Jump to content

ଖଣ୍ଡୁଆ

ଉଇକିପିଡ଼ିଆ‌ରୁ
ବଡ଼ସିଂହାର ବେଶରେ ଲାଗି ହେଉଥିବା ଗୀତଗୋବିନ୍ଦ ଖଣ୍ଡୁଆ

ଖଣ୍ଡୁଆ ଏକ ଉତ୍କଳୀୟ ବାନ୍ଧ କଳା । ସାରା ବିଶ୍ୱରେ ଏହାର ସ୍ୱତନ୍ତ୍ର ଚାହିଦା ରହିଛି ।[] ତସର ବା ଟସର ସୂତାରେ ହସ୍ତଚାଳିତ ତନ୍ତଦ୍ୱାରା ଖଣ୍ଡୁଆ ବସ୍ତ୍ର ବୁଣାଯାଏ । ବସ୍ତ୍ର ଉପରେ ପଶୁ-ପକ୍ଷୀ ବୃକ୍ଷ-ଲତା ଦେବତା-ମନ୍ଦିର ଆଦିର ସୁନ୍ଦର ଚିତ୍ର କରାଯାଏ । ଏହି ବସ୍ତ୍ରରେ ମୁଖ୍ୟତଃ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଇଥାଏ । ବିବାହବେଳେ ବ୍ୟବହୃତ ଖଣ୍ଡୁଆ ପାଟ ବୁଣିବା ପାଇଁ ଲାଲ ବା କମଳା ରଙ୍ଗ, ଶାଳଗଛରୁ ସଂଗ୍ରହ କରାଯାଇଥାଏ । କଟକର ମାଣିଆବନ୍ଧନୂଆପାଟଣା ଖଣ୍ଡୁଆ ଓ ଖଣ୍ଡୁଆ ପାଟ ପାଇଁ ପ୍ରସିଦ୍ଧ ।[] ଏଠାରେ ଖଣ୍ଡୁଆ ବସ୍ତ୍ର ବୁଣିବା ପାଇଁ ବୁଣାକାରମାନେ ପୁରୁଶାନୁକ୍ରମିକ ଭାବରେ ତାଲିମ ପାଇଥାନ୍ତି ।

ଉତ୍ପତ୍ତି

[ସମ୍ପାଦନା]

ଖଣ୍ଡୁଆ ଶବ୍ଦଟିର ଅର୍ଥ ମୁଖ୍ୟତଃ 'ଖଣ୍ଡ'ରୁ ହୋଇଥିବା କୁହାଯାଏ । ସେହି ଅନୁସାରେ ଏହି ବସ୍ତ୍ରକୁ ଶରୀରରେ ନିମ୍ନ ଅଂଶରେ ପରିଧାନ କରାଯାଉଥିବାରୁ ଏହାକୁ 'ଖଣ୍ଡୁଆ' କୁହାଯାଏ । ଶ୍ରୀଜଗନ୍ନାଥଙ୍କୁ ଅବକାଶବଡ଼ସିଂହାର ବେଶରେ ଖଣ୍ଡୁଆ ବସ୍ତ୍ରଲାଗି କରାଯାଏ । ଏହି ଖଣ୍ଡୁଆକୁ କେନ୍ଦୁଲି ଖଣ୍ଡୁଆ କୁହାଯାଏ । କଟକ ଓ ମାଣିଆବନ୍ଧକୁ ଏହାର ଉତ୍ପତ୍ତିସ୍ଥଳ ବିଶ୍ୱାସ କରାଯାଉଥିବାରୁ ଏହି ବାନ୍ଧକଳାକୁ 'କଟକୀ' ଓ 'ମାଣିଆବନ୍ଧୀ' ମଧ୍ୟ କୁହାଯାଏ ।

ଇତିହାସ

[ସମ୍ପାଦନା]

ଏହି ପ୍ରକାର ପାଟ ଶାଢ଼ୀକୁ ସାଧାରଣତଃ ମାଣିଆବନ୍ଧ ଓ ନୂଆପାଟଣା ଅଂଚଳର ବୁଣାକାର (ତନ୍ତୀ) ସଂପ୍ରଦାୟର ବୁଣାକାରମାନେ ବୁଣିବାର ନଜିର ରହିଛି । ଉତ୍କଳରେ ଗଜପତି ରାଜାମାନଙ୍କର ରାଜୁତି ସମୟରେ ସ୍ୱତନ୍ତ୍ର ବୁଣାକାରମାନଙ୍କଦ୍ୱାରା ପ୍ରସ୍ତୁତ କେନ୍ଦୁଲି ଖଣ୍ଡୁଆକୁ ଶ୍ରୀ ଜଗନ୍ନାଥ ମନ୍ଦିରକୁ ପଠାଯାଉଥିଲା । ସେବାଲାଗି ବ୍ୟବହୃତ ଏହି ପାଟଗୁଡ଼ିକୁ ପାରମ୍ପରିକ ପଦ୍ଧତିରେ ବୁଣାଯାଏ ।[] ଏହାର ଲମ୍ବ ବାର ଫୁଟ ଦୁଇ କାଣି (କହୁଣିଠାରୁ କାଣି ଆଙ୍ଗୁଠି ପର୍ଯ୍ୟନ୍ତ ଦୂରତ୍ୱ) ହୋଇଥାଏ । []

  1. G. K. Ghosh; Shukla Ghosh (1 January 1995). Indian Textiles: Past and Present. APH Publishing. pp. 167–. ISBN 978-81-7024-706-7.
  2. http://www.orissahandloom.com/about-sari.php?id=19
  3. Jagannath Mohanty (2009). Encyclopaedia of Education, Culture and Children's Literature: v. 3. Indian culture and education. Deep & Deep Publications. pp. 31–. ISBN 978-81-8450-150-6.
  4. ସମ୍ବାଦ ୨୮/୦୪/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪