କରମା ନାଚ

ଉଇକିପିଡ଼ିଆ‌ରୁ

କରମା ନାଚ ଏକ ଭାରତୀୟ ଆଦିବାସୀ ଲୋକନୃତ୍ୟ ଓ ପ୍ରାୟତଃ ଓଡ଼ିଶାର ସମ୍ବଲପୁର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପାଳନ କରାଯାଏ ।[୧] ଏହା କରମଶୁଣି (କରମ ଦେବୀ)ଙ୍କ ପୂଜା ପାଇଁ କରାଯାଇଥାଏ । ଭାଦ୍ରବ ଶୁକ୍ଲ ଏକାଦଶୀରେ ଏହା ଆରମ୍ଭ ହୋଇ କିଛି ଦିନ ପର୍ଯ୍ୟନ୍ତ ଚାଲିଥାଏ ।[୨] [୩] ପୂଜା ଦିନ ଦୁଇ ଜଣ ଯୁବତୀ କନ୍ୟା କରମା ଗଛର ଡାଳକୁ ଆଣି ଦେବତାଙ୍କ ଆସ୍ଥାନରେ ରଖିଥାନ୍ତି । ଏହି କରମା ଡାଳକୁ କରମଶୁଣି ଦେବୀ ଭାବରେ ପୂଜା କରାଯାଏ । ଏହା ସହିତ ଅଙ୍କୁରିତ ଗଜା, ଘାସ ଫୁଲ ଏବଂ ଦେଶୀ ମଦ୍ୟ ମଧ୍ୟ ଦେବତୀଙ୍କୁ ଅର୍ପଣ କରାଯାଏ । ପୂଜା ପରେ ଯୁବକ ଯୁବତୀମାନେ ମାଦଳର ତାଳେ ତାଳେ ନୃତ୍ୟ କରିଥାନ୍ତି । ପ୍ରାୟତଃ ଏହି ନାଚରେ ଗୋଡ଼ ଏବଂ ବିଶେଷ କରି ପାଦର ବ୍ୟବହାର ଅଧିକ ହୁଏ । ଅଣ୍ଟାରେ ହାତ ଛନ୍ଦାଛନ୍ଦି ହୋଇ ଆଦିବାସୀ ଯୁବକ ଯୁବତୀମାନେ ନାଚ ଆରମ୍ଭ କରିଥାନ୍ତି । ନୃତ୍ୟ ମନ୍ଥର ଗତିରେ ଆରମ୍ଭ ହୋଇ ଧୀରେଧୀରେ ନାଚର ଗତି ଦ୍ରୁତତର ହୋଇଥାଏ । ଏହି ନୃତ୍ୟ ଗ୍ରାମ ଦେବତୀଙ୍କ ଆସ୍ଥାନ ନିକଟରେ ହୋଇଥାଏ ଏବଂ ରାତି ସାରା ଚାଲିଥାଏ ।

ଆଧାର[ସମ୍ପାଦନା]

  1. "Karma". Indian Dance School (in ଆମେରିକୀୟ ଇଂରାଜୀ). Retrieved 2023-11-27.
  2. "KARMA DANCE". Odisha Watch (in ଆମେରିକୀୟ ଇଂରାଜୀ). 2016-03-24. Retrieved 2023-11-27.
  3. "Karma Dance - Karma Naach, Karma Folk Dance, Karma Tribal Dance". www.karmapuja.org. Retrieved 2023-11-27.

ବାହାର ଆଧାର[ସମ୍ପାଦନା]