟ କେତେକ ପ୍ରମୁଖ ସ୍ଥାନ ମଧ୍ୟରୁ ଏହା ଅନ୍ୟତମ । କଣ୍ଚିଲୋରେ ପ୍ରତିବର୍ଷ ମାଘ ସପ୍ତମୀ,ଚନ୍ଦନଯାତ୍ରା, ରଥଯାତ୍ରା, ଦୋଳ ଯାତ୍ରା, କଣ୍ଟିଲୋ ମହୋତ୍ସବ ଆଦି ମହା ଆଡମ୍ବରରେ ଅନୁଷ୍ଠିତ ହୋଇଥାଏ ।

ବିଶେଷତ୍ୱ[ସମ୍ପାଦନା]

କଣ୍ଟିଲୋ ଖଣ୍ଡପଡ଼ା ଗଡ଼ଜାତର ଅନ୍ତର୍ଗତ ଗୋଟିଏ ବଡ଼ ଗ୍ରାମ। କଂସା, ପିତ୍ତଳ ବାସନ କାରିଗରି, ହସ୍ତଶିଳ୍ପ ଓ ବାସନ କୁସନ ନିମନ୍ତେ କଣ୍ଟିଲୋ ଓ଼ଡିଶା ପ୍ରସିଦ୍ଧ । ଏଠାକୁ ଆସୁଥିବା ପର୍ଯ୍ୟଟକମାନେ କଂସା ପିତ୍ତଳର ଚମତ୍କାରୀ କାରିଗରି ଜିନିଷଗୁଡିକୁ ସ୍ମୃତିଚିହ୍ନ ସୂରୂପ ନିଜ ସାଥିରେ ନେଇଥାନ୍ତି।

ଆଧାର[ସମ୍ପାଦନା]