Jump to content

ଉତ୍ତର ଫାଲ୍‌ଗୁନୀ (ନକ୍ଷତ୍ର)

ଉଇକିପିଡ଼ିଆ‌ରୁ
(Uttara Phalguni (naxatra)ରୁ ଲେଉଟି ଆସିଛି)
ରାଶି ଚକ୍ରରେ ଉତ୍ତର ଫାଲ୍‌ଗୁନୀ ନକ୍ଷତ୍ରର ଅବସ୍ଥିତି

ହିନ୍ଦୁ ଜ୍ୟୋତିଷ ମତେ ୨୭ଟି ନକ୍ଷତ୍ର ମଧ୍ୟରୁ ଦ୍ୱାଦଶ ନକ୍ଷତ୍ର ହେଉଛି ଉତ୍ତର ଫାଲ୍‌ଗୁନୀ । ରାଶିଚକ୍ର (ଅପମଣ୍ଡଳ)ରେ ସିଂହ ରାଶିରେ ୨୬ଡିଗ୍ରୀ ୪୦ ମିନିଟରୁ କନ୍ୟା ରାଶିରେ ୧୦ ଡିଗ୍ରୀ ଯାଏଁ ବ୍ୟାପ୍ତ ।

ଜ୍ୟୋତିଷୀୟ ପରିଚୟ

[ସମ୍ପାଦନା]

ହିନ୍ଦୁ ଜ୍ୟୋତିଷରେ ରାଶିଚକ୍ର (୩୬୦ ଡିଗ୍ରୀ)କୁ କାଳ୍ପନିକ ୨୭ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗ ଅର୍ଥାତ୍‌ ୧୩ ଡିଗ୍ରୀ ୨୦ ମିନିଟ ଅଂଶ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ । ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷମାନେ ୨୭ଟି ସ୍ୱତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ନାମ ଦେଇ ଅଛନ୍ତି । ପୁଣି ପ୍ରତ୍ୟେକ ନକ୍ଷତ୍ରକୁ ଚାରି ପାଦରେ ବିଭକ୍ତ କରାଯାଇଛି । ଚନ୍ଦ୍ରର ଦୈନିକ ଗତି ପ୍ରାୟ ୧୩ ଡିଗ୍ରୀ ୨୦ ମିନିଟ ହୋଇଥିବାରୁ ଏହା ଗୋଟିଏ ଦିନ ଗୋଟିଏ ନକ୍ଷତ୍ରରେ ଅବସ୍ଥାନ କରିଥାଏ ।[୧] ତେଣୁ ବୈଦିକ ଜ୍ୟୋତିଷରେ ନକ୍ଷତ୍ର ସହିତ ଚନ୍ଦ୍ରର ସମ୍ବନ୍ଧ ଅତି ନିବିଡ । ବୈଦିକ ଜ୍ୟୋତିଷ ମତରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ନକ୍ଷତ୍ରରେ ଅବସ୍ଥାନ କରୁଥାନ୍ତି, ବ୍ୟକ୍ତିର ସେହି ଜନ୍ମ ନକ୍ଷତ୍ର ହୁଏ ।

ତେବେ ଅଶ୍ୱିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭ ନକ୍ଷତ୍ର ମଧ୍ୟରେ ଚାନ୍ଦ୍ରମାନ ମାସକୁ ବାଣ୍ଟିଲା ବେଳକୁ କିଛି ନିଅଣ୍ଟ ଦେଖାଯିବାରୁ ହିନ୍ଦୁ ଜ୍ୟୋତିଷମାନେ ଅଭିଜିତ ନକ୍ଷତ୍ରକୁ ଅଷ୍ଟାବିଂଶ ନକ୍ଷତ୍ର ରୂପେ ଗଣନା କରିଅଛନ୍ତି । [୨]

ବିଶେଷତ୍ୱ

[ସମ୍ପାଦନା]
  • ହିନ୍ଦୁ ଜ୍ୟୋତିଷ ମତେ ଉତ୍ତର ଫାଲ୍‌ଗୁନୀ ନକ୍ଷତ୍ର ଦୁଇଗୋଟି ତାରାର (en:Denebola) ସମାହାର ।[୩] ଏହି ତାରାପୁଞ୍ଜ ଏକ ଖଟର ଗୋଡ ଆକୃତିରେ ଦୃଶ୍ୟମାନ ।[୪]
  • ଉତ୍ତର ଫାଲ୍‌ଗୁନୀ ରାଶିଚକ୍ରରେ ସିଂହ (ରାଶି)ରେ ୨୬ଡିଗ୍ରୀ ୪୦ ମିନିଟରୁ କନ୍ୟା ରାଶିରେ ୧୦ ଡିଗ୍ରୀ ଯାଏଁ ବ୍ୟାପ୍ତ ।
  • ରବି ଏହାର ଅଧିପତି ।[୫]
  • ବୈଦିକ ଜ୍ୟୋତିଷମତେ ଏହି ନକ୍ଷତ୍ର ମନୁଷ୍ୟଗଣ ଓ ସତ୍ତ୍ୱ ଗୁଣ ସହ ସମ୍ବନ୍ଧିତ ।[୬][୭]
  • ବୈଦିକ ଜ୍ୟୋତିଷ ମତେ ମଘା ନକ୍ଷତ୍ର ଲିଙ୍ଗ ଭେଦରେ ସ୍ତ୍ରୀ ଏବଂ ଜାତି ଭେଦରେ କ୍ଷତ୍ରୀୟ ।[୮]
  • ଉତ୍ତର ଫାଲ୍‌ଗୁନୀ ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିବିଶେଷ ପରୋପକାରୀ ଏବଂ କ୍ଷଣକୋପୀ ପ୍ରକୃତିର ହୋଇଥାଆନ୍ତି ।[୯][୧୦]
  • ସାଧାରଣତଃ ବୈଦିକ ଜ୍ୟୋତିଷ ମତେ ହିନ୍ଦୁ ପରିବାରରେ ନବଜାତ ଶିଶୁର ଜନ୍ମ ବେଳେ ନିର୍ଦ୍ଦିଷ୍ଟ ନକ୍ଷତ୍ରରେ ଚନ୍ଦ୍ରର ଅବସ୍ଥାନକୁ ନେଇ ନବଜାତକର ନାମକରଣ କରାଯିବାର ପ୍ରଥା ପ୍ରଚଳିତ । ଉତ୍ତର ଫାଲ୍‌ଗୁନୀ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରୁଥିଲେ, ଚାରିପାଦ କ୍ରମରେ ନବଜାତକର ନାମର ପ୍ରଥମ ଅକ୍ଷର ନିମ୍ନପ୍ରକାରେ ହେବ ।[୧୧]
ପ୍ରଥମ ପାଦ- Te (टे)
ଦ୍ୱିତୀୟ ପାଦ- To (टो),
ତୃତୀୟ ପାଦ- Pa (पा) ଏବଂ
ଚତୁର୍ଥ ପାଦ- Pi (पी)

ପୌରାଣିକ କିମ୍ବଦନ୍ତୀ

[ସମ୍ପାଦନା]

ଅଧିକ ତଥ୍ୟ

[ସମ୍ପାଦନା]
  1. ↑ "The 27 Naxatras". Archived from the original on 29 May 2017. Retrieved 30 May 2017.
  2. ↑ "Fundamentals of Vedic Astrology" (PDF). Archived from the original (PDF) on 4 March 2016. Retrieved 25 September 2015.
  3. ↑ Harness, Deniss M. The Nakshastras. Motilal Banarasidas. pp. 2–3.
  4. ↑ "The 27 'Nakshatras' in the Hindu System of Astrology". Archived from the original on 18 September 2015. Retrieved 24 September 2015.
  5. ↑ "27 Constellations or Nakshtras & their Lord Planets or Swami Grahas in Vedic Astrology or Jyotish". Archived from the original on 19 September 2015. Retrieved 24 September 2015.
  6. ↑ "Nakshatras, the lunar zodiac of Vedic Astrology". Retrieved 25 September 2015.
  7. ↑ Rath, Sanjaya. "Naxatra Basics". Retrieved 10 October 2015.
  8. ↑ Swain, Captain Manasa Ranjan . ବୈଦିକ ଜ୍ୟୋତିଷ, ପୃଷ୍ଠା- 23-24. ପ୍ରକାଶକ-ଜ୍ୟୋତିଷ-ବାସ୍ତୁ ସାଧନା ଆଶ୍ରମ.
  9. ↑ "The 27 Nakshtras". Retrieved 26 September 2015.
  10. ↑ "27 Naxatras". Archived from the original on 13 September 2015. Retrieved 26 September 2015.
  11. ↑ "How to name your baby as per Hindu Astrology?"www.mypanchang.com, Retrieved 25 September 2015